< Torati 14 >

1 Ninyi ni watu wa Yahwe Mungu wenu. Msijikate wenyewe, wala kunyoa sehemu za nyuso zenu kwa ajili ya wafu.
ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ ଅଟ; ତୁମ୍ଭେମାନେ ମୃତ ଲୋକମାନଙ୍କ ନିମନ୍ତେ ଆପଣା ଆପଣା ଶରୀରରେ କଟାକଟି କରିବ ନାହିଁ, କିଅବା ଆପଣାମାନଙ୍କ ଭ୍ରୂଲତାର ମଧ୍ୟସ୍ଥଳ କ୍ଷୌର କରିବ ନାହିଁ।
2 Kwa kuwa mu taifa lilowekwa wakfu kwa Yahwe Mungu wenu, na Yahwe amewachagua kuwa watu kwa ajili ya urithi wake, zaidi kuliko watu wote walio juu ya uso wa dunia.
କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ, ପୁଣି ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି।
3 Hampaswi kula kitu chochote kilicho chukizo.
ତୁମ୍ଭେ କୌଣସି ଘୃଣାଯୋଗ୍ୟ ଦ୍ରବ୍ୟ ଭୋଜନ କରିବ ନାହିଁ।
4 Hawa ni wanyama ambao mnaweza kula: ng'ombe, kondoo, mbuzi,
ଏହି ସକଳ ପଶୁ ତୁମ୍ଭେମାନେ ଭୋଜନ କରିବ ଯଥା,
5 kulungu, paa, kulungu wa kiume, mbuzi wa mwituni, paa mweupe na pofu na kondoo wa mlimani
ଗୋରୁ, ମେଷ, ଛେଳି, ହରିଣ, କୃଷ୍ଣସାର ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମୂରୁ,
6 Mnaweza kula wanyama wowote ambao wamegawanyika kwato, ambaye ana kwato zilizogawanyika mara mbili, na utafuna macheuo.
ପଶୁଗଣ ମଧ୍ୟରୁ ଯେତେ ପଶୁ ବିଭକ୍ତ-ଖୁରା, ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ।
7 Hata hivyo, hampaswi kula baadhi ya wanyama ambao utafuna macheuo au ambao wana kwato zilizogawanyika mara mbili: ngamia, sungura, pomono, kwa sababu watafuna macheuo lakini hawajagawanyika kwato, ni najisi kwenu.
ମାତ୍ର ଯେଉଁମାନେ ପାକୁଳି କରନ୍ତି, ଅବା ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହିସବୁ ଭୋଜନ କରିବ ନାହିଁ ଯଥା, ଓଟ, ଠେକୁଆ ଓ ଶାଫନ୍‍ ପଶୁ, କାରଣ ସେମାନେ ପାକୁଳି କରନ୍ତି, ମାତ୍ର ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ନୁହନ୍ତି, ସେମାନେ ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟନ୍ତି;
8 Nguruwe ni najisi kwenu pia kwa sababu amegawanyika kwato lakini hatafuni macheuo; ni najisi kwenu. Msile nyama ya nguruwe, na msiguse mizoga yao.
ପୁଣି ଶୂକର, ଯେହେତୁ ସେ ବିଭକ୍ତ ଖୁରାବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟେ; ତୁମ୍ଭେମାନେ ସେମାନଙ୍କ ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କ ଶବ ସ୍ପର୍ଶ କରିବ ନାହିଁ।
9 Haya yaliyo ndani ya maji mnaweza kula: chochote kilicho na mapesi na magamba;
ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭେମାନେ ଭୋଜନ କରିବ; ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ;
10 lakini chochote kisichokuwa na mapesi na magamba msile; ni najisi kwenu.
ପୁଣି ଯାହାର ଡେଣା ଓ କାତି ନାହିଁ, ତାହା ତୁମ୍ଭେମାନେ ଭୋଜନ କରିବ ନାହିଁ; ତାହା ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟେ।
11 Ndege wote safi mnaweza kula.
ତୁମ୍ଭେମାନେ ସବୁ ପ୍ରକାର ଶୁଚି ପକ୍ଷୀ ଭୋଜନ କରିପାର,
12 Lakini hawa ni ndege ambao hampaswi kula: tai, tumbusi, kipungu,
ମାତ୍ର ଏହିସବୁ ଭୋଜନ କରିବ ନାହିଁ, ଯଥା, ଉତ୍କ୍ରୋଶ ଓ ଶାଗୁଣା ଓ ବାଜ ଜାତୀୟ ପକ୍ଷୀ;
13 mwewe mwekundu na mweusi, aina yoyote ya kipanga.
ବାଜପକ୍ଷୀ ଓ ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ
14 Hampaswi kula aina yoyote ya kunguru,
ଓ ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ;
15 na mbuzi na mwewe wa usiku, Lanes ndege wa baharini, aina yoyote ya mwewe,
ପୁଣି ଉଷ୍ଟ୍ରପକ୍ଷୀ, ତାମସ ପକ୍ଷୀ (ପେଚା), ସମୁଦ୍ର ଚିଲ ଓ ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ;
16 bundi mdogo, bundi mkubwa, na bundi mweupe,
ଆଉ କୋଷପକ୍ଷୀ ଓ ବଗ ଓ ଦୀର୍ଘ-ଗଳ ହଂସ;
17 Mwari, nyamafu ya tai, mnandio.
ପାଣିଭେଳା ଓ ଶାଗୁଣା ଓ ପାଣିକୁଆ
18 Hampaswi kula korongo, aina yoyote ya kongoti, hudihudi, na popo.
ଓ ବଗ ଓ ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ବାଦୁଢ଼ି;
19 Wote wenye mabawa; vitu vya utando ni najisi kwenu; havipaswi kuliwa.
ପୁଣି ଗମନକାରୀ ପକ୍ଷବାନ ଜନ୍ତୁସକଳ ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟନ୍ତି; ସେଗୁଡ଼ିକୁ ଭୋଜନ କରିବ ନାହିଁ।
20 Mnaweza kula vitu vyote virukavyo.
ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକୁୁ ଭୋଜନ କରି ପାରିବ।
21 Hampaswi kula chochote kinachokufa chenyewe; mnaweza kumpa mgeni ambaye yuko katika mji wenu, kwamba anaweza kula au mnaweza kuuza kwa mgeni. Kwa kuwa mu taifa lilolowekwa wakfu kwa ajili ya Yahwe Mungu wenu. Hampaswi kumchemusha mbuzi kijana katika maziwa ya mama yake.
ତୁମ୍ଭେମାନେ ସ୍ୱୟଂମୃତ କୌଣସି ପ୍ରାଣୀର ମାଂସ ଭୋଜନ କରିବ ନାହିଁ; ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ କୌଣସି ବିଦେଶୀକୁ ତାହା ଭୋଜନାର୍ଥେ ଦେଇ ପାର; ଅବା ତୁମ୍ଭେ କୌଣସି ବିଦେଶୀ ନିକଟରେ ତାହା ବିକ୍ରୟ କରିପାର; କାରଣ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ତୁମ୍ଭେ ଛାଗବତ୍ସକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।
22 Hakika mnapaswa kutoa fungu la kumi la mavuno ya mbegu zenu zote, ambazo huja kutoka kwenye shamba kila mwaka.
ତୁମ୍ଭେ ପ୍ରତି ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ବୀଜର ଦଶମାଂଶ ଅବଶ୍ୟ ପୃଥକ କରିବ।
23 Mnapaswa kula mbele ya Yahwe Mungu wenu, katika eneo ambalo atachagua kama patakatifu pake, fungu la kumi la nafaka zenu, za mvinyo mpya, na mafuta yenu, na mzaliwa wa kwanza wa wanyama na mifugo, kwamba mnaweza kujifunza daima kumheshimu Yahwe Mungu wenu.
ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ବାସ କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର ଓ ଆପଣା ତୈଳର ଦଶମାଂଶ ଓ ଆପଣା ଗୋମେଷାଦି ପଲର ପ୍ରଥମଜାତମାନଙ୍କୁ ତାହାଙ୍କ ସମ୍ମୁଖରେ ଭୋଜନ କରିବ; ଏହିରୂପେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା ପାଇବ।
24 Kama safari ni ndefu kwenu na kwamba hamwezi kuibeba, kwa sababu eneo ambalo Yahwe Mungu wenu atachagua kama patakatifu pake ni mbali kwenu, basi, wakati Yahwe Mngu anawabariki,
ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବା ବେଳେ ଯଦି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ତୁମ୍ଭଠାରୁ ଅତିରିକ୍ତ ଦୂର ହୁଏ, ତେଣୁ ସେହି ପଥ ତୁମ୍ଭ ପ୍ରତି ଅତିରିକ୍ତ ଦୀର୍ଘ ହେବା ସକାଶୁ ତୁମ୍ଭେ ସେହି ଦ୍ରବ୍ୟ ବୋହି ନେବା ପାଇଁ ଅସମର୍ଥ ହୁଅ;
25 mtabadilisha sadaka katika pesa. Fungeni pesa kwenye mkono, na nendeni kwenye eneo ambalo Yahwe Mungu wenu atachagua.
ତେବେ ତୁମ୍ଭେ ତାହା ଟଙ୍କା କରି ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ।
26 Huko mtatumia pesa kwa chochote mnatamani kwa ng'ombe au kondoo, au kwa mvinyo, au kwa kinywaji imara, au kwa chochote mnatamani; mtakula hapo mbele ya Yahwe Mungu wenu, na mtafurahi, nyie na nyumba zenu.
ପୁଣି ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ଗୋରୁ, କି ମେଷ, କି ଦ୍ରାକ୍ଷାରସ, କି ମଦ୍ୟ, କିଅବା ଯାହା କିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଚାହେଁ, ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ, ପୁଣି ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ;
27 Mlawi ambaye yuko malangoni mwenu- msimsahau, kwa kuwa hana sehemu wala urithi pamoja nanyi.
ଆଉ ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ; କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇ ନାହିଁ।
28 Mwisho mwa kila miaka mitatu mtawasilisha mafungu yote ya kumi ya mazao kwa mwaka huo huo, na mtatunza katika malango yenu;
ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର-ଦ୍ୱାର ଭିତରେ ସଞ୍ଚୟ କରି ରଖିବ;
29 na Mlawi, kwa sababu hana sehemu wala urithi pamoja nanyi, na mgeni, na yatima, na wajane walio ndani ya malango yenu, watakuja na kula na kurithika. Fanya hivyo kwa Yahwe Mungu wenu aweze kuwabariki katika kazi zote za mikono yenuo mnazofanya.
ଆଉ ଲେବୀୟ ଲୋକ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ନ ପାଇବାରୁ ସେ ଓ ତୁମ୍ଭ ନଗର-ଦ୍ୱାରରେ ଥିବା ବିଦେଶୀ ଓ ପିତୃହୀନ ଓ ବିଧବା, ଏମାନେ ଆସି ଭୋଜନ କରି ତୃପ୍ତ ହେବେ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।

< Torati 14 >