< ᏣᏂ ᏄᏍᏛ ᎠᏥᎾᏄᎪᏫᏎᎸᎢ 18 >

1 ᎾᏍᎩᏃ ᎯᎠ ᏄᎵᏍᏔᏂᏙᎸ ᏅᏩᏓᎴ ᏗᎧᎿᎭᏩᏗᏙᎯ ᎥᏥᎪᎥᎩ ᎦᎸᎳᏗ ᏓᏳᏠᎠᏒᎩ, ᎤᏣᏘ ᎤᎵᏂᎩᏛ ᎨᏒᎩ; ᎾᏍᎩᏃ ᎤᏤᎵ ᎦᎸᏉᏗᏳ ᎨᏒ ᎡᎶᎯ ᎢᎦ ᎤᏘᏍᏔᏅᎩ.
ଏଥିଉତ୍ତାରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି; ସେ ମହାକ୍ଷମତାପନ୍ନ, ତାହାଙ୍କ ମହିମାରେ ପୃଥିବୀ ଆଲୋକମୟ ହୋଇଗଲା।
2 ᎠᎴ ᎠᏍᏓᏯ ᎤᏪᎷᏅᎩ ᎤᎵᏂᎩᏛ ᎧᏁᎬ ᎬᏗ, ᎯᎠ ᏂᎦᏪᏍᎬᎩ, ᏓᏓᎶᏂ ᎡᏆ ᎠᏲᎩ, ᎠᏲᎩ, ᎠᎴ ᎠᏂᏍᎩᎾ ᎤᎾᏕᏗᏱ ᏂᎦᎵᏍᏓ, ᎠᎴ ᎾᏂᎥ ᎠᏂᎦᏓᎭ ᏗᏓᏅᏙ ᎤᏂᏴᏍᏗᏱ, ᎠᎴ ᎾᏂᎥ ᎠᏂᎦᏓᎭ ᎠᎴ ᎤᏂᏂᏆᏘᏍᏗ ᏥᏍᏆ ᎤᎾᏁᎳᏗᏍᏗᏱ.
ସେ ମହା ଶଦ୍ଦ କରି ଉଚ୍ଚସ୍ୱରରେ କହିଲେ, “ମହାନଗରୀ ବାବିଲ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ ପୁଣି, ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟ-ସ୍ଥାନ ହୋଇଅଛି।
3 ᏂᎦᏗᏳᏰᏃ ᎤᎾᏓᏤᎵᏛ ᏴᏫ ᏓᏁᏩᏗᏒ ᎤᎾᏗᏔᎲ ᎩᎦᎨ-ᎠᏗᏔᏍᏗ ᎤᏔᎳᏬᎯᏍᏗ ᎨᏒ ᎤᏓᏑᏱ ᎾᏍᎩ ᎤᏕᎵᏛ ᏚᏂᏏᏂᏙᎸ ᎢᏳᏩᏂᏌᏛ, ᎠᎴ ᎤᏂᎬᏫᏳᎯ ᎡᎶᎯ ᎠᏁᎯ ᎾᏍᎩ ᎤᏕᎵᏛ ᏚᎾᏂᏏᏂᏙᎸ, ᎠᎴ ᎠᏂᏃᏗᏍᎩ ᎡᎶᎯ ᎠᏁᎯ ᏚᏁᏅᎢᏍᏔᏅ ᎾᏍᎩ ᎤᏣᏘ ᎤᏢᏉᏗ ᎡᎲᎢ.
କାରଣ ଜାତିସମୂହ, ତାହାର ବ୍ୟଭିଚାର କାମରୂପ ସୁରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି।”
4 ᎠᎴ ᏅᏩᏓᎴ ᎩᎶ ᏗᎧᏁᎬ ᎦᎸᎳᏗ ᎠᏆᏛᎦᏅᎩ, ᎯᎠ ᏅᏓᎦᏪᏍᎬᎩ, ᏂᎯ ᏗᏆᏤᎵᎦ ᏴᏫ ᎡᏥᏄᎪᎢ, ᎾᏍᎩ ᎢᏣᏠᏯᏍᏙᏗᏱ ᏂᎨᏒᎾ ᎾᏍᎩ ᎤᏍᎦᏅᏥᏙᎸᎢ, ᎠᎴ ᎾᏍᎩ ᎤᏤᎵ ᎤᏕᏯᏙᏗ ᎨᏒ ᎢᏣᏠᏯᏍᏙᏗᏱ ᏂᎨᏒᎾ.
ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ୱର ଏହା କହିବାର ଶୁଣିଲି, “ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥିନିମନ୍ତେ ତାହାଠାରୁ ବାହାରି ଆସ;
5 ᎤᏍᎦᏅᏥᏙᎸᏰᏃ ᎦᎸᎳᏗ ᎢᏴᏛ ᏭᎷᏨ, ᎠᎴ ᎤᏁᎳᏅᎯ ᎤᏅᏓᏛ ᎤᏲᏚᎸᏫᏍᏓᏁᎵᏙᎸᎢ.
କାରଣ ତାହାର ପାପରାଶି ସ୍ୱର୍ଗ ପର୍ଯ୍ୟନ୍ତ ସୁଦ୍ଧା ଉଠିଅଛି, ଆଉ ଈଶ୍ବର ତାହାର ଅଧର୍ମସବୁ ସ୍ମରଣ କରିଅଛନ୍ତି।
6 ᎡᏣᎫᏴᏏ ᎾᏍᎩᏯ ᎢᏣᎫᏴᎡᎸᎢ, ᎠᎴ ᏔᎵ ᎢᏳᏩᎫᏗ ᎡᏣᎫᏴᏏ ᎾᏍᎩᏯ ᏚᎸᏫᏍᏓᏁᎸᎢ; ᎤᎵᏍᏈᏗ ᎤᎧᎵᎸᎯ ᎾᏍᎩ ᏔᎵ ᎢᏳᏩᎫᏗ ᎡᏥᎧᎵᎢᏏ.
ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର।
7 ᎾᏍᎩ ᏂᎦᎥ ᎤᏩᏒ ᎤᏓᎸᏉᏔᏅᎢ ᎠᎴ ᎤᏢᏉᏗ ᎤᏕᏅᎢ, ᎾᏍᎩ ᎢᎦᎢ ᎠᎩᎵᏯ ᎠᎴ ᎤᏲ ᎠᏓᏅᏓᏗᏍᏗ ᎨᏒ ᎡᏥᎥᏏ; ᎤᎾᏫᏱᏰᏃ ᎯᎠ ᏂᎦᏪᎭ, ᎠᎩᎬᏫᏳᎯ ᎠᏉᎳ, ᎥᏝ ᎠᏉᏑᎶᏨᎯ ᏱᎩ, ᎥᏝ ᎠᎴ ᎤᏲ ᎠᏓᏅᏓᏗᏍᏗ ᎨᏒ ᏴᎦᏥᎪᏩᏛ.
ସେ ଯେତେ ନିଜର ଗୌରବ କରିଅଛି ଓ ବିଳାସିତାରେ କାଳ କାଟିଅଛି, ତାହାକୁ ସେତେ ଯନ୍ତ୍ରଣା ଓ ଶୋକ ଦିଅ; କାରଣ ସେ ମନେ ମନେ କହୁଅଛି, ମୁଁ ରାଣୀ ହୋଇ ବସିଅଛି, ମୁଁ ବିଧବା ନୁହେଁ, ମୋତେ କଦାପି ଶୋକ କରିବାକୁ ହେବ ନାହିଁ।
8 ᎾᏍᎩ ᎢᏳᏍᏗ ᎤᏕᏯᏙᏗᏍᎩ ᎨᏒ ᏏᏉᏃ ᎤᎷᎯᏍᏗ ᎨᏎᏍᏗ, ᎠᏲᎱᎯᏍᏗ ᎨᏒ, ᎠᎴ ᏗᏴᎳᏍᏗ ᎨᏒ, ᎠᎴ ᎠᎪᎸ; ᎠᎴ ᎠᎦᎪᎲᏍᏙᏗ ᎨᏎᏍᏗ ᎠᏥᎸ ᎬᏗ; ᎤᎵᏂᎩᏗᏳᏰᏃ ᎤᎬᏫᏳᎯ ᎤᏁᎳᏅᎯ ᎾᏍᎩ ᏧᏭᎪᏓᏁᎯ ᏥᎩ.
ଏନିମନ୍ତେ ଏକ ଦିନରେ ହିଁ ତାହା ପ୍ରତି ଏହି ସମସ୍ତ କ୍ଲେଶ, ଅର୍ଥାତ୍‍ ମୃତ୍ୟୁ, ଶୋକ ଓ ଦୁର୍ଭିକ୍ଷ ଘଟିବ, ଆଉ ସେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବ, ଯେଣୁ ତାହାର ବିଚାରକର୍ତ୍ତା ପ୍ରଭୁ ଈଶ୍ବର ଶକ୍ତିମାନ।”
9 ᎠᎴ ᎤᏂᎬᏫᏳᎯ ᎡᎶᎯ ᎠᏁᎯ, ᎾᏍᎩ ᎤᏕᎵᏛ ᏧᎾᏂᏏᏂᏙᎸᎯ ᎨᏒᎢ, ᎠᎴ ᎤᏢᏉᏗ ᎢᏧᎳᎭ ᎤᎾᏕᏅᎯ, ᎾᏍᎩ ᏓᎬᏩᏍᎪᏂᎵ, ᎠᎴ ᎾᏍᎩ ᏅᏓᎦᎵᏍᏙᏔᏂ ᏙᏛᏂᏴᎳᏏ, ᎿᎭᏉ ᎠᏂᎪᎲᎭ ᏚᎦᏒᏍᏛ ᎾᏍᎩ ᎠᎪᎲᏍᎬᎢ,
ପୃଥିବୀର ଯେ ସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହା ଅଗ୍ନିର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ;
10 ᎢᏅ ᏗᏂᏙᎾᎡᏍᏗ ᎠᏂᏍᎦᎢᎲ ᎠᎩᎵᏲᎬ ᏅᏗᎦᎵᏍᏙᏗᏍᎬᎢ, ᎯᎠ ᎾᏂᏪᏍᎨᏍᏗ, ᎤᏲᏍᏛᏉ, ᎤᏲᏍᏛᏉ, ᎾᏍᎩ Ꮎ ᎡᏆ ᏓᏓᎶᏂ, ᎾᏍᎩ ᎤᎵᏂᎩᏛ ᎦᏚᎲᎢ! ᏑᏟᎶᏛᏉᏰᏃ ᎢᎪᎯᏛ ᏗᏣᏚᎪᏓᏁᏗ ᎨᏒ ᏣᎷᏥᏏ.
ସେମାନେ ତାହାର ଯନ୍ତ୍ରଣାରେ ଭୟ ହେତୁ ଦୂରରେ ଠିଆ ହୋଇ କହିବେ, “ହାୟ, ହାୟ, ମହାନଗରୀ, ପରାକ୍ରମୀ ନଗରୀ ବାବିଲ, ତୁ ସନ୍ତାପର ପାତ୍ରୀ। କାରଣ ଏକ ଘଡ଼ି ମଧ୍ୟରେ ତୋହର ଦଣ୍ଡ ଉପସ୍ଥିତ ହେଲା।”
11 ᎠᏂᏃᏔᏅᎲᏍᎩᏃ ᎡᎶᎯ ᎠᏁᎯ ᏙᏛᎾᏠᏱᎵ ᎠᎴ ᏙᏛᏂᏴᎳᏏ ᏓᎬᏩᏍᎪᏂᎵ ᎾᏍᎩ; ᎥᏝᏰᏃ ᎿᎭᏉ ᎩᎶ ᏱᎬᏩᏂᏩᎯᏎᎭ ᎦᏃᏙᏗ;
“ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟ-ଦ୍ରବ୍ୟ ଆଉ କ୍ରୟ କରିବ ନାହିଁ,
12 ᎾᏍᎩ ᎠᏕᎸ-ᏓᎶᏂᎨ ᎦᏃᏙᏗ ᎨᏒᎢ, ᎠᎴ ᎠᏕᎸ-ᎤᏁᎬ, ᎠᎴ ᎤᏣᏘ ᏧᎬᏩᎶᏗ ᏅᏯ, ᎠᎴ ᏓᎬᎾ-ᎢᏳᎾᏍᏗ, ᎠᎴ ᎤᏏᏙᎵ ᏙᎴᏛ, ᎠᎴ ᏗᏕᎭᎷᎨᎢ, ᎠᎴ ᏗᏩᎾᎨᎢ, ᎠᎴ ᏗᎩᎦᎨᎢ, ᎠᎴ ᎾᎦᎥ ᏗᎦᎸᏉᏗ ᎠᏓ, ᎠᎴ ᏂᎦᎥ ᏗᏖᎵᏙ ᎧᎹᎹ ᏧᏓᏄᏙᏅᎯ ᏗᎪᏢᏔᏅᎯ, ᎠᎴ ᏂᎦᎥ ᏗᏖᎵᏙ ᎤᏣᏘ ᏧᎬᏩᎶᏗ ᎠᏓ ᏗᎪᏢᏔᏅᎯ, ᎠᎴ ᎥᏣᏱ, ᎠᎴ ᏔᎷᎩᏍᎩ, ᎠᎴ ᎠᏂᏓᏫᏍᎦᎨ ᏅᏯ,
ଯଥା, ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସୂକ୍ଷ୍ମ ବସ୍ତ୍ର, କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର, ପଟୁବସ୍ତ୍ର, ଲୋହିତବର୍ଣ୍ଣ ବସ୍ତ୍ର, ସମସ୍ତ ପ୍ରକାର ଚନ୍ଦନକାଷ୍ଠ, ହସ୍ତୀଦନ୍ତର ସର୍ବ ପ୍ରକାର ବସ୍ତୁ, ଅତି ବହୁମୂଲ୍ୟ କାଠ, ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତର ନିର୍ମିତ ସମସ୍ତ ପ୍ରକାର ବସ୍ତୁ,
13 ᎠᎴ ᏏᏂᎹᏂ, ᎠᎴ ᏗᎦᏩᏒᎩ, ᎠᎴ ᎠᏠᏁᏗ, ᎠᎴ ᎠᏜᏓᎤᎦᎾᏍᏛ ᎦᏩᏒᎩ, ᎠᎴ ᎩᎦᎨ-ᎠᏗᏔᏍᏗ, ᎠᎴ ᎪᎢ, ᎠᎴ ᏩᎾᎨ ᎤᏣᎴᏍᏗ ᎢᏒ, ᎠᎴ ᎤᏣᎴᏍᏗᎤᎦᏛ, ᎠᎴ ᎦᎾᏝᎢ, ᎠᎴ ᎠᏫ-ᎤᏂᏃᏕᏅ, ᎠᎴ ᏐᏈᎵ, ᎠᎴ ᏧᏍᏗ-ᏓᏆᎴᎷ, ᎠᎴ ᏴᏫ-ᏗᎦᎾᏝᎢ, ᎠᎴ ᏴᏫ ᏧᎾᏓᏅᏙ.
ଦାରୁଚିନି, ସୁଗନ୍ଧିଦ୍ରବ୍ୟ, ଧୂପ, ସୁଗନ୍ଧି ଲେପ୍ୟଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ସୁଗନ୍ଧି ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ୱ, ରଥ, କ୍ରୀତଦାସ ଓ ମନୁଷ୍ୟମାନଙ୍କ ପ୍ରାଣ।
14 ᎠᎴ ᎤᏓᏔᏅᎯ ᎾᏍᎩ ᏣᏓᏅᏙ ᏧᎬᎥᏍᎬᎩ ᏣᏓᏅᎡᎸ, ᎠᎴ ᏂᎦᎥ ᎤᏢᏉᏗ ᎠᎴ ᏗᎦᎸᏉᏗ ᏥᎨᏒ ᎨᏣᏓᏅᎡᎸ, ᎠᎴ ᎥᏝ ᎿᎭᏉ ᏫᏗᎨᏣᏩᏛᏗ ᏱᎨᏎᏍᏗ.
ତୋହର ପ୍ରାଣର ଅଭିଳାଷର ଫଳସବୁ ତୋହଠାରୁ ଦୂର ହୋଇଅଛି, ପୁଣି, ସମସ୍ତ ସୁସ୍ୱାଦୁ ଓ ମନୋହର ବିଷୟ ତୋହଠାରୁ ଅନ୍ତର କରାଯାଇ ବିନଷ୍ଟ ହୋଇଅଛି, ଆଉ କେବେ ହେଁ ସେ ସମସ୍ତର ଉଦ୍ଦେଶ୍ୟ ମିଳିବ ନାହିଁ।
15 ᎯᎠ ᎾᏍᎩ ᏧᏓᎴᏛ ᎠᏂᏃᏔᏅᎥᏍᎩ, ᎾᏍᎩ ᏧᏪᏅᎢᏍᏔᏅᎯ, ᎢᏅ ᏗᏂᏙᎾᎡᏍᏗ ᏅᏗᎦᎵᏍᏙᏗᏍᎨᏍᏗ ᎠᎩᎵᏲᎬ ᎠᏂᏍᎦᎢᎲᎢ, ᏓᎾᏠᏱᎮᏍᏗ ᎠᎴ ᏓᏂᏴᎨᏍᏗ,
ଏହି ସମସ୍ତ ଦ୍ରବ୍ୟର ଯେଉଁ ବଣିକମାନେ ତାହା ଦ୍ୱାରା ଧନୀ ହୋଇଥିଲେ, ସେମାନେ ତାହାର ଯନ୍ତ୍ରଣାର ଭୟ ହେତୁ ଦୂରରେ ଠିଆ ହୋଇ କ୍ରନ୍ଦନ ଓ ଶୋକ କରି କହିବେ,
16 ᎠᎴ ᎯᎠ ᎾᏂᏪᏍᎨᏍᏗ, ᎤᏲᏍᏛᏉ, ᎤᏲᏍᏛᏉ, ᎾᏍᎩ Ꮎ ᎡᏆ ᎦᏚᎲ ᎾᏍᎩ ᎤᏏᏙᎵ ᏙᎴᏛ, ᎠᎴ ᏕᎭᎷᎨᎢ, ᎠᎴ ᎩᎦᎨᎢ ᏥᏚᏣᏃᏛᎩ, ᎠᎴ ᎠᏕᎸᏓᎶᏂᎨᎢ, ᎠᎴ ᎤᏣᏘ ᏧᎾᎬᏩᎶᏗ ᏅᏯ, ᎠᎴ ᏓᎬᎾ-ᎢᏳᎾᏍᏗ, ᏥᏚᏣᏃᏛᎩ!
‘ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର, ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।
17 ᏑᏟᎶᏛᏉᏰᏃ ᎢᎪᎯᏛ ᎾᏍᎩ ᎢᎦᎢ ᏧᎬᏩᎶᏗ ᎠᏎᏉ ᏂᎦᎵᏍᏔᏂᏛ. ᎠᎴ ᎾᏂᎥ ᎤᏂᎬᏫᏳᏌᏕᎩ ᏥᏳ ᏧᏔᏅ ᏓᏂᏂᏙᎲᎢ, ᎠᎴ ᎾᏂᎥ ᏥᏳᎯ ᎤᎾᏣᎢ, ᎠᎴ ᏥᏳ ᏗᏂᏂᏙᎯ, ᎠᎴ ᎾᏂᎥᏉ ᎠᎺᏉᎯ ᎠᏂᏃᏔᏂᏙᎯ, ᎢᏅ ᏛᏂᏙᎾᎥᎩ,
କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ୱଂସ ହୋଇଗଲା।’” ଆଉ ପ୍ରତ୍ୟେକ ଜାହାଜ ଅଧ୍ୟକ୍ଷ ଓ ଜଳପଥରେ ଗତାୟତକାରୀ ପ୍ରତ୍ୟେକ ଲୋକ ପୁଣି, ନାବିକ ଓ ସମୁଦ୍ର ବ୍ୟବସାୟୀ ସମସ୍ତେ ଦୂରରେ ଠିଆ ହୋଇ,
18 ᎠᎴ ᎤᏁᎷᏅᎩ ᎢᏳᏃ ᎤᏂᎪᎲ ᏚᎦᏒᏍᏛ ᎾᏍᎩ ᎠᎪᎲᏍᎬᎢ, ᎯᎠ ᎾᏂᏪᏍᎬᎩ, ᎦᏙ ᎤᏍᏗ ᎾᏍᎩᏯ ᎨᏎ ᎾᏍᎩ ᎯᎠ ᎡᏆ ᎦᏚᎲ ᏄᏍᏛᎢ?
ତାହାର ଅଗ୍ନିର ଧୂମ ଦେଖି ଚିତ୍କାର କରି କହିଲେ, ଏହି ମହାନଗରୀ ତୁଲ୍ୟ ଆଉ କେଉଁ ନଗରୀ?
19 ᏗᏂᏍᎪᎵᏃ ᎪᏍᏚ ᏚᏂᏝᏅᎩ, ᎠᎴ ᎤᏁᎷᏅᎩ ᏓᎾᏠᏱᎲᎢ, ᎠᎴ ᏓᏂᏴᎬᎢ, ᎯᎠ ᎾᏂᏪᏍᎬᎩ, ᎤᏲᏍᏛᏉ, ᎤᏲᏍᏛᏉ, ᎾᏍᎩ Ꮎ ᎡᏆ ᎦᏚᎲᎢ, ᎾᎿᎭᏧᏁᎿᎭᎢ ᏥᏄᎾᎵᏍᏔᏅᎩ ᏂᎦᏛ ᎠᎺᏉᎯ ᏥᏳ ᏗᏂᏂᏙᎯ, ᏅᏗᎦᎵᏍᏙᏗᏍᎬ ᎤᏣᏘ ᎤᏪᎿᎭᎢᏳ ᎨᏒᎢ, ᏑᏟᎶᏛᏉᏰᏃ ᎢᎪᎯᏛ ᏅᏔ ᎾᎬᏁᎸ.
ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, “‘ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହାର ସମୃଦ୍ଧି ଦ୍ୱାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ, ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ୱଂସ ହୋଇଗଲା।
20 ᎢᏣᎵᎮᎵᎩ ᎾᏍᎩ ᏄᎵᏍᏓᏁᎸ ᎢᏳᏍᏗ, ᏂᎯ ᎦᎸᎶᎢ ᎠᎴ ᏂᎯ ᎢᏣᏓᏅᏘ ᎠᎴ ᎡᏥᏅᏏᏛ, ᎠᎴ ᎢᏣᏙᎴᎰᏍᎩ; ᎤᏁᎳᏅᎯᏰᏃ ᏂᎯ ᎨᏒ ᎢᏳᏍᏗ ᎾᏍᎩ ᎠᎦᏞᏥ.
ହେ ସ୍ୱର୍ଗ, ହେ ସାଧୁବୃନ୍ଦ, ହେ ପ୍ରେରିତବର୍ଗ, ହେ ସମସ୍ତ ଭାବବାଦୀ, ତୁମ୍ଭେମାନେ ତାହାର ପତନରେ ଆନନ୍ଦ କର, କାରଣ ଈଶ୍ବର ତୁମ୍ଭମାନଙ୍କ ସକାଶେ ତାହାଠାରୁ ପ୍ରତିଶୋଧ ନେଇଅଛନ୍ତି।’”
21 ᎤᎵᏂᎩᏛᏃ ᏗᎧᎿᎭᏩᏗᏙᎯ ᏅᏯ ᎤᎩᏒᎩ, ᎤᏔᏅ ᏗᏍᏙᏍᎩ ᏅᏯ ᎾᏍᎩᏯᎢ, ᎠᎺᏉᎯᏃ ᏭᏗᏅᏒᎩ, ᎯᎠ ᏄᏪᏒᎩ, ᎾᏍᎩᏯ ᎬᏍᎦᎢᏍᏓᎩ ᎾᏍᎩ Ꮎ ᎡᏆ ᎦᏚᎲ ᏓᏓᎶᏂ ᎠᏥᏲᏍᏙᏗ ᎨᏎᏍᏗ, ᎥᏝ ᎠᎴ ᎿᎭᏉ ᎬᏩᏛᏗ ᏱᎨᏎᏍᏗ.
ତତ୍ପରେ ଜଣେ ବଳବାନ ଦୂତ ଗୋଟିଏ ବୃହତ୍ ଚକିପଥର ପରି ଗୋଟିଏ ପଥର ସମୁଦ୍ରରେ ନିକ୍ଷେପ କରି କହିଲେ, “ଏହିପରି ମହାବଳରେ, ମହାନଗରୀ ବାବିଲ ନିକ୍ଷିପ୍ତ ହେବ, ଆଉ କେବେ ହେଁ ତାହାର ଉଦ୍ଦେଶ୍ୟ ମିଳିବ ନାହିଁ।
22 ᎠᎴ ᏗᎧᏃᎩᏍᏙᏗ ᏗᏂᏃᎩᏍᏗᏍᎩ, ᎠᎴ ᏗᏂᏃᎩᏍᎩ, ᎠᎴ ᎠᏦᏔᏍᏗ ᏗᏂᏃᎩᏍᏗᏍᎩ, ᎠᎴ ᏗᏂᏤᎷᎯᏍᎩ ᎤᎾᏓᏃᏴᎵᏍᏛ ᎥᏝ ᎿᎭᏉ ᎡᏣᏛᎦᏁᏗ ᏱᎨᏎᏍᏗ; ᎢᏝ ᎠᎴ ᎪᏢᏅᎥᏍᎩ ᏄᏓᎴᏒᏉ ᎪᎱᏍᏗ ᎪᏢᏍᎩ ᎿᎭᏉ ᏰᏣᏩᏛᎡᎴᏍᏗ; ᎠᎴ ᏅᏯ ᎠᏍᏙᏍᎩ ᎤᏃᏴᎬ ᎥᏝ ᎿᎭᏉ ᎡᏣᏛᎦᏁᏗ ᏱᎨᏎᏍᏗ;
ବୀଣାବାଦକ, ଗାୟକ, ବଂଶୀବାଦକ ଓ ତୂରୀବାଦକମାନଙ୍କର ଶବ୍ଦ ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, କୌଣସି ପ୍ରକାର ଶିଳ୍ପକର ତୋʼ ମଧ୍ୟରେ ଆଉ କେବେ ହେଁ ଦେଖାଯିବ ନାହିଁ, ଚକିପଥରର ଶଦ୍ଦ ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ,
23 ᎠᎴ ᎠᏨᏍᏙᏗ ᏚᎸᏌᏛ ᎥᏝ ᎿᎭᏉ ᏗᏣᎸᏌᏓᏕᏗ ᏱᎨᏎᏍᏗ; ᎠᎴ ᎠᏕᏒᎲᏍᎩ ᎠᎴ ᎠᏥᏰᎯ ᎠᏂᏁᎬ ᎥᏝ ᎿᎭᏉ ᎡᏣᏛᎦᏁᏗ ᏱᎨᏎᏍᏗ; ᏗᏣᏤᎵᏰᏃ ᎠᏂᏃᏗᏍᎩ ᎨᏥᎸᏉᏗ ᎨᏒᎩ ᏴᏫ ᎡᎶᎯ ᏓᏁᏩᏗᏒᎢ; ᏂᎦᏗᏳᏰᏃ ᎤᎾᏓᏤᎵᏛ ᎨᏒ ᏴᏫ ᏓᏁᏩᏗᏒ ᎠᏙᏅᏗ ᏕᏣᎸᏫᏍᏓᏁᎲ ᏕᎯᎶᏄᎮᏔᏅᎩ.
ପ୍ରଦୀପର ଆଲୋକ, ତୋʼ ମଧ୍ୟରେ ଆଉ କେବେ ହେଁ ପ୍ରଜ୍ୱଳିତ ହେବ ନାହିଁ, ପୁଣି, ବର କନ୍ୟାଙ୍କ ଶବ୍ଦ, ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ; କାରଣ ତୋହର ବଣିକମାନେ ପୃଥିବୀରେ ମହାନ ଥିଲେ, ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ,
24 ᎠᎴ ᎾᏍᎩ ᎠᏥᏩᏛᎡᎸᎩ ᎤᏂᎩᎬ ᎠᎾᏙᎴᎰᏍᎩ, ᎠᎴ ᎤᎾᏓᏅᏘ, ᎠᎴ ᏂᎦᏛ ᎡᎶᎯ ᏗᎨᏥᎸᎯ ᎨᏒᎢ.
ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା।”

< ᏣᏂ ᏄᏍᏛ ᎠᏥᎾᏄᎪᏫᏎᎸᎢ 18 >