< ᏉᎳ ᎶᎻ ᎠᏁᎯ ᏧᏬᏪᎳᏁᎸᎯ 9 >

1 ᎤᏙᎯᏳᎯᏯ ᏥᏁᎦ ᎦᎶᏁᏛ ᎠᎦᏔᎲᎢ, ᎥᏝ ᏱᎦᏥᎪᎥᏍᎦ, ᎠᏆᏓᏅᏛ ᎾᏍᏉ ᎠᏉᎯᏳᏓᏁᎯ ᏂᎦᎵᏍᏗᎭ ᎦᎸᏉᏗᏳ ᎠᏓᏅᏙ ᎢᏳᏩᏂᏌᏛ,
ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,
2 ᎾᏍᎩ ᎤᏣᏘ ᎡᎯᏍᏗ ᎠᏆᏓᏅᏔᏩᏕᎬ ᎠᎴ ᏂᎪᎯᎸ ᎤᏲ ᎠᎩᏰᎸᏒ ᎠᎩᎾᏫᏱ.
ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋʼ ସହିତ ସାକ୍ଷ୍ୟ ଦେଉଅଛି।
3 ᎬᏆᏚᎸᏗᏉᏰᏃ ᎠᏋᏒ ᎨᏒ ᎥᎩᏍᎦᏨᎯ ᎢᏳᎵᏍᏙᏗᏱ ᎥᏆᏓᏓᎴᏙᏗᏱ ᎦᎶᏁᏛ ᎡᎲᎢ ᎦᏥᏍᏕᎵᏍᎬ ᎣᏣᏓᏅᏟ, ᎪᎱᏍᏗ ᏗᏋᏅ Ꭰ ᎤᏇᏓᎵ ᎨᏒᎢ;
କାରଣ ଯେଉଁମାନେ ଶାରୀରିକ ଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରିପାରନ୍ତି।
4 ᎾᏍᎩ ᎢᏏᎵ ᏧᏁᏢᏔᏅᏛ ᏥᎩ; ᎾᏍᎩ ᎤᎾᏤᎵᎦ ᏥᎩ [ ᎤᏁᎳᏅᎯ ] ᏧᏪᏥ ᎢᎨᎬᏁᏗ ᎨᏒᎢ, ᎠᎴ ᎦᎸᏉᏗᏳ ᎨᏒᎢ, ᎠᎴ ᎧᏃᎮᏛ ᏓᏠᎯᏍᏛᎢ, ᎠᎴ ᏗᎧᎿᎭᏩᏛᏍᏗ ᎨᏥᏁᏗ ᎨᏒᎢ, ᎠᎴ ᎤᏁᎳᏅᎯ ᎤᏤᎵ ᏗᎦᎸᏫᏍᏓᏁᏗ ᎨᏒᎢ, ᎠᎴ ᎠᏚᎢᏍᏙᏗ ᎨᏒᎢ;
ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ୱ, ଗୌରବ, ନିୟମସମୂହ, ମୋଶାଙ୍କ ବ୍ୟବସ୍ଥାପ୍ରଦାନ କରାଯାଇଅଛି, ଉପାସନା ଓ ପ୍ରତିଜ୍ଞାସମୂହ ସେମାନଙ୍କର;
5 ᎾᏍᎩ ᏧᏂᏙᏓ ᏥᎩ ᎠᏂᎦᏴᎵᎨᎢ, ᎠᎴ ᎾᏍᎩ ᎠᏁᎲᎢ, Ꭰ ᎠᏇᏓᎵ ᎨᏒ ᏧᎷᏤ ᎦᎶᏁᏛ, ᎾᏍᎩ ᎤᏁᎳᏅᎯ ᏥᎩ, ᏄᏓᎴᏒ ᎤᎬᏫᏳᏌᏕᎩ, ᏫᎾᏍᏛᎾ ᎦᎸᏉᏙᏗ. ᎡᎹᏅ. (aiōn g165)
ପିତୃ-ପୁରୁଷମାନେ ସେମାନଙ୍କର, ଆଉ ଶାରୀରିକ-ଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ବର ଯୁଗେ ଯୁଗେ ଧନ୍ୟ, ଆମେନ୍‍। (aiōn g165)
6 ᎥᏝ ᎠᏗᎾ ᎤᏁᎳᏅᎯ ᎤᏁᏨ ᎠᏎᏉᏉ ᏥᏄᎵᏍᏔᏃ ᎾᏍᎩᏯ [ ᏱᏥᏁᎦ, ] ᎥᏝᏰᏃ ᏂᎦᏛ ᎢᏏᎵ ᏱᎩ ᎾᏍᎩ ᎢᏏᎵ ᏧᏁᏢᏔᏅᏛ ᏥᎩ.
କିନ୍ତୁ ଈଶ୍ବରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ। କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,
7 ᎥᏝ ᎠᎴ ᎡᏆᎭᎻ ᏧᏁᏢᏔᏅᏛ ᏥᎩ ᎾᏍᎩ ᏱᏅᏗᎦᎵᏍᏙᏗᎭ ᏂᎦᏛ ᏧᏪᏥ ᏱᎩ; ᎡᏏᎩᏉᏍᎩᏂ ᏚᏙᎥ ᎨᏥᏯᏅᏗᏍᎨᏍᏗ ᏣᏁᏢᏔᏅᎯ.
କିଅବା ଅବ୍ରହାମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ, ତାହା ନୁହେଁ; କିନ୍ତୁ “ଇସ୍‌ହାକଙ୍କଠାରେ ତୁମ୍ଭର ବଂଶ ଖ୍ୟାତ ହେବ।”
8 ᎾᏍᎩ ᏯᏛᏅ, ᎤᏇᏓᎵ ᎨᏒ ᎤᎾᏕᏔᏅᎯ ᎨᏒᎢ, ᎾᏍᎩ ᎯᎠ ᎥᏝ ᎤᏁᎳᏅᎯ ᏧᏪᏥ ᏱᎩ; ᎠᏚᎢᏍᏛᏍᎩᏂ ᎤᎾᏕᏔᏅᎯ ᎨᏒ ᎾᏍᎩ ᏧᏪᏥ ᏧᏰᎸᏗ.
ଏହାର ଅର୍ଥ ଯେ, ଯେଉଁମାନେ ଶାରୀରିକ ଭାବେ ସନ୍ତାନ, ସେମାନେ ଯେ ଈଶ୍ବରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି।
9 ᎯᎠᏰᏃ ᏄᏍᏗ ᎤᎵᏁᏨ ᎠᏚᎢᏍᏛᎢ. ᎯᎠᏉ ᎢᏳ ᏓᏥᎷᏥ, ᎠᎴ ᏎᎵ ᏓᎦᎾᏄᎪᏫᏏ ᎠᏧᏣ.
କାରଣ ଏହା ତ ପ୍ରତିଜ୍ଞାର ବାକ୍ୟ, ଏହି ଋତୁରେ ଆମ୍ଭେ ଆସିବା, ଆଉ ସାରା ଗୋଟିଏ ପୁତ୍ର ପ୍ରାପ୍ତ ହେବ।
10 ᎥᏝ ᎠᎴ ᎾᏍᎩᏉ ᏱᏄᏍᏗ; ᎵᏇᎩᏍᎩᏂ ᎾᏍᏉ ᎤᏁᎵᏨ, ᎾᏍᎩ ᎠᏏᏴᏫ ᎠᏥᏁᎵᏤᎸ, ᎾᏍᎩ ᎢᎩᏙᏓ ᎡᏏᎩ;
ଆଉ କେବଳ ତାହା ନୁହେଁ, କିନ୍ତୁ ରିବିକା ମଧ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା, ଅର୍ଥାତ୍‍ ଆମ୍ଭମାନଙ୍କ ପିତୃ-ପୁରୁଷ ଇସ୍‌ହାକଙ୍କ ଦ୍ୱାରା ଗର୍ଭବତୀ ହେଲା ଉତ୍ତାରେ,
11 ᏗᏂᏲᎵᏰᏃ ᎠᏏ ᎾᎾᏕᎲᏍᎬᎾ ᎨᏎᎢ, ᎠᎴ ᎠᏏ ᎪᎱᏍᏗ ᎣᏍᏛ ᎠᎴ ᎤᏲᎢ ᎾᎾᏛᏁᎲᎾ ᎨᏎᎢ, ᎾᏍᎩ ᎤᏓᏅᏖᎸ ᎤᏁᎳᏅᎯ ᎾᏍᎩᏯ ᏧᏑᏰᏍᏗ ᎨᏒ ᎤᏲᎢᏍᏗ ᏂᎨᏒᎾ ᎢᏳᎵᏍᏙᏗᏱ, ᎥᏝ ᏚᏂᎸᏫᏍᏓᏁᎲ ᏅᏗᎦᎵᏍᏙᏗᏍᎬᎢ, ᎾᏍᎩᏯᏍᎩᏂ ᏗᏯᏂᏍᎩ ᎤᏓᏅᏖᎸᎢ;
ଯେତେବେଳେ ସନ୍ତାନମାନେ ଜନ୍ମ ହୋଇ ନ ଥିଲେ, ଆଉ ଭଲ କିମ୍ବା ମନ୍ଦ କିଛି କରି ନ ଥିଲେ, ସେତେବେଳେ କର୍ମ ହେତୁ ନୁହେଁ, ମାତ୍ର ଆହ୍ୱାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନ ଅନୁସାରେ ଈଶ୍ବରଙ୍କ ସଂକଳ୍ପ ଯେପରି ସ୍ଥିର ରହେ,
12 ᎯᎠ ᎾᏥᏪᏎᎴᎢ, ᎤᏓᏂᎵᎨ ᏚᏁᎶᏕᏍᏗ ᎣᏂ ᎡᎯ;
ଏଥିନିମନ୍ତେ ଏହି କଥା ତାହାଙ୍କୁ କୁହାଯାଇଥିଲା, “ଜ୍ୟେଷ୍ଠ କନିଷ୍ଠର ଦାସ ହେବ;
13 ᎾᏍᎩᏯ ᎯᎠ ᏥᏂᎬᏅ ᏥᎪᏪᎳ, ᏤᎦᏈ ᎣᏏᏳ ᏥᏰᎸᏅ, ᎢᏐᏍᎩᏂ ᏥᏂᏆᏘᎸ.
ଯେପରି ଲେଖାଅଛି, ‘ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।’”
14 ᎾᏍᎩᏃ ᏥᏄᏍᏗ ᎦᏙ ᏓᏓᏛᏂ? ᏥᎪ ᏂᏚᏳᎪᏛᎾ ᎨᏒ ᎤᏪᎭ ᎤᏁᎳᏅᎯ? ᎬᏩᏟᏍᏗ.
ତେବେ ଆମ୍ଭେମାନେ କଅଣ କହିବା? ଈଶ୍ବରଙ୍କଠାରେ କି ଅନ୍ୟାୟ ଅଛି? ତାହା କେବେ ହେଁ ନ ହେଉ।
15 ᎣᏏᏰᏃ ᎯᎠ ᎾᏥᏪᏎᎭ, ᏥᏯᏙᎵᏍᏗ ᎨᏎᏍᏗ ᎾᏍᎩ Ꮎ ᏥᏯᏙᎵᎩ ᎨᎵᏍᎨᏍᏗ, ᎠᎴ ᎤᏪᏙᎵᏍᏗ ᏥᏯᏓᏅᏓᏗᏍᏗ ᎨᏎᏍᏗ ᎾᏍᎩ Ꮎ ᎤᏪᏙᎵᏍᏗ ᏥᏯᏓᏅᏓᏓ ᎨᎵᏍᎨᏍᏗ.
କାରଣ ସେ ମୋଶାଙ୍କୁ କହନ୍ତି, “ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା।”
16 ᎾᏍᎩᏃ ᏥᏄᏍᏗ ᎥᏝ ᎩᎶ ᎤᏚᎸᎲ ᏱᏅᏗᎦᎵᏍᏙᏗᎭ, ᎥᏝ ᎠᎴ ᏚᏍᏆᎸᏔᏅ ᏱᏅᏗᎦᎵᏍᏙᏗᎭ, ᎤᎾᎳᏅᎯᏍᎩᏂ ᎤᏓᏅᏖᎸᎢ ᎾᏍᎩ ᏗᎦᏙᎵᎩ ᏥᎩ.
ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ବରଙ୍କଠାରୁ ହୁଏ।
17 ᎪᏪᎵᎯᏰᏃ ᎯᎠ ᎾᏥᏪᏎ ᏇᏓᏲ, ᎾᏍᎩ ᎯᎠ ᏅᏗᎦᎵᏍᏙᏗᎭ ᏕᎬᏯᎴᏔᏅ, ᎾᏍᎩ ᎠᎩᎾᏄᎪᏫᏍᏗᏱ ᎠᏆᎵᏂᎩᏗᏳ ᎨᏒ ᏂᎯ ᎬᏴᏗᏍᎬᎢ, ᎠᎴ ᎾᏍᎩ ᎠᏴ ᏓᏆᏙᎥ ᏧᏃᏣᎶᎢᏍᏗᏱ ᎡᎶᎯ ᏂᎬᎾᏛᎢ.
ଯେଣୁ ଈଶ୍ବର ଶାସ୍ତ୍ର ଦ୍ୱାରା ଫାରୋକୁ କହନ୍ତି, “ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ।”
18 ᎾᏍᎩ ᎢᏳᏍᏗ ᎦᏙᎵᎪ ᎾᏍᎩ Ꮎ ᏥᏯᏙᎵᎩ ᎡᎳ, ᎠᎴ ᎩᎶ ᏥᏍᏓᏱᏓ ᎡᎳ ᎠᏍᏓᏱᏗᏍᎪᎢ.
ଅତଏବ, ସେ ଯାହାକୁ ଇଚ୍ଛା କରନ୍ତି, ତାହାକୁ ଦୟା କରନ୍ତି, ପୁଣି, ଯାହାକୁ ଇଚ୍ଛା କରନ୍ତି, ତାହାକୁ କଠିନ କରନ୍ତି।
19 ᎯᎠ Ꭷ ᎨᎵ ᏅᏛᏍᎩᏪᏎᎵ, ᎦᏙᏃ ᎠᏏᏉ ᎡᏍᎦ ᎠᏰᎸᏍᎦ? ᎦᎪᏰᏃ ᏚᎦᏘᎴᏅ ᏄᏍᏛ ᎠᏓᏅᏖᏍᎬᎢ?
ଏଥିରେ ତୁମ୍ଭେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ?
20 ᎠᏎᏃ ᏂᎯ ᏴᏫᏉ ᎦᎪ ᎢᏣᏍᏗ ᏥᏁᏤᎭ ᏕᎯᎦᏘᎴᎬ ᎤᏁᎳᏅᎯ? ᏥᎪ ᎪᎱᏍᏗ ᎠᏢᏅᎯ ᎯᎠ ᏅᏓᎦᏪᏎᎵ ᎾᏍᎩ ᎤᏬᏢᏅᎯ, ᎦᏙᏃ ᎾᏍᎩ ᎯᎠ ᏂᏍᏋᏁᎸ ᎢᏍᏉᏢᏅ?
କିନ୍ତୁ ହେ ଭାଇ, ତୁମ୍ଭେ କିଏ ଯେ ଈଶ୍ବରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି?
21 ᏝᏍᎪ ᏗᏩᎵ ᏗᎪᏢᏍᎩ ᏳᎭ ᎠᏓᏅᏖᏍᎬ ᎢᏳᏩᏁᎵᏓᏍᏗᏱ ᎦᏓᏆᎳ, ᎾᏍᎩᏉ ᎦᎾᏆᎸᏒ ᎠᎬᎭᎸᏛ ᏌᏉ ᎠᏖᎵᏙ ᎤᏬᏢᏗᏱ ᎦᎸᏉᏙᏗ, ᏅᏩᏓᎴᏃ ᎦᎸᏉᏙᏗ ᏂᎨᏒᎾ?
କିମ୍ବା ଗୋଟିଏ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ?
22 [ ᎦᏙᏃ ᏳᏍᏗ, ] ᎢᏳᏃ ᎤᏁᎳᏅᎯ ᎤᏚᎵᏍᎬ ᎬᏂᎨᏒ ᎢᏳᏩᏁᏗᏱ ᎤᏔᎳᏬᎯᏍᏗ ᎨᏒᎢ, ᎠᎴ ᎤᎵᏂᎬᎬ ᎤᎾᏄᎪᏫᏍᏗᏱ, ᎬᏂᏗᏳ ᎨᏒ ᎬᏗᏍᎬ ᎪᎯᏗᏳ ᎤᏁᎳᎩ ᏱᏚᏪᎵᏎᎸ ᏗᏖᎵᏙ ᎤᏔᎳᏬᎯᏍᏗ ᎨᏒ ᏗᏟᏍᏗ, ᏗᏛᏅᎢᏍᏔᏅᎯ ᏗᏛᏙᏗᏱ;
କିନ୍ତୁ ଈଶ୍ବର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ରଗୁଡ଼ିକ ପ୍ରତି ଦୀର୍ଘସହିଷ୍ଣୁତା ସହ ଧୈର୍ଯ୍ୟ ଧରିଅଛନ୍ତି,
23 ᎠᎴ ᎾᏍᎩ [ ᎤᏚᎵᏍᎬ ] ᎬᏂᎨᏒ ᎢᏳᏩᏁᏗᏱ ᎤᏤᎵ ᎤᏣᏔᏅᎯ ᎦᎸᏉᏗᏳ ᎨᏒ ᏕᎬᏗᏍᎬ ᏗᏖᎵᏙ ᎤᏓᏙᎵᏍᏗ ᎨᏒ ᏗᏟᏍᏗ, ᎾᏍᎩ ᏧᏛᏅᎢᏍᏔᏅᎯ ᏥᏂᎨᏎ ᎦᎸᏉᏗᏳ ᏗᎨᏒ ᏭᎾᏕᏗᏱ,
ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କଅଣ କହିବ?
24 ᎾᏍᎩ ᎠᏴ, ᎢᎩᏯᏅᏛ ᏥᎩ, ᎥᏝ ᎠᏂᏧᏏᏉ ᎤᏅᏒ ᎠᏁᎲᎢ, ᎾᏍᏉᏍᎩᏂ ᏧᎾᏓᎴᏅᏛ ᏴᏫ ᎠᏁᎲᎢ;
ସେଥିନିମନ୍ତେ ତ ସେ କେବଳ ଯିହୁଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ଅଣଯିହୁଦୀମାନଙ୍କ ମଧ୍ୟରୁ ସୁଦ୍ଧା ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି,
25 ᎾᏍᎩᏯ ᎾᏍᏉ ᎯᎠ ᏥᏂᎦᏪ ᎰᏏᎠ ᎤᏬᏪᎸᎢ; ᏗᏆᏤᎵ ᏴᏫ ᎦᏥᏲᏎᎮᏍᏗ ᎾᏍᎩ Ꮎ ᏗᏆᏤᎵ ᏴᏫ ᏂᎨᏒᎾ ᏥᎨᏒᎩ; ᎠᎴ ᏥᎨᏳᎢ ( ᏥᏲᏎᎮᏍᏗ, ) ᎾᏍᎩ Ꮎ ᏥᎨᏳᎢ ᏂᎨᏒᎾ ᏥᎨᏒᎩ.
ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, “ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା।”
26 ᎠᎴ ᎯᎠ ᏅᏓᎦᎵᏍᏔᏂ, ᎾᎿᎭᏂ ᎯᎠ ᏂᎨᏥᏪᏎᎸᎢ, ᏂᎯ ᎥᏝ ᎠᏴ ᏗᏆᏤᎵ ᏴᏫ ᏱᎩ; ᎾᎿᎭᏂ ᎬᏂᏛ ᎤᏁᎳᏅᎯ ᏧᏪᏥ ᎨᎪᏎᎮᏍᏗ.
ପୁଣି, “ଯେଉଁ ସ୍ଥାନରେ ‘ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ବରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ।’”
27 ᎢᏌᏯ ᎾᏍᏉ ᎯᎠ ᏂᎦᏪᎭ ᎢᏏᎵ ᏕᎧᏁᎢᏍᏗᏍᎬᎢ; ᎢᏏᎵ ᏧᏪᏥ ᎾᏍᏉ ᏃᏳ ᎠᎺᏉᎯ ᎦᎳᎨᏴ ᎾᏍᎩᏯ ᏱᏄᎾᏧᏈᏍᏗ, ᎤᎾᎵᏃᎯᏴᎯ ᎠᏎ ᎨᏥᏍᏕᎸᏗ ᎨᏎᏍᏗ.
ପୁଣି, ଯିଶାଇୟ ଇସ୍ରାଏଲ ସମ୍ବନ୍ଧରେ ଉଚ୍ଚସ୍ୱରରେ କହନ୍ତି, “ଇସ୍ରାଏଲର ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟାଂଶ ପରିତ୍ରାଣ ପ୍ରାପ୍ତ ହେବେ;
28 ᏛᏍᏆᏗᏰᏃ ᏗᎦᎸᏫᏍᏓᏁᏗ ᎨᏒᎢ, ᎠᎴ ᏚᏳᎪᏛ ᎬᏗ ᎤᎵᏍᏗᏳ ᎾᏍᎩ ᏅᏛᏛᏁᎵ; ᎤᎵᏍᏗᏰᏃ ᏅᏛᏛᏁᎵ ᏄᏍᏛ ᏚᏭᎪᏔᏅ ᎡᎶᎯ.
ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତାହା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତରେ କରିବେ।”
29 ᎠᎴ ᎾᏍᎩᏯ ᎢᏌᏯ ᎦᏳᎳ ᎯᎠ ᏥᏄᏪᏐᎢ, ᎢᏳᏃ ᏱᎰᏩ ᎤᏂᏣᏘ ᏧᏓᏘᎾᎢ ᏂᎩᏃᎯᏰᎸᎾ ᏱᎨᏎ ᎤᎵᏃᎯᏴᎯ, ᏐᏓᎻᏉ ᏱᏗᏓᏤᎴᎢ, ᎠᎴ ᎪᎹᎵ ᏄᏍᏛ ᎾᏍᎩᏯ ᏱᏂᎦᏍᏕᎢ.
ପୁଣି, ଯେପରି ଯିଶାଇୟ ପୂର୍ବେ କହିଅଛନ୍ତି, “ବାହିନୀମାନଙ୍କ ପ୍ରଭୁ ଯଦି ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ଅବଶିଷ୍ଟାଂଶ ରଖି ନ ଥାଆନ୍ତେ, ତେବେ ଆମ୍ଭେମାନେ ସଦୋମ ପରି ହୋଇଥାଆନ୍ତୁ, ଓ ଗମୋରା ତୁଲ୍ୟ କରାଯାଇଥାଆନ୍ତୁ।”
30 ᎾᏍᎩᏃ ᏥᏄᏍᏗ ᎦᏙ ᏓᏓᏛᏂ? ᎾᏍᎩ Ꮎ ᏧᎾᏓᎴᏅᏛ ᏴᏫ, ᎾᏍᎩ ᎠᏚᏓᎴᏍᏗ ᎨᏒ ᏄᏂᏍᏓᏩᏛᏒᎾ ᎨᏒ, ᎾᏍᎩ ᎠᏚᏓᎴᏍᏗ ᎨᏒ ᎤᏂᏩᏛᎲ, ᎾᏍᎩ ᎪᎯᏳᏗ ᎨᏒ ᎠᏚᏓᎴᏍᏙᏗ ᏥᎩ.
ତେବେ, ଆମ୍ଭେମାନେ କଅଣ କହିବା? ଯେଉଁ ଅଣଯିହୁଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି।
31 ᎢᏏᎵᏍᎩᏂ ᎤᏂᏍᏓᏩᏛᏛ ᏗᎧᎿᎭᏩᏛᏍᏗ ᎠᏚᏓᎴᏍᏙᏗ ᎨᏒᎢ, ᎾᏍᎩ ᎥᏝ ᏳᏂᏩᏛᎲ ᏗᎧᎿᎭᏩᏛᏍᏗ ᎠᏚᏓᎴᏍᏙᏗ ᎨᏒᎢ.
କିନ୍ତୁ ଇସ୍ରାଏଲ ଧାର୍ମିକତାର ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ।
32 ᎦᏙᏃ? ᏅᏗᎦᎵᏍᏙᏗᎭ ᎾᏍᎩ ᎪᎯᏳᏗ ᎨᏒ ᏄᏅᏔᏅᎾ ᎨᏒᎢ, ᏗᎧᎿᎭᏩᏛᏍᏗᏍᎩᏂ ᏂᎦᏪᏍᎬ ᎢᏯᏛᏁᏗ ᎨᏒ ᎤᏅᏔᏅᎢ; ᏚᏃᏕᏍᏔᏁᏰᏃ ᎾᏍᎩ Ꮎ ᏅᏯ ᏗᏓᏙᏕᎯᎯ ᎨᏒᎢ;
କାହିଁକି? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ। ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,
33 ᎾᏍᎩᏯ ᎯᎠ ᏥᏂᎬᏅ ᏥᎦᏪᎳ, ᎬᏂᏳᏉ ᏌᏯᏂ ᏓᏥᏂ ᏅᏯ ᏗᏓᏙᏕᎯᎯ, ᎠᎴ ᏅᏯ ᎠᏓᎿᎭᏍᏆᎶᏍᏗᏍᎩ; ᎠᎴ ᎩᎶ ᎪᎯᏳᎲᏍᎨᏍᏗ ᎾᏍᎩ ᎥᏝ ᎤᏕᎰᎯᏍᏗ ᏱᎨᏎᏍᏗ.
ଯେପରି ଲେଖାଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ, ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ।”

< ᏉᎳ ᎶᎻ ᎠᏁᎯ ᏧᏬᏪᎳᏁᎸᎯ 9 >