< ᏉᎳ ᎡᏈᏌ ᎠᏁᎯ ᏧᏬᏪᎳᏁᎸᎯ 2 >

1 ᏂᎯᏃ ᏗᏥᏲᎱᏒᎯ ᏥᎨᏒ ᎤᏣᏘᏂ ᏂᏣᏛᏁᎸ ᎠᎴ ᎢᏥᏍᎦᏅᏨᎢ; —
ଏହି ସଂସାରର ଭାବାନୁସାରେ ପୁଣି, ଆକାଶମଣ୍ଡଳ ରାଜ୍ୟର ଅଧିପତି,
2 ᎾᎿᎭᏂ ᏧᏩᎫᏔᏅᏒ ᎢᏤᏙᎸᎢ ᎾᏍᎩᏯ ᎢᏳᎾᏛᏁᏗ ᎨᏒ ᎡᎶᎲ ᎠᏁᎯ, ᎾᏍᎩᏯ [ ᎤᏚᎵᏍᎬ ] ᎦᏃᎴᏍᎬ ᎡᎯ ᎡᎬᏫᏳᏌᏕᎩ, ᎾᏍᎩ ᎠᏓᏅᏙ ᎪᎯ ᎨᏒ ᏥᏚᎸᏫᏍᏓᏁ ᏚᎾᏓᏅᏛ ᎪᎯᏳᏗ ᏂᎨᏒᎾ ᎨᏒ ᏧᏪᏥ; (aiōn g165)
ଅର୍ଥାତ୍‍ ଯେଉଁ ଜଗତ୍‍ପତି ଏବେ ମଧ୍ୟ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ; (aiōn g165)
3 ᎾᏍᎩ ᎾᏍᏉ ᏧᏩᎫᏔᏅᏒ ᏂᏗᎥ ᎨᏓᎵᎪᏁᎲᎩ ᎾᎿᎭᎢᎩᏇᏓᎸ ᎤᎬᎥᏍᎬᎢ, ᎠᎴ ᎤᏇᏓᎸ ᎠᎴ ᎠᏓᏅᏖᏗ ᎨᏒ ᎤᎾᏚᎵᏍᎬ ᏂᏓᏛᏁᎲᎩ; ᎠᎴ ᏗᎦᏕᏅ ᏂᎦᏍᏛ ᎤᏔᎳᏬᎯᏍᏗ ᎨᏒ ᏧᏪᏥ ᎨᏒᎩ, ᎾᏍᎩᏯᏉ ᎠᏂᏐᎢ ᏄᎾᏍᏛᎢ.
ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ, ପୁଣି, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ;
4 ᎠᏎᏃ ᎤᏁᎳᏅᎯ ᎤᏪᎿᎭᎢᏳ ᏥᎩ ᎤᏓᏙᎵᏍᏗ ᎨᏒᎢ, ᏥᏅᏗᎦᎵᏍᏙᏗᏍᎨ ᎤᏣᏘ ᎤᏓᎨᏳᏗ ᎨᏒ ᏧᏩᏔᏁ ᎠᏴ ᎢᎩᎨᏳᎯᏳ ᏥᏄᎵᏍᏔᏁᎢ,
ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ବର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ,
5 ᎾᏍᎩ ᎠᏍᎦᏅᎢᏍᏗ ᎨᏒ ᏗᎩᏲᎱᏒᎯ ᏥᎨᏒᎩ, ᎢᎬᏂᏛ ᎢᎦᏠᏯᏍᏔᏅ ᎦᎶᏁᏛ ᎠᎬᏂᏛᎢ, ( ᎬᏩᎦᏘᏯ ᏅᏓᏙᎵᏍᏗ ᎨᏒ ᎡᏥᏍᏕᎸᏔᏅ; )
ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଅଛନ୍ତି, ଏଣୁ ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ,
6 ᎠᎴ ᎢᏧᎳᎭ ᏕᎦᎴᎯᏐᏔᏅ, ᎠᎴ ᎢᏧᎳᎭ ᎢᎦᏅᏗᏱ ᏂᎬᏁᎸ ᎦᎸᎳᏗ ᏗᎨᏒ ᎦᎶᏁᏛ ᏥᏌ ᎢᏳᏩᏂᏌᏛ;
ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି,
7 ᎾᏍᎩ Ꮎ ᏭᏩᎫᏗᏗᏒ ᎬᏂᎨᏒ ᎢᏳᏩᏁᏗᏱ ᏂᎦᎥ ᎤᏪᎿᎭᎢᏳ ᎨᏒ ᎬᏩᎦᏘᏯ ᎤᏓᏙᎵᏍᏗ ᎨᏒᎢ, ᏂᎦᎥ ᎣᏍᏛ ᏂᎦᏛᏁᎲ ᎦᎶᏁᏛ ᏥᏌ ᏅᏓᏳᏓᎴᏅᎯ. (aiōn g165)
ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି। (aiōn g165)
8 ᎬᏩᎦᏘᏯᏰᏃ ᎤᏓᏙᎵᏍᏗ ᎨᏒ ᎡᏥᏍᏕᎸᏙᏔᏅᎯ ᎪᎯᏳᏗ ᎨᏒ ᎬᏔᏅᎯ; ᎠᎴ ᎾᏍᎩ ᎥᏝ ᎢᏨᏒ ᎨᏒ ᏅᏓᏳᏓᎴᏅᎯ; ᎤᏁᎳᏅᎯ ᎤᎵᏍᎪᎸᏔᏅᎯ;
କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ବରଙ୍କ ଦାନ,
9 ᎥᏝ ᏗᎦᎸᏫᏍᏓᏁᏗ ᎨᏒ ᎢᏳᏩᏂᏌᏛ ᏱᎩ, ᎾᏍᎩ ᎩᎶ ᎤᏢᏈᏍᏗᏱ ᏂᎨᏒᎾ ᎢᏳᎵᏍᏙᏗᏱ.
କର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ।
10 ᎾᏍᎩᏰᏃ ᎠᏴ ᎢᎪᏢᏅᎯ, ᎦᎶᏁᏛ ᏥᏌ ᎢᏳᏩᏂᏌᏛ ᎡᎪᏢᏅᎯ ᎣᏍᏛ ᏗᎩᎸᏫᏍᏓᏁᏗᏱ, ᎤᏁᎳᏅᎯ ᎾᏍᎩ ᏥᏂᎦᏛᏅᎢᏍᏓᏁᏟ ᎾᎿᎭᎢᎨᏓᏍᏗᏱ.
କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କର୍ମ ଆମ୍ଭେମାନେ କରିବୁ ବୋଲି ଈଶ୍ବର ପୂର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ।
11 ᎾᏍᎩ ᎢᏳᏍᏗ ᎢᏣᏅᏖᏍᏗ ᎾᏍᎩ ᏂᎯ ᏧᏩᎫᏔᏅᏒ ᏗᏣᏓᎴᏅᏛ ᏴᏫ ᎤᏇᏓᎵ ᎨᏒᎢ, ᏂᏗᎨᏥᎤᏍᏕᏎᎸᎾ ᎨᏦᏎᎸᎯ ᎾᏍᎩ Ꮎ ᏗᎨᏥᎤᏍᏕᏎᎸᎯ ᎨᎪᏎᎯ ᏥᎩ, ᎾᏍᎩ ᎤᏇᏓᎸ ᏗᎨᏥᎤᏍᏕᏎᎸᎯ ᏗᎪᏱ ᏗᎬᏔᏅᎯ;
ଅତଏବ ତୁମ୍ଭେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ଅଣଯିହୁଦୀ ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତ ଲୋକମାନଙ୍କ ଦ୍ୱାରା ଅସୁନ୍ନତ ବୋଲି ଖ୍ୟାତ ହେଉଥିଲ,
12 ᎾᏍᎩ ᎾᎯᏳ ᏥᎨᏎ ᎦᎶᏁᏛ ᏂᏤᎲᎾ ᎨᏎᎢ, ᏂᏤᎸᎾᏉ ᎨᏎ ᎢᏏᎵ ᎠᏰᎵ ᎤᏃᏢᏒᎢ, ᎠᎴ ᎢᏥᎪᏁᎳ ᎨᏎ ᎧᏃᎮᏛ ᏓᏠᎯᏍᏛ ᎠᏚᎢᏍᏛᎢ, ᎤᏚᎩ ᏂᏨᏒᎾ, ᎠᎴ ᎤᏁᎳᏅᎯ ᏂᏤᎲᎾ ᎨᏎ ᎠᏂ ᎡᎶᎯ.
ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ଇସ୍ରାଏଲର ପ୍ରଜାସତ୍ତ୍ବ ରହିତ, ପୁଣି ଜଗତରେ ଭରସାହୀନ ଓ ଈଶ୍ବରବିହୀନ ଥିଲ, ତାହା ସ୍ମରଣ କର।
13 ᎪᎯᏍᎩᏂ ᏥᎩ, ᎦᎶᏁᏛ ᏥᏌ ᎢᏳᏩᏂᏌᏛ, ᏂᎯ, ᎢᏅᎯᏳ ᏥᏂᏣᏛᎿᎭᏕᎬᎩ, ᎾᎥ ᏕᏣᏘᏃᎸ ᎬᏔᏅᎯ ᎤᎩᎬ ᎦᎶᏁᏛ.
କିନ୍ତୁ ପୂର୍ବେ ତୁମ୍ଭେମାନେ ଦୂରରେ ଥିଲ ଯେ, ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ।
14 ᎢᎪᎯᏍᏓᏁᎯᏰᏃ ᎾᏍᎩ, ᎢᏧᎳ ᏌᏉᏉ ᎢᎬᏁᎸᎯ, ᎠᎴ ᎤᏲᏍᏔᏅᎯ ᎢᎦᏓᏓᎴᏗᏍᎩ ᎠᏐᏴᎢ;
କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ-ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,
15 ᎤᏇᏓᎸ ᎬᏗᏍᎬ ᎤᏛᏔᏅ ᏗᏓᏓᏍᎦᎩ ᎢᎬᏁᎯ, ᎾᏍᎩ ᏯᏛᏅ ᏗᎧᎿᎭᏩᏛᏍᏗ ᎤᎵᏁᏨᎢ ᏧᏓᎴᏅᏛ ᎢᏯᏛᏁᎵᏓᏍᏗ ᎨᏒᎢ; ᎾᏍᎩ ᎠᏂᏔᎵ ᎨᏒ ᏌᏉ ᎢᏤ ᏴᏫ ᎤᏬᏢᏗᏱ ᎤᏩᏒ ᎢᏳᏩᏂᏐᏗᏱ, ᎾᏍᎩᏃ ᏙᎯ ᎢᏳᏩᏁᏗᏱ;
ପୁଣି, ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରନ୍ତି,
16 ᎠᎴ ᎾᏍᎩ ᎢᏳᏩᏂᏐᏗᏱ ᎢᏧᎳ ᏌᏉ ᎠᏰᎸ ᏄᎾᏛᏅ ᏙᎯᏱ ᎢᏳᏅᏁᏗᏱ ᎤᏁᎳᏅᎯ, ᏓᏓᎿᎭᏩᏍᏛ ᎤᏮᏙᏗᏱ, ᎾᏍᎩ ᎤᏮᏔᏅ ᎤᎸ ᏓᎾᏓᏍᎦᎬᎢ.
ଆଉ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ବରଙ୍କ ସହିତ ମିଳିତ କରାନ୍ତି।
17 ᎠᎴ ᎤᎷᏤᎢ ᎠᎴ ᎤᎵᏥᏙᏁ ᎢᏥᏃᎯᎮᎴ ᎾᏍᎩ ᏙᎯ ᎢᏥᏩᏛᎡᎯ ᎨᏒᎢ, ᏂᎯ ᎢᏅ ᎢᏣᏛᎿᎭᏕᎩ, ᎠᎴ ᎾᏍᎩ Ꮎ ᎾᎥ ᎢᏳᎾᏛᎿᎭᏕᎩ.
ଆଉ ତୁମ୍ଭେମାନେ ଯେ ଈଶ୍ବରଙ୍କଠାରୁ ଦୂରରେ ଥିଲ, ଉଭୟଙ୍କ ନିକଟରେ ଖ୍ରୀଷ୍ଟ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ;
18 ᎾᏍᎩᏰᏃ ᎢᏳᏩᏂᏌᏛ ᎠᏴ ᎢᏧᎳ, ᏌᏉ ᎠᏓᏅᏙ ᎬᏗ, ᎠᎦᏴᎵᎨ ᏫᎦᏰᏗᎷᏤᏗ ᏄᎵᏍᏔᏅ.
କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ।
19 ᎾᏍᎩᏃ ᏥᏄᏍᏗ ᎥᏝ ᎿᎭᏉ ᏁᏣᏓᎴ, ᎠᎴ ᎢᏤᏙᎯᏉ ᏱᎩ, ᎤᎾᏓᏅᏘᏍᎩᏂ ᎢᏧᎳᎭ ᎢᏤᎯ, ᎤᏁᎳᏅᎯ ᎦᏓᏘᎾᎥ ᎢᏖᎳ;
ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ବରଙ୍କ ପରିବାରଭୁକ୍ତ ଅଟ;
20 ᎡᏣᏁᏍᎨᎲᎯ ᎨᏒ ᎡᏥᏝᏅᎯ ᎨᏥᏅᏏᏛ ᎠᎴ ᎠᎾᏙᎴᎰᏍᎩ ᎡᏥᎫᏍᏛᏔᏅᎯ, ᏥᏌ ᎦᎶᏁᏛ ᎤᏩᏒ ᏄᎬᏫᏳᏒ ᎤᏅᏏᏴ Ꭰ’ᏅᎯ ᏅᏯ ᎢᏳᎵᏍᏔᏅᎯ;
ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର;
21 ᎾᎿᎭᏂ ᏂᎬ ᎠᏓᏁᎸ ᎣᏍᏛ ᏗᏓᏙᎵᎩ ᎢᎬᏁᎸᎯ, ᎠᏛᏍᎪᎢ ᎦᎸᏉᏗ ᎠᏓᏁᎸ ᏂᎦᎵᏍᏗᏍᎪ ᎤᎬᏫᏳᎯᏱ ᎠᏝᏅᎯ;
ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି;
22 ᎾᎿᎭᏂ ᎾᏍᏉ ᏂᎯ ᏤᏣᏜᏓᏍᏔᏅᎯ ᎡᏣᏁᏍᎨᎲᎯ ᎡᏥᏝᏅᎯ, ᎤᏁᎳᏅᎯ ᎤᏁᎳᏗᏍᏗᏱ ᎠᏓᏅᏙ ᎬᏗᏍᎬᎢ.
ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ବରଙ୍କ ଆତ୍ମାଙ୍କ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।

< ᏉᎳ ᎡᏈᏌ ᎠᏁᎯ ᏧᏬᏪᎳᏁᎸᎯ 2 >