< ଲୂକଃ 9 >

1 ତତଃ ପରଂ ସ ଦ୍ୱାଦଶଶିଷ୍ୟାନାହୂଯ ଭୂତାନ୍ ତ୍ୟାଜଯିତୁଂ ରୋଗାନ୍ ପ୍ରତିକର୍ତ୍ତୁଞ୍ଚ ତେଭ୍ୟଃ ଶକ୍ତିମାଧିପତ୍ୟଞ୍ଚ ଦଦୌ|
ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ।
2 ଅପରଞ୍ଚ ଈଶ୍ୱରୀଯରାଜ୍ୟସ୍ୟ ସୁସଂୱାଦଂ ପ୍ରକାଶଯିତୁମ୍ ରୋଗିଣାମାରୋଗ୍ୟଂ କର୍ତ୍ତୁଞ୍ଚ ପ୍ରେରଣକାଲେ ତାନ୍ ଜଗାଦ|
ଆଉ ସେ ସେମାନଙ୍କୁ ଈଶ୍ବରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ।
3 ଯାତ୍ରାର୍ଥଂ ଯଷ୍ଟି ର୍ୱସ୍ତ୍ରପୁଟକଂ ଭକ୍ଷ୍ୟଂ ମୁଦ୍ରା ଦ୍ୱିତୀଯୱସ୍ତ୍ରମ୍, ଏଷାଂ କିମପି ମା ଗୃହ୍ଲୀତ|
ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ବା ଦୁଇଟି ଅଙ୍ଗରଖା ସାଙ୍ଗରେ ରଖ ନାହିଁ।
4 ଯୂଯଞ୍ଚ ଯନ୍ନିୱେଶନଂ ପ୍ରୱିଶଥ ନଗରତ୍ୟାଗପର୍ୟ୍ୟନତଂ ତନ୍ନିୱେଶନେ ତିଷ୍ଠତ|
ଆଉ ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ନ ବାହାରିବା ପର୍ଯ୍ୟନ୍ତ ସେଠାରେ ରୁହ।
5 ତତ୍ର ଯଦି କସ୍ୟଚିତ୍ ପୁରସ୍ୟ ଲୋକା ଯୁଷ୍ମାକମାତିଥ୍ୟଂ ନ କୁର୍ୱ୍ୱନ୍ତି ତର୍ହି ତସ୍ମାନ୍ନଗରାଦ୍ ଗମନକାଲେ ତେଷାଂ ୱିରୁଦ୍ଧଂ ସାକ୍ଷ୍ୟାର୍ଥଂ ଯୁଷ୍ମାକଂ ପଦଧୂଲୀଃ ସମ୍ପାତଯତ|
ଆଉ ଯେତେ ଲୋକ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେହି ନଗରରୁ ବାହାରିବା ସମୟରେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡ଼ିପକାଅ।”
6 ଅଥ ତେ ପ୍ରସ୍ଥାଯ ସର୍ୱ୍ୱତ୍ର ସୁସଂୱାଦଂ ପ୍ରଚାରଯିତୁଂ ପୀଡିତାନ୍ ସ୍ୱସ୍ଥାନ୍ କର୍ତ୍ତୁଞ୍ଚ ଗ୍ରାମେଷୁ ଭ୍ରମିତୁଂ ପ୍ରାରେଭିରେ|
ସେଥିରେ ସେମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ।
7 ଏତର୍ହି ହେରୋଦ୍ ରାଜା ଯୀଶୋଃ ସର୍ୱ୍ୱକର୍ମ୍ମଣାଂ ୱାର୍ତ୍ତାଂ ଶ୍ରୁତ୍ୱା ଭୃଶମୁଦ୍ୱିୱିଜେ
ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ;
8 ଯତଃ କେଚିଦୂଚୁର୍ୟୋହନ୍ ଶ୍ମଶାନାଦୁଦତିଷ୍ଠତ୍| କେଚିଦୂଚୁଃ, ଏଲିଯୋ ଦର୍ଶନଂ ଦତ୍ତୱାନ୍; ଏୱମନ୍ୟଲୋକା ଊଚୁଃ ପୂର୍ୱ୍ୱୀଯଃ କଶ୍ଚିଦ୍ ଭୱିଷ୍ୟଦ୍ୱାଦୀ ସମୁତ୍ଥିତଃ|
ପୁଣି, କେହି କେହି ଏଲୀୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ।
9 କିନ୍ତୁ ହେରୋଦୁୱାଚ ଯୋହନଃ ଶିରୋଽହମଛିନଦମ୍ ଇଦାନୀଂ ଯସ୍ୟେଦୃକ୍କର୍ମ୍ମଣାଂ ୱାର୍ତ୍ତାଂ ପ୍ରାପ୍ନୋମି ସ କଃ? ଅଥ ସ ତଂ ଦ୍ରଷ୍ଟୁମ୍ ଐଚ୍ଛତ୍|
କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ।
10 ଅନନ୍ତରଂ ପ୍ରେରିତାଃ ପ୍ରତ୍ୟାଗତ୍ୟ ଯାନି ଯାନି କର୍ମ୍ମାଣି ଚକ୍ରୁସ୍ତାନି ଯୀଶୱେ କଥଯାମାସୁଃ ତତଃ ସ ତାନ୍ ବୈତ୍ସୈଦାନାମକନଗରସ୍ୟ ୱିଜନଂ ସ୍ଥାନଂ ନୀତ୍ୱା ଗୁପ୍ତଂ ଜଗାମ|
ପରେ ପ୍ରେରିତମାନେ ଫେରିଆସି, ଯାହା ଯାହା କରିଥିଲେ, ସେହିସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ। ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥ୍‌ସାଇଦା ନାମକ ନଗରକୁ ଚାଲିଗଲେ।
11 ପଶ୍ଚାଲ୍ ଲୋକାସ୍ତଦ୍ ୱିଦିତ୍ୱା ତସ୍ୟ ପଶ୍ଚାଦ୍ ଯଯୁଃ; ତତଃ ସ ତାନ୍ ନଯନ୍ ଈଶ୍ୱରୀଯରାଜ୍ୟସ୍ୟ ପ୍ରସଙ୍ଗମୁକ୍ତୱାନ୍, ଯେଷାଂ ଚିକିତ୍ସଯା ପ୍ରଯୋଜନମ୍ ଆସୀତ୍ ତାନ୍ ସ୍ୱସ୍ଥାନ୍ ଚକାର ଚ|
କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ବରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।
12 ଅପରଞ୍ଚ ଦିୱାୱସନ୍ନେ ସତି ଦ୍ୱାଦଶଶିଷ୍ୟା ଯୀଶୋରନ୍ତିକମ୍ ଏତ୍ୟ କଥଯାମାସୁଃ, ୱଯମତ୍ର ପ୍ରାନ୍ତରସ୍ଥାନେ ତିଷ୍ଠାମଃ, ତତୋ ନଗରାଣି ଗ୍ରାମାଣି ଗତ୍ୱା ୱାସସ୍ଥାନାନି ପ୍ରାପ୍ୟ ଭକ୍ଷ୍ୟଦ୍ରୱ୍ୟାଣି କ୍ରେତୁଂ ଜନନିୱହଂ ଭୱାନ୍ ୱିସୃଜତୁ|
ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ।
13 ତଦା ସ ଉୱାଚ, ଯୂଯମେୱ ତାନ୍ ଭେଜଯଧ୍ୱଂ; ତତସ୍ତେ ପ୍ରୋଚୁରସ୍ମାକଂ ନିକଟେ କେୱଲଂ ପଞ୍ଚ ପୂପା ଦ୍ୱୌ ମତ୍ସ୍ୟୌ ଚ ୱିଦ୍ୟନ୍ତେ, ଅତଏୱ ସ୍ଥାନାନ୍ତରମ୍ ଇତ୍ୱା ନିମିତ୍ତମେତେଷାଂ ଭକ୍ଷ୍ୟଦ୍ରୱ୍ୟେଷୁ ନ କ୍ରୀତେଷୁ ନ ଭୱତି|
କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କଅଣ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା?
14 ତତ୍ର ପ୍ରାଯେଣ ପଞ୍ଚସହସ୍ରାଣି ପୁରୁଷା ଆସନ୍|
କାରଣ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ। ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ।”
15 ତଦା ସ ଶିଷ୍ୟାନ୍ ଜଗାଦ ପଞ୍ଚାଶତ୍ ପଞ୍ଚାଶଜ୍ଜନୈଃ ପଂକ୍ତୀକୃତ୍ୟ ତାନୁପୱେଶଯତ, ତସ୍ମାତ୍ ତେ ତଦନୁସାରେଣ ସର୍ୱ୍ୱଲୋକାନୁପୱେଶଯାପାସୁଃ|
ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ।
16 ତତଃ ସ ତାନ୍ ପଞ୍ଚ ପୂପାନ୍ ମୀନଦ୍ୱଯଞ୍ଚ ଗୃହୀତ୍ୱା ସ୍ୱର୍ଗଂ ୱିଲୋକ୍ୟେଶ୍ୱରଗୁଣାନ୍ କୀର୍ତ୍ତଯାଞ୍ଚକ୍ରେ ଭଙ୍କ୍ତା ଚ ଲୋକେଭ୍ୟଃ ପରିୱେଷଣାର୍ଥଂ ଶିଷ୍ୟେଷୁ ସମର୍ପଯାମ୍ବଭୂୱ|
ଆଉ, ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହିସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ।
17 ତତଃ ସର୍ୱ୍ୱେ ଭୁକ୍ତ୍ୱା ତୃପ୍ତିଂ ଗତା ଅୱଶିଷ୍ଟାନାଞ୍ଚ ଦ୍ୱାଦଶ ଡଲ୍ଲକାନ୍ ସଂଜଗୃହୁଃ|
ସେଥିରେ ସମସ୍ତେ ଖାଇ ତୃପ୍ତ ହେଲେ, ଆଉ ଶିଷ୍ୟମାନେ ଆପଣା ନିକଟରେ ବଳିଥିବା ଭଙ୍ଗାଯାଇଥିବା ରୁଟିର ବାର ଟୋକେଇ ଉଠାଇ ନେଲେ।
18 ଅଥୈକଦା ନିର୍ଜନେ ଶିଷ୍ୟୈଃ ସହ ପ୍ରାର୍ଥନାକାଲେ ତାନ୍ ପପ୍ରଚ୍ଛ, ଲୋକା ମାଂ କଂ ୱଦନ୍ତି?
ଥରେ ସେ ଏକାକୀ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାହାଙ୍କ ସାଙ୍ଗରେ ଥିଲେ, ଆଉ ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ ବୋଲି ଲୋକସମୂହ କଅଣ କହନ୍ତି?”
19 ତତସ୍ତେ ପ୍ରାଚୁଃ, ତ୍ୱାଂ ଯୋହନ୍ମଜ୍ଜକଂ ୱଦନ୍ତି; କେଚିତ୍ ତ୍ୱାମ୍ ଏଲିଯଂ ୱଦନ୍ତି, ପୂର୍ୱ୍ୱକାଲିକଃ କଶ୍ଚିଦ୍ ଭୱିଷ୍ୟଦ୍ୱାଦୀ ଶ୍ମଶାନାଦ୍ ଉଦତିଷ୍ଠଦ୍ ଇତ୍ୟପି କେଚିଦ୍ ୱଦନ୍ତି|
ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି, ଏଲୀୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି।
20 ତଦା ସ ଉୱାଚ, ଯୂଯଂ ମାଂ କଂ ୱଦଥ? ତତଃ ପିତର ଉକ୍ତୱାନ୍ ତ୍ୱମ୍ ଈଶ୍ୱରାଭିଷିକ୍ତଃ ପୁରୁଷଃ|
ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ଉତ୍ତର ଦେଲେ, ଆପଣ “ଈଶ୍ବରଙ୍କ ଖ୍ରୀଷ୍ଟ।”
21 ତଦା ସ ତାନ୍ ଦୃଢମାଦିଦେଶ, କଥାମେତାଂ କସ୍ମୈଚିଦପି ମା କଥଯତ|
ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ,
22 ସ ପୁନରୁୱାଚ, ମନୁଷ୍ୟପୁତ୍ରେଣ ୱହୁଯାତନା ଭୋକ୍ତୱ୍ୟାଃ ପ୍ରାଚୀନଲୋକୈଃ ପ୍ରଧାନଯାଜକୈରଧ୍ୟାପକୈଶ୍ଚ ସୋୱଜ୍ଞାଯ ହନ୍ତୱ୍ୟଃ କିନ୍ତୁ ତୃତୀଯଦିୱସେ ଶ୍ମଶାନାତ୍ ତେନୋତ୍ଥାତୱ୍ୟମ୍|
“ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ପୁନରୁତ୍ଥାନ ନିଶ୍ଚୟ ହେବ।”
23 ଅପରଂ ସ ସର୍ୱ୍ୱାନୁୱାଚ, କଶ୍ଚିଦ୍ ଯଦି ମମ ପଶ୍ଚାଦ୍ ଗନ୍ତୁଂ ୱାଞ୍ଛତି ତର୍ହି ସ ସ୍ୱଂ ଦାମ୍ୟତୁ, ଦିନେ ଦିନେ କ୍ରୁଶଂ ଗୃହୀତ୍ୱା ଚ ମମ ପଶ୍ଚାଦାଗଚ୍ଛତୁ|
ସେତେବେଳେ ସେ ସମସ୍ତଙ୍କୁ କହିଲେ, “କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
24 ଯତୋ ଯଃ କଶ୍ଚିତ୍ ସ୍ୱପ୍ରାଣାନ୍ ରିରକ୍ଷିଷତି ସ ତାନ୍ ହାରଯିଷ୍ୟତି, ଯଃ କଶ୍ଚିନ୍ ମଦର୍ଥଂ ପ୍ରାଣାନ୍ ହାରଯିଷ୍ୟତି ସ ତାନ୍ ରକ୍ଷିଷ୍ୟତି|
କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
25 କଶ୍ଚିଦ୍ ଯଦି ସର୍ୱ୍ୱଂ ଜଗତ୍ ପ୍ରାପ୍ନୋତି କିନ୍ତୁ ସ୍ୱପ୍ରାଣାନ୍ ହାରଯତି ସ୍ୱଯଂ ୱିନଶ୍ୟତି ଚ ତର୍ହି ତସ୍ୟ କୋ ଲାଭଃ?
ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ?
26 ପୁନ ର୍ୟଃ କଶ୍ଚିନ୍ ମାଂ ମମ ୱାକ୍ୟଂ ୱା ଲଜ୍ଜାସ୍ପଦଂ ଜାନାତି ମନୁଷ୍ୟପୁତ୍ରୋ ଯଦା ସ୍ୱସ୍ୟ ପିତୁଶ୍ଚ ପୱିତ୍ରାଣାଂ ଦୂତାନାଞ୍ଚ ତେଜୋଭିଃ ପରିୱେଷ୍ଟିତ ଆଗମିଷ୍ୟତି ତଦା ସୋପି ତଂ ଲଜ୍ଜାସ୍ପଦଂ ଜ୍ଞାସ୍ୟତି|
ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ।
27 କିନ୍ତୁ ଯୁଷ୍ମାନହଂ ଯଥାର୍ଥଂ ୱଦାମି, ଈଶ୍ୱରୀଯରାଜତ୍ୱଂ ନ ଦୃଷ୍ଟୱା ମୃତ୍ୟୁଂ ନାସ୍ୱାଦିଷ୍ୟନ୍ତେ, ଏତାଦୃଶାଃ କିଯନ୍ତୋ ଲୋକା ଅତ୍ର ସ୍ଥନେଽପି ଦଣ୍ଡାଯମାନାଃ ସନ୍ତି|
କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ।”
28 ଏତଦାଖ୍ୟାନକଥନାତ୍ ପରଂ ପ୍ରାଯେଣାଷ୍ଟସୁ ଦିନେଷୁ ଗତେଷୁ ସ ପିତରଂ ଯୋହନଂ ଯାକୂବଞ୍ଚ ଗୃହୀତ୍ୱା ପ୍ରାର୍ଥଯିତୁଂ ପର୍ୱ୍ୱତମେକଂ ସମାରୁରୋହ|
ଏହି ସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ।
29 ଅଥ ତସ୍ୟ ପ୍ରାର୍ଥନକାଲେ ତସ୍ୟ ମୁଖାକୃତିରନ୍ୟରୂପା ଜାତା, ତଦୀଯଂ ୱସ୍ତ୍ରମୁଜ୍ଜ୍ୱଲଶୁକ୍ଲଂ ଜାତଂ|
ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା।
30 ଅପରଞ୍ଚ ମୂସା ଏଲିଯଶ୍ଚୋଭୌ ତେଜସ୍ୱିନୌ ଦୃଷ୍ଟୌ
ଆଉ ଦେଖ, ମୋଶା ଓ ଏଲୀୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ;
31 ତୌ ତେନ ଯିରୂଶାଲମ୍ପୁରେ ଯୋ ମୃତ୍ୟୁଃ ସାଧିଷ୍ୟତେ ତଦୀଯାଂ କଥାଂ ତେନ ସାର୍ଦ୍ଧଂ କଥଯିତୁମ୍ ଆରେଭାତେ|
ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମ ସହରରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ।
32 ତଦା ପିତରାଦଯଃ ସ୍ୱସ୍ୟ ସଙ୍ଗିନୋ ନିଦ୍ରଯାକୃଷ୍ଟା ଆସନ୍ କିନ୍ତୁ ଜାଗରିତ୍ୱା ତସ୍ୟ ତେଜସ୍ତେନ ସାର୍ଦ୍ଧମ୍ ଉତ୍ତିଷ୍ଠନ୍ତୌ ଜନୌ ଚ ଦଦୃଶୁଃ|
ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ।
33 ଅଥ ତଯୋରୁଭଯୋ ର୍ଗମନକାଲେ ପିତରୋ ଯୀଶୁଂ ବଭାଷେ, ହେ ଗୁରୋଽସ୍ମାକଂ ସ୍ଥାନେଽସ୍ମିନ୍ ସ୍ଥିତିଃ ଶୁଭା, ତତ ଏକା ତ୍ୱଦର୍ଥା, ଏକା ମୂସାର୍ଥା, ଏକା ଏଲିଯାର୍ଥା, ଇତି ତିସ୍ରଃ କୁଟ୍ୟୋସ୍ମାଭି ର୍ନିର୍ମ୍ମୀଯନ୍ତାଂ, ଇମାଂ କଥାଂ ସ ନ ୱିୱିଚ୍ୟ କଥଯାମାସ|
ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ।
34 ଅପରଞ୍ଚ ତଦ୍ୱାକ୍ୟୱଦନକାଲେ ପଯୋଦ ଏକ ଆଗତ୍ୟ ତେଷାମୁପରି ଛାଯାଂ ଚକାର, ତତସ୍ତନ୍ମଧ୍ୟେ ତଯୋଃ ପ୍ରୱେଶାତ୍ ତେ ଶଶଙ୍କିରେ|
ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ।
35 ତଦା ତସ୍ମାତ୍ ପଯୋଦାଦ୍ ଇଯମାକାଶୀଯା ୱାଣୀ ନିର୍ଜଗାମ, ମମାଯଂ ପ୍ରିଯଃ ପୁତ୍ର ଏତସ୍ୟ କଥାଯାଂ ମନୋ ନିଧତ୍ତ|
ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ।
36 ଇତି ଶବ୍ଦେ ଜାତେ ତେ ଯୀଶୁମେକାକିନଂ ଦଦୃଶୁଃ କିନ୍ତୁ ତେ ତଦାନୀଂ ତସ୍ୟ ଦର୍ଶନସ୍ୟ ୱାଚମେକାମପି ନୋକ୍ତ୍ୱା ମନଃସୁ ସ୍ଥାପଯାମାସୁଃ|
ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ। ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ।
37 ପରେଽହନି ତେଷୁ ତସ୍ମାଚ୍ଛୈଲାଦ୍ ଅୱରୂଢେଷୁ ତଂ ସାକ୍ଷାତ୍ କର୍ତ୍ତୁଂ ବହୱୋ ଲୋକା ଆଜଗ୍ମୁଃ|
ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ସାକ୍ଷାତ କଲେ।
38 ତେଷାଂ ମଧ୍ୟାଦ୍ ଏକୋ ଜନ ଉଚ୍ଚୈରୁୱାଚ, ହେ ଗୁରୋ ଅହଂ ୱିନଯଂ କରୋମି ମମ ପୁତ୍ରଂ ପ୍ରତି କୃପାଦୃଷ୍ଟିଂ କରୋତୁ, ମମ ସ ଏୱୈକଃ ପୁତ୍ରଃ|
ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋʼ ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;
39 ଭୂତେନ ଧୃତଃ ସନ୍ ସଂ ପ୍ରସଭଂ ଚୀଚ୍ଛବ୍ଦଂ କରୋତି ତନ୍ମୁଖାତ୍ ଫେଣା ନିର୍ଗଚ୍ଛନ୍ତି ଚ, ଭୂତ ଇତ୍ଥଂ ୱିଦାର୍ୟ୍ୟ କ୍ଲିଷ୍ଟ୍ୱା ପ୍ରାଯଶସ୍ତଂ ନ ତ୍ୟଜତି|
ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍‍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ ତାହାର ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ।
40 ତସ୍ମାତ୍ ତଂ ଭୂତଂ ତ୍ୟାଜଯିତୁଂ ତୱ ଶିଷ୍ୟସମୀପେ ନ୍ୟୱେଦଯଂ କିନ୍ତୁ ତେ ନ ଶେକୁଃ|
ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
41 ତଦା ଯୀଶୁରୱାଦୀତ୍, ରେ ଆୱିଶ୍ୱାସିନ୍ ୱିପଥଗାମିନ୍ ୱଂଶ କତିକାଲାନ୍ ଯୁଷ୍ମାଭିଃ ସହ ସ୍ଥାସ୍ୟାମ୍ୟହଂ ଯୁଷ୍ମାକମ୍ ଆଚରଣାନି ଚ ସହିଷ୍ୟେ? ତୱ ପୁତ୍ରମିହାନଯ|
ଯୀଶୁ ଉତ୍ତର ଦେଲେ, “ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ନେଇଆସ।”
42 ତତସ୍ତସ୍ମିନ୍ନାଗତମାତ୍ରେ ଭୂତସ୍ତଂ ଭୂମୌ ପାତଯିତ୍ୱା ୱିଦଦାର; ତଦା ଯୀଶୁସ୍ତମମେଧ୍ୟଂ ଭୂତଂ ତର୍ଜଯିତ୍ୱା ବାଲକଂ ସ୍ୱସ୍ଥଂ କୃତ୍ୱା ତସ୍ୟ ପିତରି ସମର୍ପଯାମାସ|
ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ।
43 ଈଶ୍ୱରସ୍ୟ ମହାଶକ୍ତିମ୍ ଇମାଂ ୱିଲୋକ୍ୟ ସର୍ୱ୍ୱେ ଚମଚ୍ଚକ୍ରୁଃ; ଇତ୍ଥଂ ଯୀଶୋଃ ସର୍ୱ୍ୱାଭିଃ କ୍ରିଯାଭିଃ ସର୍ୱ୍ୱୈର୍ଲୋକୈରାଶ୍ଚର୍ୟ୍ୟେ ମନ୍ୟମାନେ ସତି ସ ଶିଷ୍ୟାନ୍ ବଭାଷେ,
ସେଥିରେ ସମସ୍ତେ ଈଶ୍ବରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ। ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
44 କଥେଯଂ ଯୁଷ୍ମାକଂ କର୍ଣେଷୁ ପ୍ରୱିଶତୁ, ମନୁଷ୍ୟପୁତ୍ରୋ ମନୁଷ୍ୟାଣାଂ କରେଷୁ ସମର୍ପଯିଷ୍ୟତେ|
“ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି।”
45 କିନ୍ତୁ ତେ ତାଂ କଥାଂ ନ ବୁବୁଧିରେ, ସ୍ପଷ୍ଟତ୍ୱାଭାୱାତ୍ ତସ୍ୟା ଅଭିପ୍ରାଯସ୍ତେଷାଂ ବୋଧଗମ୍ୟୋ ନ ବଭୂୱ; ତସ୍ୟା ଆଶଯଃ କ ଇତ୍ୟପି ତେ ଭଯାତ୍ ପ୍ରଷ୍ଟୁଂ ନ ଶେକୁଃ|
କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ, ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
46 ତଦନନ୍ତରଂ ତେଷାଂ ମଧ୍ୟେ କଃ ଶ୍ରେଷ୍ଠଃ କଥାମେତାଂ ଗୃହୀତ୍ୱା ତେ ମିଥୋ ୱିୱାଦଂ ଚକ୍ରୁଃ|
ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା।
47 ତତୋ ଯୀଶୁସ୍ତେଷାଂ ମନୋଭିପ୍ରାଯଂ ୱିଦିତ୍ୱା ବାଲକମେକଂ ଗୃହୀତ୍ୱା ସ୍ୱସ୍ୟ ନିକଟେ ସ୍ଥାପଯିତ୍ୱା ତାନ୍ ଜଗାଦ,
କିନ୍ତୁ ଯୀଶୁ ସେମାନଙ୍କ ମନର ତର୍କବିତର୍କ ଜାଣି ଗୋଟିଏ ସାନ ପିଲାକୁ ନେଇ ଆପଣା ପାଖରେ ଠିଆ କରାଇ ସେମାନଙ୍କୁ କହିଲେ,
48 ଯୋ ଜନୋ ମମ ନାମ୍ନାସ୍ୟ ବାଲାସ୍ୟାତିଥ୍ୟଂ ୱିଦଧାତି ସ ମମାତିଥ୍ୟଂ ୱିଦଧାତି, ଯଶ୍ଚ ମମାତିଥ୍ୟଂ ୱିଦଧାତି ସ ମମ ପ୍ରେରକସ୍ୟାତିଥ୍ୟଂ ୱିଦଧାତି, ଯୁଷ୍ମାକଂ ମଧ୍ୟେଯଃ ସ୍ୱଂ ସର୍ୱ୍ୱସ୍ମାତ୍ କ୍ଷୁଦ୍ରଂ ଜାନୀତେ ସ ଏୱ ଶ୍ରେଷ୍ଠୋ ଭୱିଷ୍ୟତି|
“ଯେ କେହି ମୋ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ।”
49 ଅପରଞ୍ଚ ଯୋହନ୍ ୱ୍ୟାଜହାର ହେ ପ୍ରଭେ ତୱ ନାମ୍ନା ଭୂତାନ୍ ତ୍ୟାଜଯନ୍ତଂ ମାନୁଷମ୍ ଏକଂ ଦୃଷ୍ଟୱନ୍ତୋ ୱଯଂ, କିନ୍ତ୍ୱସ୍ମାକମ୍ ଅପଶ୍ଚାଦ୍ ଗାମିତ୍ୱାତ୍ ତଂ ନ୍ୟଷେଧାମ୍| ତଦାନୀଂ ଯୀଶୁରୁୱାଚ,
ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ।
50 ତଂ ମା ନିଷେଧତ, ଯତୋ ଯୋ ଜନୋସ୍ମାକଂ ନ ୱିପକ୍ଷଃ ସ ଏୱାସ୍ମାକଂ ସପକ୍ଷୋ ଭୱତି|
କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ।”
51 ଅନନ୍ତରଂ ତସ୍ୟାରୋହଣସମଯ ଉପସ୍ଥିତେ ସ ସ୍ଥିରଚେତା ଯିରୂଶାଲମଂ ପ୍ରତି ଯାତ୍ରାଂ କର୍ତ୍ତୁଂ ନିଶ୍ଚିତ୍ୟାଗ୍ରେ ଦୂତାନ୍ ପ୍ରେଷଯାମାସ|
ପରେ ଯେତେବେଳେ ଯୀଶୁଙ୍କର ସ୍ୱର୍ଗକୁ ଯିବାର ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନକୁ ଦୃଢ଼ କରି,
52 ତସ୍ମାତ୍ ତେ ଗତ୍ୱା ତସ୍ୟ ପ୍ରଯୋଜନୀଯଦ୍ରୱ୍ୟାଣି ସଂଗ୍ରହୀତୁଂ ଶୋମିରୋଣୀଯାନାଂ ଗ୍ରାମଂ ପ୍ରୱିୱିଶୁଃ|
ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ;
53 କିନ୍ତୁ ସ ଯିରୂଶାଲମଂ ନଗରଂ ଯାତି ତତୋ ହେତୋ ର୍ଲୋକାସ୍ତସ୍ୟାତିଥ୍ୟଂ ନ ଚକ୍ରୁଃ|
କିନ୍ତୁ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
54 ଅତଏୱ ଯାକୂବ୍ୟୋହନୌ ତସ୍ୟ ଶିଷ୍ୟୌ ତଦ୍ ଦୃଷ୍ଟ୍ୱା ଜଗଦତୁଃ, ହେ ପ୍ରଭୋ ଏଲିଯୋ ଯଥା ଚକାର ତଥା ୱଯମପି କିଂ ଗଗଣାଦ୍ ଆଗନ୍ତୁମ୍ ଏତାନ୍ ଭସ୍ମୀକର୍ତ୍ତୁଞ୍ଚ ୱହ୍ନିମାଜ୍ଞାପଯାମଃ? ଭୱାନ୍ କିମିଚ୍ଛତି?
ଏହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ କହିଲେ, ପ୍ରଭୁ, [ଏଲୀୟ ମଧ୍ୟ ଯେପରି କରିଥିଲେ, ସେହିପରି] ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ କହିବୁ ବୋଲି କଅଣ ଆପଣଙ୍କର ଇଚ୍ଛା?
55 କିନ୍ତୁ ସ ମୁଖଂ ପରାୱର୍ତ୍ୟ ତାନ୍ ତର୍ଜଯିତ୍ୱା ଗଦିତୱାନ୍ ଯୁଷ୍ମାକଂ ମନୋଭାୱଃ କଃ, ଇତି ଯୂଯଂ ନ ଜାନୀଥ|
କିନ୍ତୁ ସେ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ ଏବଂ କହିଲେ, ତୁମ୍ଭେମାନେ କେଉଁ ପ୍ରକାର ଆତ୍ମାର ଲୋକ, ଏହା ଜାଣୁ ନାହଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି।
56 ମନୁଜସୁତୋ ମନୁଜାନାଂ ପ୍ରାଣାନ୍ ନାଶଯିତୁଂ ନାଗଚ୍ଛତ୍, କିନ୍ତୁ ରକ୍ଷିତୁମ୍ ଆଗଚ୍ଛତ୍| ପଶ୍ଚାଦ୍ ଇତରଗ୍ରାମଂ ତେ ଯଯୁଃ|
ତାହା ପରେ ସେମାନେ ଆଉ ଗୋଟିଏ ଗ୍ରାମକୁ ଗଲେ।
57 ତଦନନ୍ତରଂ ପଥି ଗମନକାଲେ ଜନ ଏକସ୍ତଂ ବଭାଷେ, ହେ ପ୍ରଭୋ ଭୱାନ୍ ଯତ୍ର ଯାତି ଭୱତା ସହାହମପି ତତ୍ର ଯାସ୍ୟାମି|
ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାହାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।
58 ତଦାନୀଂ ଯୀଶୁସ୍ତମୁୱାଚ, ଗୋମାଯୂନାଂ ଗର୍ତ୍ତା ଆସତେ, ୱିହାଯସୀଯୱିହଗାନାଂ ନୀଡାନି ଚ ସନ୍ତି, କିନ୍ତୁ ମାନୱତନଯସ୍ୟ ଶିରଃ ସ୍ଥାପଯିତୁଂ ସ୍ଥାନଂ ନାସ୍ତି|
ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
59 ତତଃ ପରଂ ସ ଇତରଜନଂ ଜଗାଦ, ତ୍ୱଂ ମମ ପଶ୍ଚାଦ୍ ଏହି; ତତଃ ସ ଉୱାଚ, ହେ ପ୍ରଭୋ ପୂର୍ୱ୍ୱଂ ପିତରଂ ଶ୍ମଶାନେ ସ୍ଥାପଯିତୁଂ ମାମାଦିଶତୁ|
ପୁଣି, ସେ ଆଉ ଜଣକୁ କହିଲେ, “ମୋହର ଅନୁଗମନ କର।” କିନ୍ତୁ ସେ କହିଲେ, ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
60 ତଦା ଯୀଶୁରୁୱାଚ, ମୃତା ମୃତାନ୍ ଶ୍ମଶାନେ ସ୍ଥାପଯନ୍ତୁ କିନ୍ତୁ ତ୍ୱଂ ଗତ୍ୱେଶ୍ୱରୀଯରାଜ୍ୟସ୍ୟ କଥାଂ ପ୍ରଚାରଯ|
ମାତ୍ର ସେ ତାହାଙ୍କୁ କହିଲେ, “ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ବରଙ୍କ ରାଜ୍ୟ ପ୍ରଚାର କର।”
61 ତତୋନ୍ୟଃ କଥଯାମାସ, ହେ ପ୍ରଭୋ ମଯାପି ଭୱତଃ ପଶ୍ଚାଦ୍ ଗଂସ୍ୟତେ, କିନ୍ତୁ ପୂର୍ୱ୍ୱଂ ମମ ନିୱେଶନସ୍ୟ ପରିଜନାନାମ୍ ଅନୁମତିଂ ଗ୍ରହୀତୁମ୍ ଅହମାଦିଶ୍ୟୈ ଭୱତା|
ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ।
62 ତଦାନୀଂ ଯୀଶୁସ୍ତଂ ପ୍ରୋକ୍ତୱାନ୍, ଯୋ ଜନୋ ଲାଙ୍ଗଲେ କରମର୍ପଯିତ୍ୱା ପଶ୍ଚାତ୍ ପଶ୍ୟତି ସ ଈଶ୍ୱରୀଯରାଜ୍ୟଂ ନାର୍ହତି|
କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ବରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”

< ଲୂକଃ 9 >