< ଲୂକ 17 >

1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;
ଦିନେକ୍‌ ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ଏ ଦୁନିଆଇ ସବୁ ବେଲା ଲକ୍‌ମନ୍‌କେ ପାପ୍‌ କରାଇବାକେ କାଇଆଲେ ପରିକା ଆଇସି । ମାତର୍‌ ଜନ୍‌ ଲକ୍‌ ଏନ୍ତି ବିନ୍‌ ଲକ୍‌କେ ପାପ୍‌ କରାଇସି, ସେମନ୍‌କେ କେତେକ୍‌ କସ୍‌ଟର୍‌ ଦସା ଅଇସି । କାଇକେବଇଲେ ପର୍‌ମେସର୍‌ ସେମନ୍‌କେ ବେସି ବଡ୍‌ ଡଣ୍ଡ୍‌ ଦେଇସି ।
2 ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାଆନ୍ତା।
ସେନ୍ତାରି ଲକ୍‌, ଦରମ୍‌ ଲକ୍‌ମନ୍‌କେ ପାପ୍‌କରାଇବା ବାଦୁଲେ ଗାଲାଇ ଗଟେକ୍‌ ବଡ୍‌ଟା ଜତା ପାକ୍‌ନା ବାନ୍ଦିକରି ଡେଙ୍ଗ୍‌ ପାନିତେଇ ପିଙ୍ଗି ଦେବାପାରା ଡଣ୍ଡ୍‌ ତାର୍‌ପାଇ ନିକ ଅଇତା ।
3 ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ-ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ।
ତେବର୍‌ପାଇ ତମର୍‌ ଚଲାଚଲ୍‌ତିତେଇ ବେସି ଜାଗ୍‌ରତ୍‌ଅଇ ରୁଆ । ଜଦି ତମର୍‌ ବାଇ କି ବଇନି ପାପ୍‌ କଲେ, ସେଟା ନିକ କାମ୍‌ ନଏଁ ବଲି ଟିକ୍‌ କରା । ଆରି ସେ କରିରଇବା ବୁଲ୍‌ ଏତାଇ କରି ମନ୍‌ ବାଦ୍‌ଲାଇସି ବଇଲେ, ତାକେ କେମା ଦିଆସ୍‌ ।
4 ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ-ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର।”
ଜଦି ସେ ଗଟେକ୍‌ ଦିନେ ସାତ୍‌ପାଲି ଜାକ ତମର୍‌ ବିରଦେ ପାପ୍‌ କରି, ପଚେ ନିଜର୍‌ ବୁଲ୍‌ କଲାଟା ଏତାଇ ମନ୍‌ ବାଦ୍‌ଲାଇକରି ତମର୍‌ ତେଇ ଆସି ଜେତେପାଲି କେମା ମାଗ୍‌ଲେ, ସେତ୍‌କିପାଲି ତାକେ କେମା ଦିଆସ୍‌ ।”
5 ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।
ଆରି ପେରିତ୍‌ମନ୍‌ ଜିସୁକେ କଇଲାଇ, “ଆମର୍‌ ବିସ୍‌ବାସ୍‌ ଅଦିକ୍‌ କରିଦିଆସ୍‌ ।”
6 ପ୍ରଭୁ କହିଲେ, “ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ।”
ଜିସୁ ସେମନ୍‌କେ କଇଲା, “ଗଟେକ୍‌ ସର୍‌ସୁ ମୁଞ୍ଜି ପାରା ତମର୍‌ ବିସ୍‌ବାସ୍‌ ରଇସି ବଇଲେ ତମେ ବଡ୍‌ ଗଚ୍‌କେ ଜିକିଅଇ ସମ୍‌ଦୁରେ ଜାଇ ରପିଅ ବଲି କଇଲେ ସେ ଗଚ୍‌ ତମର୍‌ କାତା ମାନ୍‌ସି ।”
7 “କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ?
“ଜଦି ତୁଇ ଗଟେକ୍‌ ସାଉକାର୍‌ ଅଇରଇସୁ ବଇଲେ ତର୍‌ ଗତିଦାଙ୍ଗ୍‌ଡା କସ୍‌ବାଟାନେଅନି ନଇଲେ ଗରୁଚାରାଇବାଟାନେଅନି ଆସି ତାର୍‌ ନିଜର୍‌ କାମ୍‌ ନ ସାରାଇବା ଆଗ୍‌ତୁ ତୁଇ ତାକେ ‘କାଇବାକେ ବସ୍‌ବେ’, ବଲି କଇସୁ କି? ନାଇ, ସେନ୍ତି ନ କଉସ୍‌ ।
8 ସେ କଅଣ ବରଂ ତାହାକୁ କହିବ ନାହିଁ, ମୋହର ଖାଇବାର ଠିକ୍ କର, ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋହର ସେବା କର, ତାହା ପରେ ତୁ ଖିଆପିଆ କରିବୁ?
ମାତର୍‌ ସେ ନିଜର୍‌ କାଦି କାଇବା ଆଗ୍‌ତୁ ତର୍‌ପାଇ ରାନ୍ଦି ନ ଦେବା ଜାକ, ତୁଇ ତାକେ କାଇବାକେ ନ ଦେଉସ୍‌ ।
9 ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ?
ଆରି ତୁଇ ସେ ଗତିଦାଙ୍ଗ୍‌ଡାକେ ‘ସବୁ କାମ୍‌ କରି ସାରାଇଲୁସ୍‌!’ ବଲି ଦନିଅବାଦ୍‌ ଦେଇସୁ କି? ନାଇ ନ ଦେଉସ୍‌ ।
10 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ‘ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ।’”
୧୦ସେନ୍ତାରି ତମ୍‌କେ କଇରଇଲା ସବୁ ବିସଇ କରିସାରାଇଲା ପଚେ ତମେ କଇବାର୍‌ ଆଚେ । ଆମେ ଅବ୍‌କା ଗତିଦାଙ୍ଗ୍‌ଡାମନ୍‌, ଆମର୍‌ ଜେତ୍‌କି କର୍‌ବାର୍‌ ରଇଲା, ସେତ୍‌କିସେ ଆମେ କରିଆଚୁ।”
11 ସେ ଯିରୂଶାଲମ ସହରକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ।
୧୧ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଜିରୁସାଲମେ ଜିବା ବେଲେ ସେ ଗାଲିଲି ଆରି ସମିରଣ ଜିଲାର୍‌ ମଜାଇ କେଟ୍‌ଲା ।
12 ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠରୋଗୀ ତାହାଙ୍କ ସହିତ ସାକ୍ଷାତ କଲେ;
୧୨ଆରି ସେ ଗାଉଁ ବିତ୍‌ରେ ପୁର୍‌ବା ବେଲେ ବଡ୍‌ରଗ୍‌ ଅଇରଇଲା ଦସ୍‌ଟା ଲକ୍‌ମନ୍‌ ତାକେ ଦୁରିକେଅନି ଦେକ୍‌ଲାଇ । ସେମନର୍‌ ନିୟମେ ବଡ୍‌ରଗ୍‌ ରଇଲା ଲକ୍‌ମନ୍‌, ବିନ୍‌ ଲକ୍‌ମନର୍‌ ଲଗେ ଆସି ନାପାରତ୍‌ । ସେଟାର୍‌ ପାଇ ସେମନ୍‌ ଜିସୁର୍‌ ଲଗେ ନ ଆସି ଦୁରିକେ ରଇକରି,
13 ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ।
୧୩ବେସି ଆଉଲିଅଇ କଇଲାଇ, “ଜିସୁ! ଏ ଗୁରୁ! ଆମ୍‌କେ ଦୟାକରା ।”
14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ।” ଆଉ ସେମାନେ ଯାଉ ଯାଉ ଶୁଚି ହେଲେ।
୧୪ଜିସୁ ସେମନ୍‌କେ ଦେକି କରି କଇଲା, “ତମେ ଜାଇକରି ପର୍‌ମେସରର୍‌ ପୁଜାରିମନ୍‌କେ ତମର୍‌ ଗାଗଡ୍‌ ଦେକାଆ । ତମେ ନିମାନ୍‌ ଅଇଲାସ୍‌ କି ନାଇ ବଲି ସେମନ୍‌ ଦେକତ୍‌ ।” ପଚେ ସେ ଦସ୍‌ ଲକ୍‌ ପର୍‌ମେସରର୍‌ ପୁଜାରିମନର୍‌ ଲଗେ ଜିବା ବେଲେ, ବାଟେ ନିମାନ୍‌ ଅଇଗାଲାଇ ।
15 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି,
୧୫ଏଦେ ଦେକା! ସେମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ନିଜର୍‌ ଗାଗଡ୍‌ ନିମାନ୍‌ ଅଇଲାଟା ଦେକି, ଜିସୁର୍‌ ଲଗେ ବାଉଡି ଆଇଲା । ଆରି ସେ ବେସି ଆଉଲି ଅଇ ପର୍‌ମେସରର୍‌ ଡାକ୍‌ପୁଟା କଲା ।
16 ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ।
୧୬ସେ ପାଲାଇ ଆସି ଜିସୁର୍‌ ପାଦେ ଅଦର୍‌ଲା “ତମେ ମକେ ନିମାନ୍‌ କରିଆଚାସ୍‌” ବଲି ଦନିଅବାଦ୍‌ କଲା । ସେ ଜିଉଦି ଲକ୍‌ ନଏଁ । ସେ ସମିରଣିୟ ବଲି ଗଟେକ୍‌ ଜାଗାର୍‌ ଲକ୍‌ ।
17 ସେଥିରେ ଯୀଶୁ ଉତ୍ତର ଦେଲେ, “ଦଶ ଜଣ କଅଣ ଶୁଚି ହେଲେ ନାହିଁ?
୧୭ଜିସୁ ତାକେ କଇଲା, “ମୁଇତା ଦସ୍‌ଲକ୍‌କେ ନିମାନ୍‌ କରି ରଇଲି । ତକେ ଗଟେକ୍‌ ଲକ୍‌କେ ଚାଡି ଆରି ନଅ ଲକ୍‌ କେନେ ଗାଲାଇ?
18 ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?”
୧୮ନିମାନ୍‌ ଅଇଲା ପଚେ ବାଉଡି ଆସି ପର୍‌ମେସର୍‌କେ ଦନିଅବାଦ୍‌ କର୍‌ବାକେ ଏ ଗଟେକ୍‌ ସମିରଣିୟ ଲକ୍‌ସେ ରଇଲା କି?”
19 ପୁଣି, ସେ ତାହାକୁ କହିଲେ, “ଉଠିଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”
୧୯ତାର୍‌ ପଚେ ଜିସୁ ତାକେ କଇଲା, “ତୁଇ ଏବେ ଉଟ୍‌ ଆରି ଜାଆ, କାଇକେ ବଇଲେ ମୁଇ ତକେ ନିମାନ୍‌ କରିପାର୍‌ବି ବଲି ବିସ୍‌ବାସ୍‌ କରିରଇଲୁସ୍‍ ।”
20 ଈଶ୍ବରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ;
୨୦କେତେଟା ପାରୁସି ଲକ୍‌ମନ୍‌ ଜିସୁକେ “କେବେଅନି ପର୍‌ମେସର୍‌ ଲକ୍‌ମନ୍‌କେ ସାସନ୍‌ କର୍‌ସି?” ବଲି ପାଚାର୍‌ଲାଇ । ଜିସୁ ସେମନ୍‌କେ କଇଲା, “ପର୍‌ମେସର୍‌ କେନ୍ତି ସାସନ୍‌ କର୍‌ସି, ସେ ରାଇଜ୍‌ ତମର ଆଁକିତେଇ ନ ଡିସେ ।
21 କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି।”
୨୧ଆରି ପର୍‌ମେସର୍‌ ଇତି ସାସନ୍‌ କଲାନି ନଇଲେ ସିତି ସାସନ୍‌ କଲାନି ବଲି କଇବାର୍‌ ନାପାରାସ୍‌ । କାଇକେ ବଇଲେ, ଲକ୍‌ମନର୍‌ ମନ୍‌ ବିତ୍‌ରେ ପର୍‌ମେସର୍‌ ସାସନ୍‌ କର୍‌ସି ।”
22 କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ।
୨୨ପଚେ ତାର୍‌ ସିସ୍‌ମନ୍‌କେ କଇଲା, ଏନ୍ତି ବେଲା ଆଇସି ତମେ ପର୍‌ମେସର୍‌ଟାନେଅନି ଆଇଲା ନର୍‌ପିଲା ମର୍‌ସଙ୍ଗ୍‌ ଗଟେକ୍‌ ଦିନ୍‌ ରଇବାକେ ବେସି ମନ୍‌ କର୍‌ସା । ମାତର୍‌ ସେବେଲା ମକେ ଦେକି ନାପାରାସ୍‌
23 ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ।
୨୩ଲକ୍‌ମନ୍‌ ତମ୍‌କେ କଇବାଇ, ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ଇତି ଆଚେ ସିତି ଆଚେ ବଲି । ତମେ ସେଟା ଦେକ୍‌ବାକେ ନ ଜାଆ । ତମେ କନ୍ତି ଆଚାସ୍‌ ତେଇସେ ରୁଆ ।
24 କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ।
୨୪କାଇକେବଇଲେ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ, ବାଉଡ୍‌ବାଟା ତମେ ଦେକ୍‌ସା । ସେଟା କେନ୍ତାର୍‌ ବଇଲେ, ଆକାସେ ଜେନ୍ତି ଗଟେକ୍‌ ବାଟେଅନି ଆରି ଗଟେକ୍‌ ବାଟେ ବିଜ୍‌ଲି ମାରିକରି ଗୁଲାଇ ଆକାସ୍‌ ଉଜଲ୍‌ ଅଇସି, ସେନ୍ତାରିସେ ସବୁ ଲକ୍‌ମନ୍‌ ଦେକିଅଇସି ।
25 ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ।
୨୫ମାତର୍‌ ସେଟା ଅଇବା ଆଗ୍‌ତୁ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ବେସି ଦୁକ୍‌ କସ୍‌ଟ ପାଇବାର୍‌ ଆଚେ । ଆରି ମର୍‌ ସବୁ କାମ୍‌ ଦେକ୍‌ଲା ଲକ୍‌ମନ୍‌ ମକେ ନ ନାମତ୍‌ ।
26 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ;
୨୬ନଅ ରଇଲା ବେଲା ଲକ୍‌ମନ୍‌ ଜେନ୍ତାରି ରଇଲାଇ ସେନ୍ତାରିସେ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ବାଉଡି ଆଇବାବେଲେ ଲକ୍‌ମନ୍‌ ରଇବାଇ ।
27 ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା।
୨୭ସେବେଲାଇ ନଅ ବଡେଟା ପାନିଜାଜେ ପୁର୍‌ବା ଦିନ୍‌ ଜାକ ଲକ୍‌ମନ୍‌ ଅବ୍‌କାସେ ରଇଲାଇ । ସେମନ୍‌ ବଜି କର୍‌ବାର୍‌, ଦାଙ୍ଗ୍‌ଡି ଆନ୍‌ବାର୍‌, ଆରି ଦାଙ୍ଗ୍‌ଡି ଦେବାର୍‌ କର୍‌ତେ ରଇଲାଇ । ପଚେ ବେସି ପାନିଅଇ ସବୁ ଡାବିଅଇଲା । ନଅ ଆରି ତାର୍‌ କୁଟୁମର୍‌ ଲକ୍‌କେ ଚାଡି ସବୁ ଲକ୍‌କେ ପାନି ବୁଡାଇ ପାକାଇଲାଇ ।
28 ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ,
୨୮ଲତ୍‌ ନାଉଁର୍‌ ଗଟେକ୍‌ ଲକର୍‌ ବେଲେ ମିସା ସେନ୍ତାର୍‌ ପାରା ଅଇରଇଲା । ଲକ୍‌ମନ୍‌ ସବୁ ଦିନର୍‌ ପାରାସେ କାଆ ପିଇ, ବିକାବିକ୍‌ରି, ଗଚ୍‌ରପା ଆରି ଗର୍‌ବାନ୍ଦାତେଇ ଲାଗିରଇଲାଇ ।
29 କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା।
୨୯ମାତର୍‌ ଲତ୍‌ ସଦମ୍‌ ନାଉଁର୍‌ ଗଡେଅନି ବାରଇକରି ଜିବା ଦିନେ ସେ ବାଦ୍‌ଲେଅନି ଜଇ ଆରି ଗନ୍ଦ୍‌ଗୁଲା ଆସି ଲତ୍‌ ଆରି ତାର୍‌ କୁଟୁମର୍‌ ଲକ୍‌କେ ଚାଡି ସେ ଗଡର୍‌ ସବୁ ଲକ୍‌କେ ମରାଇ ଦେଲା ।
30 ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ।
୩୦ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ବାଉଡି ଆଇବା ଦିନେ ମିସା ସେନ୍ତାରିସେ ଅଇସି ।
31 ସେହି ଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ।
୩୧“ସେ ଦିନେ ନିଜର୍‌ ଗର୍‌ ଉପ୍‌ରେ ରଇଲେ ତୁଇ ଉତ୍‌ରି ତର୍‌ ଦିନ୍‌ସୁ ଆନ୍‌ବାକେ ଗର୍‌ ବିତ୍‌ରେ ନ ଜାଆ । ସେନ୍ତାରି ତାସ୍‌ ପଦାଇ ରଇଲେ, ଦିନ୍‌ସୁ ବେଟି ନେବାକେ ଗରେ ନ ଆଉ ।
32 ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ।
୩୨ଲତର୍‌ ମାଇଜିକେ କାଇଟା ଅଇରଇଲା ସେଟା ଏତାଇ ଦେକା । ତାର୍‌ ଦନ୍‌ ସଁପତି କେନ୍ତାର୍‌ ଅଇଲା ବଲି ପାସ୍‌ଲି ଦେକ୍‌ଲାଜେ ସେ ନୁନ୍‌ କୁମ୍‌ ପାସ୍‌ଲି ଗାଲା ।
33 ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ।
୩୩କେ କେ ଏ ଦୁନିଆଇ ଜିଇବା ଜିବନ୍‌ ମନ୍‍ କଲେ ତାକେ ନ ସାର୍‌ବା ଜିବନ୍‌ ନ ମିଲେ । ଆରି କେ କେ ଏ ଦୁନିଆଇ ଜିଇବା ଜିବନ୍‌ ଆରାଇସି, ତାକେ ନ ସାର୍‌ବା ଜିବନ୍‌ ମିଲ୍‌ସି ।
34 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
୩୪ମୁଇ ବାଉଡି ଆଇବା ସେ ରାତି, ତମେ ଦୁଇ ଲକ୍‌ ଗଟେକ୍‌ ବାକ୍‌ରାଇ ସଇରଇସା । ଗଟେକ୍‌ ଲକ୍‌କେ ଡାକି ନେବି, ଆରି ଗଟେକ୍‌ ଲକ୍‌କେ ଚାଡି ଦେବି ।
35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
୩୫ଦୁଇଟା ମାଇଜିମନ୍‌ ଗର୍‌ତେ ରଇବାଇ, ତେଇଅନି ଗଟେକ୍‌ ମାଇଜିକେ ନେବି ଆରି ଗଟେକ୍‌କେ ଚାଡି ଦେବି ।
36 [ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।]”
୩୬ଦୁଇ ଲକ୍‌ ପଦାଇ ରଇବାଇ, ଗଟେକ୍‌ ଲକ୍‌କେ ନେବି, ଆରି ଗଟେକ୍‌ ଲକ୍‌କେ ଚାଡିଦେବି ।”
37 ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ? ସେ ସେମାନଙ୍କୁ କହିଲେ, “ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ।”
୩୭ତାର୍‌ପଚେ ସିସ୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏ ମାପ୍‌ରୁ ଏଟା କନ୍ତି ଗଟ୍‌ସି?” ଜିସୁ ସେମନ୍‌କେ କଇଲା, “ଜନ୍ତି ମଡା ରଇସି, ତେଇ ମଡ୍‌କାଉ ଗିଦ୍‌ମନ୍‌ ରୁଣ୍ଡିରଇବାଇ ।”

< ଲୂକ 17 >