< 1 Samweli 4 >

1 Neno la Samweli likawafikia Israeli wote. Basi Israeli wakatoka kupigana dhidi ya Wafilisti. Nao wakaweka kambi hapo Ebenezeri, na Wafilisti waliweka kambi yao huko Afeki.
ଆଉ ଶାମୁୟେଲଙ୍କ କଥା ସମସ୍ତ ଇସ୍ରାଏଲ ମଧ୍ୟରେ ପ୍ରଚଳିତ ହେଲା। ଏଥିଉତ୍ତାରେ ଇସ୍ରାଏଲ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଏବନ୍‍-ଏଜର ନିକଟରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟୀୟମାନେ ଅଫେକରେ ଛାଉଣି ସ୍ଥାପନ କଲେ।
2 Nao Wafilisti walijipanga kwa ajili ya vita dhidi ya Waisraeli. Vita ilipopamba moto, Israeli ilishindwa na Wafilisti, wakauawa watu wapatao elfu nne kwenye uwanja wa vita.
ତହୁଁ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ; ପୁଣି, ସେମାନେ ଯୁଦ୍ଧରେ ଲାଗନ୍ତେ, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରେ ପରାଜିତ ହେଲେ ଓ ସେମାନେ ସେହି ଯୁଦ୍ଧକ୍ଷେତ୍ରସ୍ଥ ସୈନ୍ୟ ମଧ୍ୟରୁ ଊଣାଧିକ ଚାରି ସହସ୍ର ଲୋକ ବଧ କଲେ।
3 Watu walipokuja kambini, wazee wa Israeli walisema, “Kwa nini BWANA ametushinda leo mbele ya Wafilisti? Hebu tulilete hapa sanduku la ushuhuda wa BWANA kutoka Shilo, ili kwamba liwe hapa pamoja nasi, ili litufanye tuwe salama kutokana na nguvu za maadui zetu.”
ତହୁଁ ଲୋକମାନେ ଛାଉଣିକୁ ଆସନ୍ତେ, ଇସ୍ରାଏଲର ପ୍ରାଚୀନବର୍ଗ କହିଲେ, “ସଦାପ୍ରଭୁ ଆଜି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଆମ୍ଭମାନଙ୍କୁ କାହିଁକି ପରାସ୍ତ କଲେ? ଆସ, ଯେପରି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆମ୍ଭମାନଙ୍କ ମଧ୍ୟକୁ ଆସି ତାହା ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିବ, ଏଥିପାଇଁ ଆମ୍ଭେମାନେ ଶୀଲୋରୁ ତାହା ଆପଣାମାନଙ୍କ ନିକଟକୁ ଆଣୁ।”
4 Hivyo waliwatuma watu huko Shilo; kutokea huko walilibeba sanduku la ushuhuda wa BWANA wa majeshi, akaaye juu ya makerubi. Hofni na Finehasi, watoto wawili wa Eli, walikuwapo pamoja na lile sanduku la ushuhuda wa Mungu.
ତହିଁରେ ସେମାନେ ଶୀଲୋକୁ ଲୋକ ପଠାଇ କିରୂବମାନଙ୍କ ମଧ୍ୟରେ ଅବସ୍ଥିତ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେଠାରୁ ଆଣିଲେ; ସେତେବେଳେ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍‍ ସେ ସ୍ଥାନରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଥିଲେ।
5 Sanduku la ushuhuda wa BWANA lilipofika kambini, watu wote wa Israeli walipiga yowe, na nchi ikavuma.
ପୁଣି, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଛାଉଣିକୁ ଆସନ୍ତେ, ସମଗ୍ର ଇସ୍ରାଏଲ ଏପରି ମହା ଜୟଧ୍ୱନିରେ ଜୟଧ୍ୱନି କଲେ ଯେ, ପୃଥିବୀ କମ୍ପିଲା।
6 Wafilisti waliposikia kelele za mayowe, wakasema, “sauti hii ya mayowe katika kambi ya Waebrania inamaanisha nini?” Baadaye walitambua kwamba sanduku la BWANA limefika kambini.
ତହୁଁ ପଲେଷ୍ଟୀୟମାନେ ସେହି ଜୟଧ୍ୱନି ଶୁଣି କହିଲେ, “ଏବ୍ରୀୟମାନଙ୍କ ଛାଉଣିରେ ଏହି ମହାଜୟଧ୍ୱନି ଶବ୍ଦର ଅଭିପ୍ରାୟ କଅଣ?” ଆଉ ସେମାନେ ଜାଣିଲେ ଯେ, ସଦାପ୍ରଭୁଙ୍କ ସିନ୍ଦୁକ ଛାଉଣିକୁ ଆସିଅଛି।
7 Wafilisti waliogopa sana, “Mungu ameingia kambini.” Wakasema, “Ole wetu! Jambo kama hili halijawahi kutokea huko nyuma!
ତହିଁରେ ପଲେଷ୍ଟୀୟମାନେ ଭୀତ ହୋଇ କହିଲେ, “ପରମେଶ୍ୱର ଛାଉଣିକୁ ଆସିଅଛନ୍ତି।” ଆହୁରି ସେମାନେ କହିଲେ, “ହାୟ ହାୟ! ପୂର୍ବରେ ଏପରି କେବେ ହୋଇ ନାହିଁ।
8 Ole wetu! Ni nani atatulinda dhidi ya nguvu za Mungu mwenye uwezo? Huyu ndiye Mungu aliyewashambulia Wamisri kwa aina tofauti za mapigo mengi jangwani.
ହାୟ ହାୟ! ଏହି ବଳବାନ ଦେବଗଣ ହସ୍ତରୁ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦେବଗଣ ପ୍ରାନ୍ତରରେ ସର୍ବପ୍ରକାର ଆଘାତ ଦ୍ୱାରା ମିସରୀୟମାନଙ୍କୁ ଆଘାତ କରିଥିଲେ।
9 Enyi Wafilisti, iweni hodari, na fanyeni kiume, vinginevyo mtakuwa watumwa wa Waebrabia, kama walivyokuwa watumwa wenu. Fanyeni kiume, na piganeni nao.”
ହେ ପଲେଷ୍ଟୀୟମାନେ, ତୁମ୍ଭେମାନେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର, ତହିଁରେ ଏବ୍ରୀୟମାନେ ଯେପରି ତୁମ୍ଭମାନଙ୍କର ଦାସ ହୋଇଅଛନ୍ତି, ସେପରି ତୁମ୍ଭେମାନେ ସେମାନଙ୍କର ଦାସ ହେବ ନାହିଁ; ତୁମ୍ଭେମାନେ ପୁରୁଷତ୍ୱ ପ୍ରକାଶ କର ଓ ଯୁଦ୍ଧ କର।”
10 Wafilisti walipigana, na Waisraeli wakashindwa. Kila mtu alikimbilia nyumbani kwake, na mauaji yalikuwa makubwa sana; maana askari wa Israeli elfu thelathini waendao kwa miguu vitani, walianguka.
ତହିଁରେ ପଲେଷ୍ଟୀୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲ ପରାସ୍ତ ହୋଇ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ; ସେତେବେଳେ ଅତି ମହାସଂହାର ହେଲା; କାରଣ ଇସ୍ରାଏଲ ମଧ୍ୟରୁ ତିରିଶ ହଜାର ପଦାତିକ ମାରା ପଡ଼ିଲେ।
11 Lile sanduku la Mungu lilichukuliwa, na watoto wa Eli, Hofni na Finehasi waliuawa.
ପୁଣି, ପରମେଶ୍ୱରଙ୍କ ସିନ୍ଦୁକ ଧରାପଡ଼ିଲା; ଆଉ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍‍ ହତ ହେଲେ।
12 Mtu mmoja wa Benjamini alikimbia kutoka uwanja wa vita akaja Shilo siku iyo hiyo, aliwasili na mavazi yake yamechanika na matope kichwani pake.
ପୁଣି, ସୈନ୍ୟ ମଧ୍ୟରୁ ବିନ୍ୟାମୀନୀୟ ଜଣେ ଲୋକ ଦୌଡ଼ିଲା, ପୁଣି, ସେ ଆପଣା ବସ୍ତ୍ର ଚିରି ମସ୍ତକରେ ମାଟି ଦେଇ ସେହି ଦିନ ଶୀଲୋରେ ଉପସ୍ଥିତ ହେଲା।
13 Alipofika, Eli alikuwa amekaa kitini pake karibu na barabara akitazama kwa sababu moyo wake ulitetemeka kwa ajili ya sanduku la Mungu. Mtu yule alipoingia mjini na kutoa taarifa, mji wote ulilia.
ପୁଣି, ସେ ଉପସ୍ଥିତ ହେବା ସମୟରେ, ଦେଖ, ଏଲି ବାଟ ପାଖରେ ଅପେକ୍ଷା କରି ଆପଣା ଆସନରେ ବସି ରହିଅଛନ୍ତି; କାରଣ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ତାଙ୍କର ଅନ୍ତଃକରଣ କମ୍ପିତ ହେଉଥିଲା। ଏଥିରେ ସେହି ଲୋକ ନଗରକୁ ଆସି ସମ୍ବାଦ ଦିଅନ୍ତେ, ନଗରଯାକ କାନ୍ଦି ଉଠିଲେ।
14 Eli aliposikia kelele ya kilio kile, alisema, “Kilio hicho kina maana gani?” Kwa haraka mtu yule alikuja na kumweleza Eli.
ପୁଣି, ଏଲି ସେହି କ୍ରନ୍ଦନ ଶବ୍ଦ ଶୁଣି କହିଲେ, “ଏହି କୋଳାହଳ ଶବ୍ଦର ଅଭିପ୍ରାୟ କଅଣ?” ତହୁଁ ସେହି ଲୋକ ଶୀଘ୍ର ଆସି ଏଲିଙ୍କୁ ସମ୍ବାଦ ଦେଲା।
15 Basi Eli alikuwa na umri wa miaka tisini na nane; macho yake yamepofuka, na hakuweza kuona.
ସେସମୟରେ ଏଲି ଅଠାନବେ ବର୍ଷ ବୟସ୍କ ଥିଲେ ଓ ତାଙ୍କର ଚକ୍ଷୁ ସ୍ତବ୍ଧ ହେବାରୁ ସେ ଦେଖି ପାରିଲେ ନାହିଁ।
16 Yule mtu akamwambia Eli, “Mimi ndiye nimechomoka kutoka vitani. Nimetoroka kutoka kwenye mapigano leo.” Eli akasema, “Mambo yalienda namna gani, mwanangu?”
ପୁଣି, ସେହି ମନୁଷ୍ୟ ଏଲିଙ୍କୁ କହିଲା, “ଆମ୍ଭେ ସୈନ୍ୟ ମଧ୍ୟରୁ ଆଗତ ଲୋକ ଓ ଆମ୍ଭେ ଆଜି ସୈନ୍ୟ ମଧ୍ୟରୁ ପଳାଇ ଆସିଲୁ।” ତହିଁରେ ସେ କହିଲେ, “ହେ ପୁତ୍ର, କି କଥା ହେଲା?”
17 Yule mtu aliyeleta hizo habari alijibu na kusema, “Israeli wamewakimbia Wafilisti. Pia watu wengi wameuwawa. Watoto wako, Hofni na Finehasi, wamekufa, na sanduku la Mungu limechukuliwa.”.
ତହୁଁ ସମାଚାର ଆଣିବା ଲୋକ ଉତ୍ତର କରି କହିଲା, “ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇଲେ ଓ ଲୋକମାନଙ୍କ ମଧ୍ୟରେ ମହାସଂହାର ହେଲା; ମଧ୍ୟ ତୁମ୍ଭର ଦୁଇ ପୁତ୍ର ହଫ୍ନି ଓ ପୀନହସ୍‍ ମଲେ, ପୁଣି, ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା।”
18 Alipotamka sanduku la Mungu, Eli alianguka chali kutoka kwenye kiti chake karibu na mlango. akavunjika shingo lake, na kufariki, kwa sababu alikuwa mzee tena mzito. Naye alikuwa mwamuzi wa Israeli kwa miaka arobaini.
ଆଉ ସେ ପରମେଶ୍ୱରଙ୍କ ସିନ୍ଦୁକ ବିଷୟ କହିବା କ୍ଷଣେ ଏପରି ଘଟିଲା ଯେ, ଏଲି ଦ୍ୱାର ପାଖରେ ଆପଣା ଆସନରୁ ପଛଆଡ଼େ ପଡ଼ିଗଲେ, ତହୁଁ ତାଙ୍କର ବେକ ଭାଙ୍ଗିଯାଇ ସେ ମଲେ; କାରଣ ସେ ବୃଦ୍ଧ ଲୋକ ଓ ଭାରୀ ଥିଲେ। ସେ ଚାଳିଶ ବର୍ଷ ଇସ୍ରାଏଲର ବିଚାର କଲେ।
19 Basi mkwewe, mke wa Finihasi, alikuwa mjamzito akikaribia kujifungua. aliposikia habari kwamba sanduku la Mungu limetekwa nyara na kwamba baba mkwe na mme wake wamefariki, alichuchumaa chini akajifungua, lakini utungu wake ulimzidi na ulimtaabisha sana.
ସେସମୟରେ ତାଙ୍କର ପୁତ୍ରବଧୂ ପୀନହସ୍‍ର ଭାର୍ଯ୍ୟା ଗର୍ଭବତୀ, ପ୍ରସବକାଳ ନିକଟ ଥିଲା; ଏଣୁ ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା, ଆଉ ତାହାର ଶ୍ୱଶୁର ଓ ସ୍ୱାମୀ ମଲେ; ଏହି ସମ୍ବାଦ ଶୁଣିବାମାତ୍ରେ ସେ ଆଣ୍ଠୋଇପଡ଼ି ପ୍ରସବ କଲା; କାରଣ ସେହିକ୍ଷଣି ତାହାର ବେଦନା ଉପସ୍ଥିତ ହେଲା।
20 Alipokaribia kufariki, wanawake waliokuwa wakimhudumia walisema, “Usiogope, maana umejifungua mtoto wa kiume.” Lakini hakuwajibu lolote au kuzingatia alichoambiwa.
ତହୁଁ ପ୍ରାୟ ତାହାର ମରଣ ସମୟରେ ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାହାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ତ ପୁତ୍ର ପ୍ରସବ କରିଅଛ।” ମାତ୍ର ସେ କିଛି ଉତ୍ତର ଦେଲା ନାହିଁ, କିଅବା ତହିଁରେ ମନ ଦେଲା ନାହିଁ।
21 Akamwita mtoto Ikabodi, akisema, “Utukufu umetoweka Israeli!” Kwa sababu sanduku la Mungu limetekwa nyara, na kwa sababu ya kifo cha baba mkwe na mme wake.
ଆଉ ପରମେଶ୍ୱରଙ୍କ ସିନ୍ଦୁକ ଧରାଯିବାରୁ ଓ ତାହାର ଶ୍ୱଶୁର ଆଉ ସ୍ୱାମୀ ହେତୁରୁ “ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା,” ଏହା କହି ସେ ବାଳକର ନାମ ଐକାବୋଦ (ହୀନ ଗୌରବ) ରଖିଲା।
22 Na alisema, “Utukufu umetoweka kutoka Israeli, kwa sababu sanduku la Mungu limetekwa nyala.”
ଆଉ ସେ କହିଲା, “ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା, କାରଣ ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା।”

< 1 Samweli 4 >