< 2 Nyakati 34 >

1 Yosia alikuwa na umri wa miaka kumi na nane alipoanza kutawala; alitawala miaka thelathini na moja katika Yerusalemu.
ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ।
2 Alifanya yaliyohaki katika macho ya Yahwe, na alitembea katiaka njia za Daudi babu yake, ha hakugeuka mbali iwe kulia au kushoto.
ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ପଥରେ ଚାଲିଲେ, ଆଉ, ଦକ୍ଷିଣରେ କି ବାମରେ ଫେରିଲେ ନାହିଁ।
3 Kwa maana ndani ya miaka minane ya ya utawala wake, alipokuwa bado kijana, alianza kumtafuta Mungu wa Daudi, babu yake. Katika miaka ishirini, alianza kuisafisha Yuda na Yerusalemu kutoka sehemu za juu, vituo vya Maashera, na sanamu za kuchonga na sanamu za chuma ya kuyeyushwa.
ତାହାଙ୍କ ରାଜତ୍ଵର ଅଷ୍ଟମ ବର୍ଷରେ ସେ ଅଳ୍ପ ବୟସ୍କ ଥାଉ ଥାଉ ଆପଣା ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱରଙ୍କୁ ଅନ୍ୱେଷଣ କରିବାକୁ ଆରମ୍ଭ କଲେ ଓ ସେ ଦ୍ୱାଦଶ ବର୍ଷରେ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାରୁ ଯିହୁଦା ଓ ଯିରୂଶାଲମକୁ ଶୁଚି କରିବାକୁ ଲାଗିଲେ।
4 Watu wakazivunja madhabahu za Baali katika uwepo wake; akazibomoa nguzo za Maashera na na zile sanamu za kuchonga, na sanamu za chuma ya kuyeyushwa katika vipande hadi zikawa mavumbi. Akayasamabaza mavumbi juu ya makaburi ya wale ambao walizitolea sadaka.
ପୁଣି, ଲୋକମାନେ ତାଙ୍କ ସାକ୍ଷାତରେ ବାଲ୍‍ ଦେବଗଣର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ, ଆଉ ସେ ତହିଁ ଉପରେ ସ୍ଥାପିତ ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇଲେ ଓ ଆଶେରା ମୂର୍ତ୍ତି, ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାସବୁ ଭାଙ୍ଗି ଚୂର୍ଣ୍ଣ କରି ସେସବୁର ଉଦ୍ଦେଶ୍ୟରେ ବଳିଦାନକାରୀ ଲୋକମାନଙ୍କ କବର ଉପରେ ତାହା ବିଞ୍ଚିଲେ।
5 Akaichoma mifupa ya makuhani wao juu ya madhabahu zao. Katika namna hii, akaisafisha Yuda na Yerusalemu.
ଆଉ, ସେମାନଙ୍କ ଯଜ୍ଞବେଦି ଉପରେ ଯାଜକମାନଙ୍କ ଅସ୍ଥି ଦଗ୍ଧ କରି ଯିହୁଦା ଓ ଯିରୂଶାଲମକୁ ଶୁଚି କଲେ।
6 Alifanya hivyo hivyo katika miji ya Manase, Efraimu, na Simeoni, sehemu zote hadi Neftali, na katika maeneo yaliyoizunguka.
ସେ ମନଃଶି ଓ ଇଫ୍ରୟିମ ଓ ଶିମୀୟୋନର ନଗରସମୂହରେ ନପ୍ତାଲି ପର୍ଯ୍ୟନ୍ତ କାନ୍ଥଡ଼ାର ଚତୁର୍ଦ୍ଦିଗରେ ଏହି ପ୍ରକାର କଲେ।
7 Alizivunja madhabahu, akayapiga Maashera, na sanamu za kuchonga kuwa unga, na kuzisambaratisha madhabahu zote za uvumba katika nchi yote ya Israeli; kisha akarudi Yerusalemu.
ଆଉ, ସେ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଇସ୍ରାଏଲ ଦେଶର ସର୍ବତ୍ର ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇ ଯିରୂଶାଲମକୁ ଫେରି ଆସିଲେ।
8 Sasa katika kipindi cha miaka ishirini ya utawala wake, baada ya Yosia kuisafisha nchi na hekalu, alimtuma Shafani mwana wa Azali, Manaseya, akida wa mji, na Yoa mwana wa Yoahazi katibu, kuikarabati nyumba ya Yahwe Mungu wake.
ଏଥିଉତ୍ତାରେ ସେ ଆପଣା ରାଜତ୍ଵର ଅଠର ବର୍ଷରେ ଦେଶ ଓ ଗୃହ ଶୁଚି କଲା ଉତ୍ତାରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଗୃହର ମରାମତି ନିମନ୍ତେ ଅତ୍‍ସଲୀୟର ପୁତ୍ର ଶାଫନ୍‍କୁ ଓ ନଗରାଧ୍ୟକ୍ଷ ମାସେୟକୁ ଓ ଯୋୟାହସର ପୁତ୍ର ଯୋୟାହ ଇତିହାସ ଲେଖକକୁ ପଠାଇଲେ।
9 Wakaenda kwa Hilkia, kuhani mkuu, na wakakabidhi kwake fedha ambazo zilikuwa zimeletwa kwenye nyumbaa ya Mungu, ambazo Walawi, walinzi wa milingo, walikuwa wamekusanya kutoka Manase na Efraimu, kutoka kwa masalia wote wa Israeli, kutoka Yuda yote na Benyamini, na kutoka kwa wakaaji wa Yerusalemu.
ତହୁଁ ସେମାନେ ହିଲ୍‍କୀୟ ମହାଯାଜକ ନିକଟକୁ ଆସି ଲେବୀୟ ଦ୍ୱାରପାଳମାନଙ୍କ ଦ୍ୱାରା ମନଃଶି ଓ ଇଫ୍ରୟିମ ଓ ସମଗ୍ର ଇସ୍ରାଏଲର ଅବଶିଷ୍ଟାଂଶ, ପୁଣି ସମଗ୍ର ଯିହୁଦା ଓ ବିନ୍ୟାମୀନ୍ ଓ ଯିରୂଶାଲମ ନିବାସୀମାନଙ୍କ ହସ୍ତରୁ ସଂଗୃହୀତ ପରମେଶ୍ୱରଙ୍କ ଗୃହକୁ ଆନୀତ ସକଳ ମୁଦ୍ରା ତାହା ନିକଟରେ ସମର୍ପଣ କଲେ।
10 Wakaikabidhi ile fedha kwa watu waliosimamia kazi ya hekalu la Yahwe. Watu wale wakawalipa wafanya kazi walioilikarabati na kulijenga tena hekalu.
ଆଉ, ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପି ଦେଲେ; ପୁଣି ସଦାପ୍ରଭୁଙ୍କ ଗୃହର କର୍ମକାରୀମାନେ ସେହି ଗୃହର ଜୀର୍ଣ୍ଣସଂସ୍କାର ଓ ପୁନଃନିର୍ମାଣ ନିମନ୍ତେ ତାହା ଦେଲେ;
11 Wakawalipa maseremala na wajenzi kwa ajili ya kununulia mawe ya kuchonga na mbao kwa ajili ya kuungia, na kutengeneza boriti za nyumba amabazo baadha ya wafalme wa Yuda waliziacha zikachakaa.
ଅର୍ଥାତ୍‍, ଯିହୁଦା-ରାଜାଗଣ ଯେସକଳ ଗୃହ ବିନାଶ କରିଥିଲେ, ତହିଁ ନିମନ୍ତେ ଖୋଦିତ ପ୍ରସ୍ତର ଓ ବରଗା ଓ କଡ଼ିକାଠ କିଣିବା ପାଇଁ ତାହା ସୂତ୍ରଧର ଓ ଗାନ୍ଥକମାନଙ୍କୁ ଦେଲେ।
12 Watu waliifanya kazi kwa uaminifu. Wasimamizi wao Yahathi na Obadia, Walawi, wa wana wa Merari; na Zekaria na Meshulamu, kutoka kwa wana wa Wakohathi. Walawi wengine, wote kati ya wale waliokuwa wanamziki wazuri sana, kwa ukaribu waliwaelekeza watendakazi.
ଆଉ, ଲୋକମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ; ମରାରି-ସନ୍ତାନଗଣ ମଧ୍ୟରୁ ଯହତ୍‍ ଓ ଓବଦୀୟ, ଏହି ଲେବୀୟମାନେ ସେମାନଙ୍କର ତତ୍ତ୍ୱାବଧାରକ ଥିଲେ; ପୁଣି, କହାତ-ସନ୍ତାନଗଣର ମଧ୍ୟରୁ ଜିଖରୀୟ ଓ ମଶୁଲ୍ଲମ୍‍ ଓ ଅନ୍ୟ ଲେବୀୟମାନେ, ଅର୍ଥାତ୍‍, ବାଦ୍ୟ ବଜାଇବାକୁ ନିପୁଣ ସମସ୍ତ ଲୋକ କର୍ମ ଚଳାଇବାକୁ ନିଯୁକ୍ତ ଥିଲେ।
13 Walawi hawa walikuwa viongoziz wa wale waliobeba vifaa vya ujenzi na watu wengine wote waliofanya kazi kwa namna yoyote ile. Pia palikuwa na Walawi ambao walikuwa makatibu, watawala na walinda lango.
ଆହୁରି, ସେମାନେ ଭାରବାହକମାନଙ୍କର ତତ୍ତ୍ୱାବଧାରକ ଓ କର୍ମ ଚଳାଇବା ପାଇଁ ସର୍ବପ୍ରକାର ସେବାକାର୍ଯ୍ୟକାରୀମାନଙ୍କ ଉପରେ ନିଯୁକ୍ତ ଥିଲେ; ପୁଣି, ଲେବୀୟମାନଙ୍କ ମଧ୍ୟରୁ ଲେଖକ, କାର୍ଯ୍ୟଶାସକ ଓ ଦ୍ୱାରପାଳ ଥିଲେ।
14 Walipoileta fedha ambayo ilikuwa imeletwa kwenye nyumba ya Yahwe, Hilkia yule kuhani akakiokota kitabu cha sheri ya Yahwe ambacho kilikuwa kimetolewa kupitia Musa.
ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରା ବାହାର କରି ଆଣିଲା ବେଳେ ହିଲ୍‍କୀୟ ଯାଜକ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ପାଇଲା।
15 Hilkia akamwambia Shafani yule mwandishi, “Nimekiokota kitabu cha sheria katika nyumba ya Yahwe”. Hilikia akakileta kitabu kwa Shefani.
ତହିଁରେ ହିଲ୍‍କୀୟ ଶାଫନ୍‍ ଲେଖକକୁ ଉତ୍ତର କରି କହିଲା, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା-ପୁସ୍ତକ ପାଇଅଛି।” ପୁଣି ହିଲ୍‍କୀୟ ଶାଫନ୍‍କୁ ସେହି ପୁସ୍ତକ ଦେଲା।
16 Shefani akakipelek kitabu kwa mfalme, na pia akatoa taarifa kwake, akisema, “Watumishi wako wanafanya kila kitu walichokabidhiwa.
ଆଉ, ଶାଫନ୍‍ ରାଜାଙ୍କ ନିକଟକୁ ସେହି ପୁସ୍ତକ ନେଇଗଲା, ଆହୁରି ରାଜାଙ୍କ ନିକଟକୁ ପୁନର୍ବାର ସମ୍ବାଦ ନେଇ କହିଲା, “ଆପଣଙ୍କ ଦାସମାନଙ୍କ ପ୍ରତି ଅର୍ପିତ ସମସ୍ତ କାର୍ଯ୍ୟ ସେମାନେ କରୁଅଛନ୍ତି।
17 Waliitoa feedha yote amabayo ilionekana katika nyumba ya Yahwe, na waliikabidhi katika mikono ya wasimamizi na watendakazi.”
ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହରେ ଥିବା ମୁଦ୍ରା କାଢ଼ିନେଇ ତତ୍ତ୍ୱାବଧାରକମାନଙ୍କ ହସ୍ତରେ ଓ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
18 Shefani mwandishi akamwambia mfalme.” Hilkia kuhani amenipa kitabu.” Kisha Shefani akamsomea mfalme katika hicho kitabu.
ଆହୁରି, ଶାଫନ୍‍ ଲେଖକ ରାଜାଙ୍କୁ ଜଣାଇ କହିଲା, ହିଲ୍‍କୀୟ ଯାଜକ ଆମ୍ଭକୁ ଖଣ୍ଡେ ପୁସ୍ତକ ଦେଇଅଛନ୍ତି ଆଉ, ଶାଫନ୍‍ ରାଜାଙ୍କ ସାକ୍ଷାତରେ ତହିଁରୁ ପାଠ କଲା।
19 Ikawa kwamba mfalme alipokuwa ameyasikia maneno ya sheria, aliyararua mavazi yake.
ଏଥିରେ ରାଜା ସେହି ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ।
20 Mflme akawaamuru Hilkia, Ahikamu mwana wa Shafani, Abdoni mwana wa Mika, Shafani mwaandishi, na Asaya, mtumishi wake, akisema,
ପୁଣି, ରାଜା ହିଲ୍‍କୀୟକୁ ଓ ଶାଫନ୍‍ର ପୁତ୍ର ଅହୀକାମକୁ ଓ ମୀଖାର ପୁତ୍ର ଅବ୍‍ଦୋନ୍‍କୁ ଓ ଶାଫନ୍‍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ,
21 “Nendeni mkaulize mapenzi ya Yahwe kwa ajili yangu, na kwa wale waliobaki katika Israeli na Yuda, kwa sababu ya maneno ya kitabu ambacho kimeokotwa. Kwa maani ni kikuu, kwa sababu babu zetu hawakuyasikiliza maneno ya kitabu hiki ili kuyatii yote yaliyokuwa yameandikwa ndani yake”. (Badala ya “ambayo yamemiminwa juu yetu”, baadhi ya matoleo yanasema “ambayo yamemulikwa zidi yetu”).
“ତୁମ୍ଭେମାନେ ଯାଇ ମୋʼ ନିମନ୍ତେ, ପୁଣି ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ସଦାପ୍ରଭୁଙ୍କୁ ପଚାର; କାରଣ ଆମ୍ଭମାନଙ୍କ ପିତୃଲୋକମାନେ ଏହି ପୁସ୍ତକର ସକଳ ଲିଖନାନୁସାରେ କର୍ମ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟ ପାଳନ ନ କରିବାରୁ ଆମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ମହାକୋପ ବର୍ଷିଅଛି।”
22 Kwa hiyo Hilkia, na wale ambao mfalme alikuwa amewaamuru, wakaenda kwa Hulda nabii wa kike, mke wa Shalumu mwana wa Tohathi mwana wa Hasra, mtunza mavazi (aliishi katika Yerusalemu katika wilaya ya pili), na walizungumza naye katika namna hii.
ତହିଁରେ ହିଲ୍‍କୀୟ ଓ ରାଜାଜ୍ଞାପ୍ରାପ୍ତ ଲୋକମାନେ ହସ୍ରର ପୌତ୍ର ତୋଖତର ପୁତ୍ର ଶଲ୍ଲୁମ୍‍ ନାମକ ବସ୍ତ୍ରାଗାରରକ୍ଷକର ଭାର୍ଯ୍ୟା ହୁଲ୍‍ଦା ଭବିଷ୍ୟଦ୍‍ବକ୍ତ୍ରୀ ନିକଟକୁ ଗଲେ; ସେ ଯିରୂଶାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା, ପୁଣି ସେମାନେ ତାହାକୁ ସେହି ଭାବର କଥା କହିଲେ।
23 Akasema kwao, “Hivi ndivyo Yahwe, Mungu wa Israeli, anasema: Mwambie mtu aliyewatuma kwangu,
ତହିଁରେ ସେ ସେମାନଙ୍କୁ ଉତ୍ତର କଲା, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ କତିକି ପଠାଇଲା, ତାହାକୁ କୁହ,
24 Hivi ndivyo Yahwe anasema: Ona, niko karibu kuleta maafa juu ya sehemu hii na wakaaaji wake, laana zote zilizoandikwa katika kitabu walichokisoma mbele ya mfalme wa Yuda.
‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନେ ଯିହୁଦାର ରାଜା ସାକ୍ଷାତରେ ଯେଉଁ ପୁସ୍ତକ ପାଠ କରିଅଛନ୍ତି, ତହିଁରେ ଲିଖିତ ସକଳ ଅଭିଶାପ ଘଟାଇବା।
25 Kwa sababu wamenisahau na wametoa sadaka za uvumba kwa miungu mingine, ili kwamba waniweke katika hasira kwa matendo yote waliyofanya — kwa hiyo hasira yangu itamiminwa juu ya hii sehemu, na haitazimishwa. (Badala ya “ambayo yamemiminwa juu yetu”, baadhi ya matoleo yana “amabyo yamemlikwa zidi yetu”.)
କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସକଳ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି; ଏହେତୁ ଏହି ସ୍ଥାନ ଉପରେ ଆମ୍ଭର କୋପାନଳ ବର୍ଷିଅଛି ଓ ତାହା ନିର୍ବାଣ ନୋହିବ।
26 Lakini kwa mfalme wa Yuda, aliyewatuma kumuuliza Yahwe alichopaswa kufanya, hivi ndivyo mtakavyosema kwake, 'Yahwe, Mungu wa Israeli anasema hivi: Kuhusu maneno uliyosika,
ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲା ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ କହିବ, ତୁମ୍ଭର ଶୁଣିବା ବାକ୍ୟ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
27 kwa sababu moyo wako ulipondeka, na ulijinyenyekeza mbele yangu ulipoyasikia maneno yake zidi ya sehemu hii na wakaaji wake, na kwa sababu umejinyenyekeza mwenyewe mbele zangu, pia nimekusikiliza —hili ni azimio la Yahwe—
ଏହି ସ୍ଥାନ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଉକ୍ତ ପରମେଶ୍ୱରଙ୍କ ବାକ୍ୟ ଶୁଣିବାମାତ୍ରେ ତୁମ୍ଭର ଅନ୍ତଃକରଣ କୋମଳ ହେଲା ଓ ତୁମ୍ଭେ ତାହାଙ୍କ ସାକ୍ଷାତରେ ଆପଣାକୁ ନମ୍ର କଲ; ଏଣୁ ତୁମ୍ଭେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବାରୁ ଓ ଆପଣା ବସ୍ତ୍ର ଚିରି ଆମ୍ଭ ସାକ୍ଷାତରେ ରୋଦନ କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ।
28 ona, nitakukusanya kwa mababu zako. Utakusanywa katika kaburi lako kwa amani, na macho yako hayataona maafa yoyoye nitakayoleta juu ya sehemu hii na wakaaji wake”. Wale watu wakarudisha ujumbe huu kwa mfalme.
ଦେଖ, ଆମ୍ଭେ ତୁମ୍ଭର ପିତୃଲୋକମାନଙ୍କ ନିକଟରେ ତୁମ୍ଭକୁ ସଂଗ୍ରହ କରିବା, ଆଉ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଯେଉଁ ଯେଉଁ ଅମଙ୍ଗଳ ଘଟାଇବା, ତାହାସବୁ ତୁମ୍ଭର ଚକ୍ଷୁ ଦେଖିବ ନାହିଁ।’” ଏଥିଉତ୍ତାରେ ସେମାନେ ପୁନର୍ବାର ରାଜା ନିକଟକୁ ସମାଚାର ଆଣିଲେ।
29 Mfalme akatuma wajumbe na kuwakusanya wazee wote wa Yuda na Yerusalemu.
ଏଥିଉତ୍ତାରେ ରାଜା ଲୋକ ପଠାଇ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ।
30 Kisha mfalme akaenda kwenye nyumba ya Yahwe, na watu wote wa Yuda wakaaji wa Yerusalemu, na makuhani, Walawi, na watu wote, kuanzia wakubwa hadi wadogo. Kisha akasoma mbele zao maneno yote ya kitabu cha Agano kilichokuwa kimeokotwa katika nyumba ya Yahwe.
ପୁଣି, ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ଯିହୁଦାର ସମସ୍ତ ଲୋକ ଓ ଯିରୂଶାଲମ ନିବାସୀମାନେ ଓ ଯାଜକମାନେ ଓ ଲେବୀୟମାନେ ଓ ବଡ଼ ସାନ ସମସ୍ତ ଲୋକ ଗମନ କଲେ; ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ-ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ।
31 Mfalme aksimama katika sehemu yake na kufanya aganao mbele za Yahwe, kutembea mbele za Yahwe, na kuzishika amri zake, taratibu zake, na sheria zake, kwa moyo wake wote na roho yake yote, kuyatii maneno ya agano yaliyokuwa yameandikwa katika agano ambayo yalikuwa yameandikwa katika kitabu hiki.
ପୁଣି, ରାଜା ଆପଣା ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି ଏହି ପୁସ୍ତକ-ଲିଖିତ ନିୟମ-ବାକ୍ୟ ସଫଳ କରିବାକୁ ସଦାପ୍ରଭୁଙ୍କ ସାକ୍ଷାତରେ ନିୟମ କଲେ।
32 Aliwasababisha wote walioonekana katika Yerusalemu na Benyamini kusimama kwa agano. Wakaaji wa Yerusalemu wakatembea kwa agano la Mungu, Mungu wa babu zao.
ଆଉ, ଯିରୂଶାଲମର ଓ ବିନ୍ୟାମୀନ୍‍ର ଯେତେ ଲୋକ ବିଦ୍ୟମାନ ଥିଲେ, ସେ ସମସ୍ତଙ୍କୁ ସେହି ନିୟମରେ ସେ ସମ୍ମତ କରାଇଲେ। ତହିଁରେ ଯିରୂଶାଲମ ନିବାସୀମାନେ ପରମେଶ୍ୱରଙ୍କର, ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ନିୟମାନୁସାରେ କର୍ମ କଲେ।
33 Yosia akapeleka mbali mambo yote ya machukizo kutoka kwenye nchi iliyomilikiw na watu wa Israeli. Akamfanya kila mtu katika Israeli amwabudu Yahwe, Mungu wao. Kwa maisha siku zake zote, hawakugeka mbali kwa kutomfuata Yahwe, Mungu wa mababu zao.
ପୁଣି, ଯୋଶୀୟ ଇସ୍ରାଏଲ-ସନ୍ତାନଗଣର ଅଧିକୃତ ସମସ୍ତ ଦେଶରୁ ଘୃଣାଯୋଗ୍ୟ ସକଳ ବିଷୟ ଦୂର କଲେ ଓ ଇସ୍ରାଏଲ ମଧ୍ୟରେ ବିଦ୍ୟମାନ ସମସ୍ତ ଲୋକଙ୍କୁ ସେବା, ଅର୍ଥାତ୍‍, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେବା କରାଇଲେ। ସେମାନେ ତାଙ୍କର ଜୀବନଯାଏ ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଅନୁଗମନରୁ କ୍ଷାନ୍ତ ନୋହିଲେ।

< 2 Nyakati 34 >