< Mithali 14 >

1 Mwanamke mwenye busara huijenga nyumba yake, bali mwanamke mpumbavu huibomoa kwa mikono yake mwenyewe.
ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥେ; ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ।
2 Yeye aendaye kwa uaminifu humcha Yehova, bali mkaidi humdharau katika njia zake.
ଯେ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ; ମାତ୍ର ବିପଥଗାମୀ ତାହାଙ୍କୁ ତୁଚ୍ଛ କରେ।
3 Katika kinywa cha mpumbavu hutoka chipukizi la kiburi chake, bali midomo ya wenye busara itawalinda.
ଅଜ୍ଞାନର ମୁଖରେ ଅହଙ୍କାରର ଠେଙ୍ଗା ଥାଏ; ମାତ୍ର ଜ୍ଞାନବାନ ଲୋକଙ୍କ ଓଷ୍ଠାଧର ସେମାନଙ୍କୁ ରକ୍ଷା କରେ।
4 Pale pasipo na mifugo hori la kulishia ni safi, bali mazao mengi huweza kupatikana kwa nguvu za maksai.
ଗୋରୁ ନ ଥିଲେ, କୁଣ୍ଡ ନିର୍ମଳ ଥାଏ; ପୁଣି, ଗୋରୁର ବଳରେ ବହୁ ସମ୍ପତ୍ତି ଉତ୍ପନ୍ନ ହୁଏ।
5 Shahidi mwaminifu hasemi uongo, bali shahidi wa uongo hupumua uongo.
ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ; କିନ୍ତୁ ଅସତ୍ୟ ସାକ୍ଷୀ ମିଥ୍ୟା ଉଚ୍ଚାରଣ କରେ।
6 Mwenye dharau hutafuta hekima na hakuna hata, bali maarifa huja kwa urahisi kwa mwenye ufahamu.
ନିନ୍ଦକ ଜ୍ଞାନ ଖୋଜିଲେ ପାଏ ନାହିଁ; ମାତ୍ର ବୁଦ୍ଧିମାନ ପାଇଁ ବିଦ୍ୟା ସହଜ।
7 Nenda mbali kutoka kwa mtu mpumbavu, maana hutapata maarifa kwenye midomo yake.
ମୂର୍ଖ ନିକଟକୁ ଗଲେ, ତୁମ୍ଭେ ତାହାର ଜ୍ଞାନଯୁକ୍ତ ଓଷ୍ଠାଧର ଦେଖିବ ନାହିଁ।
8 Hekima ya mtu mwenye busara ni kuifahamu njia yake mwenyewe, bali upuuzi wa wapumbavu ni udanganyifu.
ଆପଣା ପଥ ବିବେଚନା କରିବା ଚତୁର ଲୋକର ଜ୍ଞାନ; ମାତ୍ର ପ୍ରବଞ୍ଚନା ମୂର୍ଖମାନଙ୍କର ଅଜ୍ଞାନତା ମାତ୍ର।
9 Wapumbavu hudharau wakati sadaka ya hatia inapotolewa, bali miongoni mwao waaminifu hushiriki fadhila.
ଅଜ୍ଞାନମାନେ ଦୋଷକୁ କୌତୁକ ମଣନ୍ତି; ମାତ୍ର ସରଳ ଲୋକମାନଙ୍କ ମଧ୍ୟରେ ଅନୁଗ୍ରହ ଥାଏ।
10 Moyo unayajua machungu yake mwenyewe na hakuna mgeni anayeshiriki furaha yake.
ଅନ୍ତଃକରଣ ଆପଣାର ତିକ୍ତତା ଜାଣେ; ପୁଣି, ଅପରିଚିତ ଲୋକ ତାହାର ଆନନ୍ଦରେ ଭାଗୀ ହୁଏ ନାହିଁ।
11 Nyumba ya waovu itaangamizwa, bali hema ya watu waaminifu itasitawi.
ଦୁଷ୍ଟମାନଙ୍କ ଗୃହ ନିପାତ ହେବ; ମାତ୍ର ସରଳ ଲୋକମାନଙ୍କ ତମ୍ବୁ ଉନ୍ନତ ହେବ।
12 Kuna njia ambayo huonekana sawa kwa mtu, lakini mwisho wake huelekea mauti tu.
ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ; ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ।
13 Moyo unaweza kucheka lakini bado ukawa katika maumivu na furaha inaweza kukoma ikawa huzuni.
ହାସ୍ୟକାଳରେ ମଧ୍ୟ ମନୋଦୁଃଖ ହୁଏ; ପୁଣି, ଆନନ୍ଦର ଶେଷ ଶୋକ।
14 Yule asiyemwaminifu atapata anachostahili kwa njia zake, bali mtu mwema atapata kilicho chake.
ଅନ୍ତଃକରଣରେ ବିପଥଗାମୀ ଆପଣା ଆଚରଣର ଫଳରେ ପରିପୂର୍ଣ୍ଣ ହେବ; ପୁଣି, ଉତ୍ତମ ଲୋକ ଆପଣାରୁ ପରିତୃପ୍ତ ହେବ।
15 Yeye ambaye hakufundishwa huamini kila kitu, bali mtu mwenye hekima huzifikiria hatua zake.
ନିର୍ବୋଧ ଲୋକ ସବୁ କଥା ବିଶ୍ୱାସ କରେ; ମାତ୍ର ଚତୁର ଲୋକ ଆପଣାର ସବୁ ଗତି ଭଲ କରି ବୁଝେ।
16 Mtu mwenye hekima huogopa na kutoka kwenye ubaya, bali mpumbavu huliacha onyo kwa ujasiri.
ଜ୍ଞାନୀ ଲୋକ ସତର୍କ ଥାଏ ଓ ମନ୍ଦକୁ ଛାଡ଼ିଦିଏ; ମାତ୍ର ମୂର୍ଖ ଲୋକ ଦାମ୍ଭିକଭାବ ବହି ଦୁଃସାହସୀ ହୁଏ।
17 Yeye ambaye anakuwa na hasira kwa haraka hufanya mambo ya kipumbavu, na mtu anayefanya hila mbaya huchukiwa.
ଯେ ହଠାତ୍‍ କ୍ରୋଧୀ, ସେ ଅଜ୍ଞାନର କର୍ମ କରେ; ପୁଣି, କୁକଳ୍ପନାକାରୀ ନିର୍ବୋଧ ମନୁଷ୍ୟ ଘୃଣାର ପାତ୍ର।
18 Wajinga hurithi upumbavu, lakini watu wenye hekima wamezingirwa kwa maarifa.
ଅସତର୍କ ଲୋକମାନେ ଅଜ୍ଞାନତାରୂପ ଅଧିକାର ପାʼନ୍ତି; ମାତ୍ର ଚତୁର ଲୋକେ ଜ୍ଞାନରୂପ ମୁକୁଟରେ ବିଭୂଷିତ ହୁଅନ୍ତି।
19 Hao ambao ni waovu watainama mbele yao walio wema na wale wenye uovu watasujudu kwenye malango ya wenye haki.
ମନ୍ଦ ଲୋକେ ଉତ୍ତମ ଲୋକମାନଙ୍କ ଛାମୁରେ ଓ ଦୁଷ୍ଟମାନେ ଧାର୍ମିକଗଣର ଦ୍ୱାରରେ ଦଣ୍ଡବତ କରନ୍ତି।
20 Mtu masikini huchukiwa hata na marafiki zake, bali watu matajiri wanamarafiki wengi.
ଦରିଦ୍ର ଆପଣା ପ୍ରତିବାସୀର ହିଁ ଘୃଣିତ ହୁଏ; ମାତ୍ର ଧନବାନର ଅନେକ ବନ୍ଧୁ ଥାʼନ୍ତି।
21 Yeye ambaye huonyesha dharau kwa jirani yake anafanya dhambi, bali yule ambaye huonyesha fadhila kwa masikini anafuraha.
ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛବୋଧ କରେ, ସେ ପାପ କରେ; ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ।
22 Je wale wanaofanya njama mbaya hawapotei? Bali wale wenye mpango wa kutenda mema watapokea agano la uaminifu na udhamini
ଅନିଷ୍ଟ ଚିନ୍ତାକାରୀଗଣ କʼଣ ଭ୍ରାନ୍ତ ହୁଅନ୍ତି ନାହିଁ? ମାତ୍ର ମଙ୍ଗଳ ଚିନ୍ତାକାରୀଗଣ ପ୍ରତି ଦୟା ଓ ସତ୍ୟତା ବର୍ତ୍ତେ।
23 Katika kazi zote ngumu huja faida, bali palipo na maongezi tu, huelekea kwenye umasikini.
ସବୁ ପ୍ରକାର ପରିଶ୍ରମରେ ଫଳ ଅଛି; ପୁଣି, ଓଷ୍ଠାଧରର କଥାମାତ୍ର କେବଳ ଦରିଦ୍ରତାରେ ପ୍ରବର୍ତ୍ତାଏ।
24 Taji ya watu wenye busara ni utajiri wao, bali upuuzi wa wapumbavu huwaletea upuu zaidi.
ଜ୍ଞାନୀମାନଙ୍କ ମୁକୁଟ ସେମାନଙ୍କର ଧନ; ପୁଣି, ମୂର୍ଖମାନଙ୍କର ଅଜ୍ଞାନତା କେବଳ ଅଜ୍ଞାନତା।
25 Shahidi mkweli huokoa maisha, bali shahidi wa uongo hupumua uongo.
ସତ୍ୟ ସାକ୍ଷୀ ଅନ୍ୟର ଜୀବନକୁ ରକ୍ଷା କରେ; ମାତ୍ର ମିଥ୍ୟାବାଦୀ ପ୍ରବଞ୍ଚନାଜନକ।
26 Mtu anapokuwa na hofu ya Yehova, pia anakuwa na matumaini zaidi ndani yake; vitu hivi vitakuwa kama sehemu imara ya ulinzi kwa watoto wa mtu huyu.
ସଦାପ୍ରଭୁ ବିଷୟକ ଭୟ ଦୃଢ଼ ବିଶ୍ୱାସଭୂମି; ଆଉ, ତାହାଙ୍କ ସନ୍ତାନମାନେ ଆଶ୍ରୟ ସ୍ଥାନ ପାଇବେ।
27 Kumcha Yehova ni chemchemi ya uzima, ili kwamba mtu aweze kujiepusha kutoka katika mitego ya mauti.
ମୃତ୍ୟୁର ଫାନ୍ଦରୁ ଫେରାଇବା ପାଇଁ ସଦାପ୍ରଭୁ ବିଷୟକ ଭୟ ଜୀବନର ଝର ସ୍ୱରୂପ।
28 Utukufu wa mfalme upo katika idadi kubwa ya watu wake, bali pasipo watu mfalme huangamia.
ପ୍ରଜା ବାହୁଲ୍ୟରେ ରାଜାର ସମ୍ଭ୍ରମ; ପୁଣି, ପ୍ରଜା ଅଭାବରେ ଭୂପତିର ବିନାଶ।
29 Mtu mvumilivu anaufahamu mkubwa, bali mtu mwepesi wa kuhamaki hukuza upuuzi.
ଯେ କ୍ରୋଧ କରିବାରେ ଧୀର, ସେ ବଡ଼ ବୁଦ୍ଧିମାନ; ପୁଣି, ହଠାତ୍‍ କ୍ରୋଧୀ ଅଜ୍ଞାନତାରୂପ ଧ୍ୱଜା ଟେକେ।
30 Moyo wenye raha ni uzima wa mwili, bali husuda huozesha mifupa.
ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ୱରୂପ; ପୁଣି, ଈର୍ଷା ହାଡ଼ର କ୍ଷୟ ସ୍ୱରୂପ।
31 Anayemkandamiza masikini humlaani Muumba wake, bali anayeonyesha fadhila kwa wahitaji humtukuza yeye.
ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତାହାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ; ପୁଣି, ଯେ ଦରିଦ୍ରକୁ ଦୟା କରେ, ସେ ତାହାଙ୍କୁ ଆଦର କରେ।
32 Mtu mwovu huangushwa chini kwa matendo yake mabaya, bali mtu mwenye haki anakimbilio hata katika kifo.
ଦୁଷ୍ଟ ଲୋକ ଆପଣା ମନ୍ଦକର୍ମରେ ବିନାଶ ହୁଏ, ମାତ୍ର ମରଣକାଳରେ ଧାର୍ମିକର ଆଶ୍ରୟ ଥାଏ।
33 Hekima hukaa katika moyo wa ufahamu, bali hata miongoni mwa wapumbavu hujiachilia mwenyewe kwa kujulikana
ଜ୍ଞାନ ବୁଦ୍ଧିମାନର ହୃଦୟରେ ଥାଏ; ପୁଣି, ମୂର୍ଖର ଆନ୍ତରିକ ଭାବ ଜଣାଯିବ।
34 Kutenda haki huliinua taifa, bali dhambi ni chukizo kwa watu wowote.
ଧାର୍ମିକତା ରାଜ୍ୟର ଉନ୍ନତି ଜନ୍ମାଏ; ମାତ୍ର ପାପ ନରଗଣର ଅପମାନ।
35 Fadhila ya mfalme ni kwa mtumishi mwenye kutenda kwa hekima, bali hasira yake ni kwa yule atendaye kwa kuaibisha.
ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହପାତ୍ର; ପୁଣି, ଯେ ଲଜ୍ଜା ଜନ୍ମାଏ, ତାହା ପ୍ରତି ସେ କ୍ରୋଧ କରନ୍ତି।

< Mithali 14 >