< Ezekieli 36 >

1 “Na wewe, mwanadamu, itabirie milima ya Israeli na useme, 'Milima ya Israeli, lisikilizeni neno la Yahwe.
“ଆଉ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପର୍ବତଗଣକୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
2 Bwana Yahwe asema hivi: Adui amesema kuhusu ninyi, “Aha!” na “Mahala pa juu pa zamani pamekuwa milki yetu.”'
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଶତ୍ରୁ ତୁମ୍ଭ ବିରୁଦ୍ଧରେ କହିଅଛି, ‘ଭଲ ହେଲା, ଭଲ ହେଲା! ଓ ସେହି ପ୍ରାଚୀନ ଉଚ୍ଚସ୍ଥଳୀସକଳ ଆମ୍ଭମାନଙ୍କର ଅଧିକୃତ ହେଲା,’
3 Kwa hiyo tabiri na sema, 'Bwana Yahwe asema hivi: Kwa sababu ya ukiwa wenu na kwa sababu mashambulizi yaliyokuja juu yenu kutoka pande zote, mmekuwa milki ya mataifa mengine; mmeambiwa kwa midomo yao waongeao, na kwa masingizio ya watu.
ଏଥିପାଇଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ତୁମ୍ଭମାନଙ୍କୁ ଗୋଷ୍ଠୀୟମାନଙ୍କ ଅବଶିଷ୍ଟାଂଶ ଅଧିକାର କରିବା ପାଇଁ ଲୋକମାନେ ତୁମ୍ଭମାନଙ୍କୁ ଧ୍ୱଂସ ଓ ଚତୁର୍ଦ୍ଦିଗରେ ଗ୍ରାସ କରିଅଛନ୍ତି, ଆଉ ତୁମ୍ଭେମାନେ ବକୁଆମାନଙ୍କ ଓଷ୍ଠଗତ ଓ ଲୋକମାନଙ୍କ ନିନ୍ଦାର ପାତ୍ର ହୋଇଅଛ;
4 Kwa hiyo, milima ya Israeli, sikilizeni neno la Bwana Yahwe: Bwana Yahwe asema hivi kwa milima na vilima, mifereji ya maji na mabonde, mahali palipoharibika kuwa ukiwa na miji iliyoachwa ambayo imetekwa nyara na kutokuwa huru kwa kutaniwa na mataifa yaliyowazunguka-
ଏହେତୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ଇସ୍ରାଏଲର ଯେସକଳ ପର୍ବତ ଓ ଉପପର୍ବତଗଣ, ଜଳପ୍ରବାହ ଓ ଉପତ୍ୟକାସକଳ, ଧ୍ୱଂସ ଶୂନ୍ୟସ୍ଥାନସକଳ ଓ ତ୍ୟକ୍ତ ନଗରସମୂହ, ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀୟମାନଙ୍କର ଅବଶିଷ୍ଟାଂଶର ପ୍ରତି ଲୁଟିତ ଦ୍ରବ୍ୟ ଓ ହାସ୍ୟାସ୍ପଦ ହୋଇଅଛି, ସେହି ସବୁକୁ ସଦାପ୍ରଭୁ ଏହି କଥା କହନ୍ତି;
5 kwa hiyo Bwana Yahwe asema hivi: Hakika nimeongea katika moto wa hasira yangu juu ya mataifa meningine, juu ya Edemu na wote waliochukua nchi yangu kwa ajili yao wenyewe kama milki, dhidi ya wale walikuwa na furaha yote katika mioyo yao na dharau katika roho zao, kama walivyoitwaa nchi yangu kwamba wangeweza kudai nchi za malisho kwa ajili yao.
ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଯେଉଁମାନେ ଆପଣାମାନଙ୍କ ସର୍ବାନ୍ତଃକରଣର ଆନନ୍ଦରେ ଓ ପ୍ରାଣର ଈର୍ଷାରେ, ଲୁଟିତ ଦ୍ରବ୍ୟ ରୂପେ ନିକ୍ଷେପ କରିବା ପାଇଁ ଆମ୍ଭ ଦେଶକୁ ଆପଣାମାନଙ୍କର ଅଧିକାର ବୋଲି ନିରୂପଣ କରିଅଛନ୍ତି, ଗୋଷ୍ଠୀୟମାନଙ୍କର ସେହି ଅବଶିଷ୍ଟାଂଶର ବିରୁଦ୍ଧରେ ଓ ସମୁଦାୟ ଇଦୋମର ବିରୁଦ୍ଧରେ ଆମ୍ଭେ ନିତାନ୍ତ ଆପଣା ଅନ୍ତରାଗ୍ନିର ଜ୍ୱାଳାରେ କହିଅଛୁ;
6 Kwa hiyo, tabiri kwa nchi ya Israeli na sema kwa milima na vilima, hata kwenye mifereji na mabonde, Bwana Yahwe asema hivi: Tazama! Katika ghadhabu yangu na hasira yangu nasema hivi kwa sababu mmechukua fedheha za mataifa.
ଏଣୁ ଇସ୍ରାଏଲର ଦେଶ ବିଷୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଆଉ ପର୍ବତ ଓ ଉପପର୍ବତଗଣକୁ, ଜଳପ୍ରବାହ ଓ ଉପତ୍ୟକାସକଳକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କଠାରୁ ଅପମାନ ଭୋଗ କରିବାରୁ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳାରେ ଓ କୋପରେ କଥା କହିଅଛୁ;
7 Kwa hiyo, Bwana Yahwe asema hivi: Mimi mwenyewe nitainua mkono wangu kuapa kwamba mataifa yanayowazunguka yamkini yatawabebea aibu yao wenyewe.
ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଆପଣା ହସ୍ତ ଉଠାଇ କହିଅଛୁ, ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଅନ୍ୟ ଦେଶୀୟମାନେ ନିଶ୍ଚୟ ଆପଣାମାନଙ୍କ ଅପମାନ ଭୋଗ କରିବେ।
8 Lakini ninyi, milima ya Israeli, mtachipuza matawi na kuzaa matunda kwa ajili ya watu wangu Israeli, kwa kuwa watarudi kwenu.
ମାତ୍ର ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ଆପଣାମାନଙ୍କର ଶାଖା ବାହାର କରିବ ଓ ଆମ୍ଭର ଇସ୍ରାଏଲର ଲୋକଙ୍କ ନିମନ୍ତେ ଆପଣା ଆପଣାର ଫଳ ଉତ୍ପନ୍ନ କରିବ; କାରଣ ସେମାନଙ୍କର ଆଗମନ ସନ୍ନିକଟ।
9 Maana tazama, nipo kwa ajili yenu, na kuwachukulia kwa fadhili; mtalimwa na kupandwa mbegu.
ଯେହେତୁ ଦେଖ, ଆମ୍ଭେ ତୁମ୍ଭମାନଙ୍କର ସପକ୍ଷ ଅଟୁ ଓ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଫେରିବା, ତହିଁରେ ତୁମ୍ଭେମାନେ ଚାଷ କରାଯାଇ ବୁଣାଯିବ।
10 Hivyo nitawaongeza juu ya milima yenu watu katika nyumba ya Israeli, yote. Miji itakaa na palipoharibiwa kujengwa.
ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ, ସମସ୍ତ ଇସ୍ରାଏଲ ବଂଶକୁ, ତହିଁର ସମଗ୍ରକୁ ବୃଦ୍ଧି କରିବା; ତହିଁରେ ନଗରସମୂହ ବସତି ସ୍ଥାନ ହେବ ଓ ଧ୍ୱଂସସ୍ଥାନ ସକଳ ପୁନଃନିର୍ମିତ ହେବ;
11 Nitaongeza mtu na wanyama juu yenu milima ili kwamba itaongezeka na kuzaa. Kisha nitawafanya kuishi kama mlivyokuwa, na nitawafanya kustawi zaidi kuliko mlivyokuwa zamani, kwa kuwa mtajua yakwamba mimi ni Yahwe.
ପୁଣି, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ମନୁଷ୍ୟ ଓ ପଶୁକୁ ବୃଦ୍ଧି କରିବା, ତହିଁରେ ସେମାନେ ବର୍ଦ୍ଧିଷ୍ଣୁ ହୋଇ ସନ୍ତାନସନ୍ତତି ବିଶିଷ୍ଟ ହେବେ; ଆଉ, ଆମ୍ଭେ ତୁମ୍ଭମାନଙ୍କୁ ପୂର୍ବକାଳର ନ୍ୟାୟ ବସତି କରାଇବା ଓ ତୁମ୍ଭମାନଙ୍କ ପ୍ରତି ଆଦ୍ୟ କାଳ ଅପେକ୍ଷା ଅଧିକ ମଙ୍ଗଳ କରିବା। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
12 Nitawaleta watu, watu wangu Israeli, kutembea juu yenu. Watakumiliki, na utakuwa urithi wao, na hutasababisha tena watoto wao kufa.
ଆହୁରି, ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ, ଅର୍ଥାତ୍‍, ଆମ୍ଭର ଇସ୍ରାଏଲ ଲୋକଙ୍କୁ ଗତାୟାତ କରାଇବା ଓ ସେମାନେ ତୁମ୍ଭମାନଙ୍କୁ ଭୋଗ କରିବେ, ଆଉ ତୁମ୍ଭେ ସେମାନଙ୍କର ଅଧିକାର ସ୍ୱରୂପ ହେବ, ପୁଣି, ତୁମ୍ଭେ ଏହି ସମୟଠାରୁ ଆଉ ସେମାନଙ୍କୁ ସନ୍ତାନବିହୀନ କରିବ ନାହିଁ।
13 Bwana Yahwe asema hivi: Kwa sababu wanakwambia, “Wewe unakula watu, na watoto wa nchi yako wamekufa,”
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେମାନେ ତୁମ୍ଭକୁ କହନ୍ତି, ‘ହେ ଦେଶ, ତୁମ୍ଭେ ମନୁଷ୍ୟ ଗ୍ରାସକ ଓ ନିଜ ଦେଶୀୟମାନଙ୍କର ନାଶକ ହୋଇଅଛ,’
14 kwa hiyo hautawala watu wangu tena, na hutalifanya tena taifa lako kuomboleza vifo vyao. Hivi ndivyo Bwana Yahwe asemavyo.
ଏଥିପାଇଁ ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭେ ଆଉ ମନୁଷ୍ୟମାନଙ୍କୁ ଗ୍ରାସ କରିବ ନାହିଁ କିଅବା ତୁମ୍ଭ ଦେଶୀୟମାନଙ୍କର ନାଶ ଆଉ କରିବ ନାହିଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି;
15 Wala sintokuruhusu kusikiliza fedhiha za mataifa tena; hautachukua tena aibu ya watu au kufanya taifa lako kuanguka-hivi ndivyo Bwana Yahwe asemavyo.”'
ଅଥବା ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଅପମାନ ବାକ୍ୟ ଆଉ ଶୁଣାଇବା ନାହିଁ ଓ ତୁମ୍ଭେ ଗୋଷ୍ଠୀୟମାନଙ୍କର ନିନ୍ଦାବାକ୍ୟର ଭାର ଆଉ ବହିବ ନାହିଁ ଓ ନିଜ ଦେଶୀୟମାନଙ୍କର ବିଘ୍ନ ଆଉ ଜନ୍ମାଇବ ନାହିଁ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
16 Kisha neno la Yahwe likanijia, kusema,
ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
17 “Mwanadamu, wakati nyumba ya Israeli walipoikalia nchi yao, waliinajisi kwa njia zao na matendo yao. Njia zao zilikuwa kama uchafu wa hedhi ya mwanamke mbele yangu.
“ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ ବଂଶ ନିଜ ଦେଶରେ ବାସ କରିବା ବେଳେ ସେମାନେ ଆପଣାମାନଙ୍କର ଆଚରଣ ଓ କ୍ରିୟା ଦ୍ୱାରା ତାହା ଅଶୁଚି କଲେ; ସେମାନଙ୍କର ଆଚରଣ ଆମ୍ଭ ସାକ୍ଷାତରେ ସ୍ତ୍ରୀଲୋକର ପୃଥକ ସ୍ଥିତିକାଳୀନ ଅଶୌଚର ତୁଲ୍ୟ ଥିଲା।
18 Hivyo nilimwaga ghadhabu yangu juu yao kwa ajili ya damu ambayo waliyoimwaga juu ya nchi na kwa ajili ya uchafu wa hiyo kwa sanamu zao.
ଏନିମନ୍ତେ ସେମାନେ ଦେଶରେ ରକ୍ତ ଢାଳିବା ସକାଶୁ ଓ ଆପଣାମାନଙ୍କର ପ୍ରତିମାଗଣ ଦ୍ୱାରା ତାହା ଅଶୁଚି କରିବା ସକାଶୁ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ଢାଳିଲୁ,
19 Nimewatawanya miongoni mwa mataifa; walitawanyika katika nchi nyingi. Nimewahukumu kulingana na njia zao na matendo yao.
ଆଉ, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କଲୁ ଓ ସେମାନେ ନାନା ଦେଶରେ ବିକ୍ଷିପ୍ତ ହେଲେ; ସେମାନଙ୍କର ଆଚରଣ ଅନୁସାରେ ଓ ସେମାନଙ୍କର କ୍ରିୟାନୁସାରେ ଆମ୍ଭେ ସେମାନଙ୍କର ବିଚାର କଲୁ।
20 Kisha wakaenda kati ya mataifa, na popote walipoenda, walilitukana jina langu takatifu wakati watu waliwasema, 'Je! hawa kweli ni watu wa Yahwe? Kwa kuwa wamefukuzwa nje ya nchi yake.
ପୁଣି, ଯେଉଁ ସ୍ଥାନକୁ ସେମାନେ ଗଲେ, ସେହି ସ୍ଥାନରେ ଗୋଷ୍ଠୀୟମାନଙ୍କ ମଧ୍ୟକୁ ଯାଇ ସେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କଲେ; ତହିଁରେ ଲୋକମାନେ ସେମାନଙ୍କ ବିଷୟରେ କହିଲେ, ‘ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାହାଙ୍କ ଦେଶରୁ ବାହାରି ଯାଇଅଛନ୍ତି।’
21 Lakini nilikuwa na huruma kwa ajili ya jina langu takatifu ambalo nyumba ya Israeli walilinajisi miongoni mwa mataifa, walipoenda huko.
ତଥାପି ଇସ୍ରାଏଲ ବଂଶ ନାନା ଗୋଷ୍ଠୀୟମାନଙ୍କ ମଧ୍ୟକୁ ଯାଇ ଆମ୍ଭର ଯେଉଁ ପବିତ୍ର ନାମ ଅପବିତ୍ର କଲେ, ସେହି ପବିତ୍ର ନାମ ସକାଶୁ ଆମ୍ଭର ଦୟା ଜାତ ହେଲା।
22 Kwa hiyo waambie nyumba ya Israeli, 'Bwana Yahwe asema hivi: Sifanyi haya kwa ajili yenu, nyumba ya Israeli, lakini jina langu, mlilolitukana miongoni mwa mataifa kila sehemu mlipoenda.
ଏହେତୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କ ସକାଶୁ ଏପରି କରୁ ନାହୁଁ, ମାତ୍ର ତୁମ୍ଭେମାନେ ନାନା ଗୋଷ୍ଠୀ ମଧ୍ୟକୁ ଯାଇ ଯାହା ଅପବିତ୍ର କରିଅଛ, ଆମ୍ଭ ନିଜର ସେହି ପବିତ୍ର ନାମ ସକାଶୁ କରୁଅଛୁ।
23 Kwa kuwa nitalifanya jina langu kuu kuwa takatifu, mlilolitukana miongoni mwa mataifa-katikati ya mataifa, mmelitukana. Kisha mataifa watajua kwamba mimi ni Yahwe-hivi ndivyo asemavyo Bwana Yahwe-asemavyo-wakati mtakapoona kwamba mimi ni mtakatifu.
ପୁଣି, ଯାହା ନାନା ଗୋଷ୍ଠୀ ମଧ୍ୟରେ ଅପବିତ୍ରୀକୃତ ହୋଇଅଛି, ଯାହା ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଅପବିତ୍ର କରିଅଛ, ଆମ୍ଭେ ଆପଣାର ସେହି ମହାନାମ ପବିତ୍ର କରିବା; ଆଉ, ଯେତେବେଳେ ଗୋଷ୍ଠୀୟମାନଙ୍କ ସାକ୍ଷାତରେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପବିତ୍ରୀକୃତ ହେବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
24 Nitawachukua kutoka mataifa na kuwakusanya kutoka kila nchi, na nitawaleta hata nchi yenu.
କାରଣ ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ଗ୍ରହଣ କରିବା ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭମାନଙ୍କର ନିଜ ଦେଶକୁ ତୁମ୍ଭମାନଙ୍କୁ ଆଣିବା।
25 Kisha nitanyunyiza maji masafi juu yenu ili muwe wasafi kutoka kwenye uchafu wote, na nitawasafisha kutoka sanamu zenu zenu.
ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଝିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ; ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା।
26 Nitawapatia moyo mpya na roho mpya sehemu zenu za ndani, na nitautoa moyo wa jiwe kutoka kwenye nyama zenu. Kwa kuwa nitawapatia moyo wa nyama.
ଆହୁରି, ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା; ଆଉ, ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା।
27 Nitaiweka Roho yangu ndani yenu na kuwawezesha kutembea katika sheria zangu na kuziweka hukumu zangu, hivyo mtazitenda.
ପୁଣି, ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଆମ୍ଭର ପରମେଶ୍ୱରଙ୍କ ଆତ୍ମା ସ୍ଥାପନ କରିବା ଓ ତୁମ୍ଭମାନଙ୍କୁ ଆମ୍ଭର ବିଧିରୂପ ପଥରେ ଚଳାଇବା, ତହିଁରେ ତୁମ୍ଭେମାନେ ଆମ୍ଭର ଶାସନସକଳ ରକ୍ଷା କରି ପାଳନ କରିବ।
28 Kisha mtakaa katika nchi niliyowapa babu zenu; mtakuwa watu wangu, nami nitakuwa Mungu wenu.
ପୁଣି, ଆମ୍ଭେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଲୁ, ତହିଁରେ ତୁମ୍ଭେମାନେ ବାସ କରିବ ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।
29 Kwa kuwa nitawaokoa kutokana na uchafu wenu wote. Nitaita ngano kuiongeza. Sitaweka tena njaa juu yenu.
ଆଉ, ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସକଳ ଅଶୌଚରୁ ପରିତ୍ରାଣ କରିବା ଓ ଆମ୍ଭେ ଶସ୍ୟକୁ ଆହ୍ୱାନ କରି ତାହା ବୃଦ୍ଧି କରିବା ଓ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ପକାଇବା ନାହିଁ।
30 Nitaongeza tunda la mti na kuzalisha kwenye mashamba ili kwamba msichukue tena aibu ya njaa juu ya mataifa.
ପୁଣି, ଆମ୍ଭେ ବୃକ୍ଷର ଫଳ ଓ କ୍ଷେତ୍ରର ଶସ୍ୟ ବୃଦ୍ଧି କରିବା, ତହିଁରେ ତୁମ୍ଭେମାନେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଦୁର୍ଭିକ୍ଷ ସକାଶୁ ଆଉ ନିନ୍ଦା ପାଇବ ନାହିଁ।
31 Kisha mtazikumbuka njia zenu mbaya na matendo yenu ambayo hayakuwa mazuri, na mtaonyesha chuki kwenye nyuso zenu kwa sababu ya dhambi zenu na matendo yenu maovu.
ସେହି ସମୟରେ ତୁମ୍ଭେମାନେ ଆପଣାମାନଙ୍କର ମନ୍ଦ ଆଚରଣ ଓ ଯାହା ଉତ୍ତମ ନ ଥିଲା, ଏପରି କ୍ରିୟାସକଳ ସ୍ମରଣ କରିବ; ଆଉ, ତୁମ୍ଭେମାନେ ଆପଣାମାନଙ୍କର ଅଧର୍ମ ସକାଶୁ ଓ ଆପଣାମାନଙ୍କର ଘୃଣାଯୋଗ୍ୟ କ୍ରିୟା ସକାଶୁ ଆପଣାମାନଙ୍କର ଦୃଷ୍ଟିରେ ଆପେ ଘୃଣାସ୍ପଦ ହେବ।
32 Sifanyi hili kwa ajili yenu-hivi ndivyo Bwana Yahwe asemavyo-ijulikane kwenu. Hivyo tahayarikeni na kufadhaika kwa sababu ya njia zenu, nyumba ya Israeli.
ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଜ୍ଞାତ ହୁଅ ଯେ, ଆମ୍ଭେ ତୁମ୍ଭମାନଙ୍କ ସକାଶୁ ଏହା କରୁ ନାହୁଁ; ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ଆପଣା ଆପଣାର ଆଚରଣ ସକାଶୁ ଲଜ୍ଜିତ ଓ ବିଷଣ୍ଣ ହୁଅ।
33 Bwana Yahwe asema hivi: Katika siku niliyowatakasa kutoka kwenye uovu wenu wote, nitawafanya miji ikaliwe na kuzijenga sehemu zilizoharibiwa.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଯେଉଁ ଦିନ ଆମ୍ଭେ ତୁମ୍ଭମାନଙ୍କର ସକଳ ଅଧର୍ମରୁ ତୁମ୍ଭମାନଙ୍କୁ ଶୁଚି କରିବା, ସେହି ଦିନ ଆମ୍ଭେ ନଗରସକଳକୁ ବସତିବିଶିଷ୍ଟ କରାଇବା ଓ ଉତ୍ସନ୍ନ ସ୍ଥାନସକଳ ନିର୍ମିତ ହେବ।
34 Kwa kuwa mtailima nchi iliyoharibiwa hadi itakapoonekana haijaaharibika mbele za macho ya wote wapitao karibu.
ପୁଣି, ଯେଉଁ ଦେଶ ପଥିକସକଳର ଦୃଷ୍ଟିରେ ଧ୍ୱଂସସ୍ଥାନ ହୋଇଥିଲା, ତହିଁରେ କୃଷିକାର୍ଯ୍ୟ କରାଯିବ।
35 Kisha watasema, “Hii nchi ilikuwa ukiwa, lakini imekuwa kama bustani ya Edeni; miji ya ukiwa na isiyo na wakaaji iliyo magofu ambayo ilibomolewa sasa inakaliwa.
ତହିଁରେ ଲୋକମାନେ କହିବେ, ‘ଏହି ଧ୍ୱଂସିତ ଦେଶ ଏଦନ ଉଦ୍ୟାନ ତୁଲ୍ୟ ହୋଇଅଛି; ଆଉ, ଏହି ଶୂନ୍ୟ, ଧ୍ୱଂସିତ ଓ ଉତ୍ପାଟିତ ନଗରସକଳ ପ୍ରାଚୀର-ବେଷ୍ଟିତ ଓ ବସତି ସ୍ଥାନ ହୋଇଅଛି।’
36 Kisha mataifa mengine waliowazunguka watajua yakwamba mimi ni Yahwe, kwamba nimejenga palipokuwa pameharibiwa na kuipanda mbegu sehemu iliyokuwa ukiwa.
ସେତେବେଳେ ଆମ୍ଭେ ସଦାପ୍ରଭୁ ଯେ ଉତ୍ପାଟିତ ସ୍ଥାନସବୁ ନିର୍ମାଣ କରିଅଛୁ ଓ ଧ୍ୱଂସିତ ସ୍ଥାନରେ ରୋପଣ କରିଅଛୁ, ଏହା ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଅବଶିଷ୍ଟ ଗୋଷ୍ଠୀୟମାନେ ଜ୍ଞାତ ହେବେ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ଆମ୍ଭେ ଏହା ସଫଳ କରିବା।
37 Bwana Yahwe asema hivi: Tena nitaulizwa na nyumba ya Israeli kufanya hivi kwa ajili yao, kuwaongeza kama kundi la watu.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତଥାପି ଆମ୍ଭେ ଯେପରି ଇସ୍ରାଏଲ ବଂଶ ପକ୍ଷରେ ଏହା ସଫଳ କରିବା, ଏଥିପାଇଁ ଆମ୍ଭ ନିକଟରେ ସେମାନଙ୍କୁ ପ୍ରାର୍ଥନା କରିବାକୁ ହେବ; ଆମ୍ଭେ ପଲ ପରି ସେମାନଙ୍କର ପୁରୁଷଗଣଙ୍କୁ ବୃଦ୍ଧି କରିବା।
38 Kama kundi lililotengwa kwa ajili ya sadaka, kama kundi katika Yerusalimu katika sikukuu yake iliyoteuliwa, hivyo miji itaharibiwa kwa kujazwa na makundi ya watu na watajua kwamba mimi ni Yahwe.”'
ଯେପରି ବଳିଯୋଗ୍ୟ ମେଷପଲ, ଯେପରି ନିରୂପିତ ପର୍ବମାନର ସମୟରେ ଯିରୂଶାଲମର ପଲ; ସେହିପରି ଶୂନ୍ୟ ନଗରସକଳ ପଲ ପଲ ମନୁଷ୍ୟରେ ପରିପୂର୍ଣ୍ଣ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”

< Ezekieli 36 >