< ଲୂକ 3 >

1 ତିବିରୀୟା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦିୟା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ
ଅନନ୍ତରଂ ତିବିରିଯକୈସରସ୍ୟ ରାଜତ୍ୱସ୍ୟ ପଞ୍ଚଦଶେ ୱତ୍ସରେ ସତି ଯଦା ପନ୍ତୀଯପୀଲାତୋ ଯିହୂଦାଦେଶାଧିପତି ର୍ହେରୋଦ୍ ତୁ ଗାଲୀଲ୍ପ୍ରଦେଶସ୍ୟ ରାଜା ଫିଲିପନାମା ତସ୍ୟ ଭ୍ରାତା ତୁ ଯିତୂରିଯାଯାସ୍ତ୍ରାଖୋନୀତିଯାପ୍ରଦେଶସ୍ୟ ଚ ରାଜାସୀତ୍ ଲୁଷାନୀଯନାମା ଅୱିଲୀନୀଦେଶସ୍ୟ ରାଜାସୀତ୍
2 ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ, ସେତେବେଳେ ଈଶ୍ବରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା।
ହାନନ୍ କିଯଫାଶ୍ଚେମୌ ପ୍ରଧାନଯାଜାକାୱାସ୍ତାଂ ତଦାନୀଂ ସିଖରିଯସ୍ୟ ପୁତ୍ରାଯ ଯୋହନେ ମଧ୍ୟେପ୍ରାନ୍ତରମ୍ ଈଶ୍ୱରସ୍ୟ ୱାକ୍ୟେ ପ୍ରକାଶିତେ ସତି
3 ସେଥିରେ ସେ ଯର୍ଦ୍ଦନ ନଦୀର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ,
ସ ଯର୍ଦ୍ଦନ ଉଭଯତଟପ୍ରଦେଶାନ୍ ସମେତ୍ୟ ପାପମୋଚନାର୍ଥଂ ମନଃପରାୱର୍ତ୍ତନସ୍ୟ ଚିହ୍ନରୂପଂ ଯନ୍ମଜ୍ଜନଂ ତଦୀଯାଃ କଥାଃ ସର୍ୱ୍ୱତ୍ର ପ୍ରଚାରଯିତୁମାରେଭେ|
4 ଯେପରି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର;
ଯିଶଯିଯଭୱିଷ୍ୟଦ୍ୱକ୍ତୃଗ୍ରନ୍ଥେ ଯାଦୃଶୀ ଲିପିରାସ୍ତେ ଯଥା, ପରମେଶସ୍ୟ ପନ୍ଥାନଂ ପରିଷ୍କୁରୁତ ସର୍ୱ୍ୱତଃ| ତସ୍ୟ ରାଜପଥଞ୍ଚୈୱ ସମାନଂ କୁରୁତାଧୁନା|
5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ;
କାରିଷ୍ୟନ୍ତେ ସମୁଚ୍ଛ୍ରାଯାଃ ସକଲା ନିମ୍ନଭୂମଯଃ| କାରିଷ୍ୟନ୍ତେ ନତାଃ ସର୍ୱ୍ୱେ ପର୍ୱ୍ୱତାଶ୍ଚୋପପର୍ୱ୍ୱତାଃ| କାରିଷ୍ୟନ୍ତେ ଚ ଯା ୱକ୍ରାସ୍ତାଃ ସର୍ୱ୍ୱାଃ ସରଲା ଭୁୱଃ| କାରିଷ୍ୟନ୍ତେ ସମାନାସ୍ତା ଯା ଉଚ୍ଚନୀଚଭୂମଯଃ|
6 ପୁଣି, ସମସ୍ତ ମନୁଷ୍ୟ ଈଶ୍ବରଙ୍କ ପରିତ୍ରାଣ ଦେଖିବେ।
ଈଶ୍ୱରେଣ କୃତଂ ତ୍ରାଣଂ ଦ୍ରକ୍ଷ୍ୟନ୍ତି ସର୍ୱ୍ୱମାନୱାଃ| ଇତ୍ୟେତତ୍ ପ୍ରାନ୍ତରେ ୱାକ୍ୟଂ ୱଦତଃ କସ୍ୟଚିଦ୍ ରୱଃ||
7 ଅତଏବ, ଯୋହନ ତାହାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?
ଯେ ଯେ ଲୋକା ମଜ୍ଜନାର୍ଥଂ ବହିରାଯଯୁସ୍ତାନ୍ ସୋୱଦତ୍ ରେ ରେ ସର୍ପୱଂଶା ଆଗାମିନଃ କୋପାତ୍ ପଲାଯିତୁଂ ଯୁଷ୍ମାନ୍ କଶ୍ଚେତଯାମାସ?
8 ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।
ତସ୍ମାଦ୍ ଇବ୍ରାହୀମ୍ ଅସ୍ମାକଂ ପିତା କଥାମୀଦୃଶୀଂ ମନୋଭି ର୍ନ କଥଯିତ୍ୱା ଯୂଯଂ ମନଃପରିୱର୍ତ୍ତନଯୋଗ୍ୟଂ ଫଲଂ ଫଲତ; ଯୁଷ୍ମାନହଂ ଯଥାର୍ଥଂ ୱଦାମି ପାଷାଣେଭ୍ୟ ଏତେଭ୍ୟ ଈଶ୍ୱର ଇବ୍ରାହୀମଃ ସନ୍ତାନୋତ୍ପାଦନେ ସମର୍ଥଃ|
9 ଆଉ, ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।
ଅପରଞ୍ଚ ତରୁମୂଲେଽଧୁନାପି ପରଶୁଃ ସଂଲଗ୍ନୋସ୍ତି ଯସ୍ତରୁରୁତ୍ତମଂ ଫଲଂ ନ ଫଲତି ସ ଛିଦ୍ୟତେଽଗ୍ନୌ ନିକ୍ଷିପ୍ୟତେ ଚ|
10 ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କଅଣ କରିବା?
ତଦାନୀଂ ଲୋକାସ୍ତଂ ପପ୍ରଚ୍ଛୁସ୍ତର୍ହି କିଂ କର୍ତ୍ତୱ୍ୟମସ୍ମାଭିଃ?
11 ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ।
ତତଃ ସୋୱାଦୀତ୍ ଯସ୍ୟ ଦ୍ୱେ ୱସନେ ୱିଦ୍ୟେତେ ସ ୱସ୍ତ୍ରହୀନାଯୈକଂ ୱିତରତୁ କିଂଞ୍ଚ ଯସ୍ୟ ଖାଦ୍ୟଦ୍ରୱ୍ୟଂ ୱିଦ୍ୟତେ ସୋପି ତଥୈୱ କରୋତୁ|
12 କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କଅଣ କରିବା?
ତତଃ ପରଂ କରସଞ୍ଚାଯିନୋ ମଜ୍ଜନାର୍ଥମ୍ ଆଗତ୍ୟ ପପ୍ରଚ୍ଛୁଃ ହେ ଗୁରୋ କିଂ କର୍ତ୍ତୱ୍ୟମସ୍ମାଭିଃ?
13 ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ।
ତତଃ ସୋକଥଯତ୍ ନିରୂପିତାଦଧିକଂ ନ ଗୃହ୍ଲିତ|
14 ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ।
ଅନନ୍ତରଂ ସେନାଗଣ ଏତ୍ୟ ପପ୍ରଚ୍ଛ କିମସ୍ମାଭି ର୍ୱା କର୍ତ୍ତୱ୍ୟମ୍? ତତଃ ସୋଭିଦଧେ କସ୍ୟ କାମପି ହାନିଂ ମା କାର୍ଷ୍ଟ ତଥା ମୃଷାପୱାଦଂ ମା କୁରୁତ ନିଜୱେତନେନ ଚ ସନ୍ତୁଷ୍ୟ ତିଷ୍ଠତ|
15 ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାହାଙ୍କ ବିଷୟରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ,
ଅପରଞ୍ଚ ଲୋକା ଅପେକ୍ଷଯା ସ୍ଥିତ୍ୱା ସର୍ୱ୍ୱେପୀତି ମନୋଭି ର୍ୱିତର୍କଯାଞ୍ଚକ୍ରୁଃ, ଯୋହନଯମ୍ ଅଭିଷିକ୍ତସ୍ତ୍ରାତା ନ ୱେତି?
16 ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
ତଦା ଯୋହନ୍ ସର୍ୱ୍ୱାନ୍ ୱ୍ୟାଜହାର, ଜଲେଽହଂ ଯୁଷ୍ମାନ୍ ମଜ୍ଜଯାମି ସତ୍ୟଂ କିନ୍ତୁ ଯସ୍ୟ ପାଦୁକାବନ୍ଧନଂ ମୋଚଯିତୁମପି ନ ଯୋଗ୍ୟୋସ୍ମି ତାଦୃଶ ଏକୋ ମତ୍ତୋ ଗୁରୁତରଃ ପୁମାନ୍ ଏତି, ସ ଯୁଷ୍ମାନ୍ ୱହ୍ନିରୂପେ ପୱିତ୍ର ଆତ୍ମନି ମଜ୍ଜଯିଷ୍ୟତି|
17 ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ିପକାଇବେ।
ଅପରଞ୍ଚ ତସ୍ୟ ହସ୍ତେ ଶୂର୍ପ ଆସ୍ତେ ସ ସ୍ୱଶସ୍ୟାନି ଶୁଦ୍ଧରୂପଂ ପ୍ରସ୍ଫୋଟ୍ୟ ଗୋଧୂମାନ୍ ସର୍ୱ୍ୱାନ୍ ଭାଣ୍ଡାଗାରେ ସଂଗ୍ରହୀଷ୍ୟତି କିନ୍ତୁ ବୂଷାଣି ସର୍ୱ୍ୱାଣ୍ୟନିର୍ୱ୍ୱାଣୱହ୍ନିନା ଦାହଯିଷ୍ୟତି|
18 ସେ ଏହିପରି ଅନେକ ଉପଦେଶ ଦେଇ, ପୁଣି, ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ବାଦ ପ୍ରଚାର କରୁଥିଲେ;
ଯୋହନ୍ ଉପଦେଶେନେତ୍ଥଂ ନାନାକଥା ଲୋକାନାଂ ସମକ୍ଷଂ ପ୍ରଚାରଯାମାସ|
19 କିନ୍ତୁ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ନିଜେ କରିଥିବା ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ୱାରା ଅନୁଯୋଗ ପାଇବାରୁ,
ଅପରଞ୍ଚ ହେରୋଦ୍ ରାଜା ଫିଲିପ୍ନାମ୍ନଃ ସହୋଦରସ୍ୟ ଭାର୍ୟ୍ୟାଂ ହେରୋଦିଯାମଧି ତଥାନ୍ୟାନି ଯାନି ଯାନି କୁକର୍ମ୍ମାଣି କୃତୱାନ୍ ତଦଧି ଚ
20 ସେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ।
ଯୋହନା ତିରସ୍କୃତୋ ଭୂତ୍ୱା କାରାଗାରେ ତସ୍ୟ ବନ୍ଧନାଦ୍ ଅପରମପି କୁକର୍ମ୍ମ ଚକାର|
21 ସମସ୍ତ ଲୋକ ବାପ୍ତିଜିତ ହେଲା ପରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଖୋଲା ହେଲା,
ଇତଃ ପୂର୍ୱ୍ୱଂ ଯସ୍ମିନ୍ ସମଯେ ସର୍ୱ୍ୱେ ଯୋହନା ମଜ୍ଜିତାସ୍ତଦାନୀଂ ଯୀଶୁରପ୍ୟାଗତ୍ୟ ମଜ୍ଜିତଃ|
22 ପୁଣି, ପବିତ୍ର ଆତ୍ମା କପୋତର ଦେହ ଧାରଣ କରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।
ତଦନନ୍ତରଂ ତେନ ପ୍ରାର୍ଥିତେ ମେଘଦ୍ୱାରଂ ମୁକ୍ତଂ ତସ୍ମାଚ୍ଚ ପୱିତ୍ର ଆତ୍ମା ମୂର୍ତ୍ତିମାନ୍ ଭୂତ୍ୱା କପୋତୱତ୍ ତଦୁପର୍ୟ୍ୟୱରୁରୋହ; ତଦା ତ୍ୱଂ ମମ ପ୍ରିଯଃ ପୁତ୍ରସ୍ତ୍ୱଯି ମମ ପରମଃ ସନ୍ତୋଷ ଇତ୍ୟାକାଶୱାଣୀ ବଭୂୱ|
23 ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,
ତଦାନୀଂ ଯୀଶୁଃ ପ୍ରାଯେଣ ତ୍ରିଂଶଦ୍ୱର୍ଷୱଯସ୍କ ଆସୀତ୍| ଲୌକିକଜ୍ଞାନେ ତୁ ସ ଯୂଷଫଃ ପୁତ୍ରଃ,
24 ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,
ଯୂଷଫ୍ ଏଲେଃ ପୁତ୍ରଃ, ଏଲିର୍ମତ୍ତତଃ ପୁତ୍ରଃ, ମତ୍ତତ୍ ଲେୱେଃ ପୁତ୍ରଃ, ଲେୱି ର୍ମଲ୍କେଃ ପୁତ୍ରଃ, ମଲ୍କିର୍ୟାନ୍ନସ୍ୟ ପୁତ୍ରଃ; ଯାନ୍ନୋ ଯୂଷଫଃ ପୁତ୍ରଃ|
25 ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର,
ଯୂଷଫ୍ ମତ୍ତଥିଯସ୍ୟ ପୁତ୍ରଃ, ମତ୍ତଥିଯ ଆମୋସଃ ପୁତ୍ରଃ, ଆମୋସ୍ ନହୂମଃ ପୁତ୍ରଃ, ନହୂମ୍ ଇଷ୍ଲେଃ ପୁତ୍ରଃ ଇଷ୍ଲିର୍ନଗେଃ ପୁତ୍ରଃ|
26 ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
ନଗିର୍ମାଟଃ ପୁତ୍ରଃ, ମାଟ୍ ମତ୍ତଥିଯସ୍ୟ ପୁତ୍ରଃ, ମତ୍ତଥିଯଃ ଶିମିଯେଃ ପୁତ୍ରଃ, ଶିମିଯିର୍ୟୂଷଫଃ ପୁତ୍ରଃ, ଯୂଷଫ୍ ଯିହୂଦାଃ ପୁତ୍ରଃ|
27 ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବାବିଲଙ୍କ ପୁତ୍ର, ଜିରୁବାବିଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର,
ଯିହୂଦା ଯୋହାନାଃ ପୁତ୍ରଃ, ଯୋହାନା ରୀଷାଃ ପୁତ୍ରଃ, ରୀଷାଃ ସିରୁବ୍ବାବିଲଃ ପୁତ୍ରଃ, ସିରୁବ୍ବାବିଲ୍ ଶଲ୍ତୀଯେଲଃ ପୁତ୍ରଃ, ଶଲ୍ତୀଯେଲ୍ ନେରେଃ ପୁତ୍ରଃ|
28 ନେରୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ମଦାନଙ୍କ ପୁତ୍ର, ଏଲ୍ମଦାନ ଏରଙ୍କ ପୁତ୍ର,
ନେରିର୍ମଲ୍କେଃ ପୁତ୍ରଃ, ମଲ୍କିଃ ଅଦ୍ୟଃ ପୁତ୍ରଃ, ଅଦ୍ଦୀ କୋଷମଃ ପୁତ୍ରଃ, କୋଷମ୍ ଇଲ୍ମୋଦଦଃ ପୁତ୍ରଃ, ଇଲ୍ମୋଦଦ୍ ଏରଃ ପୁତ୍ରଃ|
29 ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟାଜରଙ୍କ ପୁତ୍ର, ଏଲୀୟାଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର,
ଏର୍ ଯୋଶେଃ ପୁତ୍ରଃ, ଯୋଶିଃ ଇଲୀଯେଷରଃ ପୁତ୍ରଃ, ଇଲୀଯେଷର୍ ଯୋରୀମଃ ପୁତ୍ରଃ, ଯୋରୀମ୍ ମତ୍ତତଃ ପୁତ୍ରଃ, ମତ୍ତତ ଲେୱେଃ ପୁତ୍ରଃ|
30 ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲୀୟାକୀମଙ୍କ ପୁତ୍ର,
ଲେୱିଃ ଶିମିଯୋନଃ ପୁତ୍ରଃ, ଶିମିଯୋନ୍ ଯିହୂଦାଃ ପୁତ୍ରଃ, ଯିହୂଦା ଯୂଷୁଫଃ ପୁତ୍ରଃ, ଯୂଷୁଫ୍ ଯୋନନଃ ପୁତ୍ରଃ, ଯାନନ୍ ଇଲୀଯାକୀମଃ ପୁତ୍ରଃ|
31 ଏଲୀୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର,
ଇଲିଯାକୀମ୍ଃ ମିଲେଯାଃ ପୁତ୍ରଃ, ମିଲେଯା ମୈନନଃ ପୁତ୍ରଃ, ମୈନନ୍ ମତ୍ତତ୍ତସ୍ୟ ପୁତ୍ରଃ, ମତ୍ତତ୍ତୋ ନାଥନଃ ପୁତ୍ରଃ, ନାଥନ୍ ଦାଯୂଦଃ ପୁତ୍ରଃ|
32 ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର,
ଦାଯୂଦ୍ ଯିଶଯଃ ପୁତ୍ରଃ, ଯିଶଯ ଓବେଦଃ ପୁତ୍ର, ଓବେଦ୍ ବୋଯସଃ ପୁତ୍ରଃ, ବୋଯସ୍ ସଲ୍ମୋନଃ ପୁତ୍ରଃ, ସଲ୍ମୋନ୍ ନହଶୋନଃ ପୁତ୍ରଃ|
33 ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହିଷ୍ରୋଣଙ୍କ ପୁତ୍ର, ହିଷ୍ରୋଣ ପେରସଙ୍କ ପୁତ୍ର, ପେରସ ଯିହୂଦାଙ୍କ ପୁତ୍ର,
ନହଶୋନ୍ ଅମ୍ମୀନାଦବଃ ପୁତ୍ରଃ, ଅମ୍ମୀନାଦବ୍ ଅରାମଃ ପୁତ୍ରଃ, ଅରାମ୍ ହିଷ୍ରୋଣଃ ପୁତ୍ରଃ, ହିଷ୍ରୋଣ୍ ପେରସଃ ପୁତ୍ରଃ, ପେରସ୍ ଯିହୂଦାଃ ପୁତ୍ରଃ|
34 ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍‌ହାକଙ୍କ ପୁତ୍ର, ଇସ୍‌ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର,
ଯିହୂଦା ଯାକୂବଃ ପୁତ୍ରଃ, ଯାକୂବ୍ ଇସ୍ହାକଃ ପୁତ୍ରଃ, ଇସ୍ହାକ୍ ଇବ୍ରାହୀମଃ ପୁତ୍ରଃ, ଇବ୍ରାହୀମ୍ ତେରହଃ ପୁତ୍ରଃ, ତେରହ୍ ନାହୋରଃ ପୁତ୍ରଃ|
35 ନାହୋର ସରୁଗଙ୍କ ପୁତ୍ର, ସରୁଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର,
ନାହୋର୍ ସିରୁଗଃ ପୁତ୍ରଃ, ସିରୁଗ୍ ରିଯ୍ୱଃ ପୁତ୍ରଃ, ରିଯୂଃ ପେଲଗଃ ପୁତ୍ରଃ, ପେଲଗ୍ ଏୱରଃ ପୁତ୍ରଃ, ଏୱର୍ ଶେଲହଃ ପୁତ୍ରଃ|
36 ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର,
ଶେଲହ୍ କୈନନଃ ପୁତ୍ରଃ, କୈନନ୍ ଅର୍ଫକ୍ଷଦଃ ପୁତ୍ରଃ, ଅର୍ଫକ୍ଷଦ୍ ଶାମଃ ପୁତ୍ରଃ, ଶାମ୍ ନୋହଃ ପୁତ୍ରଃ, ନୋହୋ ଲେମକଃ ପୁତ୍ରଃ|
37 ଲେମଖ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର,
ଲେମକ୍ ମିଥୂଶେଲହଃ ପୁତ୍ରଃ, ମିଥୂଶେଲହ୍ ହନୋକଃ ପୁତ୍ରଃ, ହନୋକ୍ ଯେରଦଃ ପୁତ୍ରଃ, ଯେରଦ୍ ମହଲଲେଲଃ ପୁତ୍ରଃ, ମହଲଲେଲ୍ କୈନନଃ ପୁତ୍ରଃ|
38 କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ବରଙ୍କ ପୁତ୍ର।
କୈନନ୍ ଇନୋଶଃ ପୁତ୍ରଃ, ଇନୋଶ୍ ଶେତଃ ପୁତ୍ରଃ, ଶେତ୍ ଆଦମଃ ପୁତ୍ର, ଆଦମ୍ ଈଶ୍ୱରସ୍ୟ ପୁତ୍ରଃ|

< ଲୂକ 3 >