< Књига пророка Језекиља 12 >

1 Опет ми дође реч Господња говорећи:
ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ପୁଣି ସେ ମୋତେ କହିଲେ,
2 Сине човечји, усред дома одметничког седиш, који има очи да види и не види, има уши да чује и не чује; јер су дом одметнички.
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବିଦ୍ରୋହୀ ଲୋକମାନଙ୍କ ମଧ୍ୟରେ ବାସ କରୁଅଛ, ସେମାନଙ୍କର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଦେଖନ୍ତି ନାହିଁ, ସେମାନଙ୍କର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଶୁଣନ୍ତି ନାହିଁ; କାରଣ ସେମାନେ ବିଦ୍ରୋହୀ ବଂଶ।
3 Зато ти, сине човечји, спреми шта треба за сеобу, и сели се обдан на њихове очи; и исели се из свог места на друго место на њихове очи, не би ли видели, јер су дом одметнички.
ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ନିର୍ବାସନ ନିମନ୍ତେ କରିବା ପାଇଁ ସମ୍ବଳ ପ୍ରସ୍ତୁତ କର, ଆଉ ସେମାନଙ୍କ ସାକ୍ଷାତରେ ଦିନ ବେଳେ ପ୍ରସ୍ଥାନ କର, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସ୍ୱ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରସ୍ଥାନ କରିବ। ହୋଇପାରେ, ବିଦ୍ରୋହୀ ବଂଶ ହେଲେ ହେଁ ସେମାନେ ବିବେଚନା କରିବେ।
4 И изнеси ствари своје као кад се ко сели обдан на њихове очи, а сам изиђи увече на њихове очи као они који се селе.
ତୁମ୍ଭେ ଦିନ ବେଳେ ସେମାନଙ୍କ ସାକ୍ଷାତରେ ପ୍ରସ୍ଥାନକାଳୀନ ସମ୍ବଳ ତୁଲ୍ୟ ଆପଣା ସମ୍ବଳ ବାହାର କରି ଆଣିବ; ଆଉ, ଲୋକେ ଯେପରି ନିର୍ବାସାର୍ଥେ ପ୍ରସ୍ଥାନ କରନ୍ତି, ସେହିପରି ତୁମ୍ଭେ ସନ୍ଧ୍ୟା ବେଳେ ସେମାନଙ୍କ ସାକ୍ଷାତରେ ପ୍ରସ୍ଥାନ କରିବ।
5 На њихове очи прокопај зид и изнеси своје ствари.
ତୁମ୍ଭେ ସେମାନଙ୍କ ସାକ୍ଷାତରେ କାନ୍ଥ ଖୋଳ ଓ ତାହା ମଧ୍ୟଦେଇ ତୁମ୍ଭର ଜିନିଷ ସହ ତୁମ୍ଭେ ବାହାରି ଯାଅ।
6 На њихове очи дигни на рамена и изнеси по мраку, лице своје покриј да не видиш земље, јер те дадох да будеш знак у дому Израиљевом.
ସେମାନଙ୍କ ସାକ୍ଷାତରେ ତୁମ୍ଭର ଜିନିଷ ଆପଣା କାନ୍ଧରେ ବହିବ ଓ ଅନ୍ଧକାର ବେଳେ ତାହା ନେଇଯିବ; ତୁମ୍ଭେ ଯେପରି ଭୂମି ନ ଦେଖିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ; କାରଣ ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନସ୍ୱରୂପ କରି ଆମ୍ଭେ ତୁମ୍ଭକୁ ରଖିଅଛୁ।”
7 И учиних тако како ми се заповеди; ствари своје изнесох обдан као кад се сели; а увече прокопах зид руком; и по мраку изнесох на раменима носећи на њихове очи.
ତହିଁରେ ମୁଁ ସେହି ଆଜ୍ଞା ପ୍ରମାଣେ କାର୍ଯ୍ୟ କଲି; ମୁଁ ପ୍ରସ୍ଥାନକାଳୀନ ସମ୍ବଳ ତୁଲ୍ୟ ଦିନ ବେଳେ ଆପଣା ସମ୍ବଳ ବାହାର କରି ଆଣିଲି ଓ ସନ୍ଧ୍ୟା ବେଳେ ନିଜ ହସ୍ତରେ କାନ୍ଥ ଖୋଳିଲି; ମୁଁ ଅନ୍ଧକାର ବେଳେ ତାହା ବାହାର କରି ସେମାନଙ୍କ ସାକ୍ଷାତରେ ଆପଣା କାନ୍ଧରେ ବୋହି ନେଲି।
8 А у јутру дође ми реч Господња говорећи:
ପୁଣି, ପ୍ରଭାତ କାଳରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
9 Сине човечји, рече ли ти дом Израиљев, дом одметнички: Шта радиш?
“ହେ ମନୁଷ୍ୟ-ସନ୍ତାନ, ‘ତୁମ୍ଭେ କʼଣ କରୁଅଛ’ ବୋଲି ଇସ୍ରାଏଲ ବଂଶ, ସେହି ବିଦ୍ରୋହୀ ବଂଶ କି ତୁମ୍ଭକୁ ପଚାରି ନାହାନ୍ତି?
10 Реци им: Овако вели Господ Господ: Ово је бреме за кнеза, који је у Јерусалиму, и за сав дом Израиљев што је онде.
ତୁମ୍ଭେ ସେମାନଙ୍କୁ କୁହ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଏହି ଭାର ଯିରୂଶାଲମସ୍ଥ ଅଧିପତିର ଓ ସେମାନେ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି, ସେହି ସମୁଦାୟ ଇସ୍ରାଏଲ ବଂଶର ସମ୍ପର୍କୀୟ ଅଟେ।’
11 Реци: Ја сам вам знак, како ја учиних тако ће им бити; преселиће се и отићи у ропство.
ତୁମ୍ଭେ କୁହ, ମୁଁ ତୁମ୍ଭମାନଙ୍କର ଚିହ୍ନସ୍ୱରୂପ ଅଟେ: ‘ମୁଁ ଯେପରି କଲି, ସେମାନଙ୍କ ପ୍ରତି ସେହିପରି କରାଯିବ; ସେମାନେ ନିର୍ବାସିତ ହୋଇ ବନ୍ଦୀତ୍ୱ ସ୍ଥାନକୁ ଯିବେ।’
12 И кнез који је међу њима носећи на раменима по мраку ће изаћи; они ће прокопати зид да изнесу, он ће покрити лице своје да не види земље очима.
ପୁଣି, ସେମାନଙ୍କ ମଧ୍ୟବର୍ତ୍ତୀ ଅଧିପତି ଅନ୍ଧକାର ସମୟରେ ଆପଣା କାନ୍ଧରେ ଭାର ବୋହି ବାହାରି ଯିବ; ଲୋକମାନେ ବୋହି ନେବା ପାଇଁ କାନ୍ଥ ଖୋଳିବେ; ସେ ଆପଣା ମୁଖ ଆଚ୍ଛାଦନ କରିବ, କାରଣ ସେ ଚକ୍ଷୁରେ ଭୂମି ଦେଖିବ ନାହିଁ।
13 Али ћу му разапети мрежу своју и ухватиће се у замку моју, и одвешћу га у Вавилон, у земљу халдејску, али је неће видети, а онде ће умрети.
ଆହୁରି, ଆମ୍ଭେ ତାହା ଉପରେ ଆମ୍ଭର ଜାଲ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ; ଆଉ, ଆମ୍ଭେ କଲ୍‍ଦୀୟମାନଙ୍କର ଦେଶ ବାବିଲକୁ ତାହାକୁ ନେଇଯିବା; ଆଉ, ଯଦ୍ୟପି ସେ ସେହି ସ୍ଥାନରେ ମରିବ, ତଥାପି ସେ ତାହା ଦେଖିବ ନାହିଁ।
14 И све који су око њега, помоћнике његове, и сву војску његову, расејаћу у све ветрове, и извући ћу мач за њима.
ପୁଣି, ତାହାର ସାହାଯ୍ୟ କରିବାକୁ ଯେଉଁମାନେ ତାହାର ଚତୁର୍ଦ୍ଦିଗରେ ଅଛନ୍ତି, ସେମାନଙ୍କୁ ଓ ତାହାର ସୈନ୍ୟଦଳ ସମସ୍ତଙ୍କୁ ଆମ୍ଭେ ସବୁ ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କ ପଶ୍ଚାତ ଆମ୍ଭେ ଖଡ୍ଗ ନିଷ୍କୋଷ କରିବା।
15 И познаће да сам ја Господ, кад их расејем по народима, и разаспем по земљама.
ଆଉ, ଯେତେବେଳେ ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶ ମଧ୍ୟରେ ସେମାନଙ୍କୁ ଏଣେତେଣେ ବିକ୍ଷିପ୍ତ କରିବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
16 А оставићу их неколико људи који ће остати од мача и од глади и од помора да приповедају све гадове своје међу народима у које отиду; и познаће да сам ја Господ.
ମାତ୍ର ଆମ୍ଭେ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବା, ତହିଁରେ ସେମାନେ ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟକୁ ଯିବେ, ସେମାନଙ୍କ ନିକଟରେ ଆପଣାମାନଙ୍କର ଘୃଣାଯୋଗ୍ୟ କ୍ରିୟାସକଳ ପ୍ରକାଶ କରିବେ; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
17 Опет ми дође реч Господња говорећи:
ଆହୁରି ସଦାପ୍ରଭୁଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ପୁଣି ସେ ମୋତେ କହିଲେ,
18 Сине човечји, хлеб свој једи презајући и воду своју пиј дрхћући и бринући се.
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କମ୍ପି କମ୍ପି ଆପଣା ଆହାର ଭୋଜନ କର, ଆଉ ଥରି ଥରି ଓ ଚିନ୍ତିତ ହୋଇ ଆପଣା ଜଳ ପାନ କର;
19 И реци народу земаљском: Овако вели Господ Господ за становнике јерусалимске, за земљу Израиљеву: хлеб ће свој јести у бризи и воду ће своју пити препадајући се, јер ће земља опустети и остати без свега што је у њој за безакоње свих који живе у њој.
ପୁଣି, ଦେଶର ଲୋକମାନଙ୍କୁ କୁହ, ଯିରୂଶାଲମ ନିବାସୀମାନଙ୍କର ଓ ଇସ୍ରାଏଲ ଦେଶର ବିଷୟରେ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ସେମାନେ ଚିନ୍ତିତ ହୋଇ ଆପଣା ଆପଣା ଆହାର ଭୋଜନ କରିବେ ଓ ବିସ୍ମିତ ହୋଇ ଆପଣା ଆପଣାର ଜଳ ପାନ କରିବେ, କାରଣ ନିବାସୀମାନଙ୍କର ଦୌରାତ୍ମ୍ୟ ସକାଶୁ ସେମାନଙ୍କ ଦେଶ ଓ ତନ୍ମଧ୍ୟସ୍ଥିତ ସର୍ବସ୍ୱରୁ ଶୂନ୍ୟ ହେବ।
20 И градови у којима живе опустеће, и земља ће бити пуста, и познаћете да сам ја Господ.
ଆଉ, ବସତିବିଶିଷ୍ଟ ନଗରସବୁ ନଷ୍ଟ ଓ ଦେଶ ଧ୍ୱଂସସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
21 Опет ми дође реч Господња говорећи:
ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
22 Сине човечји, каква је то прича у вас о земљи Израиљевој што говорите: Протежу се дани, и од утваре неће бити ништа?
“ହେ ମନୁଷ୍ୟ-ସନ୍ତାନ, ‘କାଳ ବିଳମ୍ବ ହେଉଅଛି, ପ୍ରତ୍ୟେକ ଦର୍ଶନ ବିଫଳ ହେଉଅଛି ବୋଲି ତୁମ୍ଭେମାନେ ଇସ୍ରାଏଲ ଦେଶରେ ଯେଉଁ ପ୍ରବାଦ ଶୁଣିଅଛ, ତାହା କି?’
23 Зато им реци: Овако вели Господ Господ: Укинућу ту причу и нећу је више говорити у Израиљу; него им реци: Близу су дани и реч сваке утваре.
ଏହେତୁ ସେମାନଙ୍କୁ କୁହ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ଏହି ପ୍ରବାଦ ଲୋପ କରିବା ଓ ଇସ୍ରାଏଲ ମଧ୍ୟରେ ଲୋକମାନେ ପ୍ରବାଦ ରୂପେ ଆଉ ତାହା ବ୍ୟବହାର କରିବେ ନାହିଁ;’ ମାତ୍ର ସେମାନଙ୍କୁ କୁହ, ସମୟ ଓ ପ୍ରତ୍ୟେକ ଦର୍ଶନର ସଫଳତା ସନ୍ନିକଟ।
24 Јер неће више бити у дому Израиљевом залудне утваре ни гатања којим се ласка.
କାରଣ ଅସାର ଦର୍ଶନ ଓ ଚାଟୁବାଦର ମନ୍ତ୍ର ତନ୍ତ୍ର ଇସ୍ରାଏଲ ବଂଶ ମଧ୍ୟରେ ଆଉ ରହିବ ନାହିଁ।
25 Јер ћу ја, Господ, говорити и шта кажем збиће се; неће се више одгађати, него за вашег времена, доме одметнички, рећи ћу реч и извршићу је, говори Господ Господ.
କାରଣ ଆମ୍ଭେ ସଦାପ୍ରଭୁ; ଆମ୍ଭେ କଥା କହିବା ଓ ଯେଉଁ କଥା ଆମ୍ଭେ କହିବା, ତାହା ସଫଳ ହେବ; ଆଉ, ବିଳମ୍ବ ହେବ ନାହିଁ; କାରଣ ହେ ବିଦ୍ରୋହୀ ବଂଶ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ବର୍ତ୍ତମାନ କାଳରେ କଥା କହିବା ଓ ତାହା ସଫଳ କରିବା।”
26 Опет ми дође реч Господња говорећи:
ପୁନର୍ବାର ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
27 Сине човечји, гле, дом Израиљев говори: Утвара коју тај види, до ње има много времена, и за далеко време тај пророкује.
“ହେ ମନୁଷ୍ୟ-ସନ୍ତାନ, ଦେଖ, ଇସ୍ରାଏଲ ବଂଶୀୟ ଲୋକମାନେ କହନ୍ତି, ସେ ଲୋକ ଯେଉଁ ଦର୍ଶନ ପାଏ, ତାହା ଅନେକ ବିଳମ୍ବର କଥା ଓ ସେ ଅତି ଦୂରବର୍ତ୍ତୀ କାଳର ବିଷୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଅଛି।
28 Зато им реци: Овако вели Господ Господ: Неће се више одгађати ни једна моја реч; реч коју кажем збиће се, говори Господ Господ.
ଏହେତୁ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭ ବାକ୍ୟର କୌଣସି କଥା ଆଉ ବିଳମ୍ବ ନୋହିବ, ମାତ୍ର ଆମ୍ଭେ ଯେଉଁ ବାକ୍ୟ କହିବା, ତାହା ସଫଳ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”

< Књига пророка Језекиља 12 >