< Ezekieli 39 >

1 “Kisha wewe, mwanadamu, tabiri dhidi ya Gogu na sema, 'Bwana Yahwe asema hivi: Tazama! ni kinyume nawe, Gogu, mkuu wa Mesheki na Tubali.
“ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଗୋଗ୍‍ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ଗେଶର, ମେଶକ୍‍ର ଓ ତୁବଲ୍‍ର ଅଧିପତି ଗୋଗ୍‍, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ;
2 Nitakugeuza na kukuongoza; nitakupandisha juu kutoka mbali kaskazini na kukuleta hata milima ya Israeli.
ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭକୁ କଢ଼ାଇ ନେବା, ଆଉ ଉତ୍ତର ଦିଗର ପ୍ରାନ୍ତଭାଗରୁ ତୁମ୍ଭକୁ ଅଣାଇବା; ଆଉ, ଆମ୍ଭେ ଇସ୍ରାଏଲର ପର୍ବତସମୂହର ଉପରକୁ ତୁମ୍ଭକୁ ଆଣିବା;
3 Kisha nitaufunga upinde wako utoke katika mkono wako wa kushoto na kuifanya mishale kuanguka kutoka kwenye mkono wako wa kuume.
ପୁଣି, ଆମ୍ଭେ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବା।
4 Utaanguka juu ya milima ya Israeli-wewe na jeshi lako late na maaskari walio pamoja nawe. Nitawapatia ndege mbua na wanyama pori wa mashambani kwa ajili ya chakula.
ଇସ୍ରାଏଲର ପର୍ବତଗଣ ଉପରେ ତୁମ୍ଭେ ପତିତ ହେବ, ତୁମ୍ଭର ସକଳ ସୈନ୍ୟଦଳ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ପତିତ ହେବେ; ଆମ୍ଭେ ସବୁ ପ୍ରକାର ହିଂସ୍ରକ ପକ୍ଷୀଗୁଡ଼ିକୁ ଓ କ୍ଷେତ୍ରସ୍ଥ ପଶୁଗଣର ଗ୍ରାସର ନିମନ୍ତେ ତୁମ୍ଭକୁ ସମର୍ପଣ କରିବା।
5 Utaanguka juu ya uso wa shamba, kwa kuwa mimi mwenyewe nimesema hivyo-hivi ndivyo Bwana Yahwe asemavyo.
ତୁମ୍ଭେ ପଡ଼ିଆରେ ପତିତ ହେବ; କାରଣ ଆମ୍ଭେ ଏହା କହିଅଛୁ, ପ୍ରଭୁ, ସଦାପ୍ରଭୁ ଏହା କହନ୍ତି।
6 Kisha nitapeleka moto juu ya Magogu na kwa wale waishio salama juu ya pwani, na watajua yakwamba mimi ni Yahwe.
ପୁଣି, ଆମ୍ଭେ ମାଗୋଗ୍‍ର ଉପରେ ଓ ଦ୍ୱୀପସମୂହରେ ନିରାପଦରେ ବାସକାରୀମାନଙ୍କ ଉପରେ ଅଗ୍ନି ପ୍ରେରଣ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
7 Kwa kuwa nitalifanya jina langu takatifu lijulikane kati ya watu wangu Israeli, na sitaruhusu tena jina langu takatifu litukanwe; mataifa watajua kwamba mimi ni Yahwe, Mtakatifu katika Israeli.
ଆଉ, ଆମ୍ଭେ ଆମ୍ଭର ଇସ୍ରାଏଲ ଲୋକଙ୍କ ମଧ୍ୟରେ ଆପଣା ପବିତ୍ର ନାମ ଜ୍ଞାତ କରାଇବା ଓ ଆମ୍ଭର ପବିତ୍ର ନାମ ଆଉ ଅପବିତ୍ରୀକୃତ ହେବାକୁ ଦେବା ନାହିଁ, ତହିଁରେ ଆମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପବିତ୍ର ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।
8 Tazama! Siku inakuja, na itachukua nafasi-hivi ndivyo Bwana Yahwe asemavyo.
ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ଯେଉଁ ଦିନର ବିଷୟ ଆମ୍ଭେ କହିଅଛୁ, ଏହା ସେହି ଦିନ।
9 Hao wakaao katika miji ya Israeli watatoka nje na watatumia silaha kuwasha moto na kutengeneza moto na kuwachoma-ngao ndogo, ngao kubwa, pinde, mishale, rungu, na mikuki; watatengeneza mioto pamoja nao kwa muda wa siku saba.
ପୁଣି, ଇସ୍ରାଏଲର ନଗରସମୂହରେ ବାସକାରୀ ଲୋକମାନେ ବାହାରେ ଯାଇ, ଢାଲ ଓ ଫଳକ, ଧନୁ ଓ ତୀର, ଆଉ ଯଷ୍ଟି ଓ ବର୍ଚ୍ଛା, ଏହି ସକଳ ଅସ୍ତ୍ରଶସ୍ତ୍ର ଅଗ୍ନିରେ ଜଳାଇବେ, ସେମାନେ ସାତ ବର୍ଷ ପର୍ଯ୍ୟନ୍ତ ସେହି ସବୁ ନେଇ ଅଗ୍ନିରେ ଜ୍ୱଳାଇବେ;
10 Hawatakusanya kuni kutoka mashambani wala kukata miti kutoka kwenye misitu, kwa kuwa watazichoma hizo silaha; watawateka nyara wale watakaotaka kuwateka nyara-hivi ndivyo Bwana Yahwe asemavyo.”
ଏହିରୂପେ ସେମାନେ ପଦାରୁ କାଠ ଆଣିବେ ନାହିଁ; କି ବନରୁ କିଛି କାଟିବେ ନାହିଁ; କାରଣ ସେମାନେ ଅସ୍ତ୍ରଶସ୍ତ୍ର ନେଇ ଅଗ୍ନିରେ ଜ୍ୱଳାଇବେ; ଆଉ, ଆପଣା ଲୁଣ୍ଠନକାରୀମାନଙ୍କର ଧନ ଲୁଣ୍ଠନ କରିବେ ଓ ଯେଉଁମାନେ ସେମାନଙ୍କର ସମ୍ପତ୍ତି ଅପହରଣ କଲେ, ସେମାନଙ୍କର ସମ୍ପତ୍ତି ଅପହରଣ କରିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
11 Kisha itakuwa katika hiyo siku ambayo nitaifanya sehemu huko kwa ajili ya Gogu-kaburi la Israeli, bonde kwa ajili ya wale wanaosafiri hata mashariki ya bahari. Litawazuia wale wanaotegemea kupita. Huko watamzika Gogu pamoja na kundi lake lote. Watapaita bonde la Hamon-Gogu.
ପୁଣି, ଆମ୍ଭେ ସେହି ଦିନ ଗୋଗ୍‍କୁ ଇସ୍ରାଏଲ ମଧ୍ୟରେ କବର ସ୍ଥାନ ନିମନ୍ତେ, ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ଦେବା; ତାହା ପଥିକମାନଙ୍କର ଗମନ ରୋଧ କରିବ ଓ ସେତୁ ସ୍ଥାନରେ ଲୋକମାନେ ଗୋଗ୍‍କୁ ଓ ତାହାର ସମସ୍ତ ଲୋକସମୂହକୁ କବର ଦେବେ; ଆଉ, ସେହି ସ୍ଥାନକୁ ସେମାନେ ହାମୋନ-ଗୋଗ୍‍ର ଉପତ୍ୟକା ବୋଲି ନାମ ଦେବେ।
12 Kwa muda wa siku saba nyumba ya Israeli itawazika ili kuitakasa nchi.
ପୁଣି, ଦେଶକୁ ଶୁଚି କରିବା ନିମନ୍ତେ ସେମାନଙ୍କୁ କବର ଦେବା ପାଇଁ ଇସ୍ରାଏଲ ବଂଶକୁ ସାତ ମାସ ଲାଗିବ।
13 Kwa kuwa watu wa nchi watawazika; itakuwa siku ya kukumbukwa kwao wakati nitakapotukuzwa-hivi ndivyo Bwana Yahwe asemavyo.
ହଁ, ଦେଶର ସମସ୍ତ ଲୋକ ସେମାନଙ୍କୁ କବର ଦେବେ; ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଗୌରବାନ୍ୱିତ ହେବା ଦିନ ସେମାନଙ୍କ ପକ୍ଷରେ ତାହା ଯଶ ସ୍ୱରୂପ ହେବ।
14 Kisha watawateua watu kuendelea kwenda kwenye nchi, kuwatafuta wale waliokuwa wakisafiri, lakini waliokufa na miili yao kubaki juu ya uso wa nchi, ili kwamba waweze kuwazika, kwa ajili ya kusafisha nchi. Katika siku ya mwisho ya mwezi wa saba wataanza kutafuta.
ପୁଣି, ସେମାନେ ନିତ୍ୟ କାର୍ଯ୍ୟରେ ନିଯୁକ୍ତ ଲୋକମାନଙ୍କୁ ପୃଥକ କରିବେ, ସେହି ଲୋକମାନେ ଦେଶ ଶୁଚି କରିବା ପାଇଁ, ପଥିକମାନଙ୍କ ମଧ୍ୟରୁ ଭୂମିରେ ଅବଶିଷ୍ଟ ଥିବା ଲୋକମାନଙ୍କୁ କବର ଦେବା ନିମନ୍ତେ ଦେଶ ମଧ୍ୟଦେଇ ଗମନ କରିବେ; ସାତ ମାସ ଶେଷ ହେଲା ଉତ୍ତାରେ ସେମାନେ ଅନୁସନ୍ଧାନ କରିବେ।
15 Kama hawa watu wapitao kwenye nchi, watakapoona mfupa wowote wa binadamu, wataweka alama kwa huo, hadi wachimba kaburi watakapokuja na kuizika katika bonde la Hamoni Gogu.
ପୁଣି, ସେହି ଗମନକାରୀମାନେ ଦେଶ ମଧ୍ୟଦେଇ ଗମନ କରିବେ ଓ କେହି ମନୁଷ୍ୟର ଅସ୍ଥି ଦେଖିଲେ ସେ ତାହା ନିକଟରେ ଗୋଟିଏ ଚିହ୍ନ ରଖିବ, ତହୁଁ କବର ଦେବା ଲୋକମାନେ ହାମୋନ-ଗୋଗ୍‍ ଉପତ୍ୟକାରେ ତାହାର କବର ଦେବେ।
16 Kutakuwa na mji huko unaitwa Hamona. Wataitakasa nchi kwa njia hii.
ଆହୁରି, ଏକ ନଗରର ନାମ ‘ହାମୋନା’ (ଲୋକସମୂହ) ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।
17 Kwako wewe, mwanadamu, Bwana Yahwe asema hivi: Waambie ndege wote wenye mabawa na wanyama wote wa porini katika mashamba, 'Kusanyikeni pamoja na mje. Kusanyikeni kutoka pande zote kwenda kwenye dhabihu yote ambayo mimi mwenyewe ninayoifanya kwa ajili yako, dhabihu kubwa juu ya milima ya Israeli, ili kwamba mle nyama na kunywa damu.
ପୁଣି, ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରତ୍ୟେକ ବନ୍ୟ ପଶୁକୁ କୁହ, ତୁମ୍ଭେମାନେ ଏକତ୍ର ହୋଇ ଆସ; ତୁମ୍ଭେମାନେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ଯଜ୍ଞର ଚାରିଆଡ଼େ ଏକତ୍ର ହୁଅ, ଆମ୍ଭେ ଇସ୍ରାଏଲର ପର୍ବତଗଣ ଉପରେ ତୁମ୍ଭମାନଙ୍କ ନିମନ୍ତେ ଯଜ୍ଞ, ଏକ ମହାଯଜ୍ଞ କରୁଅଛୁ।
18 Mtakula nyama ya walio hodari na kunywa damu ya wakuu wa dunia; watakuwa kondoo waume, wana kondoo, mbuzi, na ng'ombe, wote walikuwa wanene katika Basheni.
ତୁମ୍ଭେମାନେ ବୀରମାନଙ୍କର ମାଂସ ଖାଇବ ଓ ଭୂପତିମାନଙ୍କର ରକ୍ତ ପିଇବ, ସେମାନେ ସମସ୍ତେ ବାଶନ ଦେଶୀୟ ହୃଷ୍ଟପୁଷ୍ଟ ମେଷ, ମେଷବତ୍ସ, ଛାଗ ଓ ବୃଷ ସ୍ୱରୂପ ଅଟନ୍ତି।
19 Kisha mtakula mafuta hata kuridhika kwenu; mtakunywa damu hadi kulewa; hii itakuwa dhabihu nitakayoichinja kwa ajili yenu.
ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ଯଜ୍ଞ କରୁଅଛୁ, ଆମ୍ଭର ସେହି ଯଜ୍ଞରୁ ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ମେଦ ଖାଇବ ଓ ମତ୍ତ ହେବା ପର୍ଯ୍ୟନ୍ତ ରକ୍ତ ପିଇବ।
20 Mtatosheka kwenye meza yangu pamoja na farasi, magari ya farasi, shujaa, na kila mtu wa vita-hivi ndivyo Bwana Yahwe asemavyo.'
ଆଉ, ତୁମ୍ଭେମାନେ ଆମ୍ଭ ମେଜରେ ଅଶ୍ୱ, ରଥ, ବୀର ଓ ସବୁ ଯୋଦ୍ଧାମାନଙ୍କୁ ଖାଇ ତୃପ୍ତ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
21 Nitauweka utukufu wangu kati ya mataifa, na mataifa yote yataona hukumu yangu ninayoionyesha na mkono wangu nimeuweka juu yao.
ପୁଣି, ଆମ୍ଭେ ଗୋଷ୍ଠୀଗଣଙ୍କ ମଧ୍ୟରେ ଆପଣାର ଗୌରବ ସ୍ଥାପନ କରିବା, ତହିଁରେ ଆମ୍ଭେ ଯାହା ସଫଳ କରିଅଛୁ, ଆମ୍ଭର ସେହି ଶାସନ ଓ ଆମ୍ଭେ ସେମାନଙ୍କ ଉପରେ ଆପଣାର ଯେଉଁ ହସ୍ତ ଥୋଇଅଛୁ, ତାହା ସକଳ ଗୋଷ୍ଠୀ ଦେଖିବେ।
22 Nyumba ya Israeli itajua yakwamba mimi ni Yahwe Mungu wao kutoka hiyo siku na kuendelea.
ଏହିରୂପେ ସେହି ଦିନ ଓ ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ।
23 Mataifa yatajua kwamba nyumba ya Israeli wameenda uhamishoni kwa sababu ya udhalimu wao kwa kunisaliti, hivyo naficha uso wangu kwao na kuwaweka kwenye mkono wa maadui zao ili kwamba wote waanguke kwa upanga.
ପୁଣି, ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ଅଧର୍ମ ସକାଶୁ ବନ୍ଦୀ ହୋଇ ଯାଇଥିଲେ, କାରଣ ସେମାନେ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ ଅପରାଧ କରିବାରୁ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇଲୁ; ତହୁଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣର ହସ୍ତରେ ସମର୍ପଣ କଲୁ, ତହିଁରେ ସେମାନେ ସମସ୍ତେ ଖଡ୍ଗ ଦ୍ୱାରା ହତ ହେଲେ।
24 Nimewafanyia kutokana na uchafu wao na dhambi zao, nitakapokuwa nimeuficha uso wangu kwao.
ସେମାନଙ୍କର ଅଶୁଚିତା, ଆଉ ସେମାନଙ୍କର ଅପରାଧ ଅନୁସାରେ ଆମ୍ଭେ ସେମାନଙ୍କ ପ୍ରତି ବ୍ୟବହାର କଲୁ ଓ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇଲୁ।
25 Kwa hiyo Bwana Yahwe asema hivi: Sasa nitawarudisha watu wa Yakobo, na kuwa na huruma juu ya nyumba yote ya Israeli, wakati nitakapoona wivu kwa ajili ya jina langu.
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଏବେ ଆମ୍ଭେ ଯାକୁବର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବା; ଆଉ, ଆମ୍ଭେ ଆପଣା ପବିତ୍ର ନାମ ପକ୍ଷରେ ଉଦ୍‍ଯୋଗୀ ହେବା।
26 Kisha watabeba aibu yao na uhaini mkubwa walio nihaini. Watayasahau haya yote watakapopumzika katika nchi yao katika usalama, wala hakuna mtu atakaye waogofya.
ପୁଣି, ସେମାନେ ଯେତେବେଳେ ଆପଣାମାନଙ୍କ ଦେଶରେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ନ ଦେଖାଇବ, ଯେତେବେଳେ ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରୁ ସେମାନଙ୍କୁ ପୁନର୍ବାର ଆଣିବା ଓ ସେମାନଙ୍କ ଶତ୍ରୁଗଣର ଦେଶରୁ ସେମାନଙ୍କୁ ସଂଗ୍ରହ କରିବା, ଆଉ ଅନେକ ଗୋଷ୍ଠୀ ସାକ୍ଷାତରେ ସେମାନଙ୍କ ମଧ୍ୟରେ ପବିତ୍ରୀକୃତ ହେବା;
27 Wakati nitakapokuwa nimewarudisha kutoka kwa watu na kuwakusanya kutoka kwenye nchi za maadui zao, nitajionyesha mimi mwenyewe kuwa mtakatifu kwenye uso wa mataifa mengi.
ସେତେବେଳେ ସେମାନେ ଆପଣାମାନଙ୍କର ଅପମାନ ଓ ଆମ୍ଭ ବିରୁଦ୍ଧରେ ଯେଉଁସବୁ ସତ୍ୟ-ଲଙ୍ଘନ କଲେ, ସେହି ସକଳ ସତ୍ୟ-ଲଙ୍ଘନର ଫଳ ଭୋଗ କରିବେ।
28 Kisha watajua kwamba mimi ni Yahwe Mungu wao, kwa kuwa nimewapeleka utumwani kati ya mataifa, lakini kisha nitawakusanya kuwarudisha hata nchi yao. Sitamuacha hata mmoja wao kati ya mataifa.
ପୁଣି, ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲୁ ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛୁ, ଏହା ସେମାନେ ଜାଣିବେ; ପୁଣି, ଆମ୍ଭେ ସେମାନଙ୍କର କାହାକୁ ହିଁ ଆଉ ସେଠାରେ ଅବଶିଷ୍ଟ ରଖିବା ନାହିଁ।
29 Sitawaficha uso wangu kwao wakati nitakapomwaga Roho wangu katika nyumba ya Israeli-hivi ndivyo Bwana Yahwe asemavyo.”
ଆଉ, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଆଉ ଲୁଚାଇବା ନାହିଁ; କାରଣ ଆମ୍ଭେ ଇସ୍ରାଏଲ ବଂଶ ଉପରେ ନିଜ ଆତ୍ମା ଢାଳିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”

< Ezekieli 39 >