< ᎨᏥᏅᏏᏛ ᏄᎾᏛᏁᎵᏙᎸᎢ 15 >

1 ᎩᎶᏃ ᎢᏳᎾᏍᏗ ᏧᏗᏱ ᏅᏓᏳᏂᎶᏒᎯ ᏚᏁᏲᏁ ᎠᎾᏓᏅᏟ ᎯᎠ ᏄᏂᏪᏎᎢ; ᎢᏳᏃ ᏤᏥᎤᏍᏕᏎᎸᎯ ᏂᎨᏒᎾ ᎢᎨᏎᏍᏗ, ᎾᏍᎩ ᎼᏏ ᏂᎦᏪᏍᎬᎢ, ᎥᏝ ᏴᎦᏰᏥᏍᏕᎸ.
ଏଥିମଧ୍ୟରେ କେତେକ ଲୋକ ଯିହୂଦିୟା ପ୍ରଦେଶରୁ ଆସି ଭାଇମାନଙ୍କୁ ଏହି ଶିକ୍ଷା ଦେବାକୁ ଲାଗିଲେ, ମୋଶାଙ୍କ ବିଧି ଅନୁସାରେ ତୁମ୍ଭମାନଙ୍କର ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବ ନାହିଁ।
2 ᏉᎳᏃ ᎠᎴ ᏆᏂᏆ ᎤᏣᏘ ᎤᏂᏲᏠᎯᏎᎸ ᎠᎴ ᎤᎾᏗᏒᎸ ᎠᏂᏬᏂᏍᎬ ᎾᏍᎩ, ᏚᏄᎪᏔᏁ ᏉᎳ ᎠᎴ ᏆᏂᏆ ᎠᎴ ᎩᎶ ᎢᏳᎾᏍᏗ ᏅᏩᎾᏓᎴ ᏥᎷᏏᎵᎻ ᎤᏁᏅᏍᏗᏱ ᏧᎾᏛᏛᏅᏍᏗᏱ ᎨᏥᏅᏏᏛ ᎠᎴ ᏗᎨᎦᏁᎶᏗ ᎾᏍᎩ ᎯᎠ ᎠᏂᏱᎵᏙᎲ ᎤᎬᏩᎵ.
ଏଥିରେ ପାଉଲ ଓ ବର୍ଣ୍ଣବ୍ବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍‌ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ।
3 ᏧᎾᏁᎶᏗᏃ ᎤᎾᏓᏡᎬ ᎢᏴᏛ ᏫᏗᎬᏩᏂᎧᏅ ᎤᏂᎶᏎ ᏈᏂᏏ ᎠᎴ ᏌᎺᎵᏱ ᎠᏂᏃᎮᏍᎨ ᎠᎾᎦᏔᎲᏍᎬ ᏧᎾᏓᎴᏅᏛ ᏴᏫ; ᎤᏩᏘᏃ ᏚᎾᎵᎨᎵᏍᏔᏁ ᏂᎦᏛ ᎠᎾᏓᏅᏟ.
ଅତଏବ ମଣ୍ଡଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ଅଣଯିହୁଦୀମାନଙ୍କ ମନ-ପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ।
4 ᏥᎷᏏᎵᎻᏃ ᎤᏂᎷᏨ ᎦᎬᏩᎾᏓᏂᎸᏤ ᏧᎾᏁᎶᏗ ᎤᎾᏓᏡᎬ ᎠᎴ ᎨᏥᏅᏏᏛ ᎠᎴ ᏗᎨᎦᏁᎶᏗ; ᎤᏂᏃᎮᎴᏃ ᏂᎦᎥ ᎤᏁᎳᏅᎯ ᏄᏛᏁᎸ ᎤᏂᏍᏕᎸᎯᏙᎸᎢ.
ପରେ ସେମାନେ ଯିରୂଶାଲମ ସହରରେ ଉପସ୍ଥିତ ହୋଇ ମଣ୍ଡଳୀ ପୁଣି, ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ଅଭ୍ୟର୍ଥନା ପ୍ରାପ୍ତ ହେଲେ, ଆଉ ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ, ସେହିସବୁ ବର୍ଣ୍ଣନା କଲେ।
5 ᎠᏎᏃ ᏚᎾᎴᏁ ᎩᎶ ᎢᏳᎾᏍᏗ ᎠᏂᏆᎵᏏ ᎤᎾᎵᎪᏒ ᎠᏁᎳ ᎾᏍᎩ ᎤᏃᎯᏳᏅᎯ, ᎯᎠ ᏄᏂᏪᏎᎢ, ᎠᏎ ᏗᎨᏥᎤᏍᏕᏎᏗ, ᎠᎴ ᏗᎧᏁᏤᏗ ᏧᏂᎧᎿᎭᏩᏛᏍᏗᏱ ᎼᏏ ᎤᏁᏨᎯ.
କିନ୍ତୁ ଫାରୂଶୀ-ଦଳର କେତେକ ଜଣ ଯେଉଁମାନେ ବିଶ୍ୱାସ କରୁଥିଲେ ଉଠି କହିଲେ, ଅଣଯିହୁଦୀ ଶିଷ୍ୟମାନଙ୍କୁ ସୁନ୍ନତ କରିବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ।
6 ᎾᏍᎩᏃ ᎿᎭᏉ ᎤᏂᏃᎮᏗᏱ ᏚᏂᎳᏫᏤ ᎨᏥᏅᏏᏛ ᎠᎴ ᏗᎨᎦᏁᎶᏗ.
ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନମାନେ ସମବେତ ହେଲେ।
7 ᎤᏣᏘᏃ ᎤᏂᏬᏂᏒ ᏈᏓ ᏕᎤᎴᏁᎢ, ᎯᎠ ᏂᏚᏪᏎᎴᎢ; ᎢᏥᏍᎦᏯ ᎢᏓᏓᏅᏟ, ᏂᎯ ᎢᏥᎦᏔᎭ ᎿᎭᏉ ᏰᎵ ᎪᎯᎩ ᎤᏁᎳᏅᎯ ᎠᏴ ᎠᏆᏑᏰᏒ ᎢᎦᏓᏡᎬ ᏧᎾᏓᎴᏅᏛ ᏴᏫ ᎠᏴ ᎬᏆᏛᎦᏁᏗᏱ ᎣᏍᏛ ᎧᏃᎮᏛ, ᎾᏍᎩᏃ ᎤᏃᎯᏳᏗᏱ.
ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ୱାରା ଅଣଯିହୁଦୀମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ବର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ।
8 ᎤᏁᎳᏅᎯᏃ ᏧᏂᎾᏫ ᏗᎦᏔᎯ ᎬᏂᎨᏒ ᏄᏩᏁᎸᎩ ᏕᎨᎦᏓᏂᎸᏨᎢ, ᏕᎠᏁᎲ ᎦᎸᏉᏗᏳ ᎠᏓᏅᏙ, ᎠᏴ ᎾᏍᎩᏯ ᏥᎩᏁᎸᎩ.
ସର୍ବାନ୍ତର୍ଯ୍ୟାମୀ ଈଶ୍ବର ଆମ୍ଭମାନଙ୍କୁ ଯେପରି ପବିତ୍ର ଆତ୍ମା ଦାନ କରିଅଛନ୍ତି, ସେମାନଙ୍କୁ ମଧ୍ୟ ସେହିପରି ଦାନ କରି ସେମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି।
9 ᎠᎴ ᎥᏝ ᏗᎦᏓᎴᎿᎭᎢ ᏱᏂᎬᏁᎴ ᎾᏍᎩ, ᎪᎯᏳᏗ ᎨᏒ ᏕᎦᏅᎦᎸᏓᏁᎲ ᏧᏂᎾᏫ.
ଆଉ ସେ ଆମ୍ଭମାନଙ୍କ ଓ ସେମାନଙ୍କ ମଧ୍ୟରେ କୌଣସି ଦଳଭେଦ ନ ରଖି ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟ ଶୁଚି କରିଅଛନ୍ତି।
10 Ꭷ ᎦᏙᏃ ᎢᎡᏥᎪᎵᏰ ᎤᏁᎳᏅᎯ, ᏕᏥᎩᎳᎾᎳᏗᏍᎬ ᎠᏃᎯᏳᎲᏍᎩ, ᎾᏍᎩ ᏗᎩᎦᏴᎵᎨ ᎠᎴ ᎾᏍᏉ ᎢᎬᏒ ᏰᎵ ᎨᎦᎩᎳᎾᎳᏗᏍᏗ ᏂᎨᏒᎾ ᏥᎨᏒᎩ.
ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃ-ପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ବରଙ୍କ ପରୀକ୍ଷା କରୁଅଛନ୍ତି?
11 ᎠᏎᏃ ᎢᏙᎯᏳᎲᏍᎦ ᎾᏍᎩ ᎤᎬᏫᏳᎯ ᏥᏌ ᎦᎶᏁᏛ ᎬᏩᎦᏘᏯ ᎤᏓᏙᎵᏍᏗ ᎨᏒ ᏅᏗᎦᎵᏍᏙᏗᏍᎬ ᎠᏴ ᎡᎩᏍᏕᎸᏗ ᎨᏒᎢ, ᎾᏍᎩᏯ ᎾᏍᎩ ᎨᏥᏍᏕᎸᏗ ᏥᎩ.
କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ୱାସ କରୁଅଛୁ।
12 ᎿᎭᏉᏃ ᏂᎦᏛ ᎤᏂᏣᏘ ᎨᏒ ᎡᎳᏪ ᎤᏅᏁᎢ, ᎠᎴ ᏚᎾᏛᏓᏍᏓᏁᎴ ᏆᏂᏆ ᎠᎴ ᏉᎳ ᎠᏂᏃᎮᏍᎬ ᏂᎦᎥ ᎤᏰᎸᏛ ᎠᎴ ᎤᏍᏆᏂᎪᏗ ᎤᏁᎳᏅᎯ ᎾᏍᎩ ᎤᏅᏗᏍᎬ ᏚᎸᏫᏍᏓᏁᎸ ᏧᎾᏓᎴᏅᏛ ᏴᏫ ᏓᏁᏩᏗᏒᎢ.
ଏଥିରେ ସଭାସ୍ଥ ସମସ୍ତେ ନୀରବ ରହିଲେ, ଆଉ ବର୍ଣ୍ଣବ୍ବା ଓ ପାଉଲଙ୍କ ଦ୍ୱାରା ଅଣଯିହୁଦୀମାନଙ୍କ ମଧ୍ୟରେ ଈଶ୍ବର ଯେ ସମସ୍ତ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିଥିଲେ, ସେମାନଙ୍କଠାରୁ ସେଥିର ବିବରଣୀ ଶୁଣିବାକୁ ଲାଗିଲେ।
13 ᎾᏍᎩᏃ ᎡᎳᏪ ᎤᏅᏅ, ᏥᎻ ᎤᏁᏤ ᎯᎠ ᏄᏪᏎᎢ; ᎢᏥᏍᎦᏯ ᎢᏓᏓᏅᏟ ᎠᏴ ᏍᎩᏯᏛᏓᏍᏓᏏ.
ସେମାନଙ୍କ କଥା ଶେଷ ହେଲା ଉତ୍ତାରେ ଯାକୁବ ଉତ୍ତର ଦେଇ କହିଲେ, ହେ ଭାଇମାନେ ମୋହର କଥା ଶୁଣନ୍ତୁ।
14 ᏌᏩᏂ ᎤᏃᎮᎸ ᎤᏁᎳᏅᎯ ᎢᎬᏱᏱ ᏚᏩᏛᎲᎢ ᏧᎾᏓᎴᏅᏛ ᏴᏫ, ᎾᎿᎭᏧᏪᎴᏍᏗᏱ ᏴᏫ ᎾᏍᎩ ᏚᏙᎥ ᏗᎨᎪᏍᏙᏗᏱ.
ଈଶ୍ବର ଆପଣା ନାମ ନିମନ୍ତେ ଅଣଯିହୁଦୀମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି।
15 ᎾᏍᎩᏃ ᎯᎠ ᎾᏍᎩᏯ ᏂᏕᎦᎵᏍᏗᎭ ᎠᎾᏙᎴᎰᏍᎩ ᎤᏂᏁᏨᎢ, ᎯᎠ ᏥᏂᎬᏅ ᏥᎪᏪᎳ;
ପୁଣି, ଭାବବାଦୀମାନଙ୍କର ବାକ୍ୟ ଏହା ସହିତ ମିଶୁଅଛି, ଯେପରି ଲେଖାଅଛି,
16 “ᎾᏍᎩᏃ ᏄᎵᏍᏔᏁᏍᏗ ᏛᏥᎷᏥ ᎠᎴ ᏛᏥᎵᏦᏘᏌᏂ ᏕᏫ ᎤᏤᎵ ᎦᎵᏦᏛᎢ, ᎾᏍᎩ ᎡᎳᏗ ᎤᏪᏡᏒᎯ ᏥᎩ, ᎠᎴ ᏛᏥᎵᏦᏘᏌᏂ ᎤᎵᏦᏙᎠᏒᎢ, ᎠᎴ ᏛᏥᎧᎯᏌᏂ.
“‘ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା, ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି ତାହା ପୁନଃସ୍ଥାପନ କରିବା,
17 ᎾᏍᎩ ᏄᎾᏓᎴ ᏴᏫ ᎬᏩᏂᏯᏍᏗ ᎢᏳᎵᏍᏙᏗᏱ ᎤᎬᏫᏳᎯ, ᎠᎴ ᎾᏍᏉ ᏂᎦᏛ ᏧᎾᏓᎴᏅᏛ ᏴᏫ ᏓᏆᏙᎥ ᏗᎨᎪᏍᏔᏅᎯ ᏥᎩ, ᎠᏗᎭ ᎤᎬᏫᏳᎯ, ᎾᏍᎩ ᎯᎠ ᏂᎦᏛ ᏧᎸᏫᏍᏓᏁᎯ ᏥᎩ.”
ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୁଦୀ ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି।
18 ᎤᏁᎳᏅᎯ ᎠᎦᏔᎯᏳ ᏅᏧᏓᎴᏅᎲᎾ ᏂᎦᏛ ᏚᎸᏫᏍᏓᏁᎲᎢ. (aiōn g165)
ପ୍ରାଚୀନକାଳରୁ ଈଶ୍ବର ଆପଣାର ସମସ୍ତ କର୍ମ ଜଣାଇଛନ୍ତି।’ (aiōn g165)
19 ᎾᏍᎩ ᎢᏳᏍᏗ ᎠᏴ ᎦᏓᏅᏖᏍᎬ ᎯᎠ ᏄᏍᏗ, ᎾᏍᎩ ᏗᏓᏕᏯᏙᏙᏗᏱᏉ ᏂᎨᏒᎾ ᏧᎾᏓᎴᏅᏛ ᏴᏫ ᎠᏁᎲ ᎤᎾᏖᎴᏛ ᎤᏁᎳᏅᎯ ᎢᏗᏢ ᏭᎾᎦᏔᎲᏍᏔᏅᎯ ᏥᎩ;
ଅତଏବ, ମୋହର ବିଚାର ଏହି, ଅଣଯିହୁଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ବରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ;
20 ᏗᏙᏪᎳᏁᏗᏱᏉᏍᎩᏂ ᏧᏂᏲᎯᏍᏗᏱ ᎦᏓᎭ ᎢᏧᎵᏍᏔᏅᎯ ᎾᏍᎩ ᏗᎵᏍᎪᎸᏓᏁᎸᎯ ᎤᏁᎳᏅᎯ ᏗᏰᎸᎯ, ᎠᎴ ᎤᏕᎵᏛ ᏗᏂᏏᏗ ᎨᏒᎢ, ᎠᎴ ᎪᎱᏍᏗ ᎬᏬᏍᏔᏅᎯ, ᎠᎴ ᎩᎬ.
କିନ୍ତୁ ପ୍ରତିମା ସମ୍ବନ୍ଧୀୟ ଅଶୁଚିତା, ଯୌନକ୍ରିୟା, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ।
21 ᎼᏏᏰᏃ ᎡᏘ ᏅᏓᎬᏩᏓᎴᏅᏛ ᏕᎦᏚᏩᏗᏒ ᏕᎤᏪᎭ ᎬᏩᎵᏥᏙᎲᏍᎩ, ᏓᏥᎪᎵᏰᏍᎬᎢ ᏗᎦᎳᏫᎢᏍᏗᏱ ᏄᎾᏙᏓᏈᏒᎢ.
କାରଣ ପ୍ରାଚୀନକାଳରୁ ପ୍ରତି ନଗରରେ ମୋଶାଙ୍କର ପ୍ରଚାରକମାନେ ଅଛନ୍ତି, ଯେଣୁ ପ୍ରତି ବିଶ୍ରାମବାର ଦିନରେ ସମାଜଗୃହ ସମୂହରେ ତାହାଙ୍କ ବ୍ୟବସ୍ଥା ପାଠ କରାଯାଉଅଛି।”
22 ᎿᎭᏉᏃ ᎣᏏᏳ ᎤᏂᏰᎸᏁ ᎨᏥᏅᏏᏛ ᎠᎴ ᏗᎨᎦᏁᎶᏗ ᎠᎴ ᏂᎦᏛ ᏧᎾᏁᎶᏗ ᎤᎾᏓᏡᎬ ᏧᏂᏅᏍᏗᏱ ᎠᏂᏍᎦᏯ ᏧᎾᏑᏰᏛ ᎤᏅᏒ ᎤᎾᏓᏡᎬᎢ, ᎾᏍᎩ ᏧᏓᏏ ᏆᏏᏆ ᏧᏙᎢᏛ ᎠᎴ ᏌᏱᎳ ᎨᏥᎸᏉᏗ ᎠᎾᏓᏅᏢᎢ, ᏉᎳ ᎠᎴ ᏆᏂᏆ ᎢᏧᎳᎭ ᎤᏁᏅᏍᏗᏱ ᎥᏘᏍᎩ,
ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ଡଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍‍ ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ନିଷ୍ପତ୍ତି ନେଲେ,
23 ᎾᏍᎩᏃ ᎤᏂᏅᏍᏗ ᎤᏃᏪᎳᏁ ᎯᎠ ᏄᏅᏁᎴᎢ; ᎣᎩᏅᏏᏛ ᎠᎴ ᏦᎦᏁᎶᏗ ᎠᎴ ᎣᏣᏓᏅᏟ ᏫᏨᏲᎵᎦ ᎢᏣᏓᏅᏟ ᏗᏣᏓᎴᏅᏛ ᏴᏫ ᎥᏘᏍᎩ ᎠᎴ ᏏᎵᏱ ᎠᎴ ᏏᎵᏏᏱ ᎢᏤᎯ.
ଆଉ, ସେମାନେ ସେମାନଙ୍କ ହାତରେ ଏହା ଲେଖି ପଠାଇଲେ, ଆନ୍ତିୟଖିଆ, ସିରିୟା ଓ କିଲିକିୟାସ୍ଥ ଅଣଯିହୁଦୀ ଭ୍ରାତୃବୃନ୍ଦଙ୍କୁ ପ୍ରେରିତ ଓ ପ୍ରାଚୀନ ଭ୍ରାତୃବୃନ୍ଦଙ୍କର ନମସ୍କାର।
24 ᎣᎬᏛᎦᏅ ᎩᎶ ᎢᏳᎾᏍᏗ ᎪᎦᏓᏑᏰᏛ ᎠᏂᏬᏂᏍᎬ ᎨᏣᏕᏯᏙᏔᏅᎢ ᏕᎨᏥᎦᏔᎲᎡᎲ ᏗᏣᏓᏅᏙ, ᎯᎠ ᎾᏂᏪᏍᎬᎢ; ᎠᏎ ᏤᏥᎤᏍᏕᏎᏗ ᎠᎴ ᏗᎧᎿᎭᏩᏛᏍᏗ ᎢᏥᏍᏆᏂᎪᏙᏗ; ᎾᏍᎩ ᎢᏳᏍᏗ ᏦᏥᏁᏤᎸᎯ ᏂᎨᏒᎾ;
ଆମ୍ଭେମାନେ ଶୁଣିଅଛୁ ଯେ, ଆମ୍ଭେମାନେ ଯେଉଁ ଲୋକମାନଙ୍କୁ କୌଣସି ଆଜ୍ଞା ଦେଇ ନାହୁଁ, ଆମ୍ଭମାନଙ୍କ ମଧ୍ୟରୁ ଏପ୍ରକାର କେତେକ ଲୋକ କଥା ଦ୍ୱାରା ଆପଣମାନଙ୍କର ମନକୁ ଅସ୍ଥିର କରି ଆପଣମାନଙ୍କୁ ବିଚଳିତ କରିଅଛନ୍ତି;
25 ᎾᏍᎩ ᏅᏧᎵᏍᏙᏔᏅ ᎣᏏᏳ ᎣᎩᏰᎸᏅ ᏂᎦᏛ ᏌᏉ ᎢᎦᎦᏛ, ᏗᏤᎲ ᏦᏥᏅᏍᏗᏱ ᏦᏣᏑᏰᏛ ᎠᏂᏍᎦᏯ ᏧᏂᏍᏓᏩᏛᏍᏗᏱ ᏦᏥᎨᏳᎯ ᏆᏂᏆ ᎠᎴ ᏉᎳ,
ଏଥିନିମନ୍ତେ ଆମ୍ଭମାନଙ୍କର ପ୍ରିୟପାତ୍ର ଯେଉଁ ବର୍ଣ୍ଣବ୍ବା ଓ ପାଉଲ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ନିମନ୍ତେ ପ୍ରାଣପଣ କରିଅଛନ୍ତି,
26 ᎾᏍᎩ ᎠᏂᏍᎦᏯ ᏓᏅᏅ ᏧᎾᎵᏍᎪᎸᏔᏅᎯ, ᎢᎦᏤᎵ ᎤᎬᏫᏳᎯ ᏥᏌ ᎦᎶᏁᏛ ᏕᎤᏙᎥ ᏅᏗᎦᎵᏍᏗᏙᏗᏍᎬᎢ.
ଆମ୍ଭେମାନେ ଏକମତ ହୋଇ କେତେକ ଲୋକଙ୍କୁ ମନୋନୀତ କରି ସେମାନଙ୍କ ସହିତ ଆପଣମାନଙ୍କ ନିକଟକୁ ପଠାଇବା ବିହିତ ବୁଝିଲୁ।
27 ᎾᏍᎩ ᎢᏳᏍᏗ ᏙᏥᏅᎵ ᏧᏓᏏ ᎠᎴ ᏌᏱᎳ, ᎾᏍᎩ ᎾᏍᏉ ᎠᏂᏁᎬᎢ ᎤᏠᏱ ᏓᎨᏥᏃᎮᎮᎵ.
ଏଣୁ ଆମ୍ଭେମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଲୁ, ଏମାନେ ମଧ୍ୟ ମୁଖରେ ଆପଣମାନଙ୍କୁ ସେହି ସମସ୍ତ କଥା ଜଣାଇଦେବେ।
28 ᎣᏏᏳᏰᏃ ᎤᏰᎸᏅ ᎦᎸᏉᏗᏳ ᎠᏓᏅᏙ, ᎠᎴ ᎠᏴ ᎣᏏᏳ ᏍᎩᏰᎸᏅ, ᎪᎱᏍᏗ ᏗᏨᏯᏰᏅᏙᏗᏱ ᏂᎨᏒᎾ, ᎯᎠ ᎤᏩᏒ ᎾᏍᎩ ᎠᏎ ᎢᏯᏛᏁᏗ ᏥᎩ;
କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ଯୌନକ୍ରିୟାଠାରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ, ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା;
29 ᎾᏍᎩ ᏗᏥᏲᎯᏍᏗᏱ ᎠᎵᏍᏓᏴᏗ ᎤᏁᎳᏅᎯ ᏗᏰᎸᎯ ᏗᎵᏍᎪᎸᏓᏁᎸᎯ, ᎠᎴ ᎩᎬ, ᎠᎴ ᎪᎱᏍᏗ ᎬᏬᏍᏔᏅᎯ, ᎠᎴ ᎤᏕᎵᏛ ᏗᏂᏏᏗ ᎨᏒᎢ. ᎢᏳᏃ ᎾᏍᎩ ᏱᏗᏤᏯᏙᏤᎸ ᎣᏏᏳ ᏱᏂᏣᏛᎦ. ᏙᎯᏱ ᏂᏣᏛᎿᎭᏕᎨᏍᏗ.
ଏହିସବୁରୁ ଆପଣା ଆପଣାକୁ ଯତ୍ନ ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ। ଆପଣମାନଙ୍କର ମଙ୍ଗଳ ହେଉ।
30 ᎾᏍᎩᏃ ᏕᎨᏥᏲᏒ ᎥᏘᎣᎩ ᏭᏂᎷᏤᎢ, ᏚᏂᎳᏫᏛᏃ ᎤᏂᏣᏘ ᏚᏂᏅᏁᎴ ᎾᏍᎩ ᎪᏪᎵ.
ସେମାନେ ବିଦାୟ ହୋଇ ଆନ୍ତିୟଖିଆକୁ ଆସିଲେ ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ।
31 ᎾᏍᎩᏃ ᎤᏂᎪᎵᏰᎥ, ᎤᎾᎵᎮᎵᏤ ᏅᏗᎦᎵᏍᏙᏗᏍᎨ ᎾᏍᎩ ᎠᏓᎦᎵᏍᏓᏗᏍᎩ ᎨᏒᎢ
ସେମାନେ ତାହା ପାଠ କରି ଆଶ୍ୱାସନା ପାଇ ଆନନ୍ଦିତ ହେଲେ।
32 ᏧᏓᏏᏃ ᎠᎴ ᏌᏱᎳ, ᎤᏣᏖ ᎢᎧᏁᏨᎯ ᏚᏂᏬᏁᏔᏁ ᎠᎾᏓᏅᏟ ᎠᎴ ᏚᎾᎵᏂᎪᎯᏍᏔᏁᎢ, ᎾᏍᏉᏰᏃ ᎤᏅᏒ ᎠᎾᏙᎴᎰᏍᎩ ᎨᏎᎢ.
ପୁଣି, ଯିହୂଦା ଓ ଶୀଲା ନିଜେ ନିଜେ ମଧ୍ୟ ଭାବବାଦୀ ଥିବାରୁ ଅନେକ କଥା ଦ୍ୱାରା ଭାଇମାନଙ୍କୁ ଉତ୍ସାହ ଦେଇ ସେମାନଙ୍କୁ ସୁସ୍ଥିର କଲେ।
33 ᎢᎸᏍᎩᏃ ᏄᏬᎯᏨ ᎤᏁᏙᎸ, ᏅᏩᏙᎯᏯᏛ ᏕᎬᏩᏂᏲᏎ ᎠᎾᏓᏅᏟ ᎨᏥᏅᏏᏛ ᏗᏁᎲ ᏭᏂᎶᎯᏍᏗᏱ.
ଆଉ ସେମାନେ ସେଠାରେ କେତେକ କାଳ ରହିଲା ପରେ ସେମାନଙ୍କୁ ପ୍ରେରଣ କରିଥିବା ଲୋକମାନଙ୍କ ନିକଟକୁ ବାହୁଡ଼ିଯିବାକୁ ଭାଇମାନଙ୍କଠାରୁ ଶାନ୍ତିରେ ବିଦାୟ ନେଲେ,
34 ᎠᏎᏃ ᏌᏱᎳ ᎣᏏᏳ ᎤᏰᎸᏁ ᎾᎿᎭᏉ ᎤᏗᎩᏯᏍᏗᏱ.
[କିନ୍ତୁ ଶୀଲା ସେଠାରେ ରହିବା ଉତ୍ତମ ମନେ କଲେ।]
35 ᏉᎳᏃ ᎠᎴ ᏆᏂᏆ ᎾᏍᏉ ᎬᏁᏙᎮ ᎥᏘᎣᎩ ᏓᎾᏕᏲᎲᏍᎨᎢ, ᎠᎴ ᎠᎾᎵᏥᏙᎲᏍᎨ ᎧᏃᎮᏛ ᎤᎬᏫᏳᎯ ᎤᏤᎵᎦ, ᎠᎴ ᎾᏍᏉ ᎤᏂᏣᏖ ᏅᏩᎾᏓᎴᎢ.
ପୁଣି, ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହି ଅନ୍ୟାନ୍ୟ ଅନେକ ଲୋକଙ୍କ ସହିତ ମଧ୍ୟ ପ୍ରଭୁଙ୍କ ବାକ୍ୟ ଶିକ୍ଷା ଦେଇ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
36 ᎢᎸᏍᎩᏃ ᏫᏄᏒᎸ ᏉᎳ ᎯᎠ ᏄᏪᏎᎸᎩ ᏆᏂᏆ; Ꭷ ᏔᎵᏁ ᏥᏙᏂᏩᏛᎱᎦ ᎢᏓᏓᏅᏟ ᏂᎦᎥ ᏕᎦᏚᏩᏗᏒ ᎾᎿᎭᎩᎾᎵᏥᏙᏂᏙᎸ ᎧᏃᎮᏛ ᎤᎬᏫᏳᎯ ᎤᏤᎵᎦ, ᏫᎾᏙᎴᎰᎯ ᏄᎾᏛᎿᎭᏕᎬᎢ.
କେତେକ ଦିନ ପରେ ପାଉଲ ବର୍ଣ୍ଣବ୍ବାଙ୍କୁ କହିଲେ, ଆସ, ଆମ୍ଭେମାନେ ଯେଉଁ ସବୁ ନଗରରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିଥିଲୁ, ସେହି ସମସ୍ତ ନଗରକୁ ଏବେ ବାହୁଡ଼ିଯାଇ ଭାଇମାନଙ୍କୁ ସାକ୍ଷାତ କରି, ସେମାନେ କିପ୍ରକାରେ ଅଛନ୍ତି ଦେଖିବା।
37 ᏆᏂᏆᏃ ᎤᏚᎵᏍᎬᎩ ᎤᎾᏘᏅᏍᏗᏱ ᏣᏂ ᎹᎦ ᏧᏙᎢᏛ.
ସେଥିରେ ମାର୍କ ନାମରେ ଖ୍ୟାତ ଯୋହନଙ୍କୁ ମଧ୍ୟ ସାଙ୍ଗରେ ଘେନିଯିବା ପାଇଁ ବର୍ଣ୍ଣବ୍ବାଙ୍କର ଇଚ୍ଛା ଥିଲା,
38 ᎠᏎᏃ ᏉᎳ ᎥᏝ ᎣᏏᏳ ᏳᏰᎸᏁ ᎤᎾᏘᏅᏍᏗᏱ, ᎾᏍᎩᏰᏃ ᎤᎾᏓᏓᎴᏓᏁᎴ ᏆᎻᏈᎵᏱ, ᎠᎴ ᎥᏝ ᏳᎾᎵᎪᏁᎴ ᏚᏂᎸᏫᏍᏓᏁᎵᏙᎲᎢ.
କିନ୍ତୁ ସେ ସେମାନଙ୍କୁ ଛାଡ଼ି ପଂଫୂଲିଆରୁ ଚାଲି ଆସିଥିଲେ ଓ ସେମାନଙ୍କ ସହିତ କାର୍ଯ୍ୟକୁ ଯାଇ ନ ଥିଲେ, ତାହାଙ୍କୁ ସାଙ୍ଗରେ ନେବାକୁ ପାଉଲ ଉଚିତ୍ ମନେ କଲେ ନାହିଁ।
39 ᎠᎴ ᎤᏣᏘ ᎤᏂᏲᏠᎯᏎᎸᎩ, ᎾᏍᎩ ᎢᏳᏍᏗ ᏫᏕᎬᏩᎾᎦᎴᏅᎲᎩ; ᏆᏂᏆᏃ ᎤᏘᏅᏒᎩ ᎹᎦ, ᎠᎴ ᏥᏳᎯ ᏭᏣᏅ ᏌᏈ ᏭᎶᏒᎩ.
ସେଥିରେ ଘୋର ବିବାଦ ଘଟିବାରୁ ସେମାନେ ପରସ୍ପରଠାରୁ ପୃଥକ୍ ହେଲେ, ବର୍ଣ୍ଣବ୍ବା ମାର୍କଙ୍କୁ ସାଙ୍ଗରେ ଘେନି ଜାହାଜରେ ସାଇପ୍ରସ୍ ଦ୍ବୀପକୁ ଗମନ କଲେ,
40 ᏉᎳᏃ ᎤᏑᏰᏒ ᏌᏱᎳ, ᎤᏂᎩᏒᎩ, ᎠᎾᏓᏅᏟ ᏕᎬᏩᏲᏒ ᎤᏁᎳᏅᎯ ᎤᏪᏙᎵᏍᏗᏱ.
କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କରି ଭାଇମାନଙ୍କ ଦ୍ୱାରା ପ୍ରଭୁଙ୍କ ଅନୁଗ୍ରହରେ ସମର୍ପିତ ହୋଇ ପ୍ରସ୍ଥାନ କଲେ,
41 ᏏᎵᏱᏃ ᎠᎴ ᏏᎵᏏᏱ ᎤᎶᏒᎩ, ᏓᎵᏂᎪᎯᏍᏗᏍᎬᎩ ᏧᎾᏁᎶᏗ ᏚᎾᏓᏡᏩᏗᏒᎢ.
ଆଉ ସେ ସିରିୟା ଓ କିଲିକିୟା ଦେଇ ଯାଉ ଯାଉ ମଣ୍ଡଳୀ-ସମୂହକୁ ସୁସ୍ଥିର କଲେ।

< ᎨᏥᏅᏏᏛ ᏄᎾᏛᏁᎵᏙᎸᎢ 15 >