< Wimbo wa Sulemani 5 >

1 Nimekuja katika bustani yangu, dada yangu, bibi arusi wangu; Nimekusanya udi wangu na manukato yangu. Nimekula mziga wangu wa asali na asali yangu; Nimekunywa mvinyo wangu pamoja na maziwa yangu. Marafiki wanazungumza na wapenzi Kuleni, marafiki; kunyweni na mlewe na mapenzi. Mwanamke mdogo akizungumza mwenyewe
ହେ ମୋହର ପ୍ରିୟେ, ମୋହର କନ୍ୟା, ମୁଁ ଆପଣା ଉଦ୍ୟାନକୁ ଆସିଅଛି; ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି; ମୁଁ ଆପଣା ମଧୁଚାକ ଓ ମଧୁ ଭୋଜନ କରିଅଛି; ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧ ପାନ କରିଅଛି। ହେ ବନ୍ଧୁଗଣ, ଭୋଜନ କର; ହେ ପ୍ରିୟତମଗଣ, ପାନ କର, ହଁ, ଯଥେଷ୍ଟ ପାନ କର।
2 Nilikuwa nimelala, lakini moyo wangu ulikuwa umeamka katika ndoto. Sauti ya mpenzi wangu yabisha na kusema, “Nifungulie, dada yangu, mpenzi wangu, hua wangu, wangu usiye na doa, kwa kuwa kichwa changu kimelowa na matone, nywele zangu na unyevu wa usiku.”
ମୁଁ ନିଦ୍ରିତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା; ଏହି ତ ମୋʼ ପ୍ରିୟତମଙ୍କ ରବ, ସେ ଦ୍ୱାରରେ ଆଘାତ କରି କହୁଅଛନ୍ତି, “ହେ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧମତେ; ମୋʼ ପାଇଁ ଦ୍ୱାର ଫିଟାଅ; କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ।”
3 “Nimevua joho langu; lazima nilivae tena? Nimeosha miguu yangu; lazima ni ichafue?”
ମୁଁ ଆପଣା ଜାମା କାଢ଼ି ପକାଇଅଛି, କିପରି ପୁନର୍ବାର ତାହା ପିନ୍ଧିବି? ମୁଁ ଆପଣା ପାଦ ଧୋଇଅଛି; କିପରି ପୁନର୍ବାର ତାହା ମଳିନ କରିବି?
4 Mpenzi wangu anaeka mkono wake kwenye kitasa, na moyo wangu ukawaka kwa ajili yake.
ମୋʼ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା।
5 Nimeamka kumfungulia mlango mpenzi wangu; mikono yangu ikawa yamiminika na udi, vidole vyangu na unyevu wa udi, katika komeo la mlango.
ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି; କିଳିଣୀର ବେଣ୍ଟ ଉପରେ ମୋʼ ହସ୍ତରୁ ଗନ୍ଧରସ, ମୋʼ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା।
6 Nimemfungulia mlango mpenzi wangu, lakini mpenzi wangu aligeuka na kwenda. Moyo wangu ukadidimia; nikakosa tumaini. Nikamtafuta, lakini sikumpata; nikamuita, lakini hakunijibu.
ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି; ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ; ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ।
7 Walinzi waliokuwa wakizunguka mjini walinipata mimi; walinipiga chini na kunijeruhi; askari katika ukuta walichukua nguo yangu ya juu. Mwanamke mdogo akizungumza na wanawake wa mji
ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ, ସେମାନେ ମୋତେ ପ୍ରହାର କଲେ, ସେମାନେ ମୋତେ କ୍ଷତବିକ୍ଷତ କଲେ। ପ୍ରାଚୀର-ରକ୍ଷକମାନେ ମୋʼ ଠାରୁ ମୋହର ଆଚ୍ଛାଦନ ବସ୍ତ୍ର କାଢ଼ି ନେଇଗଲେ।
8 Ninataka uhaidi, mabinti wa Yerusalemu, kwamba mkimuona mpenzi wangu, mwambie ninaumwa sababu ya upendo wangu kwake. Wanawake wa mji wakizungumza na mwanamke mdogo
ହେ ଯିରୂଶାଲମର କନ୍ୟାଗଣ, ଯେବେ ତୁମ୍ଭେମାନେ ମୋʼ ପ୍ରିୟତମଙ୍କର ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମପୀଡ଼ିତା ବୋଲି ତୁମ୍ଭେମାନେ ତାଙ୍କୁ କହିବ।
9 Mpenzi wako ana ubora gani kuliko mwanaume mwengine, wewe uliye mzuri miongoni mwa wanawake? Kwanini mpenzi wako bora kuliko mpenzi mwengine, hadi utuulize tuweke nadhiri kama hii? Mwanamke mdogo akizungumza na wanawake wa mji
ହେ ନାରୀଗଣ ମଧ୍ୟରେ ପରମାସୁନ୍ଦରୀ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ? ତୁମ୍ଭେ ଯେ ଆମ୍ଭମାନଙ୍କୁ ଶପଥ ଦେଉଅଛ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ?
10 Mpenzi wangu amenawiri na ana ng'aa, kati ya wanaume elfu kumi.
ମୋହର ପ୍ରିୟତମ ଶ୍ଵେତ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧ୍ୟରେ ପ୍ରଧାନ।
11 Kichwa chake ni dhahabu safi; nywele zake ni laini na nyeusi kama kunguru.
ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ, ତାଙ୍କର କେଶ କୁଞ୍ଚିତ ଓ ଡାମରା କାଉ ତୁଲ୍ୟ କୃଷ୍ଣବର୍ଣ୍ଣ।
12 Macho yake ni kama ya hua pembezoni ya vijito vya maji, yameoshwa na maziwa, yameundwa kama mikufu.
ତାଙ୍କର ନେତ୍ରଯୁଗଳ ଜଳସ୍ରୋତ ନିକଟସ୍ଥ କପୋତ ତୁଲ୍ୟ; ଦୁଗ୍ଧରେ ଧୌତ ଓ ଯଥାସ୍ଥାନରେ ସ୍ଥାପିତ।
13 Mashavu yake ni kama vitanda vya manukato, vinavyotoa arufu ya marashi. Midomo yake nni nyinyoro, inayo tiririka udi.
ତାଙ୍କର ଗାଲ ସୁଗନ୍ଧି ଲତାର କିଆରି ସ୍ୱରୂପ, ସୁଗନ୍ଧି ତୃଣର ତଟ ସ୍ୱରୂପ; ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ, ତହିଁରୁ ଦ୍ରବ ଗନ୍ଧରସ କ୍ଷରେ।
14 Mikono yake ni ya mianzi ya dhahabu iliyo zungushiwa mikufu; tumbo lake ni pembe lililo funikwa yakuti samawi.
ତାଙ୍କ ହସ୍ତଦ୍ୱୟ ବୈଦୁର୍ଯ୍ୟ ମଣିରେ ଖଚିତ ସୁବର୍ଣ୍ଣ ମୁଦ୍ରିକା ତୁଲ୍ୟ; ତାଙ୍କ ଶରୀର ନୀଳକାନ୍ତମଣି-ମଣ୍ଡିତ ଗଜଦନ୍ତମୟ ଶିଳ୍ପକର୍ମ ତୁଲ୍ୟ।
15 Miguu yake ni nguzo za marimari, iliyo ekwa juu ya dhahabu safi; muonekano wake ni kama Lebanoni, mizuri kama mierezi.
ତାଙ୍କ ଗୋଡ଼ ଦୁଇଟି ଶୁଦ୍ଧ ସୁବର୍ଣ୍ଣ ଚୁଙ୍ଗୀରେ ସ୍ଥାପିତ ମର୍ମର ପ୍ରସ୍ତରର ସ୍ତମ୍ଭ ତୁଲ୍ୟ; ତାଙ୍କର ଦୃଶ୍ୟ ଲିବାନୋନ ସଦୃଶ, ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ।
16 Mdomo wake ni mtamu; ni mzuri sana. Huyu ni mpenzi wangu, na huyu ni rafiki yangu, mabinti wa Yerusalemu.
ତାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ; ହଁ, ସେ ସର୍ବତୋଭାବେ ମନୋହର। ହେ ଯିରୂଶାଲମର କନ୍ୟାଗଣ, ଏହି ମୋହର ପ୍ରିୟତମ, ଏହି ମୋହର ସଖା।

< Wimbo wa Sulemani 5 >