< Неемія 11 >

1 І сиділи зверхники наро́ду в Єрусалимі, а решта народу кинули жеребки, щоб приве́сти одно́го з десяти сидіти в Єрусалимі, місті святому, а дев'ять частин зостаються по і́нших містах.
ପୁଣି, ଲୋକମାନଙ୍କ ଅଧିପତିବର୍ଗ ଯିରୂଶାଲମରେ ବାସ କଲେ; ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୂଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ।
2 І поблагословив народ усіх тих людей, що поже́ртвувалися сидіти в Єрусалимі.
ଆଉ, ଯେଉଁମାନେ ଯିରୂଶାଲମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।
3 А оце го́лови окру́ги, що сиділи в Єрусалимі, а по Юдиних міста́х сиділи, кожен у своїй посі́лості, по своїх міста́х, Ізра́їль, священики, і Левити, і храмові підда́нці, і сини Соломонових рабів.
ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍‍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ।
4 А в Єрусалимі сиділи оці з синів Юдиних та з синів Веніяминових. Із синів Юдиних: Атая, син Уззійї, сина Захарія, сина Амарії, сина Шефатії, сина Магаліїла, із синів Перецових.
ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନ୍‍ର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଯିରୂଶାଲମରେ ବାସ କଲେ। ଯିହୁଦାର ସନ୍ତାନଗଣ ମଧ୍ୟରୁ ଉଷୀୟର ପୁତ୍ର ଅଥାୟ, ସେହି ଉଷୀୟ ଜିଖରୀୟର ପୁତ୍ର, ଜିଖରୀୟ ଅମରୀୟର ପୁତ୍ର, ଅମରୀୟ ଶଫଟୀୟର ପୁତ୍ର, ଶଫଟୀୟ ମହଲଲେଲର ପୁତ୍ର, ମହଲଲେଲ ପେରସ-ସନ୍ତାନଗଣ ମଧ୍ୟରୁ ଜଣେ;
5 І Маасея, син Баруха, сина Кол-Хозе, сина Хазаї, сина Адаї, сина Йояріва, сина Захарія, сина Шілоні.
ଆଉ, ବାରୂକର ପୁତ୍ର ମାସେୟ, ସେହି ବାରୂକ କଲ୍‍ହୋଷିର ପୁତ୍ର, କଲ୍‍ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବ୍‍ର ପୁତ୍ର, ଯୋୟାରୀବ୍‍ ଜିଖରୀୟର ପୁତ୍ର, ଜିଖରୀୟ ଶୀଲୋନିର ପୁତ୍ର।
6 Усіх синів Перецових, що сиділи в Єрусалимі, було чотири сотні шістдесят і вісім хоро́брих людей.
ପେରସର ସନ୍ତାନ ସର୍ବସୁଦ୍ଧା ଚାରି ଶହ ଅଠଷଠି ଜଣ ବୀରପୁରୁଷ ଯିରୂଶାଲମରେ ବାସ କଲେ।
7 А оце Веніяминові сини: Саллу, син Мешуллама, сина Йоеда, сина Педаї, сина Кадаї, сина Маасеї, сина Ітіїла, сина Ісаї.
ବିନ୍ୟାମୀନ୍‍ର ସନ୍ତାନଗଣ, ଯଥା, ମଶୁଲ୍ଲମ୍‍ର ପୁତ୍ର ସଲ୍ଲୁ, ସେହି ମଶୁଲ୍ଲମ୍‍ ଯୋୟେଦ୍‍ର ପୁତ୍ର, ଯୋୟେଦ୍‍ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର।
8 А по ньому: Ґаббай, Саллай, — дев'ять сотень двадцять і вісім.
ପୁଣି, ତାହା ଛଡ଼ା ଗବ୍ବୟ, ସଲ୍ଲୟ ଆଦି ନଅ ଶହ ଅଠାଇଶ ଜଣ।
9 А Йоїл, син Зіхрі, був провіднико́м над ними, а Юда, син Сенуїн, дру́гий над містом.
ଆଉ, ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୁୟେର ପୁତ୍ର ଯିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା।
10 Із священиків: Єдая, син Йоярів, Яхін,
ଯାଜକମାନଙ୍କ ମଧ୍ୟରୁ, ଯଥା, ଯୋୟାରୀବ୍‍ର ପୁତ୍ର ଯିଦୟୀୟ, ଯାଖୀନ୍‍,
11 Серая, син Хілкійї, сина Мешуллама, сина Садока, сина Мерайота, сина Ахітува, нача́льник у Божому домі.
ହିଲ୍‍କୀୟର ପୁତ୍ର ସରାୟ, ସେହି ହିଲ୍‍କୀୟ ମଶୁଲ୍ଲମ୍‍ର ପୁତ୍ର, ମଶୁଲ୍ଲମ୍‍ ସାଦୋକର ପୁତ୍ର, ସାଦୋକ ମରାୟୋତ୍‍ର ପୁତ୍ର, ମରାୟୋତ୍‍ ଅହୀଟୂବ୍‍ର ପୁତ୍ର, ଅହୀଟୂବ୍‍ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା।
12 А їхніх братів, що робили службу для Божого дому, — вісім сотень і двадцять і два. І Адая, син Єрохама, сина Пелалії, сина Амці, сина Захарія, сина Пашхура, сина Малкійї,
ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ ଆଠ ଶହ ବାଇଶ ଜଣ ଥିଲେ; ପୁଣି, ଯିରୋହମର ପୁତ୍ର ଅଦାୟା, ସେହି ଯିରୋହମ ପଲଲୀୟର ପୁତ୍ର, ପଲଲୀୟ ଅମ୍ସିର ପୁତ୍ର, ଅମ୍ସି ଜିଖରୀୟର ପୁତ୍ର, ଜିଖରୀୟ ପଶ୍‍ହୂରର ପୁତ୍ର, ପଶ୍‍ହୂର ମଲ୍‍କୀୟର ପୁତ୍ର,
13 а їхніх братів, голів ба́тьківських родів у двісті сорок і два. І Амашсай, син Азаріїла, сина Ахезая, сина Мешіллемота, сина Іммера,
ପୁଣି, ଅଦାୟାର ଭ୍ରାତୃଗଣ ଦୁଇ ଶହ ବୟାଳିଶ ଜଣ ପିତୃବଂଶ-ପ୍ରଧାନ ଥିଲେ; ଅସରେଲ୍‍ର ପୁତ୍ର ଅମଶୟ, ସେହି ଅସରେଲ୍‍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତ୍‍ର ପୁତ୍ର, ମଶିଲ୍ଲେମୋତ୍‍ ଇମ୍ମେରର ପୁତ୍ର,
14 а їхніх братів, хоробрих воякі́в, сто двадцять і вісім, а провідни́к над ними — Завдіїл, син Ґедоліма.
ଆଉ, ସେମାନଙ୍କ ଭ୍ରାତୃଗଣ ଏକ ଶହ ଅଠାଇଶ ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍‍ଦୋଲୀମ୍‌ର ପୁତ୍ର ସବ୍‍ଦୀୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା।
15 А з Левитів: Шемая, син Хашшува, сина Азрікама, сина Хашавії, сина Бунні.
ଲେବୀୟମାନଙ୍କ ମଧ୍ୟରୁ, ଯଥା, ହଶୂବ୍‍ର ପୁତ୍ର ଶମୟୀୟ, ସେହି ହଶୂବ୍‍ ଅସ୍ରୀକାମର ପୁତ୍ର, ଅସ୍ରୀକାମ ହଶବୀୟର ପୁତ୍ର, ହଶବୀୟ ବୁନ୍ନିର ପୁତ୍ର;
16 А Шаббетай та Йозавад були над зо́внішньою службою для Божого дому, з голів Левитів.
ଆହୁରି, ଲେବୀୟ-ପ୍ରଧାନବର୍ଗ ମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍‍ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ;
17 А Матанія, син Міхи, сина Завді, сина Асафового, був головою, що починав славосло́вити при молитві, і Бакбукія, другий з братів його, і Авда, син Шаммуї, сина Ґалала, сина Єдутунового.
ଆଉ, ଆସଫର ବଂଶଜାତ ସବ୍‍ଦିର ପୌତ୍ର ମୀକାର ପୁତ୍ର ମତ୍ତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍‍ବୁକୀୟ ଦ୍ୱିତୀୟ ଥିଲା; ପୁଣି, ଯିଦୂଥୂନ୍-ବଂଶଜାତ ଗାଲଲ୍‍ର ପୌତ୍ର ଶମ୍ମୂୟର ପୁତ୍ର ଅବ୍‍ଦ।
18 Усіх Левитів у святому місті було двісті вісімдеся́т і чотири.
ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ।
19 А придве́рні: Аккув, Талмон та їхні брати, що сторожи́ли при брамах, — сто сімдеся́т і два.
ଆହୁରି, ଦ୍ୱାରପାଳ ଅକ୍କୂବ, ଟଲ୍‍ମୋନ ଓ ନଗର-ଦ୍ୱାର ସମୂହରେ ପ୍ରହରୀକର୍ମକାରୀ ସେମାନଙ୍କ ଭ୍ରାତୃଗଣ ଏକ ଶହ ବାସ୍ତରି ଜଣ ଥିଲେ।
20 А решта Ізраїля, священики, Левити були по всіх Юдиних містах, кожен у наді́лі своїм.
ପୁଣି, ଇସ୍ରାଏଲର, ଯାଜକମାନଙ୍କର, ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ରହିଲେ।
21 А храмові підда́нці сиділи в Офелі, а Ціха та Ґішпа були над підда́нцями.
ମନ୍ଦିରରେ ସେବା କରୁଥିବା ଲୋକମାନେ ଓଫଲରେ ବାସ କଲେ; ଆଉ, ସୀହ ଓ ଗିଷ୍ପ ନଥୀନୀୟମାନଙ୍କର ଅଧ୍ୟକ୍ଷ ଥିଲେ।
22 А провіднико́м Левитів в Єрусалимі був Уззі, син Бані, сина Хашавії, сина Маттанії, сина Міхи, з Асафових синів, співакі́в при службі Божого дому,
ଆସଫ-ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମୀକାର ବୃଦ୍ଧ ପ୍ରପୌତ୍ର, ମତ୍ତନୀୟର ପ୍ରପୌତ୍ର, ହଶବୀୟର ପୌତ୍ର, ବାନିର ପୁତ୍ର ଉଷି ଯିରୂଶାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା, ସେ ମଧ୍ୟ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ତତ୍ତ୍ୱାବଧାରଣ କଲା।
23 бо був царі́в нака́з про них та певна оплата на співаків про кожен день.
କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା।
24 А Петахія, син Мешезав'їла, із синів Зераха, сина Юдиного, був при руці царя́ для всіх справ наро́ду.
ଆଉ, ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲ୍‍ର ପୁତ୍ର ପଥାହୀୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା।
25 А по двора́х на поля́х своїх з Юдиних синів сиділи: в Кір'ят-Арбі та зале́жних її містах, і в Дівоні та залежних його містах, і в Єкавцеїлі та залежних його містах,
ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍‍, କିରୀୟଥ୍‍-ଅର୍ବ ଓ ତହିଁର ଉପନଗରରେ, ଦୀବୋନ୍ ଓ ତହିଁର ଉପନଗରରେ, ଯିକବ୍‍ସେଲ ଓ ତହିଁର ଗ୍ରାମରେ;
26 і в Єшуї, і в Моладі, і в Бет-Пелеті,
ଆଉ ଯେଶୂୟରେ, ମୋଲାଦାରେ ଓ ବେଥ୍-ପେଲଟରେ;
27 і в Хасар-Шуалі, і в Беер-Шеві та залежних його містах,
ଆଉ ହତ୍‍ସର-ଶୁୟାଲ୍‍ରେ, ବେର୍‍ଶେବା ଓ ତହିଁର ଉପନଗରରେ;
28 і в Ціклаґу, і в Мехоні та в залежних її містах,
ଆଉ ସିକ୍ଲଗ୍‍ରେ, ମକୋନା ଓ ତହିଁର ଉପନଗରରେ;
29 і в Ен-Ріммоні, і в Цор'ї, і в Ярмуті,
ଆଉ ଐନ୍‍-ରିମ୍ମୋଣରେ, ସରାୟରେ ଓ ଯର୍ମୂତରେ;
30 Заноаху, Адулламі та двора́х її, в Лахішу та поля́х його, в Азці та залежних її містах. І таборува́ли вони від Беер-Шеви аж до долини Гінном.
ସାନୋହ, ଅଦୁଲ୍ଲମ ଓ ତହିଁର ଗ୍ରାମରେ, ଲାଖୀଶ୍‍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହିରୂପେ ସେମାନେ ବେର୍‍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ।
31 А Веніяминові сини, починаючи від Ґеви, заселили оці міста: Міхмаш, і Айя, і Бет-Ел та залежні його міста,
ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍‍ମସ୍‍ ଓ ଅୟାରେ, ବେଥେଲ୍‍ ଓ ତହିଁର ଉପନଗରରେ;
32 Анатот, Нов, Ананія,
ଅନାଥୋତ୍‍, ନୋବ ଓ ଅନନୀୟାରେ;
33 Хацор, Рама, Ґіттаїм,
ହାସୋର, ରାମା, ଗିତ୍ତୟିମରେ;
34 Хадід, Цевоїм, Неваллат,
ହାଦୀଦ୍‍, ସବୋୟିମ, ନବଲ୍ଲାଟରେ;
35 Лод і Оно, долина Харашім.
ଲୋଦ୍‍ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ।
36 А з Левитів Юдині відділи жили в краю́ Веніямина.
ଆଉ, ଯିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ୍ ସହିତ ସଂଯୁକ୍ତ ହେଲେ।

< Неемія 11 >