< مزامیر 43 >

ای خدا مرا داوری کن و دعوای مرا باقوم بیرحم فیصل فرما و از مرد حیله گرو ظالم مرا خلاصی ده. ۱ 1
ହେ ପରମେଶ୍ୱର, ମୋହର ବିଚାର କର ଓ ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର ଗୁହାରି ନିଷ୍ପତ୍ତି କର; ପ୍ରବଞ୍ଚକ ଓ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର କର।
زیرا تو خدای قوت من هستی. چرا مرا دور انداختی؟ چرا به‌سبب ستم دشمن ماتم‌کنان تردد بکنم؟ ۲ 2
କାରଣ ତୁମ୍ଭେ ହିଁ ମୋହର ବଳଦାତା ପରମେଶ୍ୱର ଅଟ; ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି?
نور و راستی خود را بفرست تا مرا هدایت نمایند. و مرا به کوه مقدس تو و مسکن های تو رسانند. ۳ 3
ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; ତାହା ମୋହର ପଥଦର୍ଶକ ହେଉ; ତାହା ତୁମ୍ଭ ପବିତ୍ର ପର୍ବତରେ ଓ ତୁମ୍ଭ ଆବାସରେ ମୋତେ ପ୍ରବେଶ କରାଉ।
آنگاه به مذبح خدا خواهم رفت، بسوی خدایی که سرور و خرمی من است. و تورا‌ای خدا، خدای من با بربط تسبیح خواهم خواند. ۴ 4
ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ ବୀଣା ଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି।
‌ای جان من چرا منحنی شده‌ای؟ و چرا درمن پریشان گشته‌ای؟ امید بر خدا دار. زیرا که او راباز حمد خواهم گفت، که نجات روی من وخدای من است. ۵ 5
ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ? ଓ ତୁମ୍ଭେ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋʼ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।

< مزامیر 43 >