< Hesabu 8 >

1 BWANA akanena na Musa, akamwambia,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 “Sema na Haruni umwambie, 'zile taa saba lazima zimulike mbele ya kinara utakapoziwasha,”
“ତୁମ୍ଭେ ହାରୋଣକୁ କୁହ, ‘ତୁମ୍ଭେ ପ୍ରଦୀପ ଜାଳିବା ସମୟରେ ସେହି ସପ୍ତ ପ୍ରଦୀପ ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ଦେବ।’”
3 Haruni alifanya haya. Aliziwasha zile taa juu ya kinara ili ziangaze mbele yake kama BWANA alivyomwagiza Musa.
ତହିଁରେ ହାରୋଣ ସେହିରୂପ କଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, ଯେପରି ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ହେବ, ସେ ସେହିପରି ଦୀପମାନ ଜ୍ୱଳାଇଲେ।
4 Kinara kilitengenezwa kwa njia hii kama BWANA alivyomwelekeza Musa muundo wake. Kiitakaiwa kutengenezwa kwa dhahabu kuanzia kwenye kitako chake hadi juu, ndivyo kilivyotakiwa kutengenezwa kwa dhahabu kwa maua hadi juu.
ସେହି ଦୀପବୃକ୍ଷର କର୍ମ ସ୍ୱର୍ଣ୍ଣର ପିଟାକର୍ମ ଥିଲା; ତହିଁର ଗଣ୍ଡି ଓ ପୁଷ୍ପ ପର୍ଯ୍ୟନ୍ତ ପିଟାକର୍ମ ଥିଲା; ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଦର୍ଶ ଦେଖାଇଥିଲେ, ତଦନୁସାରେ ସେ ଦୀପବୃକ୍ଷ ନିର୍ମାଣ କଲେ।
5 Tena, BWANA akanena na Musa, akasema,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
6 '“Uwatwae Walawi kati ya wana wa Israeli na uwatakase.”
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ନେଇ ଶୁଚି କର।
7 Uwafanyie hivi ili kuwatakasa: Uwanyunyizie maji ya utakaso juu yao. Hakikisha wamenyoa miili yao yote, wafue nguo zao, na kwa njia hii wajitakase wenyewe.
ତୁମ୍ଭେ ସେମାନଙ୍କୁ ଶୁଚି କରିବା ନିମନ୍ତେ ଏହିରୂପ କରିବ; ସେମାନଙ୍କ ଉପରେ ପବିତ୍ରୀକରଣ ଜଳ ପ୍ରକ୍ଷେପ କର ଓ ସେମାନେ ଆପଣା ଆପଣାର ସମସ୍ତ ଶରୀରରେ କ୍ଷୁର ଚଳାନ୍ତୁ ଓ ସେମାନେ ଆପଣା ଆପଣା ବସ୍ତ୍ର ଧୋଇ ଆପଣା ଆପଣାକୁ ଶୁଚି କରନ୍ତୁ।
8 Kisha wachukue fahari mchanga na sadaka ya unga mwembamba uliochanganywa na mafuta. Halafu wachukue fahari mchanga kwa ajili ya sadaka ya dhambi.
ତହିଁ ଉତ୍ତାରେ ସେମାନେ ଏକ ଗୋବତ୍ସ ଓ ତହିଁର ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣନ୍ତୁ, ପୁଣି, ତୁମ୍ଭେ ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ନେବ।
9 Uwalete Walawi mbele ya hema ya kukutania, na uwakusanye jamii yote ya wana wa Israeli.
ତହୁଁ ତୁମ୍ଭେ ଲେବୀୟମାନଙ୍କୁ ସମାଗମ-ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ; ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏକତ୍ର କରିବ।
10 Uwalete Walawi mbele yangu, BWANA. Wana wa Israeli wataweka mikono yao juu ya Walawi.
ଆଉ ତୁମ୍ଭେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ; ତହୁଁ ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କ ଉପରେ ଆପଣାମାନଙ୍କ ହସ୍ତ ରଖିବେ।
11 Haruni atawatoa Walawi mbele yangu, kuwa sadaka ya kutikiswa. Atafanya hivi ili kwamba Walawi wanitumikie.
ଆଉ ହାରୋଣ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ, ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରି ପାରିବେ।
12 Walawi wataweka mikono yao juu ya hao fahari. Mtatoa fahari mmoja kuwa sadaka ya dhambi na fahari mwingine kuwa sadaka ya kuteketezwa kwangu, ili kuwa upatanisho kwa Walawi.
ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତ ରଖିବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।
13 Walete Walawi mbele ya Haruni na mbele ya wana wake, uwainue kuwa sadaka ya kutikiswa kwa ajili yangu.
ପୁଣି, ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
14 Kwa njia hii utawatenganisha Walawi toka wana wa Israeli. Walawi watakuwa wangu.
ଏହିରୂପେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ଲେବୀୟମାନଙ୍କୁ ପୃଥକ କରିବ; ତହିଁରେ ଲେବୀୟମାନେ ଆମ୍ଭର ହେବେ।
15 Baadaye Walawi wataingia ndani ya hema ya kukutania. Utawatakasa. utawatoa kuwa sadaka ya kutikiswa
ତହିଁ ଉତ୍ତାରେ ଲେବୀୟମାନେ ସେବା କରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କରିବେ; ପୁଣି, ତୁମ୍ଭେ ସେମାନଙ୍କୁ ଶୁଚି କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ।
16 Fanya hivi kwa sababu wao ni wangu wote kutoka kwa wana wa Israeli. Watachukua nafasi ya kila mzaliwa wa kwanza afunguaye tumbo, mzaliwa wa kwanza wa uzao wa Israeli. Nimewachukua Walawi kwa ajili yangu.
କାରଣ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ; ଆମ୍ଭେ ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ଗର୍ଭଫଳ ବଦଳେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ।
17 Wazaliwa wa kwanza wote kutoka kwa wana wa Israeli ni wangu, watu wote pamoja na wanyama pia. Siku ile nilipowachukua wazaliwa wa kwanza katika nchi ya Misri, Niliwatenga kwa ajili yangu
ଯେହେତୁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ମନୁଷ୍ୟ ଓ ପଶୁ, ଉଭୟର ସମସ୍ତ ପ୍ରଥମଜାତ ଆମ୍ଭର ମିସର ଦେଶର ସମସ୍ତ ପ୍ରଥମଜାତଙ୍କୁ ଆଘାତ କରିବା ଦିନ ଆମ୍ଭେ ସେମାନଙ୍କୁ ଆପଣା ନିମନ୍ତେ ପବିତ୍ର କଲୁ।
18 Nimewachukua Walawi kutoka kwa wana wa Israeli badala ya wazaliwa wa kwanza.
ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ବଦଳେ ଆମ୍ଭେ ଲେବୀୟମାନଙ୍କୁ ଗ୍ରହଣ କଲୁ।
19 Nimewatoa Walawi kuwa zawadi kwa Haruni na wana wake. Nimewachukua toka wana wa Isreali ili kuwatumikia wana wa Israeli katika hema ya kukutania. Nimewatoa ili kuwa upatanisho kwa watu ili kwamba wasipatwe na mapigo wakati wanapokaribia kwenye eneo takatifu.
ଆଉ ଇସ୍ରାଏଲ-ସନ୍ତାନଗଣ ପବିତ୍ର ସ୍ଥାନ ନିକଟକୁ ଆସିବା ସମୟରେ ଯେପରି ସେମାନଙ୍କ ମଧ୍ୟରେ ମହାମାରୀ ଉପସ୍ଥିତ ନ ହୁଏ, ଏଥିପାଇଁ ଆମ୍ଭେ ସମାଗମ-ତମ୍ବୁରେ ଇସ୍ରାଏଲ-ସନ୍ତାନଗଣ ବଦଳେ ସେବା ଓ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଦାନ ରୂପେ ହାରୋଣ ଓ ତାହାର ପୁତ୍ରଗଣଙ୍କୁ ଦେଲୁ।”
20 Musa, Haruni na jamii ya Waisraeli wote waliwafanyia Walawi hivi. Walifanya kila kitu ambacho BWANA alikuwa amemwamuru Musa kuhusu Walawi. Wana wa Israeli wakafanya haya pamoja nao.
ଏହିରୂପେ ମୋଶା, ହାରୋଣ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ଲେବୀୟମାନଙ୍କ ପ୍ରତି କଲେ; ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ପ୍ରତି କଲେ।
21 Walawi wakajitakasa wenyewe na kufua mavazi yao, Na Haruni akawatoa kama sadaka ya kutikiswa kwa BWANA na akafanya upatanisho kwao ili kuwatakasa.
ପୁଣି, ଲେବୀୟମାନେ ଆପଣା ଆପଣାକୁ ପାପରୁ ପରିଷ୍କାର କଲେ ଓ ଆପଣା ଆପଣା ବସ୍ତ୍ର ଧୌତ କଲେ; ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ; ଆଉ ହାରୋଣ ସେମାନଙ୍କୁ ଶୁଚି କରିବା ନିମନ୍ତେ ପ୍ରାୟଶ୍ଚିତ୍ତ କଲେ।
22 Baada ya hayo, Walawi waliingia ndani kufanya utumishi wao katika hema ya kukutania mbele ya Haruni na mbele ya wanawe. Kama BWANA alivyokuwa amemwagiza Musa juu ya Walawi. Waliwahudumia Walawi wote kwa jinsi hii.
ତହିଁ ଉତ୍ତାରେ ଲେବୀୟମାନେ ହାରୋଣର ସମ୍ମୁଖରେ ଓ ତାହାର ପୁତ୍ରଗଣ ସମ୍ମୁଖରେ ଆପଣା ଆପଣା ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କଲେ; ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନଙ୍କ ପ୍ରତି କଲେ।
23 BWANA akanena na Musa tena, Akasema,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
24 “Haya yote ni kwa ajili ya Walawi ambao wana umri wa miaka ishirini na mitano na zaidi. Wataungana na wale wanaohudumia hekaluni.
“ଲେବୀୟମାନଙ୍କ ବିଷୟରେ ଏହି ବ୍ୟବସ୍ଥା ପଚିଶ ବର୍ଷ ବୟସରୁ ଲେବୀୟମାନେ ସମାଗମ-ତମ୍ବୁରେ ସେବାକର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେବେ।
25 Wataacha kutoa huduma hii watakapokuwa na umri wa miaka hamsini. Katika umri huu hawatakiwi kuendelea na huduma tena.
ପୁଣି, ସେମାନେ ପଚାଶ ବର୍ଷ ବୟସ୍କ ହେଲେ, ସେବାକର୍ମରୁ ନିବୃତ୍ତ ହୋଇ ଆଉ ସେବା କରିବେ ନାହିଁ;
26 Wanaweza kuwasaidia ndugu zao wanaoendelea kufanya kazi ndani ya hema ya kukutania, lakini hawatakiwai kufanya kazi tena. Utawaelekeza Walawi kuyafahamu haya yote.”
ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ-ତମ୍ବୁରେ ଆପଣା ଆପଣା ଭ୍ରାତା ସହିତ ସେବାକର୍ମ କରିବେ ଓ ଅନ୍ୟ ସେବା କରିବେ ନାହିଁ; ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ତୁମ୍ଭେ ସେମାନଙ୍କ ପ୍ରତି ଏରୂପ କରିବ।”

< Hesabu 8 >