< Yeremya 29 >

1 Peygamber Yeremya'nın sürgünde sağ kalan halkın ileri gelenlerine, kâhinlerle peygamberlere ve Nebukadnessar'ın Yeruşalim'den Babil'e sürdüğü bütün halka Yeruşalim'den gönderdiği mektubun metni aşağıda yazılıdır.
ଯିହୋୟାଖୀନ୍‍ ରାଜା ଓ ରାଜମାତା ଓ ନପୁଂସକଗଣ, ଆଉ ଯିହୁଦାର ଓ ଯିରୂଶାଲମର ଅଧିପତିମାନେ, ଶିଳ୍ପକରମାନେ ଓ କର୍ମକାରମାନେ ଯିରୂଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ,
2 Bu mektup Kral Yehoyakin'in, ana kraliçenin, saray görevlilerinin, Yahuda ve Yeruşalim önderlerinin, zanaatçılarla demircilerin Yeruşalim'den sürgüne gitmelerinden sonra,
ଯିରିମୀୟ ଭବିଷ୍ୟଦ୍‍ବକ୍ତା ନିର୍ବାସିତ ଲୋକମାନଙ୍କର ଅବଶିଷ୍ଟ ପ୍ରାଚୀନବର୍ଗଙ୍କର ଓ ନବୂଖଦ୍‍ନିତ୍ସର ଦ୍ୱାରା ନିର୍ବାସାର୍ଥେ ଯିରୂଶାଲମଠାରୁ ବାବିଲକୁ ନୀତ ଯାଜକମାନଙ୍କର, ଭବିଷ୍ୟଦ୍‍ବକ୍ତାଗଣଙ୍କ ଓ ସମସ୍ତ ଲୋକମାନଙ୍କର ନିକଟକୁ ଯେଉଁ ପତ୍ର ଲେଖି,
3 Yahuda Kralı Sidkiya'nın Babil Kralı Nebukadnessar'a gönderdiği Şafan oğlu Elasa ve Hilkiya oğlu Gemarya eliyle gönderildi:
ଯିହୁଦାର ରାଜା ସିଦିକୀୟ ଦ୍ୱାରା ବାବିଲର ରାଜା ନବୂଖଦ୍‍ନିତ୍ସର ନିକଟକୁ ବାବିଲକୁ ପ୍ରେରିତ ଶାଫନ୍‍ର ପୁତ୍ର ଇଲୀୟାସା ହିଲ୍‍କୀୟର ପୁତ୍ର ଗମରୀୟର ହସ୍ତ ଦ୍ୱାରା ଯିରୂଶାଲମଠାରୁ ପଠାଇଥିଲେ, ସେହି ପତ୍ରରେ ଏହିସବୁ କଥା ଥିଲା, ଯଥା,
4 İsrail'in Tanrısı, Her Şeye Egemen RAB Yeruşalim'den Babil'e sürdüğü herkese şöyle diyor:
“ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ଯିରୂଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସକଳ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି;
5 “Evler yapıp içinde oturun, bahçe dikip ürününü yiyin.
ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର; ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କର;
6 Evlenin, oğullarınız, kızlarınız olsun; oğullarınızı, kızlarınızı evlendirin. Onların da oğulları, kızları olsun. Orada çoğalın, azalmayın.
ତୁମ୍ଭେମାନେ ଭାର୍ଯ୍ୟା ଗ୍ରହଣ କରି ପୁତ୍ରକନ୍ୟା ଜାତ କର, ଆଉ ତୁମ୍ଭମାନଙ୍କର ପୁତ୍ରଗଣକୁ ଭାର୍ଯ୍ୟା ଗ୍ରହଣ କରାଅ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ ସ୍ୱାମୀ ଗ୍ରହଣ କରାଅ, ସେମାନେ ପୁତ୍ରକନ୍ୟା ଜାତ କରନ୍ତୁ; ଆଉ, ତୁମ୍ଭେମାନେ ସେଠାରେ ବର୍ଦ୍ଧିତ ହୋଇ ଊଣା ହୁଅ ନାହିଁ।
7 Sizi sürmüş olduğum kentin esenliği için uğraşın. O kent için RAB'be dua edin. Çünkü esenliğiniz onunkine bağlıdır.”
ପୁଣି, ଆମ୍ଭେ ଯେଉଁ ନଗରରେ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ତହିଁର ଶାନ୍ତି ଚେଷ୍ଟା କର ଓ ତହିଁ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ତହିଁର ଶାନ୍ତିରେ ତୁମ୍ଭମାନଙ୍କର ଶାନ୍ତି ହେବ।
8 Evet, İsrail'in Tanrısı, Her Şeye Egemen RAB diyor ki, “Aranızdaki peygamberlerle falcılara aldanmayın. Düş görmeye özendirdiğiniz kişilere kulak asmayın.
ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭମାନଙ୍କର ମଧ୍ୟବର୍ତ୍ତୀ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାମାନେ ଓ ଗଣକମାନେ ତୁମ୍ଭମାନଙ୍କୁ ନ ଭୁଲାଉନ୍ତୁ, ଅଥବା ତୁମ୍ଭେମାନେ ଯେଉଁ ସ୍ୱପ୍ନ ଦର୍ଶନ କର, ତୁମ୍ଭମାନଙ୍କର ସେହି ସବୁ ସ୍ୱପ୍ନରେ ମନୋଯୋଗ କର ନାହିଁ।
9 Çünkü onlar adımı kullanarak size yalan peygamberlik ediyorlar. Onları ben göndermedim.” RAB böyle diyor.
କାରଣ ସେମାନେ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।
10 RAB diyor ki, “Babil'de yetmiş yılınız dolunca sizinle ilgilenecek, buraya sizi geri getirmek için verdiğim iyi sözü tutacağım.
ଯେହେତୁ ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା ଓ ତୁମ୍ଭମାନଙ୍କୁ ଏହି ସ୍ଥାନକୁ ଫେରାଇ ଆଣି ତୁମ୍ଭମାନଙ୍କ ପକ୍ଷରେ ଆମ୍ଭର ମଙ୍ଗଳ ବାକ୍ୟ ସିଦ୍ଧ କରିବା।
11 Çünkü sizin için düşündüğüm tasarıları biliyorum” diyor RAB. “Kötü tasarılar değil, size umutlu bir gelecek sağlayan esenlik tasarıları bunlar.
କାରଣ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେସକଳ ସଂକଳ୍ପ କରିଅଛୁ, ତାହା ଆମ୍ଭେ ଜାଣୁ, ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେସବୁ ଅମଙ୍ଗଳର ନୁହେଁ, ମଙ୍ଗଳର ସଂକଳ୍ପ ଅଟେ।
12 O zaman beni çağıracak, gelip bana yakaracaksınız. Ben de sizi işiteceğim.
ପୁଣି, ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଯାଇ ଆମ୍ଭ ନିକଟରେ ପ୍ରାର୍ଥନା କରିବ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବା।
13 Beni arayacaksınız, bütün yüreğinizle arayınca beni bulacaksınız.
ଆଉ, ତୁମ୍ଭେମାନେ ଆମ୍ଭଙ୍କୁ ଅନ୍ୱେଷଣ କରିବ ଓ ସର୍ବାନ୍ତଃକରଣ ସହିତ ଆମ୍ଭଙ୍କୁ ଖୋଜିଲେ ଆମ୍ଭର ଉଦ୍ଦେଶ୍ୟ ପାଇବ।
14 Kendimi size buldurtacağım” diyor RAB. “Sizi eski gönencinize kavuşturacağım. Sizi sürdüğüm bütün yerlerden ve uluslardan toplayacağım” diyor RAB. “Ve sizi sürgün ettiğim yerden geri getireceğim.”
ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା, ପୁଣି, ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ଯେଉଁ ସକଳ ଜାତିମାନଙ୍କ ମଧ୍ୟକୁ, ଯେସକଳ ସ୍ଥାନକୁ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଇଅଛୁ, ସେହି ସବୁ ସ୍ଥାନରୁ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା, ଏହା ସଦାପ୍ରଭୁ କହନ୍ତି; ଆଉ, ଆମ୍ଭେ ଯେଉଁ ସ୍ଥାନରୁ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସ୍ଥାନକୁ ପୁନର୍ବାର ଆଣିବା।
15 Madem, “RAB bizim için Babil'de peygamberler çıkardı” diyorsunuz,
ସଦାପ୍ରଭୁ ବାବିଲରେ ଆମ୍ଭମାନଙ୍କ ନିମନ୍ତେ ଭବିଷ୍ୟଦ୍‍ବକ୍ତାଗଣ ଉତ୍ପନ୍ନ କରିଅଛନ୍ତି ବୋଲି ତୁମ୍ଭେମାନେ କହିଅଛ।
16 Davut'un tahtında oturan kral, bu kentte kalan halk ve sizinle sürgüne gitmeyen yurttaşlarınız için RAB şöyle diyor.
ଏହେତୁ ଦାଉଦର ସିଂହାସନରେ ଉପବିଷ୍ଟ ରାଜା ବିଷୟରେ ଓ ଏହି ନଗରରେ ବାସକାରୀ ସମସ୍ତ ଲୋକଙ୍କର, ଅର୍ଥାତ୍‍, ତୁମ୍ଭର ଯେଉଁ ଭ୍ରାତୃଗଣ ତୁମ୍ଭମାନଙ୍କ ସଙ୍ଗେ ବନ୍ଦୀ ହୋଇଯାଇ ନାହାନ୍ତି, ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;
17 Evet, Her Şeye Egemen RAB diyor ki, “Üzerlerine kılıç, kıtlık, salgın hastalık göndereceğim. Onları yenilmeyecek kadar çürük, bozuk incir gibi edeceğim.
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ପଠାଇବା ଓ ଘୃଣାଜନକ ଯେଉଁ ଡିମ୍ବିରି ଫଳ ଅତି ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ତାହାରି ତୁଲ୍ୟ ସେମାନଙ୍କୁ କରିବା।
18 Kılıçla, kıtlıkla, salgın hastalıkla peşlerine düşeceğim. Yeryüzündeki bütün krallıklara dehşet saçacak, kendilerini sürdüğüm bütün ülkeler arasında lanetlenecek, dehşet ve alay konusu olacak, aşağılanacaklar.
ପୁଣି, ଆମ୍ଭେ ଯେ ଯେ ଗୋଷ୍ଠୀ ମଧ୍ୟକୁ ସେମାନଙ୍କୁ ତଡ଼ି ଦେଇଅଛୁ, ସେସମସ୍ତଙ୍କ ମଧ୍ୟରେ ସେମାନଙ୍କୁ ଅଭିଶାପର, ବିସ୍ମୟର, ଶୀସ୍‍ ଶବ୍ଦର ଓ ନିନ୍ଦାର ପାତ୍ର ହେବା ନିମନ୍ତେ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ନେଇ ସେମାନଙ୍କ ପଛେ ପଛେ ଗୋଡ଼ାଇବା ଓ ପୃଥିବୀର ସମସ୍ତ ରାଜ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷେପ କରିବା;
19 Çünkü sözlerime kulak asmadılar” diyor RAB. “Kullarım peygamberler aracılığıyla sözlerimi defalarca gönderdim, ama dinlemediniz.” RAB böyle diyor.
କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ସେହି ବାକ୍ୟରେ ମନୋଯୋଗ କରି ନାହାନ୍ତି; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ବାକ୍ୟ ଶୁଣିବାକୁ ସମ୍ମତ ହେଲ ନାହିଁ।
20 Bunun için, ey sizler, Yeruşalim'den Babil'e gönderdiğim sürgünler, RAB'bin sözüne kulak verin!
ଏହେତୁ ଆମ୍ଭ ଦ୍ୱାରା ଯିରୂଶାଲମରୁ ବାବିଲକୁ ପ୍ରେରିତ ନିର୍ବାସିତ ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
21 Adımı kullanarak size yalan peygamberlik eden Kolaya oğlu Ahav'la Maaseya oğlu Sidkiya için İsrail'in Tanrısı, Her Şeye Egemen RAB diyor ki, “Onları Babil Kralı Nebukadnessar'ın eline teslim edeceğim, gözünüzün önünde ikisini de öldürecek.
‘କୋଲାୟର ପୁତ୍ର ଆହବ ଓ ମାସେୟର ପୁତ୍ର ସିଦିକୀୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ଆମ୍ଭେ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ସେମାନଙ୍କୁ ସମର୍ପଣ କରିବା, ତହିଁରେ ସେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବଧ କରିବ;
22 Onlardan ötürü Babil'deki bütün Yahuda sürgünleri, ‘RAB seni Babil Kralı'nın diri diri yaktırdığı Sidkiya ve Ahav'la aynı duruma düşürsün’ diye lanet edecek.
ପୁଣି, ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ବ୍ୟକ୍ତିର ଉପଲକ୍ଷ୍ୟରେ ଏହି ଅଭିଶାପର କଥା ପ୍ରଚଳିତ ହେବ, ଯଥା, ବାବିଲର ରାଜା ସିଦିକୀୟ ଓ ଆହାବଙ୍କୁ ଯେପରି ଅଗ୍ନିରେ ଦଗ୍ଧ କରିଥିଲେ, ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କୁ କରନ୍ତୁ।
23 Çünkü İsrail'de çirkin şeyler yaptılar; komşularının karılarıyla zina ettiler, onlara buyurmadığım halde adımla yalan sözler söylediler. Bunu biliyorum ve buna tanığım” diyor RAB.
କାରଣ ସେମାନେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କାର୍ଯ୍ୟ କରିଅଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ବ୍ୟଭିଚାର କରିଅଛନ୍ତି, ପୁଣି, ଆମ୍ଭେ ଯାହା ଆଜ୍ଞା କରି ନାହୁଁ, ଏପରି ମିଥ୍ୟା କଥା ଆମ୍ଭ ନାମରେ କହିଅଛନ୍ତି, ସଦାପ୍ରଭୁ କହନ୍ତି, ଆମ୍ଭେ ଜାଣୁ ଓ ଆମ୍ଭେ ସାକ୍ଷୀ ଅଛୁ।’”
24 Nehelamlı Şemaya'ya diyeceksin ki,
ଆହୁରି, ତୁମ୍ଭେ ନିହିଲାମୀୟ ଶମୟୀୟର ବିଷୟରେ ଏହି କଥା କହିବ,
25 “İsrail'in Tanrısı, Her Şeye Egemen RAB şöyle diyor: Sen Yeruşalim halkına, Maaseya oğlu Kâhin Sefanya'yla bütün öbür kâhinlere kendi adına mektuplar göndererek şöyle yazmıştın:
“ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଯିରୂଶାଲମସ୍ଥିତ ସମସ୍ତ ଲୋକଙ୍କ ନିକଟକୁ ଓ ମାସେୟର ପୁତ୍ର ସଫନୀୟ ଯାଜକ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଇଅଛ, ଯଥା,
26 “‘RAB tapınağın sorumlusu olarak Yehoyada yerine seni kâhin atadı. Peygamber gibi davranan her deliyi tomruğa, demir boyunduruğa vurmak görevindir.
‘କେହି ବାତୁଳ ହୋଇ ଆପଣାକୁ ଭବିଷ୍ୟଦ୍‍ବକ୍ତା ପରି ଦେଖାଇଲେ, ତାହାକୁ ହରିକାଠରେ ଓ ବେଡ଼ିରେ ରଖିବା ପାଇଁ ସଦାପ୍ରଭୁଙ୍କ ଗୃହରେ ତୁମ୍ଭେମାନେ ଯେପରି ରକ୍ଷକ ସ୍ୱରୂପ ହେବ, ଏଥିପାଇଁ ଯିହୋୟାଦା ଯାଜକର ବଦଳରେ ସଦାପ୍ରଭୁ ତୁମ୍ଭକୁ ଯାଜକ କରିଅଛନ୍ତି।
27 Öyleyse aranızda kendini peygamber ilan eden Anatotlu Yeremya'yı neden azarlamadın?
ଏହେତୁ ଅନାଥୋତୀୟ ଯେଉଁ ଯିରିମୀୟ ତୁମ୍ଭମାନଙ୍କ ନିକଟରେ ଆପଣାକୁ ଭବିଷ୍ୟଦ୍‍ବକ୍ତା ପରି ଦେଖାଉଅଛି, ତୁମ୍ଭେ କାହିଁକି ତାହାକୁ ଧମକ ଦେଇ ନାହଁ?
28 Çünkü Yeremya biz Babil'dekilere şu haberi gönderdi: Sürgün uzun olacak. Onun için evler yapıp içinde oturun; bahçe dikip ürününü yiyin.’”
ସେ କାରଣରୁ ସେ ବାବିଲରେ ଆମ୍ଭମାନଙ୍କ ନିକଟକୁ ପଠାଇ କହିଅଛି, ନିର୍ବାସିତ କାଳ ଦୀର୍ଘ, ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଭୋଗ କର।’”
29 Kâhin Sefanya mektubu Peygamber Yeremya'ya okuyunca,
ଏଥିଉତ୍ତାରେ ସଫନୀୟ ଯାଜକ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ କର୍ଣ୍ଣଗୋଚରରେ ଏହି ପତ୍ର ପାଠ କଲା।
30 RAB Yeremya'ya şöyle seslendi:
ତହିଁ ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
31 “Bütün sürgünlere şu haberi gönder: ‘Nehelamlı Şemaya için RAB diyor ki: Madem ben göndermediğim halde Şemaya peygamberlik edip sizleri yalana inandırdı,
“ତୁମ୍ଭେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, ନିହିଲାମୀୟ ଶମୟୀୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ଆମ୍ଭେ ଶମୟୀୟକୁ ନ ପଠାଇଲେ ହେଁ ସେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି,
32 ben de Nehelamlı Şemaya'yı ve bütün soyunu cezalandıracağım: Bu halkın arasında soyundan kimse sağ kalmayacak, halkıma yapacağım iyiliği görmeyecek, diyor RAB. Çünkü o halkı bana karşı kışkırttı.’”
ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ନିହିଲାମୀୟ ଶମୟୀୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା; ଏହି ଲୋକମାନଙ୍କ ମଧ୍ୟରେ ବାସ କରିବା ପାଇଁ ତାହାର କେହି ରହିବେ ନାହିଁ; ଆଉ, ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ, ଏହା ସଦାପ୍ରଭୁ କହନ୍ତି; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।’”

< Yeremya 29 >