< Judges 19 >

1 Ní ọjọ́ wọ̀n-ọn-nì Israẹli kò ní ọba. Ọ̀kan nínú àwọn ọmọ Lefi tí ń gbé ibi tí ó sá pamọ́ nínú àwọn agbègbè òkè Efraimu, mú àlè kan láti Bẹtilẹhẹmu ní Juda.
ଇସ୍ରାଏଲ ମଧ୍ୟରେ ରାଜା ନ ଥିବା ସମୟରେ ଏପରି ଘଟିଲା ଯେ, ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶରେ ପ୍ରବାସୀ ଏକ ଲେବୀୟ ଲୋକ ବେଥଲିହିମ-ଯିହୁଦାରୁ ଏକ ଉପପତ୍ନୀ ଗ୍ରହଣ କଲା।
2 Ṣùgbọ́n àlè rẹ̀ náà sì ṣe panṣágà sí i, òun fi sílẹ̀, ó sì padà lọ sí ilé baba rẹ̀ ní Bẹtilẹhẹmu ti Juda, ó sì wà ní ibẹ̀ ní ìwọ̀n oṣù mẹ́rin,
ପୁଣି ତାହାର ଉପପତ୍ନୀ ତାହା ବିରୁଦ୍ଧରେ କ୍ରୋଧ କରି ତାହା ନିକଟରୁ ବାହାରିଯାଇ ବେଥଲିହିମ ଯିହୁଦାରେ ଆପଣା ପିତୃଗୃହରେ ଚାରି ମାସ କାଳ ରହିଲା।
3 ọkọ rẹ̀ lọ sí ibẹ̀ láti rọ̀ ọ́ pé kí ó padà sí ọ̀dọ̀ òun. Nígbà tí ó ń lọ ó mú ìránṣẹ́ àti kẹ́tẹ́kẹ́tẹ́ méjì lọ́wọ́, obìnrin náà mú un wọ inú ilé baba rẹ̀ lọ, nígbà tí baba obìnrin náà rí i ó fi tayọ̀tayọ̀ gbà á.
ଏଥିଉତ୍ତାରେ ତାହାର ଉପପତି ତାହାକୁ ପ୍ରୀତିବଚନ କହି ଫେରାଇ ଆଣିବାକୁ ଆପଣା ସଙ୍ଗେ ଏକ ଦାସ ଓ ଦୁଇ ଗର୍ଦ୍ଦଭ ନେଇ ତାହା ନିକଟକୁ ଗଲା; ତହିଁରେ ସେହି ସ୍ତ୍ରୀ ତାହାକୁ ଆପଣା ପିତୃଗୃହକୁ ଆଣିଲା; ତହିଁରେ ସେହି ଯୁବତୀର ପିତା ସେହି ବ୍ୟକ୍ତିକୁ ଦେଖି ତାହା ସହିତ ସାକ୍ଷାତ କରି ଆନନ୍ଦିତ ହେଲା।
4 Àna rẹ̀, baba ọmọbìnrin náà rọ̀ ọ́, ó sì borí rẹ̀ láti dá a dúró fún ìgbà díẹ̀, òun sì dúró fún ọjọ́ mẹ́ta, ó ń jẹ, ó ń mu, ó sì ń sùn níbẹ̀.
ଏହେତୁରୁ ଲେବୀୟ ଲୋକର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ ଅଟକାଇଲା, ତହୁଁ ସେ ତାହା ସଙ୍ଗେ ତିନି ଦିନ ରହିଲା, ପୁଣି ସେମାନେ ଭୋଜନପାନ କରି ସେଠାରେ ରାତ୍ରି କ୍ଷେପଣ କଲେ।
5 Ní ọjọ́ kẹrin, wọ́n dìde ní òwúrọ̀ kùtùkùtù òun sì múra láti padà lọ, ṣùgbọ́n baba ọmọbìnrin náà wí fún àna rẹ̀ pé, “Fi ohun jíjẹ díẹ̀ gbé inú ró nígbà náà kí ìwọ máa lọ.”
ପୁଣି ଚତୁର୍ଥ ଦିନ ସେମାନେ ଅତି ପ୍ରଭାତରେ ଉଠିଲେ ଓ ସେ ପ୍ରସ୍ଥାନ କରିବାକୁ ଉଦ୍ୟତ ହୁଅନ୍ତେ, ସେହି ଯୁବତୀର ପିତା ଆପଣା ଜୁଆଁଇକି କହିଲା, “ମୁଠିଏ ଆହାର କରି ପ୍ରାଣ ତୃପ୍ତ କର; ତହିଁ ଉତ୍ତାରେ ଆପଣା ବାଟରେ ଯିବ।”
6 Àwọn méjèèjì sì jùmọ̀ jókòó láti jọ jẹun àti láti jọ mu. Lẹ́yìn èyí ni baba ọmọbìnrin wí pé, “Jọ̀wọ́ dúró ní alẹ́ yìí kí o sì gbádùn ara rẹ.”
ତହୁଁ ସେ ଦୁହେଁ ଏକତ୍ର ବସି ଭୋଜନପାନ କଲେ; ଏଥିରେ ସେହି ଯୁବତୀର ପିତା ସେହି ଲେବୀୟ ଲୋକକୁ କହିଲା, “ଅନୁଗ୍ରହ କରି ଏହି ରାତ୍ରିଟି ରହି ଯାଅ, ଆପଣା ମନକୁ ଖୁସି କର।”
7 Nígbà tí ọkùnrin náà dìde láti máa lọ, baba ìyàwó rẹ̀ rọ̀ ọ́, torí náà ó sùn níbẹ̀ ní alẹ́ ọjọ́ náà.
ତଥାପି ସେ ପ୍ରସ୍ଥାନ କରିବାକୁ ଉଠିଲା; ମାତ୍ର ତାହାର ଶ୍ୱଶୁର ତାହାକୁ ଅନୁରୋଧ କରନ୍ତେ, ସେ ପୁନର୍ବାର ରାତ୍ରି କ୍ଷେପଣ କଲା।
8 Ní òwúrọ̀ ọjọ́ karùn-ún nígbà tí ó dìde láti lọ, baba ọmọbìnrin wí pé, “Fi oúnjẹ gbé ara ró. Dúró de ọ̀sán!” Àwọn méjèèjì sì jùmọ̀ jọ jẹun.
ପୁଣି ସେ ପଞ୍ଚମ ଦିନ ଅତି ପ୍ରଭାତରେ ଉଠି ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲା; ତହିଁରେ ଯୁବତୀର ପିତା କହିଲା, “ଅନୁଗ୍ରହ କରି ଆପଣା ପ୍ରାଣ ତୃପ୍ତ କର, ତୁମ୍ଭେମାନେ ଅପରାହ୍ନ ପର୍ଯ୍ୟନ୍ତ ରୁହ;” ଏଥିରେ ସେ ଦୁହେଁ ଭୋଜନ କଲେ।
9 Nígbà tí ọkùnrin náà, pẹ̀lú àlè àti ìránṣẹ́ rẹ̀, dìde láti máa lọ, àna rẹ̀, baba ọmọbìnrin náà ní, “Wò ó ilẹ̀ ti ń ṣú lọ, dúró níbí, ọjọ́ ti lọ. Dúró kí o sì gbádùn ara rẹ. Ìwọ lè jí ní àárọ̀ kùtùkùtù ọ̀la kí ìwọ sì máa lọ ilé.”
ଏଥିଉତ୍ତାରେ ସେ ଲେବୀୟ ପୁରୁଷ ଓ ତାହାର ଉପପତ୍ନୀ ଓ ଦାସ ପ୍ରସ୍ଥାନ କରିବାକୁ ଉଠନ୍ତେ, ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ କହିଲା, “ଦେଖ, ଏବେ ତ ସନ୍ଧ୍ୟା ନିକଟ ହେଉଅଛି, ଅନୁଗ୍ରହ କରି ରାତ୍ରିଟି ରହି ଯାଅନ୍ତ ଦେଖ, ଦିନ ଗଡ଼ି ଯାଉଛି, ଏଠାରେ ମନ ଖୁସି କରିବା ପାଇଁ ରାତ୍ରିଟି କ୍ଷେପଣ କର; କାଲି ବଡ଼ି ସକାଳୁ ଉଠି ଆପଣା ବାଟରେ ଘରକୁ ଯିବ।”
10 Ṣùgbọ́n nítorí pé òun kò fẹ́ dúró mọ́ níbẹ̀ ní òru náà ọkùnrin náà kúrò ó sì gba ọ̀nà Jebusi: ọ̀nà Jerusalẹmu pẹ̀lú àwọn kẹ́tẹ́kẹ́tẹ́ rẹ̀ méjèèjì tí ó fi dì í ní gàárì àti àlè rẹ̀.
ମାତ୍ର ସେ ଲୋକ ସେହି ରାତ୍ରି ରହିବାକୁ ଅସମ୍ମତ ହୋଇ ଉଠି ପ୍ରସ୍ଥାନ କଲା ଓ ଯିବୂଷ, ଅର୍ଥାତ୍‍, ଯିରୂଶାଲମ ନିକଟରେ ଉପସ୍ଥିତ ହେଲା; ପୁଣି ତାହା ସଙ୍ଗେ ସସଜ୍ଜ ଯୋଡ଼ିଏ ଗଧ ଓ ମଧ୍ୟ ତାହାର ଉପପତ୍ନୀ ଥିଲେ।
11 Nígbà tí wọ́n súnmọ́ Jebusi tí ilẹ̀ ti fẹ́ ṣú tan, ìránṣẹ́ náà sọ fún ọ̀gá rẹ̀ pé, “Ẹ wá, ẹ jẹ́ kí a dúró ní ìlú yìí tí í ṣe ti àwọn ará Jebusi kí a sì sùn níbẹ̀.”
ସେମାନେ ଯିବୂଷର ନିକଟବର୍ତ୍ତୀ ହେବା ବେଳକୁ ପ୍ରାୟ ଦିନ ଶେଷ ହୋଇଥିଲା; ଏଥିରେ ଦାସ ତାହାର ମୁନିବକୁ କହିଲା, “ବିନୟ କରୁଅଛି, ଆସ, ଆମ୍ଭେମାନେ ଯିବୂଷୀୟମାନଙ୍କ ଏହି ନଗରକୁ ଯାଇ ସେଠାରେ ରାତ୍ରି କ୍ଷେପଣ କରୁ।”
12 Ọ̀gá rẹ̀ dá a lóhùn pé, “Rárá o, àwa kì yóò wọ ìlú àwọn àjèjì, àwọn tí olùgbé ibẹ̀ kì í ṣe ọmọ Israẹli, a yóò dé Gibeah.”
ମାତ୍ର ତାହାର ମୁନିବ ତାହାକୁ କହିଲା, “ଆମ୍ଭେମାନେ ବିଦେଶୀୟମାନଙ୍କ ନଗରକୁ ଯିବୁ ନାହିଁ, ତାହା ଇସ୍ରାଏଲ-ସନ୍ତାନଗଣର ନୁହେଁ; ମାତ୍ର ଆମ୍ଭେମାନେ ଗିବୀୟା ଯାଏ ଯିବୁ।”
13 Ó fi kún un pé, ẹ wá ẹ jẹ́ kí a gbìyànjú kí a dé Gibeah tàbí Rama kí a sùn ní ọ̀kan nínú wọn.
ପୁଣି ସେ ଆପଣା ଦାସକୁ କହିଲା, “ଆସ, ଆମ୍ଭେମାନେ ଏହି ଦୁଇ ସ୍ଥାନରୁ କୌଣସି ଏକ ସ୍ଥାନକୁ ଯାଉ; ପୁଣି ଗିବୀୟା କି ରାମାରେ ରାତ୍ରି କାଟିବା।”
14 Wọ́n sì tẹ̀síwájú nínú ìrìnàjò wọn, oòrùn wọ̀ bí wọ́n ti súnmọ́ Gibeah tí ṣe ti àwọn Benjamini.
ତେଣୁ ସେମାନେ ଆପଣା ପଥରେ ଚାଲିଗଲେ; ପୁଣି ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାର ନିକଟବର୍ତ୍ତୀ ହେବା ବେଳେ ସୂର୍ଯ୍ୟ ଅସ୍ତ ହେଲା।
15 Wọ́n yípadà wọ́n lọ sí inú ìlú Gibeah láti wọ̀ síbẹ̀ ní òru náà, wọ́n lọ wọ́n sì jókòó níbi gbọ̀ngàn ìlú náà, ṣùgbọ́n kò sí ẹni tí ó gbà wọ́n sínú ilé rẹ̀ láti wọ̀ sí.
ତହୁଁ ସେମାନେ ଗିବୀୟାରେ ରାତ୍ରି କାଟିବା ପାଇଁ ବାଟ ଛାଡ଼ିଗଲେ; ପୁଣି ସେମାନେ ନଗର ଭିତରକୁ ଯାଇ ଦାଣ୍ଡରେ ବସିଲେ; କାରଣ ରାତ୍ରି କାଟିବା ପାଇଁ ସେମାନଙ୍କୁ ଆପଣା ଘରକୁ ନେବାକୁ କେହି ନ ଥିଲା।
16 Ní alẹ́ ọjọ́ náà ọkùnrin arúgbó kan láti àwọn òkè Efraimu, ṣùgbọ́n tí ń gbé ní Gibeah (ibẹ̀ ni àwọn ẹ̀yà Benjamini ń gbé) ń ti ibi iṣẹ́ rẹ̀ bọ̀ láti inú oko.
ସେତେବେଳେ ଦେଖ, ଜଣେ ବୃଦ୍ଧ ସନ୍ଧ୍ୟାକାଳେ ଆପଣା କ୍ଷେତ୍ରର କର୍ମରୁ ଆସୁଥିଲା; ସେ ଇଫ୍ରୟିମ-ପର୍ବତମୟ ଦେଶର ଲୋକ ଓ ଗିବୀୟାରେ ପ୍ରବାସ କରୁଥିଲା; ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମୀନ୍ ବଂଶୀୟ ଥିଲେ।
17 Nígbà tí ó wòkè ó rí arìnrìn-àjò náà ní gbọ̀ngàn ìlú náà, ọkùnrin arúgbó yìí bi í léèrè pé, “Níbo ni ò ń lọ? Níbo ni o ti ń bọ̀?”
ପୁଣି ସେ ଲୋକ ଅନାଇ ନଗରର ଦାଣ୍ଡରେ ସେହି ପଥିକକୁ ଦେଖିଲା ଓ ସେହି ବୃଦ୍ଧ ଲୋକ ପଚାରିଲା, “ତୁମ୍ଭେ କେଉଁଠାକୁ ଯାଉଅଛ? ପୁଣି କେଉଁଠାରୁ ଆସିଅଛ?”
18 Ọmọ Lefi náà dá a lóhùn pé, “Bẹtilẹhẹmu ti Juda ni àwa ti ń bọ̀, àwa sì ń lọ sí agbègbè tí ó sá pamọ́ ní àwọn òkè Efraimu níbi ti mo ń gbé. Mo ti lọ sí Bẹtilẹhẹmu ti Juda, èmi sì ń lọ sí ilé Olúwa nísinsin yìí. Kò sí ẹni tí ó gbà mí sí ilé rẹ̀.
ତହିଁରେ ସେ ତାହାକୁ କହିଲା, “ଆମ୍ଭେମାନେ ବେଥଲିହିମ-ଯିହୁଦାରୁ ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶକୁ ଯାଉଅଛୁ; ଆମ୍ଭେ ସେହି ସ୍ଥାନର ଲୋକ ଓ ବେଥଲିହିମ ଯିହୁଦାକୁ ଯାଇଥିଲୁ; ଏବେ ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଉଅଛି; ମାତ୍ର କେହି ମୋତେ ଆପଣା ଘରକୁ ନେବାକୁ ନାହିଁ।
19 Àwa ní koríko àti oúnjẹ tó tó fún àwọn kẹ́tẹ́kẹ́tẹ́ wa àti oúnjẹ àti wáìnì fún àwa ìránṣẹ́ rẹ—èmi, ìránṣẹ́bìnrin rẹ àti ọ̀dọ́mọkùnrin tí ó wà pẹ̀lú wa. A ò ṣe aláìní ohun kankan.”
ତଥାପି ଆମ୍ଭ ପାଖରେ ଆମ୍ଭମାନଙ୍କ ଗଧ ପାଇଁ ପାଳକୁଟା ଓ ଦାନା, ଉଭୟ ଅଛି; ମଧ୍ୟ ମୋʼ ପାଇଁ ଓ ତୁମ୍ଭର ଏହି ଦାସୀ ପାଇଁ ଓ ତୁମ୍ଭ ଦାସ ସଙ୍ଗେ ଥିବା ଏହି ଯୁବା ପାଇଁ ରୁଟି ଓ ଦ୍ରାକ୍ଷାରସ ଅଛି; କୌଣସି ବିଷୟରେ କିଛି ଅଭାବ ନାହିଁ।”
20 Ọkùnrin arúgbó náà sì wí pé. “Àlàáfíà fún ọ, bí ó ti wù kí ó rí, èmi yóò pèsè gbogbo ohun tí o nílò, kìkì pé kí ìwọ má ṣe sun ní ìgboro.”
ତହୁଁ ସେହି ବୃଦ୍ଧ ଲୋକ କହିଲା, “ତୁମ୍ଭର ମଙ୍ଗଳ ହେଉ; ଯେ କୌଣସିମତେ ହେଉ, ତୁମ୍ଭର ସବୁ ଅଭାବର ଭାର ମୋହର ଉପରେ; କୌଣସିମତେ ଦାଣ୍ଡରେ ରୁହ ନାହିଁ।”
21 Òun sì mú wa sí ilé rẹ̀, ó ń bọ́ àwọn kẹ́tẹ́kẹ́tẹ́ rẹ̀. Lẹ́yìn ìgbà tí wọ́n ti wẹ ẹsẹ̀ wọn, àwọn àlejò náà jẹ, wọ́n mu.
ତହିଁରେ ସେ ସେମାନଙ୍କୁ ଆପଣା ଘରକୁ ଆଣି ଗଧମାନଙ୍କୁ ଖାଦ୍ୟ ଦେଲା, ପୁଣି ସେମାନେ ପାଦ ଧୋଇ ଭୋଜନପାନ କଲେ।
22 Ǹjẹ́ bí wọ́n ti ń ṣe àríyá, kíyèsi i, àwọn ọkùnrin ìlú náà, àwọn ọmọ Beliali kan, yí ilé náà ká, wọ́n sì ń lu ìlẹ̀kùn; wọ́n sì sọ fún baálé ilé náà ọkùnrin arúgbó náà pé, “Mú ọkùnrin tí ó wọ̀ sínú ilé rẹ wá, kí àwa lè mọ̀ ọ́n.”
ସେମାନେ ଆପଣା ଆପଣା ମନକୁ ଖୁସି କଲା ବେଳେ, ଦେଖ, ନଗରର ଲୋକ କେତେକ ଦୁଷ୍ଟ ଲୋକମାନେ କବାଟରେ ମାରି ମାରି ଘରର ଚାରିପାଖ ଘେରିଲେ; ପୁଣି ସେମାନେ ସେହି ଗୃହକର୍ତ୍ତା ବୃଦ୍ଧ ଲୋକକୁ କହିଲେ, “ତୁମ୍ଭ ଗୃହକୁ ଯେଉଁ ମନୁଷ୍ୟ ଆସିଅଛି, ତାହାକୁ ବାହାରକୁ ଆଣ, ଆମ୍ଭେମାନେ ତାହା ସହିତ ଶାରୀରିକ ସମ୍ବନ୍ଧ କରିବା।”
23 Ọkùnrin, baálé ilé náà sì jáde tọ̀ wọ́n lọ, ó sì wí fún un pé, “Bẹ́ẹ̀ kọ́ ẹ̀yin arákùnrin mi, èmi bẹ̀ yín, ẹ má ṣe hùwà búburú; nítorí tí ọkùnrin yìí ti wọ ilé mi, ẹ má ṣe hùwà òmùgọ̀ yìí.
ତହିଁରେ ସେହି ଗୃହକର୍ତ୍ତା ବାହାରକୁ ସେମାନଙ୍କ ନିକଟକୁ ଯାଇ କହିଲା, “ନାହିଁ ନାହିଁ, ଆମ୍ଭର ଭ୍ରାତୃଗଣ, ବିନୟ କରୁଅଛୁ, ଏପରି ଦୁଷ୍କର୍ମ କର ନାହିଁ; ଏ ପୁରୁଷ ଆମ୍ଭ ଘରକୁ ଆସିଅଛି, ଏଥିପାଇଁ ଏହି ମୂଢ଼ତାର କର୍ମ ନ କର।
24 Kíyèsi i, ọmọbìnrin mi ni èyí, wúńdíá, àti àlè rẹ̀; àwọn ni èmi ó mú jáde wá nísinsin yìí, kí ẹ̀yin tẹ̀ wọ́n lógo, kí ẹ̀yin ṣe sí wọn bí ó ti tọ́ lójú yín: ṣùgbọ́n ọkùnrin yìí ni kí ẹ̀yin má ṣe hùwà òmùgọ̀ yìí sí.”
ଦେଖ, ମୋହର ଅବିବାହିତା କନ୍ୟା ଓ ସେ ଲୋକର ଉପପତ୍ନୀ ଅଛି; ମୁଁ ସେମାନଙ୍କୁ ଆଣି ଦେଉଅଛି ପଛେ, ତୁମ୍ଭେମାନେ ସେମାନଙ୍କୁ ଭ୍ରଷ୍ଟ କର ଓ ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଭଲ, ତାହା ସେମାନଙ୍କ ସଙ୍ଗେ କର; ମାତ୍ର ଏହି ପୁରୁଷ ପ୍ରତି ଏପରି କୌଣସି ମୂଢ଼ତା ନ କର।”
25 Ṣùgbọ́n àwọn ọkùnrin náà kò fetí sí tirẹ̀. Nítorí náà ọkùnrin náà mú àlè rẹ̀ ó sì tari rẹ̀ jáde sí wọn, wọ́n sì bá a fi ipá lòpọ̀, wọ́n sì fi gbogbo òru náà bá a lòpọ̀, nígbà tí ó di àfẹ̀mọ́júmọ́ wọ́n jọ̀wọ́ rẹ̀ lọ́.
ତଥାପି ସେମାନେ ତାହା କଥା ଶୁଣିଲେ ନାହିଁ; ତେଣୁ ସେହି ଲେବୀୟ ପୁରୁଷ ଆପଣା ଉପପତ୍ନୀ କି ଧରି ବାହାରକୁ ସେମାନଙ୍କ ନିକଟକୁ ଆଣିଲା; ତହିଁରେ ସେମାନେ ସେହି ସ୍ତ୍ରୀ ସହିତ ଶାରୀରିକ ସମ୍ବନ୍ଧ କଲେ ଓ ପ୍ରଭାତ ପର୍ଯ୍ୟନ୍ତ ରାତ୍ରିସାରା ତାହା ପ୍ରତି ଅତ୍ୟାଚାର କଲେ; ପୁଣି ପ୍ରଭାତ ହେବା ବେଳକୁ ତାହାକୁ ଛାଡ଼ିଦେଲେ।
26 Nígbà tí ojúmọ́ bẹ̀rẹ̀ sí là obìnrin náà padà lọ sí ilé tí ọ̀gá rẹ̀ wà, ó ṣubú lulẹ̀ lọ́nà, ó sì wà níbẹ̀ títí ó fi di òwúrọ̀.
ତହୁଁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାହାର ସ୍ୱାମୀ ରହୁଥିବା ଲୋକର ଗୃହଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା।
27 Nígbà tí ọ̀gá rẹ̀ jí tí ó sì dìde ní òwúrọ̀ tí ó sì ṣí ìlẹ̀kùn ilé náà, tí ó sì bọ́ sí òde láti tẹ̀síwájú nínú ìrìnàjò rẹ̀, kíyèsi i àlè rẹ̀ wà ní ṣíṣubú ní iwájú ilé, tí ọwọ́ rẹ̀ sì di òpó ẹnu-ọ̀nà ibẹ̀ mú,
ଏଥିଉତ୍ତାରେ ପ୍ରଭାତ ହୁଅନ୍ତେ, ତାହାର ସ୍ୱାମୀ ଉଠି ଆପଣା ବାଟରେ ଯିବା ପାଇଁ ଗୃହଦ୍ୱାର ଫିଟାଇ ବାହାରକୁ ଗଲା; ମାତ୍ର ଦେଖ, ତାହାର ଉପପତ୍ନୀ ସେହି ସ୍ତ୍ରୀ ଗୃହଦ୍ୱାର ନିକଟରେ ପଡ଼ିଛି, ତାହାର ଦୁଇ ହାତ ଦ୍ୱାରବନ୍ଧ ଉପରେ ଅଛି।
28 òun sì wí fún obìnrin náà pé, “Dìde jẹ́ kí a máa bá ọ̀nà wa lọ.” Ṣùgbọ́n òun kò dá a lóhùn. Nígbà náà ni ọkùnrin náà gbé e lé orí kẹ́tẹ́kẹ́tẹ́ rẹ̀, ó sì kọjá lọ sí ilé e rẹ̀.
ତହୁଁ ସେ ତାହାକୁ କହିଲା, “ଉଠ, ଚାଲ ଆମ୍ଭେମାନେ ଯିବା;” ମାତ୍ର ସେ ଉତ୍ତର ଦେଲା ନାହିଁ; ତେବେ ସେ ତାହାକୁ ଗଧ ଉପରକୁ ନେଲା; ଆଉ ସେହି ଲେବୀୟ ପୁରୁଷ ଉଠି ଆପଣା ସ୍ଥାନକୁ ପ୍ରସ୍ଥାନ କଲା।
29 Nígbà tí ó dé ilé, ó mú ọ̀bẹ ó sì gé àlè rẹ̀ ní oríkeríke sí ọ̀nà méjìlá, ó sì fi wọ́n ránṣẹ́ sí gbogbo agbègbè Israẹli.
ଏଥିଉତ୍ତାରେ ସେ ଆପଣା ଗୃହରେ ପହଞ୍ଚିଲା ଉତ୍ତାରେ ଖଣ୍ଡେ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜ ଅନୁସାରେ ବାର ଖଣ୍ଡରେ ବିଭକ୍ତ କରି ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପଠାଇଲା।
30 Gbogbo ẹni tí ó rí i sì wí pé, “A kò ti rí i, bẹ́ẹ̀ a kò tí ì ṣe irú nǹkan yìí rí, kì í ṣe láti ọjọ́ tí Israẹli ti jáde tí Ejibiti wá títí di òní olónìí. Ẹ rò ó wò, ẹ gbìmọ̀ràn, kí ẹ sọ fún wa ohun tí a yóò ṣe!”
ତହିଁରେ ଯେତେ ଲୋକ ତାହା ଦେଖିଲେ, ସମସ୍ତେ କହିଲେ, “ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ଦିନାବଧି ଆଜି ପର୍ଯ୍ୟନ୍ତ ଏପରି କର୍ମ କେବେ କରାଯାଇ ନାହିଁ କି ଦେଖାଯାଇ ନାହିଁ; ଏ ବିଷୟରେ ମନୋଯୋଗ କର, ମନ୍ତ୍ରଣା ନିଅ ଓ କୁହ।”

< Judges 19 >