< ᏉᎳ ᏧᏬᏪᎳᏅᎯ ᎢᎬᏱᏱ ᏗᎹᏗ ᏧᏬᏪᎳᏁᎸᎯ 3 >

1 ᎤᏙᎯᏳᎯᏯ ᎢᎦᏪᏛ; ᎢᏳᏃ ᎩᎶ ᎤᏚᏝᏍᎨᏍᏗ ᎠᏥᎦᏘᏗᏍᏗ ᎢᏳᎵᏍᏙᏗᏱ, ᎣᏍᏛ ᏗᎦᎸᏫᏍᏓᏁᏗ ᎨᏒ ᎤᏚᎵᏍᎨᏍᏗ.
ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି।
2 ᎠᏥᎦᏘᏗᏍᏗ ᎠᏗᎾ ᎠᏎ ᎪᎱᏍᏗ ᎾᏍᎦᏅᎾ ᎨᏎᏍᏗ, ᏌᏉᏉ ᎠᏓᏰᎮᏍᏗ, ᎨᏯᏔᎯ, ᎤᎵᏏᎾᎯᏍᏗ, ᎣᏍᏛ ᏧᎸᏫᏍᏓᏁᎯ, ᏧᏓᏓᏂᎸᏣᏘ, ᏗᎬᏩᏕᏲᏗ;
ଅତଏବ, ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ, ଆତ୍ମସଞ୍ଜମ, ଉତ୍ତମ ବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ,
3 ᎩᎦᎨ-ᎠᏗᏔᏍᏗ ᎤᎦᎾᏏᏍᎩ ᏂᎨᏒᎾ, ᏗᏓᏛᏂᎯ ᏂᎨᏒᎾ, ᏧᎬᏩᎶᏗ ᎤᎬᎥᏍᎩ ᏂᎨᏒᎾ, ᎤᏓᏅᏘᏍᎩᏂ, ᏧᏘᏲᏌᏘ ᏂᎨᏒᎾ, ᎠᏕᎸ ᏧᎨᏳᎯ ᏂᎨᏒᎾ.
ମଦ୍ୟପାୟୀ କି ବିବାଦ-ପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ,
4 ᎤᏩᏒ ᏚᏓᏘᎿᎭᎥ ᎣᏍᏛ ᏗᎧᎿᎭᏩᏗᏙᎯ, ᏧᏪᏥ ᎬᏬᎯᏳᎯᏳ ᎠᎴ ᎬᏩᎸᏉᏗᏳ ᎢᎬᏁᎯ.
ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ।
5 ᎢᏳᏰᏃ ᎩᎶ ᎾᎦᏔᎲᎾ ᏱᎩ ᎤᏩᏒ ᏚᏓᏘᎿᎭᎥ ᎣᏍᏛ ᏧᎧᎿᎭᏩᏗᏓᏍᏗᏱ, ᎦᏙ ᏱᎦᎵᏍᏙᏓ ᏱᏓᎦᏌᏯᏍᏓ ᏧᎾᏁᎶᎯ ᎤᎾᏓᏡᎬ ᎤᏁᎳᏅᎯ ᎤᏤᎵᎦ?
କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ବରଙ୍କ ମଣ୍ଡଳୀର ଦାୟିତ୍ୱ ନେବ?
6 ᎠᎴ ᎥᏞᏍᏗ ᎩᎳᎢ ᎤᎵᎪᏃᏅᎯ ᏱᎨᏎᏍᏗ, ᎠᏢᏉᏙᏗᏰᏃ ᎨᏒ ᏯᎵᏌᎳᏙᏓ ᎾᏍᎩᏃ ᎤᏍᎦᏅᏨᎯ ᎨᏒ ᏱᏚᏚᎪᏓᏏ ᎾᏍᎩᏯ ᎠᏍᎩᎾ ᏚᏚᎪᏓᏁᎸᎢ.
ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ଭଳି ଦଣ୍ଡଗ୍ରସ୍ତ ହେବେ।
7 ᎠᎴᏬ ᎣᏏᏳ ᎬᏩᏃᎮᏍᎩ ᏱᎩ ᎢᏴᏛ ᎤᏅᎫᏛᎢ, ᎤᏐᏅᏰᏃ ᎠᏥᏃᎮᏍᎩ ᏱᏅᎦᎵᏍᏓ, ᎠᎴ ᎠᏍᎩᎾ ᎤᏌᏛ ᏳᏪᎯ.
ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସମ୍ମାନ ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ।
8 ᎾᏍᎩᏯ ᎾᏍᏉ ᎠᏂᏯᏙᎯᎯ ᎨᏥᎸᏉᏗ ᎨᏎᏍᏗ, ᎥᏞᏍᏗ ᏧᏓᎴᏅᏛ ᎢᏯᏂᏪᏍᎩ ᏱᎨᏎᏍᏗ, ᎠᎴ ᎥᏞᏍᏗ ᏱᎦᎨᎠᏗᏔᏍᏗ ᎤᏂᎦᎾᏏᏍᎩ ᏱᎨᏎᏍᏗ, ᏞᏍᏗ ᏧᎬᏩᎶᏗ ᎤᏂᎬᎥᏍᎩ ᏱᎨᏎᏍᏗ;
ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୂଢ଼ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର, ଛଳନାବାକ୍ୟରହିତ,
9 ᏚᏂᏂᏴᏎᏍᏗᏍᎩᏂ ᎤᏕᎵᏛ ᎪᎯᏳᏗ ᎨᏒᎢ ᎠᏅᏗᏍᎨᏍᏗ ᎦᏓᎭ ᏂᎨᏒᎾ ᏗᎫᎪᏙᏗ ᎨᏒᎢ.
ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ;
10 ᎠᎴ ᎾᏍᎩ ᎯᎠ ᎢᎬᏱ ᏗᎪᎵᏰᎥᎯ ᎨᏎᏍᏗ, ᎩᎳ ᏚᏂᎸᏫᏍᏓᏁᎮᏍᏗ ᎠᏂᏯᏙᎯᎲ ᎪᎱᏍᏗ ᎦᎨᎫᎢᏍᏙᏗ ᏂᎨᏒᎾ ᎨᏎᏍᏗ.
ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି, ନିର୍ଦ୍ଦୋଷ ଦେଖାଗଲେ ସେବକ ପଦରେ ନିଯୁକ୍ତ ହେଉନ୍ତୁ।
11 ᎾᏍᏉᏃ ᏧᎾᏓᎵᎢ ᎨᏥᎸᏉᏗ ᎨᏎᏍᏗ, ᎤᏐᏅ ᎠᎾᏓᏃᎮᎵᏙᎯ ᏂᎨᏒᎾ, ᎠᏁᏯᏔᎯᏍᎩᏂ ᎨᏎᏍᏗ, ᏰᎵᎦᏯ ᎢᏯᎾᏛᏁᎯ ᏂᎦᎥ ᎪᎱᏍᏗ.
ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ।
12 ᎠᏯᏙᎯᎯ ᏌᏉᎭ ᎠᏓᏰᎮᏍᏗ, ᎣᏍᏛ ᏗᎧᎿᎭᏩᏗᏙᎯ ᏧᏪᏥ ᎠᎴ ᎤᏩᏒ ᏚᏓᏘᎿᎭᎥᎢ.
ସେବକମାନେ ଏକ ଏକ ସ୍ତ୍ରୀର ସ୍ୱାମୀ ହେଉନ୍ତୁ, ପୁଣି, ନିଜ ନିଜ ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ।
13 ᎾᏍᎩᏰᏃ ᎣᏍᏛ ᏧᏂᎸᏫᏍᏓᏁᎯ ᎨᏒ ᎠᏂᏯᏙᎯᎲᎢ, ᎠᏂᏩᏛᏗᎭ ᎣᏍᏛ ᎨᎦᏓᏅᏖᏗᏱ, ᎠᎴ ᎤᏣᏘ ᏄᎾᏰᎯᏍᏛᎾ ᎠᏓᏅᏓᏗᏍᏗᏱ ᎪᎯᏳᏗ ᎨᏒ ᎦᎶᏁᏛ ᏥᏌ.
କାରଣ ଯେଉଁମାନେ ଉତ୍ତମ ରୂପେ ସେବକ କାର୍ଯ୍ୟ କରିଅଛନ୍ତି, ସେମାନେ ନିଜ ନିଜ ପାଇଁ ଉତ୍ତମ ଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସମୂଳକ ଅଧିକ ସାହସ ପାଇବେ।
14 ᎾᏍᎩ ᎯᎠ ᏧᏓᎴᏅᏛ ᏫᎬᏲᏪᎳᏏ, ᎠᎴ ᎤᏚᎩ ᎠᏋᎭ ᏂᎪᎯᎸᎾᏉ ᏫᎬᎷᏤᏗᏱ;
ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି;
15 ᎢᏳᏍᎩᏂᏃᏅ ᎠᏉᎯᏤᎵᏙᎸᎭ ᎾᏍᎩ ᏣᏙᎴᎰᎯᏍᏗᏱ ᎢᏣᏛᏁᏗᏱ ᏗᏣᎸᏫᏍᏓᏁᏗᏱ ᎤᏁᎳᏅᎯ ᎤᏤᎵ ᎠᏓᏁᎸᎢ, ᎾᏍᎩ ᏧᎾᏁᎶᏗ ᎤᎾᏓᏡᎬ ᎬᏂᏛ ᎤᏁᎳᏅᎯ ᎤᏤᎵ ᏥᎩ, ᎦᎫᏍᏛᏗ ᎠᎴ ᎤᎵᏍᏓᏱᏙ ᏥᎩ ᏚᏳᎯᏛ ᎨᏒᎢ.
ମାତ୍ର ଯେବେ ମୋହର ବିଳମ୍ବ ହୁଏ, ତେବେ ଈଶ୍ବରଙ୍କ ଗୃହରେ, ଅର୍ଥାତ୍‍ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ୱରୂପ ଜୀବିତ ଈଶ୍ବରଙ୍କ ମଣ୍ଡଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜାଣି ପାର, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି।
16 ᎠᎴ ᏄᏜᏓᏏᏛᏒᎾ ᎤᏍᏆᏂᎪᏗᏳ ᎤᏕᎵᏛ ᎤᏁᎳᏅᎯ ᏗᏁᎶᏗ ᎨᏒᎢ; ᎤᏁᎳᏅᎯ ᎬᏂᎨᏒ ᎾᎬᏁᎴ ᎤᏬᏓᎵ ᎨᏒᎢ, ᏄᏠᎾᏍᏛᎾ ᎬᏂᎨᏒ ᏄᏩᏁᎴ ᎠᏓᏅᏙ, ᏗᏂᎧᎿᎭᏩᏗᏙᎯ ᎬᏩᎪᎮᎢ, ᏧᎾᏓᎴᏅᏛ ᏴᏫ ᎨᎦᎵᏥᏙᏁᎴ ᎾᏍᎩ ᎠᏥᏃᎮᏍᎨᎢ, ᎠᏂ ᎡᎶᎯ ᎠᎪᎢᏳᏁᎢ, ᎦᎸᏉᏗᏳ ᏗᎨᏒ ᏫᏓᎦᏓᏂᎸᏤᎢ.
ଈଶ୍ବରପରାୟଣତାର ନିଗୂଢ଼ତତ୍ତ୍ୱ ଯେ ମହତ୍, ଏହା ସମସ୍ତେ ସ୍ୱୀକାର କରନ୍ତି। ତାହା ଏହି, ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ୱାରା ଦେଖାଗଲେ, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ୱାସପାତ୍ର ହେଲେ, ଗୌରବରେ ସେ ସ୍ୱର୍ଗକୁ ଉତ୍ଥିତ ହେଲେ।

< ᏉᎳ ᏧᏬᏪᎳᏅᎯ ᎢᎬᏱᏱ ᏗᎹᏗ ᏧᏬᏪᎳᏁᎸᎯ 3 >