< ᎪᎵᏂᏗᏱ ᎠᏁᎯ ᎢᎬᏱᏱ ᎨᎪᏪᎳᏁᎸᎯ 12 >

1 ᎾᏃ ᎠᏓᏅᏙ ᎤᎵᏍᎪᎸᏔᏅᎯ ᎤᎬᏩᎵ, ᎢᏓᎵᏅᏟ, ᎥᏝ ᎾᏂᎦᏔᎲᎾ ᎨᏎᏍᏗ, ᏱᏨᏰᎵᏎᎭ.
ହେ ଭାଇମାନେ, ଆତ୍ମିକ ଦାନ ସମ୍ବନ୍ଧରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।
2 ᎢᏥᎦᏔᎭ ᎾᏍᎩ ᏂᏥᎦᏔᎾᎥᎾ ᏥᎨᏒᎩ, ᏥᏕᏥᏍᏓᏩᏗᏒᎩ ᎯᎠ ᎾᏍᎩ ᏧᏅᎨᏫ ᎤᏁᎳᏅᎯ ᏗᏰᎸᎯ ᎾᏍᎩᏯ ᏥᏕᏣᏘᏂᏙᎲᎩ.
ତୁମ୍ଭେମାନେ ଜାଣ ଯେ, ଯେତେବେଳେ ତୁମ୍ଭେମାନେ ଅଣଯିହୁଦୀ ଥିଲ, ସେତେବେଳେ ଯେପରି ପରିଚାଳିତ ହେଉଥିଲ, ସେହିପରି ଭ୍ରାନ୍ତ ଭାବରେ ଚାଳିତ ହୋଇ ମୂକ ପ୍ରତିମାମାନଙ୍କ ଅନୁଗତ ଥିଲ।
3 ᎾᏍᎩᏃ ᎢᏳᏍᏗ ᎢᏨᏃᎮᎮᎭ, ᎾᏍᎩ ᎩᎶ ᎤᏁᎳᏅᎯ ᎤᏓᏅᏙ ᏱᎬᏗ ᏱᎦᏬᏂᎭ, ᏥᏌ ᎠᏥᏍᎩᏅᏛᎯ ᎥᏝ ᏰᎵ ᏴᎬᏛ; ᎥᏝ ᎠᎴ ᎩᎶ ᏥᏌ ᎤᎬᏫᏳᎯ ᏴᎬᏛ, ᎬᏂ ᎦᎸᏉᏗᏳ ᎠᏓᏅᏙ ᏱᎬᏗᎭ.
ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଜଣାଉଅଛି, ଈଶ୍ବରଙ୍କ ଆତ୍ମା ପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ “ଯୀଶୁ ଅଭିଶପ୍ତ” ବୋଲି କୁହେ ନାହିଁ, ପୁଣି, କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ “ଯୀଶୁ ପ୍ରଭୁ” ବୋଲି କହିପାରେ ନାହିଁ।
4 ᏧᏓᎴᏅᏛᏍᎩᏂᏃᏅ ᏗᎦᎸᏫᏍᏓᏁᏗ ᎠᎵᏍᎪᎸᏔᏅᎯ, ᎠᏎᏃ ᎾᏍᎩᏉ ᏌᏉ ᎠᏓᏅᏙ.
ଅନୁଗ୍ରହ ଦାନ ବିଭିନ୍ନ ପ୍ରକାର, କିନ୍ତୁ ଆତ୍ମା ଏକ;
5 ᎠᎴ ᏧᏓᎴᏅᏛ ᏗᎦᎸᏫᏍᏓᏁᏗ ᎨᏒᎢ, ᎠᏎᏃ ᎾᏍᎩᏉ ᏌᏉ ᎤᎬᏫᏳᎯ.
ସେବା ବିଭିନ୍ନ ପ୍ରକାର, ଆଉ, ପ୍ରଭୁ ଏକ;
6 ᎠᎴ ᏧᏓᎴᏅᏛ ᏗᎬᏩᏂᎸᏫᏍᏓᏁᏗ ᎢᎨᎬᏁᏗ ᎨᏒᎢ, ᎠᏎᏃ ᎾᏍᎩᏉ ᏌᏉ ᎤᏁᎳᏅᎯ ᏂᎦᏛ ᎾᏍᎩ ᏗᎬᏩᏂᎸᏫᏍᏓᏁᏗ ᎢᎨᎬᏁᎯ ᎾᏂᎥᎢ.
କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ବର ଏକ, ସେ ସମସ୍ତଙ୍କଠାରେ ସମସ୍ତ ସାଧନ କରନ୍ତି।
7 ᎬᏂᎨᏒᏍᎩᏂ ᏂᎬᏁᎲ ᎠᏓᏅᏙ ᎠᏂᏏᏴᏫᎭ ᎨᏥᏁᎭ ᎪᎱᏍᏗ ᎣᏍᏛ ᎤᏅᏙᏗᏱ.
କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ।
8 ᎠᏏᏴᏫᏰᏃ ᎤᎵᏍᎪᎸᏓᏁᎸᎯ ᎨᏐ ᎠᏓᏅᏙ ᎠᏏᎾᏍᏛ ᎤᏬᏂᎯᏍᏗᏱ; ᏅᏩᏓᎴᏃ ᎠᎦᏔᎾᎢ ᎢᎦᎦᏛ ᎤᏬᏂᎯᏍᏗᏱ ᎾᏍᎩᏉ ᎠᏓᏅᏙ ᎤᎵᏍᎪᎸᏓᏁᎸᎯ ᎨᏐᎢ;
କାରଣ ଜଣକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିର ବାକ୍ୟ, ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଶିକ୍ଷାନୁଯାୟୀ ଜ୍ଞାନର ବାକ୍ୟ,
9 ᏅᏩᏓᎴᏃ ᎪᎯᏳᏗ ᎨᏒ ᎾᏍᎩᏉ ᎠᏓᏅᏙ ᎤᎵᏍᎪᎸᏓᏁᎸᎯ ᎨᏐᎢ; ᏅᏩᏓᎴᏃ ᎠᏥᏁᎰ ᏧᏓᏅᏬᏗᏱ, ᎾᏍᎩᏉ ᎠᏓᏅᏙ ᎤᎵᏍᎪᎸᏓᏁᎸᎯ ᎨᏐᎢ;
ଅପର ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ବିଶ୍ୱାସ, ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ୱାରା ଆରୋଗ୍ୟ କରିବାର ଶକ୍ତି,
10 ᏅᏩᏓᎴᏃ ᎤᏍᏆᏂᎪᏗ ᏧᎸᏫᏍᏓᏁᏗᏱ; ᏅᏩᏓᎴᏃ ᎤᏙᎴᎰᎯᏍᏗᏱ; ᏅᏩᏓᎴᏃ ᏗᏓᏅᏙ ᏄᎾᏍᏛ ᏧᎪᎵᏰᏗᏱ; ᏅᏩᏓᎴᏃ ᎢᎸᏍᎩ ᎢᏳᏓᎴᎩ ᏧᏬᏂᎯᏍᏗᏱ; ᏅᏩᏓᎴᏃ ᏧᏁᏢᏙᏗᏱ ᏧᏓᎴᏅᏛ ᏗᎦᏬᏂᎯᏍᏗ ᎨᏒᎢ;
ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ।
11 ᎠᏎᏃ ᎯᎠ ᎾᏍᎩ ᏂᎦᏛ ᏧᏓᎴᏅᏛ ᎾᏍᎩᏉ ᏌᏉ ᎠᏓᏅᏙ ᏕᎤᎸᏫᏍᏓᏁᎰᎢ, ᏓᏯᏙᎮᎰ ᎾᏂᎥ ᏧᎾᏁᎳᎩᎭ ᏧᎾᏤᎵ, ᎯᎠᏉ ᏄᏍᏕᏍᏗ ᎡᎵᏍᎬᎢ.
କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ଭିନ୍ନ ଭିନ୍ନ ରୂପେ ଦାନ ବିତରଣ କରି ଏହି ସମସ୍ତ କର୍ମ ସାଧନ କରନ୍ତି।
12 ᎠᏰᎸᏰᏃ ᏌᏉᏉ ᏥᎩ, ᎠᎴ ᎤᏣᏘ ᏥᏚᏫᏞᏫᏒ, ᎠᎴ ᏂᎦᏛ ᎾᏍᎩ ᏌᏉ ᎠᏰᎸ ᏚᏫᏞᏫᏒ, ᎤᏣᏘ ᎨᏒ, ᏌᏉᏉ ᎠᏰᎸ ᏥᏂᎦᎵᏍᏗᎭ; ᎾᏍᎩᏯ ᎾᏍᏉ ᏄᏍᏗ ᎦᎶᏁᏛ.
କାରଣ ଯେପରି ଶରୀର ଏକ, ଆଉ ସେଥିର ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ।
13 ᏌᏉᎯᏰᏃ ᎠᏓᏅᏙ ᎢᏳᏩᏂᏌᏛ ᏂᏗᎥ ᏤᎦᏬᎥᎯ ᏌᏉ ᎠᏰᎸ ᎢᏰᎬᏁᎸᎯ, ᎾᏍᏉ ᎢᏗᏧᏏ ᎠᎴ ᏗᎦᏓᎴᏅᏛ ᏴᏫ ᏱᎩ; ᎾᏍᏉ ᏤᎩᎾᏝᎢ ᎠᎴ ᏤᎩᎾᏝᎢ ᏂᎨᏒᎾ ᏱᎩ; ᎠᎴ ᏂᏗᎥ ᏌᏉᏉ ᎠᏓᏅᏙ ᎢᎦᏗᏔᏍᏗᏱ ᎢᏰᎬᏁᎸᎯ.
ଯେଣୁ ଆମ୍ଭେମାନେ ଯିହୁଦୀ ହେଉ ବା ଗ୍ରୀକ୍‍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ; ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ।
14 ᎠᏰᎸᏰᏃ ᎥᏝ ᏌᏉᏉ ᎤᏫᏞᏫᏒ ᏱᎩ, ᎤᏣᏘᏍᎩᏂ ᏚᏫᏞᏫᏒᎢ.
କାରଣ ଶରୀର ତ ଏକ ଅଙ୍ଗ ନୁହେଁ, ମାତ୍ର ଅନେକ।
15 ᎢᏳᏃ ᎣᎳᏏᏕᏂ ᎯᎠ ᏱᏄᏪᏒ, ᎠᏴ ᎤᏬᏰᏂ ᏂᎨᏒᎾ ᏥᎩ ᎥᏝ ᎠᏰᎸ ᏯᏆᏘᏝ, ᎾᏍᎩᏍᎪ ᏅᏗᎦᎵᏍᏙᏗᎭ ᎥᏝ ᎠᏰᎸ ᏳᏘᏝ?
ପାଦ ଯଦି କହେ, ମୁଁ ହାତ ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ।
16 ᎢᏳ ᎠᎴ ᎠᎦᎴᏂ ᎯᎠ ᏱᏄᏪᏒ, ᎠᏴ ᎠᎦᏔ ᏂᎨᏒᎾ ᏥᎩ ᎥᏝ ᎠᏰᎸ ᏯᏆᏘᏝ; ᎾᏍᎩᏍᎪ, ᏅᏗᎦᎵᏍᏙᏗᎭ ᎥᏝ ᎠᏰᎸ ᏳᏘᏝ?
ପୁଣି, କାନ ଯଦି କହେ, ମୁଁ ଆଖି ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ।
17 ᎢᏳᏃ ᏂᎬ ᎠᏰᎸ ᎠᎦᏔ ᏱᎩ, ᎭᏢ ᎠᏛᎪᏙᏗ ᏱᎩ? ᎢᏳᏃ ᏂᎬ ᎠᏛᎪᏙᏗ ᏱᎩ, ᎭᏢ ᎣᏪᏩᏒᎢᏍᏙᏗᏱ ᏱᎩ?
ସମସ୍ତ ଶରୀର ଯଦି ଚକ୍ଷୁ ହୁଏ, ତେବେ ଶ୍ରବଣ କେଉଁଠାରେ? ସମସ୍ତ ଶରୀର ଯଦି କର୍ଣ୍ଣ ହୁଏ, ତେବେ ଶୁଂଘିବା କେଉଁଠାରେ?
18 ᎠᏎᏃ ᎤᏁᎳᏅᎯ ᏚᏫᏞᏫᏒ ᏂᎦᏛ ᏌᏉᎭ ᎨᏒ ᎾᎿᎭᎠᏰᎸ ᎾᏍᎩᏯ ᎣᏏᏳ ᎤᏰᎸᏅᎢ.
କିନ୍ତୁ ଈଶ୍ବର ଅଙ୍ଗପ୍ରତ୍ୟଙ୍ଗକୁ ଗୋଟି ଗୋଟି କରି ଶରୀରରେ ଆପଣା ଇଚ୍ଛାନୁସାରେ ଖଞ୍ଜିଅଛନ୍ତି।
19 ᎢᏳᏃ ᏂᎦᏛ ᏌᏉᏉ ᎤᏫᏢ ᏱᎩ, ᎭᏢ ᎠᏰᎸ ᏱᎩ?
ଆଉ, ଯଦି ସେ ସମସ୍ତ ଗୋଟିଏ ଅଙ୍ଗ ହୋଇଥାଆନ୍ତା, ତେବେ ଶରୀର କେଉଁଠାରେ?
20 ᎤᏣᏘᏍᎩᏂ ᏕᎤᏫᏞᏫᏒ, ᎠᏎᏃ ᏌᏉᏉ ᎠᏰᎸᎢ.
କିନ୍ତୁ ପ୍ରକୃତରେ ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀର ଏକ।
21 ᎠᎴ ᎠᎦᏔ ᎥᏝ ᎯᎠ ᎢᎬᏩᏪᏎᏗ ᏱᎩ ᎤᏬᏰᏂ, ᎥᏝ ᏱᎬᏯᏚᎵᎭ; ᎠᎴᏬ ᎠᏍᎪᎵ ᎥᏝ ᎯᎠ ᎢᏗᎬᏩᏪᏎᏗ ᏱᎩ ᏧᎳᏏᏕᏂ, ᎥᏝ ᏱᏗᏍᏛᏯᏑᎵᎭ.
ତୋʼଠାରେ ମୋହର ପ୍ରୟୋଜନ ନାହିଁ ବୋଲି ଆଖି ହାତକୁ କହିପାରେ ନାହିଁ, କିଅବା ତୋʼଠାରେ ମୋହର ପ୍ରୟୋଜନ ନାହିଁ ବୋଲି ମସ୍ତକ ପାଦକୁ କହିପାରେ ନାହିଁ।
22 ᎥᏝ, ᎾᏍᎩᏍᎩᏂ ᎠᏰᎸ ᏤᎯ ᎤᏟ ᎢᏗᏩᎾᎦᎳ ᏥᏅᏩᏍᏙᎢ, ᎾᏍᎩ ᎤᏟ ᎤᎵᏍᎨᏛ ᎨᏐᎢ.
ବରଂ ଅନ୍ୟ ପକ୍ଷରେ ଶରୀରର ଯେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅଧିକ ଦୁର୍ବଳ ବୋଲି ବୋଧ ହୁଏ, ସେହିସବୁ ଏକାନ୍ତ ପ୍ରୟୋଜନୀୟ;
23 ᎠᎴ ᎾᏍᎩ ᎠᏰᎸ ᏤᎯ ᎾᏍᎩ ᎡᏍᎦ ᎢᏴᏛ ᎢᏗᎦᎸᏉᏗ ᎢᎩᏰᎸᏒ, ᎾᏍᎩ ᎤᏟ ᎢᏗᎦᎸᏉᏗ ᏂᏕᏛᏁᎰᎢ; ᎠᎴ ᏄᏬᏚᏒᎾ ᎨᏒ ᏂᎦᏛᏅᎢ ᎾᏍᎩ ᎤᏟ ᎤᏬᏚᎯᏳ ᏂᎦᎵᏍᏗᏍᎪᎢ;
ପୁଣି, ଶରୀରର ଯେଉଁ ସବୁ ଅଙ୍ଗ ଅଧିକ ଆଦରହୀନ ବୋଲି ଆମ୍ଭମାନଙ୍କୁ ବୋଧ ହୁଏ, ସେହିସବୁ ଅଙ୍ଗକୁ ଆମ୍ଭେମାନେ ଅଧିକତର ସମାଦରରେ ଭୂଷିତ କରୁ; ଆଉ ଆମ୍ଭମାନଙ୍କ ଅନାଦର ଅଙ୍ଗଗୁଡ଼ିକ ଅଧିକତର ଶୋଭାଯୁକ୍ତ ହୁଏ,
24 ᎤᏬᏚᎯᏳᏍᎩᏂ ᏂᎦᏛᏅᎢ ᎥᏝ ᏳᏂᎬᎪᎢ; ᎤᏁᎳᏅᎯᏍᎩᏂ ᏚᏭᏓᏔᏂᏙᎸ ᎠᏰᎸᎢ, ᎤᏟ ᎢᎦᎢ ᎦᎸᏉᏗᏳ ᏄᏩᏁᎸ ᎾᏍᎩ ᎾᎿᎭᎡᏍᎦ ᎨᏒᎢ;
କିନ୍ତୁ ଆମ୍ଭମାନଙ୍କର ସୁନ୍ଦର ଅଙ୍ଗଗୁଡ଼ିକର ଶୋଭାଯୁକ୍ତ ହେବା ପ୍ରୟୋଜନ ନାହିଁ।
25 ᎾᏍᎩ ᎾᎿᎭᎠᏰᎸ ᎢᎸᎯᏢ ᏧᎦᎴᏅᏛ ᏂᎨᏒᎾ ᎢᏳᎵᏍᏙᏗᏱ; ᎾᏍᎩ ᏚᏫᏞᏫᏒ ᏧᎾᏓᏍᏆᏂᎪᏗᏳ ᎢᏳᎵᏍᏙᏗᏱ.
ମାତ୍ର ଯେପରି ଶରୀର ମଧ୍ୟରେ ବିଭେଦ ନ ଘଟେ, ବରଂ ଅଙ୍ଗପ୍ରତ୍ୟଙ୍ଗ ସମଭାବରେ ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି, ଏଥିପାଇଁ ଈଶ୍ବର ଆଦରହୀନ ଅଙ୍ଗକୁ ଅଧିକତର ସମାଦର ଦେଇ ଶରୀରକୁ ସଙ୍ଗଠନ କରିଅଛନ୍ତି।
26 ᎾᏍᎩ ᎢᏳᏃ ᏌᏉ ᎤᏫᏢ ᏯᎩᎵᏲᎦ, ᏂᎦᏛ ᏚᏫᏢ ᎤᎾᏠᏯᏍᏗᎭ ᎠᏂᎩᎵᏲᎦ; ᎠᎴ ᎢᏳ ᏌᏉ ᎤᏫᏢ ᎦᎸᏉᏔᏅᎯ ᏱᎩ, ᏂᎦᏛ ᏚᏫᏢ ᎤᎾᏠᏯᏍᏗᎭ ᎠᎾᎵᎮᎵᎦ.
ଆଉ, ଗୋଟିଏ ଅଙ୍ଗ ଦୁଃଖଭୋଗ କଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତାହାର ସହିତ ଦୁଃଖଭୋଗ କରନ୍ତି, କିମ୍ବା ଗୋଟିଏ ଅଙ୍ଗ ଗୌରବପ୍ରାପ୍ତ ହେଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତାହାର ସହିତ ଆନନ୍ଦ କରନ୍ତି।
27 ᏂᎯᏃ ᎾᏍᎩ ᎦᎶᏁᏛ ᎠᏰᎸᎢ, ᎠᎴ ᏚᏫᏞᏫᏒᎢ ᎾᏍᎩ ᎢᏥᏏᏴᏫᎭ ᎨᏒᎢ.
ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର, ଆଉ ଏକ ଏକ ଜଣ ଏକ ଏକ ଅଙ୍ଗ ସ୍ୱରୂପ।
28 ᎠᎴ ᎤᏁᎳᏅᎯ ᏕᎤᏪᎧᏅ ᎠᏂᏏᏴᏫᎭ ᎾᎿᎭᏧᎾᏁᎶᏗ ᎤᎾᏓᏡᎬᎢ; ᎢᎬᏱ ᎨᏒ, ᎨᏥᏅᏏᏛ; ᏔᎵᏁᏃ ᎨᏒ, ᎠᎾᏙᎴᎰᏍᎩ; ᏦᎢᏁᏃ ᎨᏒ, ᏗᎾᏕᏲᎲᏍᎩ; ᎣᏂᏃ, ᎤᏍᏆᏂᎪᏗ ᏧᏂᎸᏫᏍᏓᏁᎯ; ᎿᎭᏉᏃ ᎨᎦᎵᏍᎪᎸᏓᏁᎸᎯ ᏧᎾᏓᏅᏬᏗᏱ, ᎠᎾᎵᏍᏕᎵᏍᎩ, ᏄᏂᎬᏫᏳᏌᏕᎩ, ᎢᎸᏍᎩ ᎢᏳᏓᎴᎩ ᏗᏂᏬᏂᏍᎩ.
ପୁଣି, ଈଶ୍ବର ମଣ୍ଡଳୀରେ ପ୍ରଥମରେ ପ୍ରେରିତ, ଦ୍ୱିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ, ଏହିପରି ବିଭିନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରିଅଛନ୍ତି; ପରେ ଆଶ୍ଚର୍ଯ୍ୟର କାର୍ଯ୍ୟ, ତତ୍ପରେ ଆରୋଗ୍ୟ କରିବାର ଶକ୍ତି, ପରୋପକାରିତା, ପରିଚାଳନାର କ୍ଷମତା ଓ ବିଭିନ୍ନ ପରଭାଷା ଦାନ କରିଅଛନ୍ତି।
29 ᏂᎦᏛᏍᎪ ᎨᏥᏅᏏᏛ? ᏂᎦᏛᏍᎪ ᎠᎾᏙᎴᎰᏍᎩ? ᏂᎦᏛᏍᎪ ᏗᎾᏕᏲᎲᏍᎩ? ᏂᎦᏛᏍᎪ ᎤᏍᏆᏂᎪᏗ ᏧᏂᎸᏫᏍᏓᏁᎯ?
ସମସ୍ତେ କି ପ୍ରେରିତ? ସମସ୍ତେ କି ଭାବବାଦୀ? ସମସ୍ତେ କି ଶିକ୍ଷକ? ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ?
30 ᏂᎦᏛᏍᎪ ᏧᎾᏓᏅᏬᏗᏱ ᎨᎦᎵᏍᎪᎸᏓᏁᎸᎯ? ᏂᎦᏛᏍᎪ ᎢᎸᏍᎩ ᎢᏳᏓᎴᎩ ᏓᏂᏬᏂᎭ? ᏂᎦᏛᏍᎪ ᎠᎾᏁᏢᏗᎭ?
ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କି ପରଭାଷାରେ କଥା କହନ୍ତି? ସମସ୍ତେ କି ଭାଷାର ଅର୍ଥ କରନ୍ତି?
31 ᎤᏣᏘ ᎠᏗᎾ ᎢᏣᏚᎵᏍᎨᏍᏗ ᎣᏌᏂ ᎤᏓᏁᏗ ᎨᏒᎢ; ᎠᏎᏃ ᎬᏂᎨᏒ ᏅᏛᏨᏴᏁᎵ ᎤᏟ ᎢᏲᏍᏛ ᎢᏯᏛᏁᏗᏱ.
କିନ୍ତୁ ଶ୍ରେଷ୍ଠ ଦାନସମସ୍ତ ପାଇବା ନିମନ୍ତେ ଏକାନ୍ତ ଚେଷ୍ଟା କର। ଅଧିକନ୍ତୁ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଉଅଛି।

< ᎪᎵᏂᏗᏱ ᎠᏁᎯ ᎢᎬᏱᏱ ᎨᎪᏪᎳᏁᎸᎯ 12 >