< ᏉᎳ ᎠᏂᏈᎷ ᏧᏬᏪᎳᏁᎸᎯ 3 >

1 ᎾᏍᎩ ᎢᏳᏍᏗ ᎡᏥᎸᏉᏗ ᎢᏓᎵᏅᏟ, ᎢᏣᏠᏯᏍᏗᏍᎩ ᎦᎸᎳᏗ ᎤᎬᏩᎵ ᎥᏓᏘᏯᏅᏗ ᎨᏒᎢ, ᎡᏣᏓᏅᏛᎵ ᎦᎶᏁᏛ ᏥᏌ ᎠᏥᏅᏏᏛ ᎠᎴ ᏄᎬᏫᏳᏒ ᎠᏥᎸᎨᎶᎯ ᎾᏍᎩ ᏤᏓᏁᎶᏗ ᏥᎩ.
ଅତଏବ, ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ବିବେଚନା କର;
2 ᎾᏍᎩ ᏄᎵᏓᏍᏔᏅᎾ ᎨᏒ ᎾᏍᎩ Ꮎ ᎤᏁᏤᎸᎯ, ᎾᏍᎩᏯ ᎾᏍᏉ ᎼᏏ ᏄᏓᎵᏓᏍᏛᎾ ᏥᎨᏎ ᏂᎦᎥ ᏚᏓᏘᎾᎥᎢ.
ମୋଶା ଯେପରି ଈଶ୍ବରଙ୍କ ଗୃହରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ।
3 ᎯᎠᏰᏃ ᎾᏍᎩ ᎠᏍᎦᏯ ᎤᏟ ᎠᏥᎸᏉᏗᏳ ᎠᏥᏰᎸᏎ ᎡᏍᎦᏉ ᎼᏏ, ᎩᎶᏰᏃ ᎠᏓᏁᎸ ᎤᏁᏍᎨᎲᎯ ᎤᏟ ᎠᏥᎸᏉᏗᏳ ᎨᏐ ᎡᏍᎦᏉ ᎠᏓᏁᎸᎢ.
ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ମୋଶାଙ୍କ ଅପେକ୍ଷା ସେ ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି।
4 ᏂᎦᎥᏰᏃ ᏓᏓᏁᎸ ᎩᎶ ᏧᏬᏢᏅᎯ ᎨᏐᎢ; ᎾᏍᎩ Ꮎ ᏂᎦᎥ ᏧᏓᎴᏅᏛ ᎤᏬᏢᏅᎯ ᎨᏒ ᎤᏁᎳᏅᎯ.
ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ବର।
5 ᎠᎴ ᎼᏏ ᎤᏙᎯᏳᎯ ᏄᏓᎵᏓᏍᏛᎾ ᎨᏒᎩ ᏂᎦᎥ ᏚᏓᏘᎾᎥᎢ ᎠᏥᏅᏏᏓᏍᏗ ᎾᏍᎩᏯᎢ, ᎾᏍᎩ ᎪᎯᏳᏗᏍᎩ ᎢᏳᎵᏍᏙᏗᏱ ᎾᏍᎩ Ꮎ ᏧᏓᎴᏅᏛ ᎬᏂᎨᏒ ᎢᎬᏁᏗ ᏥᎨᏎᎢ.
ପରବର୍ତ୍ତୀ ବକ୍ତବ୍ୟ ବିଷୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ତାହାଙ୍କ ଗୃହ ମଧ୍ୟରେ ସେବକ ସ୍ୱରୂପେ ପ୍ରକୃତରେ ବିଶ୍ୱସ୍ତ ଥିଲେ।
6 ᎦᎶᏁᏛᏍᎩᏂ ᎠᎦᏅᎩ ᎾᏍᎩᏯ ᏄᏓᎵᏓᏍᏛᎾ ᎨᏒᎩ ᎤᏩᏒ ᏚᏓᏘᎾᎥᎢ; ᎾᏍᎩ Ꮎ ᏚᏓᏘᎾᎥ ᎢᏖᎳ ᏥᎩ, ᎢᏳᏃ ᎤᎵᏂᎩᏛ ᏱᏗᎩᏂᏴᎭ ᎬᎵᏍᏆᏗᏍᎩ ᎾᏍᎩ Ꮎ ᎢᎦᎵᏍᎦᏍᏙᏛ ᎠᎴ ᎢᏓᏢᏈᏍᏙᏗᏍᎬ ᎤᏚᎩ ᎬᏗ ᎨᏒᎢ.
କିନ୍ତୁ ଖ୍ରୀଷ୍ଟ ଈଶ୍ବରଙ୍କ ଗୃହ ଉପରେ ପୁତ୍ର ସ୍ୱରୂପେ ବିଶ୍ୱସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି, ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ତାହାଙ୍କ ଗୃହ ସ୍ୱରୂପ।
7 ᎾᏍᎩ ᎢᏳᏍᏗ, ᎦᎸᏉᏗᏳ ᎠᏓᏅᏙ ᎯᎠ ᏥᏂᎦᏪᎭ, ᎪᎯ ᎢᎦ ᎢᏳᏃ ᎧᏁᎬ ᎢᏣᏛᎪᏗᏱ ᎢᏣᏚᎵᏍᎨᏍᏗ,
ଅତଏବ ପବିତ୍ର ଆତ୍ମା ଶାସ୍ତ୍ରରେ ଯେପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ
8 ᏞᏍᏗ ᏱᏗᏥᏍᏓᏲᏗᏍᎨᏍᏗ ᏗᏥᎾᏫ, ᎾᏍᎩᏯ ᏄᎾᏛᏁᎸ ᏥᎬᎩᎾᎸᏍᏔᏅᎩ, ᎾᎯᏳ ᎢᎦ ᏥᎬᎩᎪᎵᏰᎥᎩ ᎢᎾᎨᎢ;
ପ୍ରାନ୍ତରରେ ପରୀକ୍ଷା ଦିନରେ ଓ ବିରକ୍ତି ଜନ୍ମାଇବା ସ୍ଥାନରେ ଯେପରି ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର,”
9 ᎾᎯᏳ ᏗᏥᎦᏴᎵᎨ ᏥᎬᎩᎪᎵᏰᏍᎬᎩ, ᎠᎴ ᏥᎬᏆᎦᏘᏍᎬᎩ, ᎠᏂᎪᏩᏘᏍᎬᎩᏍᎩᏂᏃᏅ ᏓᎩᎸᏫᏍᏓᏁᎲ ᏅᎦᏍᎪᎯ ᏧᏕᏘᏴᏛ.
“ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃ-ପୁରୁଷମାନେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ, ଆଉ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର କାର୍ଯ୍ୟ ଦେଖିଲେ।”
10 ᎾᏍᎩ ᎢᏳᏍᏗ ᎦᏥᏂᏉᏘᎸᎩ ᎾᏍᎩ Ꮎ ᏴᏫ, ᎠᎴ ᎯᎠ ᎾᎩᏪᏒᎩ, ᏂᎪᎯᎸ ᏚᎴᎾᎯᎭ ᏧᏂᎾᏫ; ᎠᎴ ᎥᏝ ᎤᏂᎦᏙᎥᏒᎯ ᏱᎩ ᏓᎩᏅᏅᎢ.
“ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାନ୍ତି।
11 ᎾᏍᎩ ᏅᏓᏳᎵᏍᏙᏔᏅᎩ ᎠᏆᏎᎵᏔᏅᎩ ᎠᎩᏔᎳᏬᏍᎬ, ᎾᏍᎩ ᎤᏂᏴᏍᏗᏳ ᏂᎨᏒᎾ ᎨᏒ ᎠᏆᏤᎵ ᎠᏣᏪᏐᎸᏍᏙᏗᏱ ᎨᏒᎢ.
ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।”
12 ᎢᏤᏯᏔᎮᏍᏗ, ᎢᏓᎵᏅᏟ, ᏞᏍᏗᏉ ᏂᎯ ᎩᎶ ᎤᏬᎯᏳᎯᏍᏛ ᏂᎨᏒᎾ ᎤᎾᏫ ᏳᏯᎡᏍᏗ, ᎾᏍᎩ ᎠᏓᏅᎡᎯ ᎬᏂᏛ ᎤᏁᎳᏅᎯ.
ହେ ଭାଇମାନେ, ସାବଧାନ, ଯେପରି ଜୀବନ୍ତ ଈଶ୍ବରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ।
13 ᏕᏣᏓᏬᏂᏗᏍᎨᏍᏗᏍᎩᏂ ᏂᏚᎩᏨᏂᏒᎢ, ᎠᏏᏉ ᎪᎯ ᎢᎦ ᎦᎪᏎᏗ ᏥᎩ; ᎾᏍᎩ ᏂᎯ ᎩᎶ ᎨᏥᏍᏓᏲᎯᏍᏗ ᏂᎨᏒᎾ ᎢᏳᎵᏍᏙᏗᏱ ᎤᏓᎵᏓᏍᏗ ᎠᏍᎦᏂ ᎢᏳᏩᏂᏌᏛ.
କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥିନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ;
14 ᏕᎦᏚᏓᏕᏫᏒᏰᏃ ᎦᎶᏁᏛ, ᎢᏳᏃ ᏱᏅᏩᏍᏗᏉ ᏕᎩᏂᏴᏒ ᎤᎵᏂᎩᏛ ᎬᎵᏍᏆᏗᏍᎩ ᎢᎬᏱᏱ ᎢᎦᎵᏍᎦᏍᏙᏔᏅᎢ;
କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ।
15 ᎯᎠᏰᏃ ᎢᎦᏪᏛ ᎢᎩ, ᎪᎯ ᎢᎦ ᎢᏳᏃ ᎢᏣᏚᎵᏍᎨᏍᏗ ᎧᏁᎬ ᎢᏣᏛᎪᏗᏱ, ᏞᏍᏗ ᏱᏗᏥᏍᏓᏲᏗᏍᎨᏍᏗ ᏗᏥᎾᏫ, ᎾᏍᎩᏯ ᏄᎾᏛᏁᎸ ᎾᎯᏳ ᏥᎬᎩᎾᎸᏍᏔᏅᎩ.
ଯେପରି ଶାସ୍ତ୍ରରେ ଉକ୍ତ ଅଛି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର।”
16 ᎦᎪᏰᏃ ᎿᎭᏉ ᎤᎾᏛᎦᏅ, ᎤᏂᎿᎭᎸᏍᏔᏁᎢ; ᏝᏍᎪ ᏂᎦᏛ ᎢᏥᏈᏱ ᏂᏙᏓᏳᏗᏅᏍᏔᏅᎯ ᏱᏏ, ᎾᏍᎩ ᏱᏄᎾᏛᏁᎴᎢ?
ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ? ମୋଶାଙ୍କ ଦ୍ୱାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେ ସମସ୍ତେ କଅଣ ନୁହଁନ୍ତି?
17 ᎠᎴ ᎦᎪ ᏅᎦᏍᎪᎯ ᏧᏕᏘᏴᏛ ᏚᏂᏆᏘᎴᎢ? ᏝᏍᎪ ᎾᏍᎩ Ꮎ ᎤᏂᏍᎦᏅᏨᎯ ᏥᎨᏎᎢ, ᎾᏍᎩ Ꮎ ᏗᏂᏰᎸ ᎢᎾᎨ ᏥᏚᏅᏤᎢ?
ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲା, କଅଣ ସେମାନଙ୍କ ଉପରେ ନୁହେଁ?
18 ᎠᎴ ᎦᎪ ᏚᏁᏤᎴ ᎠᏎᎵᏛᏍᎬ ᎾᏍᎩ ᎤᏂᏴᏍᏗᏱ ᏂᎨᏒᎾ ᎨᏒ ᎤᏤᎵ ᎠᏣᏪᏴᎸᏍᏙᏗᏱ? ᏝᏍᎪ ᎾᏍᎩ ᏱᎨᏎ Ꮎ ᏄᏃᎯᏳᏒᎾ ᏥᎨᏎᎢ?
ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ?
19 ᎾᏍᎩ ᏥᏄᏍᏗ ᎢᏗᎪᏩᏘᎭ ᎾᏍᎩ ᏫᎬᏩᏂᏴᏍᏗ ᏂᎨᏒᎾ ᎨᏒ ᏅᏗᎦᎵᏍᏙᏗᏍᎬ ᏄᏃᎯᏳᏅᎾ ᎨᏒᎢ.
ଆମ୍ଭେମାନେ ଦେଖୁ ଯେ, ଅବିଶ୍ୱାସ ହେତୁ ସେମାନେ ବିଶ୍ରାମରେ ପ୍ରବେଶ କରିପାରିଲେ ନାହିଁ।

< ᏉᎳ ᎠᏂᏈᎷ ᏧᏬᏪᎳᏁᎸᎯ 3 >