< ଲୁକ 16 >
1 ଜିସୁ ଚେଲାରିଂ ପା ଇଚାନ୍, “ର ମାଜାନ୍ ମାନାୟ୍ ମାଚାନ୍, ତାଙ୍ଗେଙ୍ଗ୍ ରକାନ୍ ଗୁମୁସ୍ତା ମାଚାନ୍, ଆରେ ହେୱାନ୍ ହେ ଦାନ୍ କାରାପ୍ କିନାନା ଇଞ୍ଜି ହେଦାଂ ବିସ୍ରେ ୱେନ୍ଞ୍ଜି ହେୱାନ୍ ହେୱେନିଂ ହିର୍ବିସ୍ ଇଚାନ୍,
ଯୀଶୁ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, “ଜଣେ ଧନୀ ଲୋକ ଥିଲେ; ତାହାଙ୍କର ଜଣେ ବେବର୍ତ୍ତା ଥିଲେ, ଆଉ ସେ ତାହାଙ୍କର ସମ୍ପତ୍ତି ଅଯଥା ଖର୍ଚ୍ଚ କରିଦେଉଅଛି ବୋଲି ତାହା ବିଷୟରେ ଶୁଣି ସେ ତାହାକୁ ଡାକି କହିଲେ,
2 ଆନ୍ ମି ବିସ୍ରେ ଇଦାଂ କି କାତା ୱେନାଙ୍ଗା?” ନି ଗୁମୁସ୍ତା କାମାୟ୍ ନି ଇସାବ୍ ହିଦା ଇନେକିଦେଂ ଏନ୍ ଆରି ଗୁମୁସ୍ତା ଆଜ଼ି ମାଞ୍ଜେଙ୍ଗ୍ ଆଡୁୟ୍ ।
ମୁଁ ତୁମ୍ଭ ବିଷୟରେ ଏ କି କଥା ଶୁଣୁଅଛି? ତୁମ୍ଭ ବେବର୍ତ୍ତା କାର୍ଯ୍ୟର ହିସାବ ଦିଅ, କାରଣ ତୁମ୍ଭେ ଆଉ ବେବର୍ତ୍ତା ହୋଇ ରହି ପାରିବ ନାହିଁ।
3 ହେବେତାଂ ହେ ଗୁମୁସ୍ତା ମାନେ ମାନେ ଇଚାନ୍, ଇନାକା କିନାଙ୍ଗ୍? ନା ମାପ୍ରୁ ତ ନା ତାକେଣ୍ଡାଂ ଗୁମୁସ୍ତା ପାଦ୍ ପିହି କିଜ଼ି ଅନାନା । ଚିକ୍ଲା କାଦ୍ଦେଂ ନା ସାକ୍ତି ହିଲୁତ୍, ଇସ୍ପିସ୍ ଚିଞ୍ଜେଙ୍ଗ୍ ନାଙ୍ଗେଙ୍ଗ୍ ଲାଜୁ ହତ୍ନାତା ।
ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କଅଣ କରିବି? ମୋହର ପ୍ରଭୁ ତ ମୋʼଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି। ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି।
4 ଆନ୍ ଗୁମୁସ୍ତା ପାଦ୍ତାଙ୍ଗ୍ ପିସ୍ତି ପାଚେ ଲକୁ ଇନେସ୍କି ନାଙ୍ଗେଙ୍ଗ୍ ଜାର୍ ଜାର୍ ଇଞ୍ଜ ମାନ୍କିଦ୍ନାର୍, ଇଦାଂ କାଜିଂ ଇନାକା କିନାଙ୍ଗ୍, ହେଦାଂ ବୁଜା ଆନାଙ୍ଗା ।
ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କଅଣ କରିବି, ତାହା ବୁଝିଲିଣି।
5 ଆରି, ହେୱାନ୍ ଜାର୍ ମାପ୍ରୁତି ୱିଜ଼ାକାରିଂ କାତକ୍ତିଂ ଲାଗେ ହିର୍ବିସ୍ ପର୍ତୁମ୍ ରକାନିଂ ଇଚାନ୍, “ମି ଜପି ନାମାପ୍ରୁତି ରୁଣ୍ ଅତାୟ୍ନା? ଏଚେକ୍ ଚିକାଣ୍? ହେୱାନ୍ ଇଚାନ୍, ପାଞ୍ଚ୍କଡ଼ି ମାଣ୍ ଚିକାଣ୍ ।”
ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଅଛ? ସେ କହିଲା, ଶହେ ମହଣ ତୈଳ।
6 ହେୱାନ୍ ଇଚାନ୍, “ସହେ ସିପା ଚିକାଣ୍ । ବେବାର୍ କିନାକାନ୍ ଇଚାନ୍, ଇଦାଂ ନି କାଗଜ୍, ଇବେ ପଚାସ୍ ଇଞ୍ଜି ଲେକିକିୟା ।
ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଶୀଘ୍ର ବସି ପଚାଶ ବୋଲି ଲେଖ।
7 ତା ପାଚେ ହେୱାନ୍ ଆରେ ରକାନିଂ ଇଚାନ୍, ଏନ୍ ଏଚେକ୍ ରୁଣ୍ ଅତାୟ୍ନା?” ହେୱାନ୍ ଇଚାନ୍, “ପାଞ୍ଚ୍କଡ଼ି ମାଣ୍ ଗଁମ୍ । ହେୱାନ୍ ତାଙ୍ଗେଙ୍ଗ୍ ଇଚାନ୍, ମି ଲେକିକିତି କାଗଜ୍ ଆସ୍ତି ଚାର୍କଡ଼ି ଇଞ୍ଜି ଲେକି କିୟା ।”
ତାହା ପରେ ସେ ଆଉ ଜଣକୁ କହିଲା, ‘ତୁମ୍ଭେ କେତେ ଧାର ନେଇଅଛ?’ ସେ କହିଲା, ‘ଶହେ ଭରଣ ଗହମ।’ ସେ ତାହାକୁ କହିଲା, ‘ତୁମ୍ଭର ରସିଦ ନେଇ ଅଶୀ ବୋଲି ଲେଖ।’
8 ହେ ଅଦାର୍ମି ଗୁମୁସ୍ତା ବୁଦି ଲାହାଙ୍ଗ୍ କାମାୟ୍ କିଜ଼ିମାନି କାଜିଂ ମାପ୍ରୁ ତାଙ୍ଗେଙ୍ଗ୍ ପାର୍ତାନା କିତାନ୍, ଲାଗିଂ ଇ ଜୁଗ୍ନି ହିମ୍ଣାଂ ହେୱାର୍ ନିଜାର୍ ଜାତି ପାକ୍ୟାତ ଅଜଡ଼୍ନି ହିମ୍ଣାଙ୍ଗ୍ ବାଟା ଆଦିକ୍ ବୁଦିତି । (aiōn )
ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ। (aiōn )
9 ଆନ୍ ପା ମିଙ୍ଗେଙ୍ଗ୍ ୱେଚାନାଙ୍ଗା, “ଅଦାର୍ମି ଦାନ୍ ଜାର୍ ଜାର୍ କାଜିଂ ସାଙ୍ଗ ଲାବ୍ କିୟା, ଇନେସ୍ ହେଦାଂ ୱିସ୍ତିସ୍ ହେୱାର୍ ମିଙ୍ଗେଙ୍ଗ୍ ୱିଜ଼୍ୱି ଇଞ୍ଜ ମାନ୍ କିୟାଆନାଦେର୍ । (aiōnios )
ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ। (aiōnios )
10 ଇନେନ୍ ଅଲପ୍ ବିସ୍ରେ ପାର୍ତି କିନାକାନ୍, ହେୱାନ୍ ଆଦିକ୍ ବିସ୍ରେ ପା ପାର୍ତି ଆନାନ୍, ଆରେ ଇନେର୍ ଆଦିକ୍ ବିସ୍ରେ ପାର୍ତି କିୱାକାନ୍ ହେୱାନ୍ ଆଦିକ୍ ବିସ୍ରେ ପା ପାର୍ତି କିଉନ୍ ।
ଯେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ, ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ ଅଟେ, ପୁଣି, ଯେ ଅତି ଅଳ୍ପ ବିଷୟରେ ଅବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ୱସ୍ତ।
11 ଜଦି ଏପେଙ୍ଗ୍ ଅଦାର୍ମି ଦାନ୍ତ ପାର୍ତି ଆୱାତାଦେର୍, ଲାଗିଂ ଇନେର୍ ମିଙ୍ଗେଙ୍ଗ୍ ପାର୍ତି କିଜ଼ି ହାତ୍ପା ଦାନ୍ ମି କେଇଦ ସର୍ପି କିଦ୍ନାନ୍?
ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?
12 ଆରେ, ଜଦି ଏପେଙ୍ଗ୍ ପାଚେନି ଦାନ୍ ବିସ୍ରେ ପାର୍ତି ଆୱାତାୟ୍ନା, ଲାଗିଂ ଇନେର୍ ମିଙ୍ଗେଙ୍ଗ୍ ମି ଜାର୍ ବିସ୍ରେ ହିଦ୍ନାର୍?”
ଆଉ, ଯଦି ତୁମ୍ଭେମାନେ ପରର ବିଷୟରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ନିଜ ବିଷୟ ଦେବ?
13 “ଇମ୍ଣି ଆଡ଼ିୟା ରି ମାପ୍ରୁଙ୍ଗ୍ ହଲ୍ୟା ଆଦେଂ ଆଡୁନ୍; ଇନାକିଦେଂକି ହେୱାନ୍ ରକାନିଂ ଗିଣ୍ କିନାନ୍ ଆରି ବିନ୍ ଲଗାଂ ଜିଉନନାନ୍, ଲାଗିଂ ରକାନ୍ କାଜିଂ କାର୍ମା ଆନାନ୍ ଆରି ବିନ୍ ରକାନିଂ ଆଲ୍ଗା କିନାନ୍ । ଏପେଙ୍ଗ୍ ଇସ୍ୱର୍ ଦାନ୍ ରିୟାର୍ତି ଆଡ଼ିଏନ୍ ଆଦେଂ ଆଡୁନ୍ ।”
କୌଣସି ଦାସ ଦୁଇ ପ୍ରଭୁଙ୍କର ସେବା କରିପାରିବ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଆସକ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାରିବ ନାହିଁ।”
14 ଇ କାତା ୱେନ୍ଞ୍ଜି ଦାନ୍ଲବ୍ ପାରୁସିର୍ ପା ଜିସୁଙ୍ଗ୍ ନିନ୍ଦାକିଦେଂ ଲାଗାତାର୍ ।
ଏହିସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
15 ହେବେତାଂ ହେୱାନ୍ ହେୱାରିଂ ଇଚାନ୍, “ଇମ୍ଣାକାର୍ ଜାର୍ ଜାର୍ତିଂ ମାନାୟାର୍ କାଣ୍କୁକାଂ ଦାର୍ମି ଇଞ୍ଜି ଚଚ୍ନାର୍, ଏପେଙ୍ଗ୍ ହେ ଲାଗ୍ଦି ମାନାୟ୍, ମାତର୍ ଇସ୍ୱର୍ ମିଦାଙ୍ଗ୍ ମାନ୍ ପୁନାନ୍; ଇନେକିଦେଂକି ଇନାକା ମାନାୟାର୍ ବିତ୍ରେ ଗାଜାଟି, ହେଦାଂ ମାପ୍ରୁ କାଣ୍ଙ୍ଗାତ ଗିଣ୍ ।
ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଯେଉଁମାନେ ନିଜ ନିଜକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହି ପ୍ରକାର ଲୋକ, କିନ୍ତୁ ଈଶ୍ବର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ବରଙ୍କ ଦୃଷ୍ଟିରେ ଘୃଣିତ।
16 ମସାତି ବିଦି ଆରେ ବେଣ୍ବାକ୍ଣାୟ୍କିନାକାର୍ ଦରମ୍ ସାସ୍ତର୍ ଜହନ୍ ପାତେକ୍ ହସିମାଚାତ୍ ହେ ସମୁତାଂ ସାର୍ଗେ ରାଜିନି ନେକ୍ରିକାବୁର୍ ସୁଣାୟ୍କିଦେଂ ଆନାତା, ଆରେ ୱିଜ଼ାର୍ ଲକ୍ ସାକ୍ତିତାଂ ହେବେ ହଣାରା ।
ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମ ପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି।
17 ମାତର୍ ମସାତି ବିଦିନି ର ଟପା ବୁଡାଆନି ବାଟା ମତର୍ ବାଦାଡ଼୍ ଆରି ପୁର୍ତି ବୁଡାନାକା ଆଡ଼୍ୱା ।”
କିନ୍ତୁ ଇଶ୍ବରଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ।
18 “ଇନେର୍କି ଜାର୍ ଡକ୍ରିଂ ପିସ୍ତି ଆରେ ରଞ୍ଜେଲିଂ ବିବା ଆନାନ୍, ହେୱାନ୍ ଦାରି କିନାନ୍; ଆରି, ଇନେର୍ ଆଣ୍ଡ୍ରେନ୍ କାଜିଂ ପିସ୍ସି ଡକ୍ରିଂ ବିବା ଆନାନ୍, ହେୱାନ୍ ଦାରି କିନାନ୍ ।”
ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ପୁଣି, ଯେ ସ୍ୱାମୀ ଦ୍ୱାରା ପରିତ୍ୟାଗ କରାଯାଇଥିବା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।”
19 “ର ମାଜାନ୍ ମାନାୟ୍ ମାଚାନ୍, ହେୱାନ୍ ମଲ୍ନି ହେନ୍ଦ୍ରା ଆର୍ପିସ୍ ବେସି ବିୱାହିଂ ୱିଜ଼ୁଦିନ୍ ତିନ୍ଞ୍ଜି ଉଣ୍ଜି ମାଚାନ୍;
“ଜଣେ ଧନୀ ଲୋକ ଥିଲା, ସେ କୃଷ୍ଣଲୋହିତ ବର୍ଣ୍ଣର ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା;
20 ମାତର୍ ତା ଦୁୱେର୍ କଚଣ୍ ଲାଜାର୍ ଇଞ୍ଜି ରୱାନ୍ ବିକାରି ମାନାୟ୍ ଗୁର୍ଜି ମାଚାନ୍, ତା ଗାଗାଡ଼୍ତ ଗାଅ ବାର୍ତି ଆଜ଼ି ମାଚାତ୍;
କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା,
21 ଲାଜାର୍ ହେ ମାଜାନ୍ ମାନାୟ୍ ଟେବୁଲ୍ତାଂ ଆର୍ନି ଜୁଟା ତିନ୍ଞ୍ଜି ପଟ ପାଞ୍ଜିକିଦେଂ ଆହା କିଜ଼ି ମାଚାନ୍; ଆରେ ନିକୁଡ଼ିଂ ପା ୱାଜ଼ି ହେ ଗାଅ ୱିଜ଼ୁ ନାଙ୍ଗ୍ଞ୍ଜି ମାଚିଙ୍ଗ୍ ।
ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ।
22 ଦିନେକ୍ ହେ ବିକାରି ହାତାନ୍ ଆରି ଦୁତ୍ର୍ କାଜିଂ ଅବ୍ରାହାମ୍ ତାକେ ଡ୍ରକ୍ୟାଆତାନ୍; ପାଚେ ହେ ମାଜାନ୍ ମାନାୟ୍ ପା ହାତାନ୍ ଆରେ ଦୁଗେର୍ତ ମୁଚ୍ୟା ଆତାନ୍ ।
କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା।
23 ଆରେ, ହେୱାନ୍ ନର୍କତ କଲ୍ ବଲ୍ ଆସ୍ତି ଜପି ହୁଡ଼୍ଜି ଦେହା ଅବ୍ରାହାମ୍ ଆରି ତା ଡ୍ରକ୍ୟାଆତାକା ଲାଜାର୍ତିଂ ହୁଡ଼୍ତାନ୍ । (Hadēs )
ଆଉ, ସେ ନର୍କ-ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲା। (Hadēs )
24 ହେବେତାଂ ହେୱାନ୍ ହିରିବିସ୍ ଇଚାନ୍, ଏ ଆବା ଅବ୍ରାହାମ୍, ନାଙ୍ଗେଙ୍ଗ୍ ଦୟା କିଜ଼ି ଲାଜାର୍ତିଂ ପକ୍ତା, ଇନେସ୍କି ହେୱାନ୍ ଏଜ଼ୁଂ ତା ୱାଚ୍କାତାଂ ଟିପ୍ କୁଡ଼୍କ୍ଚି ନା ୱେଦୁଲ୍ତ ହିତ୍ଡ଼ି କିଦେନ୍, ଇଚିସ୍ ଆନ୍ ଇ ନାଣିତ କଲ୍ ବଲ୍ ଅାନାଙ୍ଗା ।”
ସେଥିରେ ସେ ଡାକି କହିଲେ, ‘ହେ ପିତା ଅବ୍ରହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋହର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି।’
25 ମାତର୍ ଅବ୍ରାହାମ୍ ଇଚାନ୍, “କାଡ଼୍ଦେ, ଏନ୍ ଜେ ଜିବୁନ୍ ମାନି ସମୁତ ନି ହାର୍ ବିସ୍ରେ ୱିଜ଼ୁ ପାୟା ଆତାୟ୍, ଆରେ ଲାଜାର୍ ହେ ଲାକେ କାରାପ୍ ବିସ୍ରେ ୱିଜ଼ୁ ଗାଟାଆତାନ୍, ଇଦାଂ ମାନେ କିୟା; ମାତର୍ ନଙ୍ଗ୍ ହେୱାନ୍ ଇ ବାହାତ ଦୁକ୍ସାରାୟ୍ ପାୟାତାନ୍ନା, ଆରେ ଏନ୍ ନଙ୍ଗ୍ କଲ୍ ବଲ୍ ଆନାୟା ।
କିନ୍ତୁ ଅବ୍ରହାମ କହିଲେ, ‘ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ।
26 ହେଦାଂ ପିସ୍ତି ମି ଆରି ମା ବିତ୍ରେ ବେସିଗାଜା ଦେହା ମାନାତ୍, ଇନେସ୍ ଇମ୍ଣାକାର୍ ଇ ବାହାତାଂ ମି ତାକେ ହାନି କାଜିଂ ମାନ୍କିନାନ୍, ହେୱାର୍ ହାଞ୍ଜେଙ୍ଗ୍ ଆଡୁର୍, କି ଆରି ହେ ବାହାତାଂ ଇନେର୍ ମା କଚଣ୍ ନାସି ୱାଦେଙ୍ଗ୍ ଆଡୁର୍ ।”
ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ।’
27 ହେବେତାଂ ହେୱାନ୍ ଇଚାନ୍, “ଏ ଆବା ତା ଆତିସ୍ ଆନ୍ ନିଙ୍ଗେଙ୍ଗ୍ ଗୱାରି କିଦ୍ନାଙ୍ଗା, ହେୱାନିଂ ନା ଆବା ଇଲ୍ତ ପକ୍ତାନାୟ୍,
ସେଥିରେ ସେ କହିଲେ, ‘ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ,
28 ଇନାକିଦେଂକି ନା ପାଞ୍ଚ୍ଜାଣ୍ ଟଣ୍ଡାର୍ ମାନାର୍; ହେୱାର୍ ପା ଇନେସ୍କି ଇ ବାଦା ବାହାତ ୱାଉର୍, ହେଦାଂ କାଜିଂ ହେୱାନ୍ ହେୱାର୍ କଚଣ୍ ସାକି ହିନାଦେର୍ ।”
କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ।’
29 ମାତର୍ ଅବ୍ରାହାମ୍ ଇଚାନ୍, “ହେୱାର୍ କଚଣ୍ତ ମସା ଆରି ବେଣ୍ବାକ୍ଣାୟ୍ କିନାକାର୍ ଦରମ୍ ସାସ୍ତର୍ ମାନାତ୍, ହେୱାଦେର୍ ହେୱାର୍ କାତା ୱେନାଟ୍ ।”
କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ।’
30 ହେବେତାଂ ହେୱାନ୍ ଇଚାନ୍, “ଏ ଆବା ଅବ୍ରାହାମ୍, ହେଦାଂ ସାରି ଆକାୟ୍, ମତର୍ ଜଦି ହାତିମାନାୟ୍ କଚଣ୍ତାଂ ରକାନ୍ ହେୱାର୍ କଚଣ୍ତ ହାନାନ୍, ଏଲେଙ୍ଗ୍ଚି ହେୱାର୍ ମାନ୍ବାଦ୍ଲାୟ୍ କିନାର୍ ।”
ସେଥିରେ ସେ କହିଲେ, ‘ହେ ପିତା ଅବ୍ରହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ-ପରିବର୍ତ୍ତନ କରିବେ।’
31 ମାତର୍ ହେୱାନ୍ ତାଙ୍ଗେଙ୍ଗ୍ ଇଚାନ୍, “ଜଦି ହେୱାର୍ ମସା ଆରି ବେଣ୍ବାକ୍ଣାୟ୍କିନାକାର୍ କାତା ୱେନ୍ୱାତାର୍ଚି, ଏଲେଙ୍ଗ୍ଚି ହାତିମାନାୟ୍ତାଂ ପା ରୱାନ୍ ମୁକ୍ଡ଼ା ଆଜ଼ି ହାଚିସ୍ ପା ହେୱାର୍ ପାର୍ତି କିଉର୍ ।”
କିନ୍ତୁ ସେ ତାହାକୁ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ।’”