< 2 Wafalme 3 >

1 Basi katika mwaka wa kumi na nane wa Yehoshefati mfalme wa Yuda, Yoramu mwana wa Ahabu alianza kutawala juu ta Israeli katika Samaria; alitawala miaka kumi na miwili.
ଯିହୁଦାର ରାଜା ଯିହୋଶାଫଟ୍‍ଙ୍କ ରାଜତ୍ଵର ଅଠର ବର୍ଷରେ ଆହାବଙ୍କର ପୁତ୍ର ଯିହୋରାମ୍‍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିବାର ବର୍ଷ ରାଜ୍ୟ କଲେ।
2 Alifanya yaliyo maovo usoni kwa Yahwe, lakini si kama baba yake na mama yake; kwa kuwa aliiondoa ile nguzo ya mungu wa Baali ambayo baba yake aliitengeneza.
ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ମାତ୍ର ତାଙ୍କର ପିତା ଓ ତାଙ୍କର ମାତା ତୁଲ୍ୟ ନୁହେଁ; କାରଣ ସେ ଆପଣା ପିତୃନିର୍ମିତ ବାଲ୍‍ର ସ୍ତମ୍ଭ ଦୂର କରିଦେଲେ।
3 Hata hivyo alishikilia dhambi za Yeroboamu mwana wa Nebati, ambaye alisababisha Israeli kufanya dhambi; wala hakuziacha mbali nao.
ତଥାପି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ସେ ଆସକ୍ତ ହେଲେ ଓ ତାହା ଛାଡ଼ିଲେ ନାହିଁ।
4 Basi Mesha mfalme wa Moabu alifuga kondoo. Alikuwa akimpatia mfalme wa Israeli kondoo 100, 000 na manyoya ya kondoo dume 100, 000.
ମୋୟାବର ରାଜା ମେଶା ମେଷାଧିକାରୀ ଥିଲା; ପୁଣି ସେ ଇସ୍ରାଏଲର ରାଜାଙ୍କୁ କର ରୂପେ ଏକ ଲକ୍ଷ ମେଷବତ୍ସର ଓ ଏକ ଲକ୍ଷ ମେଷର ଲୋମ ଦେଉଥାଏ।
5 Ila baada ya Ahabu kufa, yule mfalme wa Moabu aliasi dhidi ya mfalme wa Israeli.
ମାତ୍ର ଆହାବଙ୍କର ମୃତ୍ୟୁୁ ଉତ୍ତାରେ ମୋୟାବର ରାଜା ଇସ୍ରାଏଲର ରାଜାଙ୍କ ବିରୁଦ୍ଧରେ ଦ୍ରୋହାଚରଣ କଲା।
6 Hivyo Mfalme Joramu alikaondoka Samaria katika muda huo kuwahamasisha Waisraeli wote kwa ajili ya vita.
ସେହି ସମୟରେ ଯିହୋରାମ୍‍ ରାଜା ଶମରୀୟାରୁ ଯାଇ ସମୁଦାୟ ଇସ୍ରାଏଲକୁ ସଂଗ୍ରହ କଲେ।
7 Akatuma mjumbe kwa Yehoshafati mfalme wa Yuda, akisema, “Mfalme wa Moabu ameasi dhidi yangu. Je mtakwenda pamoja nami kupigana dhidi ya Moabu?” Yehoshafati akajibu, “Nitaenda. Mimi ni kama wewe, watu wangu ni kama watu wako, farasi wangu ni kama farasi wako.”
ତହୁଁ ଯିହୋରାମ୍‍ ଯାଇ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କ ନିକଟକୁ ଲୋକ ପଠାଇ କହିଲେ, “ମୋୟାବର ରାଜା ମୋʼ ବିରୁଦ୍ଧରେ ଦ୍ରୋହାଚରଣ କରିଅଛି; ତୁମ୍ଭେ କʼଣ ମୋୟାବ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋʼ ସଙ୍ଗେ ଯିବ?” ତହୁଁ ସେ କହିଲେ, “ମୁଁ ଯିବି; ମୁଁ ତୁମ୍ଭ ପରି, ମୋʼ ଲୋକ ତୁମ୍ଭ ଲୋକ ପରି, ମୋʼ ଅଶ୍ୱ ତୁମ୍ଭ ଅଶ୍ୱ ପରି।”
8 Ndipo akasema, “Tutawashambulia kwa njia gani?” Yehoshafati akajibu, “Kwa njia ya jangwa la Edemu.
ଆଉ ଯିହୋରାମ୍‍ କହିଲେ, “ଆମ୍ଭେମାନେ କେଉଁ ପଥରେ ଯିବା?” ତହୁଁ ଯିହୋଶାଫଟ୍‍ ଉତ୍ତର କଲେ, “ଇଦୋମ ପ୍ରାନ୍ତର-ପଥ ଦେଇ।”
9 Hivyo huyo mfalme wa Israeli, Yuda, na Edomu wakazunguka kwa mda wa siku saba. Hapakuwa na maji kwa ajili ya jeshi lao, wala kwa farasi au wanyama.
ତହୁଁ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଓ ଇଦୋମର ରାଜା ଯାତ୍ରା କରି ସାତ ଦିନର ପଥ ବୁଲିକରି ଗଲେ; ପୁଣି ସୈନ୍ୟମାନଙ୍କ ପାଇଁ ଅବା ସେମାନଙ୍କ ପଶ୍ଚାଦ୍‍ଗାମୀ ପଶୁମାନଙ୍କ ପାଇଁ ଜଳ ମିଳିଲା ନାହିଁ।
10 Basi mfalme wa Israeli akasema, “Hii ni nini? Yahwe amewaita wafalme watatu ili kutekwa mikononi mwa Moabu?”
ଏଥିରେ ଇସ୍ରାଏଲର ରାଜା କହିଲେ, “ହାୟ! କାରଣ ମୋୟାବର ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏହି ତିନି ରାଜାଙ୍କୁ ଏକତ୍ର ଡାକିଅଛନ୍ତି।”
11 Lakini Yehoshafati akasema, “je hakuna nabii wa Yahwe, ambaye tunaweza kufanya shauri kuhusu Yahwe kupitia yeye?” Mtumishi mmoja wa wafalme wa Israeli akajibu na kusema, “Elisha mwana wa Shafati yuko hapa, ambaye alikuwa akimimina maji kwenye mikono ya Eliya.”
ମାତ୍ର ଯିହୋଶାଫଟ୍‍ କହିଲେ, “ଆମ୍ଭେମାନେ ଯାହାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି କୌଣସି ଭବିଷ୍ୟଦ୍‍ବକ୍ତା କʼଣ ଏଠାରେ ନାହାନ୍ତି?” ଏଥିରେ ଇସ୍ରାଏଲ ରାଜାଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, “ଶାଫଟ୍‍ର ପୁତ୍ର ଇଲୀଶାୟ, ଯେ ଏଲୀୟଙ୍କ ହସ୍ତରେ ଜଳ ଢାଳୁଥିଲେ, ସେ ଏଠାରେ ଅଛନ୍ତି।”
12 Yehoshafati akasema, “Neno la Yahwe liko pamoja nami.” Hivyo mfalme wa Israeli, Yehoshaphati, na mfalme wa Edomu wakashuka chini kwenda kwake.
ତେବେ ଯିହୋଶାଫଟ୍‍ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ତାଙ୍କଠାରେ ଅଛି।” ତେଣୁ ଇସ୍ରାଏଲର ରାଜା ଓ ଯିହୋଶାଫଟ୍‍ ଓ ଇଦୋମର ରାଜା ତାଙ୍କ ନିକଟକୁ ଗଲେ।
13 Elisha akamwambia mfalme wa Israeli, “Nifanye nini kwa ajili yako? Nenda kwa manabii wa baba na mama yako.” Ndipo mfalme wa Israeli akamwambia, “Hapana, kwa sababu Yahwe amewaita hawa wafalme watatu pamoja ili kuruhusu jeshi la Moabu liwateke.”
ସେତେବେଳେ ଇଲୀଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, “ତୁମ୍ଭ ସହିତ ମୋହର କʼଣ କରିବାର ଅଛି? ତୁମ୍ଭ ପିତାର ଭବିଷ୍ୟଦ୍‍ବକ୍ତାମାନଙ୍କ ନିକଟକୁ ଓ ତୁମ୍ଭ ମାତାର ଭବିଷ୍ୟଦ୍‍ବକ୍ତାମାନଙ୍କ ନିକଟକୁ ଯାଅ।” ତହିଁରେ ଇସ୍ରାଏଲର ରାଜା ତାଙ୍କୁ କହିଲେ, “ନାହିଁ, କାରଣ ମୋୟାବ ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏ ତିନି ରାଜାଙ୍କୁ ଏକତ୍ର ଡାକିଅଛନ୍ତି।”
14 Elisha akajibu, “Kama Yawhe wa majeshi aishivo, ambaye nimesimama mbele zake, hakika kama nisingemheshimu uwepo wa Yehoshafati mfalme wa Yeda, Nisingevuta usikivu kwako, au hata kukutazama.
ପୁଣି ଇଲୀଶାୟ କହିଲେ, “ମୁଁ ଯାହାଙ୍କ ଛାମୁରେ ଠିଆ ହେଉଅଛି, ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଯେବେ ମୁଁ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କ ଉପସ୍ଥିତିକୁ ମର୍ଯ୍ୟାଦା ନ କରନ୍ତି, ତେବେ ନିଶ୍ଚୟ ମୁଁ ତୁମ୍ଭଆଡ଼େ ଅନାନ୍ତି ନାହିଁ, କି ତୁମ୍ଭକୁ ଦେଖନ୍ତି ନାହିଁ।
15 Lakini sasa niletee mwanamuziki.” Ndipo alipokuja mpiga muziki alipocheza, mkono wa Yahwe ukaja juu ya Elisha.
ତଥାପି ଏବେ ମୋʼ ନିକଟକୁ ଏକ ବାଦ୍ୟକର ଆଣ।” ତହୁଁ ବାଦ୍ୟକର ଆସି ବାଦ୍ୟ ବଜାନ୍ତେ, ସଦାପ୍ରଭୁଙ୍କ ହସ୍ତ ଇଲୀଶାୟଙ୍କ ଉପରେ ଅବସ୍ଥାନ କଲା।
16 Akasema, “'Yahwe asema hivi, 'Fanya hili bonde la mto mkavu lijae mahandaki.'
ତହିଁରେ ସେ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଏହି ଉପତ୍ୟକାକୁ ଖାତରେ ପୂର୍ଣ୍ଣ କର।’
17 Kwa kuwa Yahwe asema hivi, 'Hutaona upepo, wala hamtaona mvua, bali hili bonde la mto litajaa maji, na mtakunywa, ninyi na mifugo yenu na wanyama wenu wote.'
କାରଣ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ, ଅବା ତୁମ୍ଭେମାନେ ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ; ତହିଁରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଗୋମେଷାଦି ଓ ତୁମ୍ଭମାନଙ୍କ ପଶୁ ସମସ୍ତେ ପାନ କରିବ।’
18 Hiki ni kitu rahisi usoni mwa Yahwe. Pia atawapa ushindi juu ya hao Wamoabu.
ଆହୁରି ସଦାପ୍ରଭୁଙ୍କ ଦୃଷ୍ଟିରେ ଏହା କେବଳ କ୍ଷୁଦ୍ର ବିଷୟ; ସେ ମୋୟାବୀୟମାନଙ୍କୁ ମଧ୍ୟ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।
19 Mtaiteka kila ngome ya mji na kila mji mzuri, kukata kila mti mzuri, kusimamisha chemichemi zote za maji, na kuharibu kila sehemu nzuri ya nchi na miamba.”
ପୁଣି ତୁମ୍ଭେମାନେ ପ୍ରତ୍ୟେକ ପ୍ରାଚୀର-ବେଷ୍ଟିତ ନଗର ଓ ପ୍ରତ୍ୟେକ ଉତ୍ତମ ନଗର ଉଚ୍ଛିନ୍ନ କରିବ ଓ ପ୍ରତ୍ୟେକ ଉତ୍ତମ ବୃକ୍ଷ କାଟି ପକାଇବ ଓ ଜଳ-ନିର୍ଝରସକଳ ବନ୍ଦ କରିବ ଓ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡ ପ୍ରସ୍ତରରେ ନାଶ କରିବ।”
20 Hivyo asubuhi karibia na mda wa kutoa sadaka ya kuteketeza, yakaja maji kutoka uelekeo wa Edomu; nchi ikajaa maji.
ଏଥିଉତ୍ତାରେ ପ୍ରାତଃକାଳୀନ ନୈବେଦ୍ୟ ଉତ୍ସର୍ଗ କରିବା ସମୟରେ ଦେଖ, ଇଦୋମର ପଥ ଦେଇ ଜଳ ଆସିଲା ଓ ଜଳରେ ଦେଶ ପୂର୍ଣ୍ଣ ହେଲା।
21 Ndipo wakati Wamoabu wote waliposikia kwamba wafalme wamekuja kupigana dhidi yao, walikusanyika pamoja, wote waliotakiwa kubeba silaha, na wakasimama mpakani.
ଏହି ସମୟରେ ମୋୟାବୀୟ ସମସ୍ତେ ଆପଣାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ରାଜାମାନଙ୍କର ଆସିବାର କଥା ଶୁଣି ସେମାନେ ଆପଣାମାନଙ୍କୁ, ଅର୍ଥାତ୍‍, ସଜ୍ଜା ପରିଧାନକ୍ଷମ ଓ ତଦଧିକ ବୟସ୍କ ଲୋକଙ୍କୁ ଏକତ୍ର କରି ଦେଶର ସୀମାରେ ଠିଆ ହୋଇଥିଲେ।
22 Walitembea asubuhi na mapema na jua likang'aa kwenye maji. Wakati Wamoabu walipoyaona yale maji yaliyowaelekea, yanaonekana mekundu kama damu.
ପୁଣି ସେମାନେ ପ୍ରଭାତରେ ଉଠିବା ବେଳେ ସୂର୍ଯ୍ୟ ଜଳ ଉପରେ ଚକମକ ହେଉଥିଲା, ତହିଁରେ ମୋୟାବୀୟମାନେ ଆପଣା ସମ୍ମୁଖସ୍ଥ ଜଳକୁ ରକ୍ତ ତୁଲ୍ୟ ରଙ୍ଗ ଦେଖିଲେ।
23 Wakatamka kwa hasira, “Hii ni damu! Yamkini hao wafalme wameharibiwa, na wameuna wao kwa wao! Sasa basi, Moabu, ngoja tuende tukawateke nyara!”
ତେବେ ସେମାନେ କହିଲେ, “ଏହା ରକ୍ତ; ରାଜାମାନେ ନିଶ୍ଚୟ ବିନଷ୍ଟ ହୋଇଅଛନ୍ତି ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାକୁ ବଧ କରିଅଛନ୍ତି; ଏହେତୁ ହେ ମୋୟାବ, ଲୁଟିବାକୁ ଯାଅ।”
24 Wakati walipokuja kwenye kambi ya Israeli, Waisraeli wakawashtukiza na kuwashambulia Wamoabi, ambao walikimbia mbele yao. Hilo jeshi la Israeli waliwakimbiza hao Wamoabu hadi kwao wakiwaua.
ତହୁଁ ସେମାନେ ଇସ୍ରାଏଲର ଛାଉଣିରେ ଉପସ୍ଥିତ ହୁଅନ୍ତେ, ଇସ୍ରାଏଲୀୟମାନେ ଉଠି ମୋୟାବୀୟମାନଙ୍କୁ ଆଘାତ କଲେ, ତେଣୁ ସେମାନେ ସେମାନଙ୍କ ସମ୍ମୁଖରୁ ପଳାଇଲେ; ପୁଣି ଇସ୍ରାଏଲୀୟମାନେ ମୋୟାବୀୟମାନଙ୍କୁ ଆଘାତ କରି କରି ଦେଶ ଭିତରକୁ ଅଗ୍ରସର ହେଲେ।
25 Waliiharibu miji, na kila aina ya amani ya nchi kila mtu alirusha jiwe mpaka ulipojaa. Walizuia kila chemichemi ya maji na kukata chini miti mizuri yote. Kir-haresethi tu ndiyo ilichwa na mawe yake. Lakini hao maaskari wakawashambulia na makombeo wakiwazunguka na kuishambulia.
ଆଉ ସେମାନେ ନଗରସବୁ ଭାଙ୍ଗି ପକାଇଲେ ଓ ପ୍ରତି ଜଣ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତର ପକାଇ ତାହା ପୂର୍ଣ୍ଣ କଲେ ଓ ସେମାନେ ଜଳ-ନିର୍ଝରସକଳ ବନ୍ଦ କରିଦେଲେ ଓ ଉତ୍ତମ ବୃକ୍ଷସବୁ କାଟି ପକାଇଲେ; ଶେଷରେ ସେମାନେ କେବଳ କୀର୍‍-ହେର୍‍ସତରେ ତହିଁର ପ୍ରସ୍ତରସବୁ ଛାଡ଼ିଲେ; ତଥାପି ଛାଟିଣୀଧାରୀମାନେ ତହିଁ ଚତୁର୍ଦ୍ଦିଗକୁ ଯାଇ ତାହା ଆଘାତ କଲେ।
26 Ndipo Mfalme Mesha wa Moabu alipoona kwamba ameshindwa, alichukua watu hodari wa upanga mia saba pamoja naye kwenda kwa mfalme wa Edomu, lakini walishindwa.
ସେସମୟରେ ମୋୟାବର ରାଜା ଆପଣା ପକ୍ଷରେ ଯୁଦ୍ଧ ଅତି ଅସହ୍ୟ ଦେଖି, ସେ ଇଦୋମର ରାଜା ନିକଟକୁ ଭେଦ କରି ଯିବା ପାଇଁ ଆପଣା ସଙ୍ଗେ ସାତ ଶହ ଖଡ୍ଗଧାରୀ ଲୋକ ନେଲା; ମାତ୍ର ସେମାନେ ପାରିଲେ ନାହିଁ।
27 Ndipo akamchukua mtoto wake wa kwanza, ambaye angetawala baada ya yeye, na akamuudhi kwa kumtoa kama sadaka ya kuteketezwa juu ya ukuta. Hivyo, kulikuwa na hasira kubwa dhidi ya Israeli, na hao Waisraeli, na Jeshi la Israeli likamuacha mfalme Mesha na kurudi kwenye nchi yao.
ତହୁଁ ସେ ଆପଣା ଉତ୍ତରାଧିକାରୀ ଜ୍ୟେଷ୍ଠ ପୁତ୍ରକୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ତାହାକୁ ଉତ୍ସର୍ଗ କଲା। ତହିଁରେ ଇସ୍ରାଏଲ ବିରୁଦ୍ଧରେ ମହାକୋପ ଉପସ୍ଥିତ ହେଲା; ଏଥିଉତ୍ତାରେ ସେମାନେ ତାହା ନିକଟକୁ ପ୍ରସ୍ଥାନ କରି ସେମାନଙ୍କ ନିଜ ଦେଶକୁ ଫେରିଗଲେ।

< 2 Wafalme 3 >