< ᏉᎳ ᎨᎴᏏᏱ ᎠᏁᎯ ᏧᏬᏪᎳᏁᎸᎯ 4 >

1 ᎾᏍᎩᏃ ᎯᎠ ᏂᏥᏪᎭ, ᎾᏍᎩ ᎤᏘᏰᏗ ᎨᏒᎢ, ᎠᏲᎵ ᎨᏒ ᎢᎪᎯᏛ, ᎥᏝ ᏱᏚᎾᏓᎴᎿᎭᎣ ᎠᏥᎾᏝᎢ, ᏄᎬᏫᏳᏌᏕᎩ ᎡᎦᏃ ᏄᏓᎴᏒ ᎪᎱᏍᏗ.
କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ,
2 ᏕᎤᏁᎶᏙᏍᎩᏂ ᏗᎬᏪᏲᎲᏍᎩ ᎠᎴ ᎤᎾᏕᏌᏯᏍᏗᏕᎩ ᎠᎦᏴᎵᎨᎢ ᏚᏒᏍᏛ ᎬᏗᏍᎩ.
କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ଥାଏ।
3 ᎾᏍᎩᏯ ᎾᏍᏉ ᎠᏴ, ᎠᏏ ᏗᏗᏲᎵ ᏥᎨᏒᎩ, ᏤᎩᎾᏝᎢ ᎨᏒᎩ, ᎢᎦᏓᏄᏴᏛᎩ ᏗᎴᏅᏙᏗ ᏗᏕᎶᏆᏍᏗ ᎡᎶᎯ ᎡᎯ ᎨᏒᎢ.
ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ମୌଳିକ ବିଷୟଗୁଡ଼ାକର ଦାସ ଥିଲୁ
4 ᎠᏎᏃ ᎾᎯᏳ ᎠᏎᎸᎯ ᎨᏒ ᎠᎧᎵᎢ ᎤᏍᏆᎸᎲᎢ, ᎤᏁᎳᏅᎯ ᏧᏅᏎ ᎤᏪᏥ ᎠᎨᏴ ᎤᎾᏄᎪᏫᏎᎢ, ᏗᎧᎿᎭᏩᏛᏍᏗ ᎠᎲ ᎤᏓᏄᏴᏕᎢ,
କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ; ସେ ସ୍ତ୍ରୀଜାତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେଲେ,
5 ᏧᏚᏴᏗᏱ ᏧᏭᏓᎴᏍᏗᏱ ᎤᏰᎸᏎ ᎾᏍᎩ ᎤᎾᏓᏄᏴᏗ ᏗᎧᎿᎭᏩᏛᏍᏗ ᎠᎲᎢ, ᎾᏍᎩ ᎠᏴ ᏧᏪᏥ ᎢᏰᎬᏁᏗᏱ.
ଯେପରି ସେ ମୂଲ୍ୟ ଦେଇ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି, ଆମ୍ଭେମାନେ ପୁତ୍ରତ୍ୱର ଅଧିକାରପ୍ରାପ୍ତ ହେଉ।
6 ᎾᏍᎩᏃ ᏧᏪᏥ ᏥᏂᏣᎵᏍᏔᏅ, ᎾᏍᎩ ᏅᏗᎦᎵᏍᏙᏗᎭ, ᎤᏁᎳᏅᎯ ᏧᏅᏒ ᎤᏪᏥ ᎤᏓᏅᏙ ᏗᏣᏓᏅᏙᎩᎯ, ᎤᏪᎷᎦ ᎯᎠ ᏂᎦᏪᎭ, ᎠᏆ, ᎡᏙᏓ.
ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି।
7 ᎾᏍᎩ ᏅᏗᎦᎵᏍᏙᏗᎭ ᎥᏝ ᎿᎭᏉ ᎡᏣᎾᏝᎢ ᏱᎩ, ᎤᏪᏥᏉᏍᎩᏂ; ᎠᎴ ᎢᏳ ᎤᏪᏥ ᏱᎩ, ᎿᎭᏉ ᏧᎬᏩᎶᏗ ᎤᏁᎳᏅᎯ ᎤᏓᏁᏗ ᎨᏒ ᏣᏘᏰᎯ, ᎦᎶᏁᏛ ᎢᏳᏩᏂᏌᏅᎯ.
ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି, ଯଦି ପୁତ୍ର, ତେବେ ଈଶ୍ବରଙ୍କ କର୍ତ୍ତୃକ ଉତ୍ତରାଧିକାରୀ।
8 ᎠᏎᏃ ᎾᎯᏳᎢ, ᎤᏁᎳᏅᎯ ᏁᏥᎦᏔᎲᎾ ᏥᎨᏒᎩ, ᎪᎱᏍᏗ ᏕᏥᎧᎿᎭᏩᏗᏙᎲᎩ ᎾᏍᎩ ᎤᏙᎯᏳᎯ ᎤᎾᏁᎳᏅᎯ ᏂᎨᏒᎾ ᎨᏒᎢ.
ମାତ୍ର ପୂର୍ବରେ ତୁମ୍ଭେମାନେ ଈଶ୍ବରଙ୍କୁ ନ ଜାଣି, ଯେଉଁମାନେ ପ୍ରକୃତରେ ଈଶ୍ବର ନୁହଁନ୍ତି, ସେମାନଙ୍କର ଦାସ ଥିଲ;
9 ᎠᏎᏃ ᎪᎯ ᏥᎩ, ᎿᎭᏉ ᎡᏥᎦᏙᎥᏒᎯ ᏥᎩ ᎤᏁᎳᏅᎯ, ᎠᎴ ᏯᏛᏅ ᎤᏁᎳᏅᎯ ᎢᏥᎦᏙᎥᏒᎯ ᏥᎩ, ᎦᏙ ᏗᎦᎵᏍᏙᏗᎭ ᎢᏣᏨᎭ ᏙᏣᎵᏍᎦᏍᏙᏗᎭ ᎠᏩᎾᎦᎳ ᎠᎴ ᎤᏲ ᎢᏳᏛᎿᎭᏕᎩ ᏗᎴᏅᏙᏗ ᏗᏕᎶᏆᏍᏗ, ᎾᏍᎩ ᎠᏏ ᎾᎿᎭᏥᏣᏚᎵ ᏤᏥᎾᏝ ᏔᎵᏁ ᎢᏣᎵᏍᏙᏗᏱ?
କିନ୍ତୁ ଏବେ ଈଶ୍ବରଙ୍କ ପରିଚୟ ପାଇଅଛ; ବରଂ ଈଶ୍ବରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୌଳିକ ବିଷୟଗୁଡ଼ିକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ?
10 ᏕᏥᏍᏆᏂᎪᏙ ᏓᏙᏓᏇᎬᎢ, ᎠᎴ ᏓᏦᎳᏁᎬᎢ, ᎠᎴ ᏓᏍᏆᎸᎮᎬᎢ, ᎠᎴ ᏓᏕᏘᏴᎮᎬᎢ.
ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ।
11 ᎢᏨᎾᏰᎢᏎᎭᏉ, ᎠᏎᏉᏉ ᎪᎱᏍᏗ ᏱᎦᏥᏯᏛᏁᎸ ᎨᎵᏍᎬ ᎢᏳᏍᏗ.
ତୁମ୍ଭମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହୁଏ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି।
12 ᎢᏓᎵᏅᏟ, ᎢᏨᏔᏲᏎᎭ ᎠᏴ ᎾᏆᏍᏛ ᎾᏍᎩᏯ ᎢᏣᎵᏍᏙᏗᏱ; ᏂᏣᏍᏛᏰᏃ ᎾᏍᎩᏯ ᎾᏆᏍᏗ ᎠᏴ, ᎥᏝ ᎪᎱᏍᏗ ᎤᏐᏅ ᎢᏍᎩᏴᏁᎸᎯ ᏱᎩ;
ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋʼ ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି। ତୁମ୍ଭେମାନେ ମୋʼ ପ୍ରତି କୌଣସି ଅନ୍ୟାୟ କରି ନାହଁ।
13 ᎠᏎᏃ ᎢᏥᎦᏔᎭ ᎠᏩᎾᎦᎳᎯᏳ ᎨᏒ ᎠᎩᏇᏓᎸᎢ ᎢᏨᏯᎵᏥᏙᏁᎸ ᎣᏍᏛ ᎧᏃᎮᏛ ᎢᎬᏱᏱ;
କିନ୍ତୁ ତୁମ୍ଭେମାନେ ଜାଣ ଯେ, ଶାରୀରିକ ପୀଡ଼ା ହେତୁ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି
14 ᎠᎴ ᏥᎬᎵᏲᎬ ᎾᏍᎩ ᎠᎩᏇᏓᎸ ᏣᏇᎲᎩ, ᎥᏝ ᏅᎵᏌᎵ ᏱᏥᏰᎸᏁᎢ, ᎠᎴ ᎥᏝ ᏱᏥᏲᎢᏎᎴᎢ; ᏕᏍᎩᏯᏓᏂᎸᏨᎩᏍᎩᏂ ᏗᎧᎿᎭᏩᏗᏙᎯ ᎤᏁᎳᏅᎯ ᎤᏤᎵ ᎾᏍᎩᏯᎢ, ᎠᎴ ᎦᎶᏁᏛ ᏥᏌ ᎾᏍᎩᏯᎢ.
ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ବରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ।
15 ᎾᏍᎩᏃ ᏂᎦᎥᎩ ᏅᏩᏙᎯᏯᏛ ᎢᏣᏓᏅᏛᎩ! ᎢᏨᏲᎢᏳᏓᏁᎭᏰᏃ, ᎾᏍᎩ ᎢᏳᏃ ᏰᎵ ᎾᏍᎩ ᎢᎬᏩᎵᏍᏙᏗ ᏱᎨᏎᎢ, ᎢᏨᏒ ᏱᏗᏣᏓᎦᏖᏙᎢᏎᎢ, ᎠᎴ ᎠᏴ ᏱᏗᏍᎩᏁᎴᎢ.
ତେବେ ତୁମ୍ଭମାନଙ୍କର ସେହି ଆନନ୍ଦ କାହିଁ? କାରଣ ମୁଁ ତୁମ୍ଭମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଉଅଛି ଯେ, ସମ୍ଭବ ହୋଇଥିଲେ ତୁମ୍ଭେମାନେ ଆପଣା ଆପଣାର ଚକ୍ଷୁ ଉତ୍ପାଟନ କରି ମୋତେ ଦେଇଥାଆନ୍ତ।
16 ᏥᎪᏃ ᏍᎩᏍᎦᎩ ᏄᎵᏍᏔᏅ ᏂᎦᎵᏍᏙᏗᎭ ᎤᏙᎯᏳᎯ ᎨᏒ ᎢᏨᏃᏁᎸᎢ?
ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟ କହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି?
17 ᎤᏣᏘ ᎨᏥᎨᏳᎭ, ᎠᏎᏃ ᎥᏝ ᎣᏍᏛ ᎤᎬᏩᎵ ᏱᎩ; ᎠᎴ ᏂᎯ ᏱᎨᏣᎵᏍᏚᏓ, ᎾᏍᎩ ᎤᏣᏘ ᏗᏥᎨᏳᎯᏳ ᎢᏳᎵᏍᏙᏗᏱ.
ସେମାନେ ତ ତୁମ୍ଭମାନଙ୍କ ବିଷୟରେ ଉଦ୍‍ଯୋଗୀ, କିନ୍ତୁ ଭଲ ଅଭିପ୍ରାୟରେ ନୁହେଁ, ବରଂ ତୁମ୍ଭେମାନେ ଯେପରି ସେମାନଙ୍କ ବିଷୟରେ ଉଦ୍‍ଯୋଗୀ ହୁଅ, ଏଥିନିମନ୍ତେ ସେମାନେ ତୁମ୍ଭମାନଙ୍କୁ ମୋʼଠାରୁ ପୃଥକ୍ କରିବାକୁ ଇଚ୍ଛା କରୁଅଛନ୍ତି।
18 ᎣᏏᏳᏍᎩᏂ ᏂᎪᎯᎸ ᎤᏣᏘ ᎢᏥᎨᏳᏗᏱ ᎣᏍᏛ ᎨᏒᎢ, ᎥᏝᏃ ᎾᎯᏳᏉ ᎢᏨᏰᎳᏗᏙᎲ ᎤᏩᏒ.
କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍‍ଯୋଗୀ ହେବା ଭଲ।
19 ᏗᏇᏥ ᏗᏣᏍᏗᎢ, ᎾᏍᎩ ᏔᎵᏁ ᎢᏨᏁᎵᏨᎯ ᏥᎩ [ ᎢᏗᎬᏤᎵᏛ ] ᎢᏣᏕᏗᏱ, ᎬᏂ ᎦᎶᏁᏛ ᎠᏙᏢᏅᎭ ᏕᏣᏓᏅᏛᎢ,
ହେ ମୋହର ପିଲାମାନେ, ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ମୁଁ ପୁନର୍ବାର ପ୍ରସବ ବେଦନାରେ ବ୍ୟଥିତ ହେଉଅଛି।
20 ᎬᏆᏚᎸᏗ ᏂᎦᎵᏍᏗ ᎪᎯ ᎨᏒ ᎢᏨᏰᎳᏗᏓᏍᏗᏱ, ᎠᎴ ᎠᎩᏁᏟᏴᏍᏗᏱ ᏥᏁᎬᎢ; ᎤᏯᏰᏃ ᎢᏨᏴᏍᎦ.
ମୁଁ ଯେପରି ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ଅନ୍ୟ ଭାବରେ କଥା କହିପାରନ୍ତି, ଏହା ମୋହର ଇଚ୍ଛା; କାରଣ ମୁଁ ତୁମ୍ଭମାନଙ୍କ ବିଷୟରେ ହତବୁଦ୍ଧି ହେଉଅଛି।
21 ᏍᎩᏃᎲᏏ, ᏂᎯ ᎢᏣᏚᎵᏍᎩ ᏗᎧᎿᎭᏩᏛᏍᏗ ᎠᎲ ᎢᏣᏓᏄᏴᏙᏗᏱ, ᏝᏍᎪ ᏱᏣᏛᎩᎭ ᏗᎧᎿᎭᏩᏛᏍᏗ?
ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେବାକୁ ଇଚ୍ଛା କରୁଅଛ ଯେ ତୁମ୍ଭେମାନେ, ମୋତେ କୁହ ତ, ତୁମ୍ଭେମାନେ କଅଣ ମୋଶାଙ୍କ ବ୍ୟବସ୍ଥାର ବାକ୍ୟ ଶୁଣୁ ନାହଁ?
22 ᎯᎠᏰᏃ ᏂᎬᏅ ᎢᎪᏪᎳ, ᎾᏍᎩ ᎡᏆᎭᎻ ᎠᏂᏔᎵ ᏧᏪᏥ ᎠᏁᎮᎢ, ᎠᏏᏴᏫ ᎠᏥᎾᏝᎢ ᎠᎨᏴ ᎤᎾᏄᎪᏫᏒᎯ, ᏐᎢᏃ ᎾᏥᎾᏝᎥᎾ ᎠᎨᏴ ᎤᎾᏄᎪᏫᏒᎯ.
କାରଣ ପବିତ୍ର ଶାସ୍ତ୍ରରେ ଲେଖାଅଛି, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ, ଜଣେ ଦାସୀଠାରୁ ଓ ଆଉ ଜଣେ ସ୍ୱାଧୀନା ସ୍ତ୍ରୀଠାରୁ ଜାତ।
23 ᎾᏃ ᎠᏥᎾᏝᎢ ᎠᎨᏴ ᎤᎾᏄᎪᏫᏒᎯ, ᎤᏇᏓᎵ ᎤᏕᏔᏁᎢ; ᎾᏍᎩᏯ ᎾᏥᎾᏝᎥᎾ ᎠᎨᏴ ᎤᎾᏄᎪᏫᏒᎯ ᎠᏚᎢᏍᏛ ᎾᏍᎩᏯ ᎤᏕᏁᎢ.
ଯେ ଦାସୀର ପୁତ୍ର, ସେ ଶାରୀରିକ ସ୍ୱଭାବାନୁସାରେ ଜାତ ହେଲା; ମାତ୍ର ଯେ ସ୍ୱାଧୀନା ସ୍ତ୍ରୀର ପୁତ୍ର, ସେ ପ୍ରତିଜ୍ଞା ବଳରେ ଜାତ ହେଲା।
24 ᎯᎠ ᎾᏍᎩ ᏓᏟᎶᏍᏗ; ᎯᎠᏰᏃ ᎾᏍᎩ ᏔᎵ ᎧᏃᎮᏛ ᏓᏠᎯᏍᏛ ᏓᏟᎶᏍᏗ; ᏌᏉ ᎨᏒ ᏌᎾᏱ ᎣᏓᎸ ᏨᏗᏓᎴᎲᏍᎦ, ᎾᏍᎩ ᏥᏕᎦᎾᏄᎪᏫᏍᎦ ᏗᎨᏥᎾᏢᏗ ᎨᏒᎢ, ᎾᏍᎩ ᎮᎦ ᏥᏓᏟᎶᏍᏗ.
ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମସ୍ୱରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ୱ ନିମନ୍ତେ ସନ୍ତାନ ପ୍ରସବକାରିଣୀ, ହାଗାର ସେଥିର ନିଦର୍ଶନ।
25 ᎯᎠᏰᏃ ᎾᏍᎩ ᎮᎦ ᏌᎾᏱ ᎣᏓᎸ ᏓᏟᎶᏍᏗ, ᎡᎴᏈᎠ ᏦᏓᎸ, ᎾᏍᎩ ᏥᎷᏏᎵᎻ ᎾᏍᎩᏯ ᏥᎩ, ᎾᏍᎩ ᎪᎯ ᏄᏍᏛᎢ, ᎾᏍᎩᏰᏃ ᏕᎨᏥᎾᏝᎠ ᎤᏩᏒ ᎠᎴ ᎾᏍᎩ ᏧᏪᏥ.
ହାଗାର, ଏହି ଶବ୍ଦ ଆରବ ଦେଶରେ ସୀନୟ ପର୍ବତକୁ ବୁଝାଏ, ପୁଣି, ତାହା ବର୍ତ୍ତମାନ ଯିରୂଶାଲମ ସହରର ସମତୁଲ୍ୟ, କାରଣ ଏ ଆପଣା ସନ୍ତାନମାନଙ୍କ ସହିତ ଦାସତ୍ୱରେ ରହିଅଛି।
26 ᏥᎷᏏᎵᎻᏍᎩᏂ ᎦᎸᎳᏗ ᏨᏗᎦᏚᎭ ᎾᏍᎩ ᎾᏥᎾᏝᎥᎾ, ᎾᏍᎩ ᎠᏴ ᏂᏗᎥ ᎢᎩᏥ.
କିନ୍ତୁ ଊର୍ଦ୍ଧ୍ୱସ୍ଥ ଯିରୂଶାଲମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ;
27 ᎯᎠᏰᏃ ᏂᎬᏅ ᎢᎪᏪᎳ, ᎭᎵᎮᎵᎩ ᏔᎷᎸᎥᏍᎩ ᏂᎨᏒᎾ, ᎾᏍᎩ ᏂᏔᏓᎾᏄᎪᏫᏍᎬᎾ; ᎭᎴᏅ ᎮᎷᎲᎦ, ᏂᎯ ᏂᏘᎾᏄᎪᏫᏍᎬᎾ; ᎾᏰᏃ, ᎾᏥᏰᎲᎾ ᎤᏟ ᎾᏂᎥ ᏚᏪᎧᎭ ᏧᏪᏥ ᎡᏍᎦᏉ Ꮎ ᎠᏥᏰᎯ.
ଯେଣୁ ଲେଖାଅଛି, “ଆଗୋ ବନ୍ଧ୍ୟେ, ଅପ୍ରସୂତେ, ଆନନ୍ଦ କର, ଆଗୋ ପ୍ରସବବେଦନା ରହିତେ, ଉଚ୍ଚସ୍ୱରରେ ଜୟଧ୍ୱନି କର; କାରଣ ସଧବାର ସନ୍ତାନଠାରୁ ଅନାଥର ସନ୍ତାନ ଅଧିକ।”
28 ᎾᏍᎩᏃ ᎠᏴ, ᎢᏓᎵᏅᏟ, ᎠᏚᎢᏍᏛ ᎢᎦᏕᏔᏅᎯ ᎾᏍᎩᏯ ᎡᏏᎩ ᏥᏄᏍᏕᎢ.
ହେ ଭାଇମାନେ, ତୁମ୍ଭେମାନେ ଇସ୍‌ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ।
29 ᎾᏍᎩᏃ ᎾᎯᏳ ᏥᎨᏎᎢ, ᎾᏍᎩ ᎤᏇᏓᎵ ᎤᏕᏔᏅᎯ ᏣᏕᏯᏙᏗᏍᎨ ᎾᏍᎩ Ꮎ ᎠᏓᏅᏙ ᎤᏕᏔᏅᎯ, ᎾᏍᎩᏯ ᏄᏍᏗ ᎪᎯ ᎨᏒᎢ.
କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାହାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି।
30 ᎠᏎᏃ ᎦᏙ ᎠᏗᎭ ᎪᏪᎵ? ᎯᏄᎪᏩ ᎠᏥᎾᏝᎢ ᎠᎨᏴ ᎠᎴ ᎾᏍᎩ ᎤᏪᏥ; ᎠᏥᎾᏝᎢᏰᏃ ᎠᎨᏴ ᎤᏪᏥ, ᎥᏝ ᎤᏪᎳᏗᏍᏙᏗ ᏱᎨᏎᏍᏗ ᎤᏤᎵ ᎢᏳᎵᏍᏙᏗ ᎨᏒ ᎾᏥᎾᏝᎥᎾ ᎠᎨᏴ ᎤᏪᏥ.
ମାତ୍ର ଶାସ୍ତ୍ର କଅଣ କୁହେ? ଦାସୀ ଓ ତାହାର ପୁତ୍ରକୁ ବାହାର କରିଦିଅ; କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ।
31 ᎾᏍᎩᏃ ᎢᏓᎵᏅᏟ, ᎥᏝ ᎠᏥᎾᏝᎢ ᎠᎨᏴ ᏧᏪᏥ ᏱᎩ ᎠᏴ, ᎾᏥᎾᏝᎥᎾᏍᎩᏂ.
ଅତଏବ, ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୋହୁଁ, କିନ୍ତୁ ସ୍ୱାଧୀନା ସ୍ତ୍ରୀର ସନ୍ତାନ।

< ᏉᎳ ᎨᎴᏏᏱ ᎠᏁᎯ ᏧᏬᏪᎳᏁᎸᎯ 4 >