< ବିଚାରକର୍ତ୍ତା 7 >

1 ଏଥିଉତ୍ତାରେ ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା।
Wstał więc Jerubbaal, czyli Gedeon, wcześnie rano, wraz z całym ludem, który był z nim, i rozbili obóz przy źródle Charod. A obóz Midianitów był na północ od nich, u stóp wzgórza More, w dolinie.
2 ଏଥିଉତ୍ତାରେ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “ତୁମ୍ଭ ସଙ୍ଗୀ ଲୋକମାନେ ଏତେ ଅଧିକ ଯେ, ଆମ୍ଭେ ମିଦୀୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରି ନ ପାରୁ; କଲେ, ଆମ୍ଭ ନିଜ ହସ୍ତ ଆମ୍ଭକୁ ଉଦ୍ଧାର କରିଅଛି, ଏହା କହି ଇସ୍ରାଏଲ ଅବା ଆମ୍ଭ ବିରୁଦ୍ଧରେ ଦର୍ପ କରିବ।
I PAN powiedział do Gedeona: Lud, który przebywa z tobą, jest zbyt liczny, abym wydał Midianitów w jego ręce, gdyż Izrael mógłby się chełpić przede mną, mówiąc: Moja ręka mnie wybawiła.
3 ଏଣୁ ଏବେ ଏହା କର, ‘ଯେକେହି ଭୟାର୍ତ୍ତ ଓ କମ୍ପିତ, ସେ ଫେରି ଗିଲୀୟଦ ପର୍ବତରୁ ଚାଲିଯାଉ, ଏହା କହି ଲୋକମାନଙ୍କ କର୍ଣ୍ଣରେ ଘୋଷଣା କର।’” ତହିଁରେ ଲୋକମାନଙ୍କ ମଧ୍ୟରୁ ବାଇଶ ହଜାର ଲୋକ ଫେରିଗଲେ ଓ ଦଶ ହଜାର ଲୋକ ରହିଲେ।
Wołaj więc teraz do uszu ludu: Kto jest lękliwy i bojaźliwy, niech zawróci, a rano niech idzie precz ku górze Gilead. Wtedy z ludu zawróciły dwadzieścia dwa tysiące, a dziesięć tysięcy pozostało.
4 ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “ତଥାପି ବହୁତ ଲୋକ ଅଛନ୍ତି; ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା; ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ,’ ସେ ତୁମ୍ଭ ସଙ୍ଗରେ ଯିବ; ପୁଣି ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ ନାହିଁ,’ ସେ ଯିବ ନାହିଁ।”
I PAN powiedział do Gedeona: Lud jest jeszcze zbyt liczny. Zaprowadź go do wody, a tam go doświadczę. Ten, o którym ci powiem: Ten pójdzie z tobą, on pójdzie z tobą, a ten, o którym ci powiem: Ten nie pójdzie z tobą, on nie pójdzie.
5 ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ; ତହିଁରେ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “କୁକ୍କୁର ପରି ଆପଣା ଜିହ୍ୱାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ କର।”
Zaprowadził więc lud nad wodę, a PAN powiedział do Gedeona: Każdego, kto będzie chłeptał wodę swym językiem, jak chłepce pies, postawisz osobno; także każdy, który uklęknie na kolana, aby pić, [stanie osobno].
6 ତହିଁରେ ଯେଉଁମାନେ ଆପଣା ଆପଣା ମୁଖରେ ହାତ ଦେଇ ଚାକୁ ଚାକୁ କରି ଜଳ ଖାଇଲେ, ସେମାନେ ସଂଖ୍ୟାରେ ତିନି ଶହ ଲୋକ ହେଲେ; ମାତ୍ର ଅବଶିଷ୍ଟ ଲୋକ ସମସ୍ତେ ଜଳ ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିଲେ।
A liczba tych, którzy chłeptali [wodę] z ręki podnoszonej do ust, wynosiła trzystu mężczyzn; cała zaś reszta ludu klękała na kolana, aby pić wodę.
7 ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “ଯେଉଁ ତିନି ଶହ ଲୋକ ଚାକୁ ଚାକୁ କରି ଜଳ ଖାଇଲେ, ସେମାନଙ୍କ ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ମିଦୀୟନୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା; ଆଉ ସମସ୍ତ ଲୋକ ଆପଣା ଆପଣା ସ୍ଥାନକୁ ଚାଲିଯାଆନ୍ତୁ।”
Wtedy PAN powiedział do Gedeona: Przez tych trzystu mężczyzn, którzy chłeptali wodę, wybawię was i wydam Midianitów w twoje ręce, a reszta ludu niech wraca – każdy do siebie.
8 ଏଥିରେ ଲୋକମାନେ ଆପଣା ଆପଣା ହସ୍ତରେ ଖାଦ୍ୟଦ୍ରବ୍ୟ ଓ ତୂରୀ ଘେନିଲେ; ପୁଣି ସେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କଲେ, ମାତ୍ର ସେହି ତିନି ଶହ ଲୋକଙ୍କୁ ରଖିଲେ; ସେସମୟରେ ମିଦୀୟନୀୟ ଛାଉଣି ତାହାର ନୀଚସ୍ଥ ତଳଭୂମିରେ ଥିଲା।
Ten lud wziął więc ze sobą żywność oraz swe trąby. A pozostałych mężczyzn Izraela odesłał, każdego do swego namiotu, i zatrzymał tylko trzystu mężczyzn; a obóz Midianitów był poniżej, w dolinie.
9 ଏଥିଉତ୍ତାରେ ସେହି ରାତ୍ରିରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠ, ସେହି ଛାଉଣିକୁ ଓହ୍ଲାଇ ଯାଅ; କାରଣ ଆମ୍ଭେ ତୁମ୍ଭ ହସ୍ତରେ ତାହା ସମର୍ପଣ କଲୁ।
Tej nocy PAN powiedział do niego: Wstań, zejdź do obozu, bo wydałem go w twoje ręce;
10 ମାତ୍ର ତୁମ୍ଭେ ଯିବାକୁ ଭୟ କଲେ, ତୁମ୍ଭ ଦାସ ଫୁରାକୁ ସଙ୍ଗେ ନେଇ ଛାଉଣିକୁ ଓହ୍ଲାଇ ଯାଅ।
A jeśli boisz się iść, zejdź do obozu z Purą, swoim sługą.
11 ଆଉ, ସେମାନେ ଯାହା କହନ୍ତି, ତୁମ୍ଭେ ତାହା ଶୁଣିବ; ତହିଁ ଉତ୍ତାରେ ଛାଉଣିକୁ ଓହ୍ଲାଇ ଯିବା ପାଇଁ ତୁମ୍ଭ ହସ୍ତ ବଳବାନ ହେବ।” ତହିଁରେ ସେ ଆପଣା ଦାସ ଫୁରା ସହିତ ଛାଉଣିରେ ଥିବା ସସଜ୍ଜ ଲୋକମାନଙ୍କ ବାହାରସ୍ଥ ସୀମାର ପ୍ରାନ୍ତ ପର୍ଯ୍ୟନ୍ତ ଗଲେ।
I usłyszysz, co będą mówić, a potem twoje ręce wzmocnią się, aby wyruszyć na obóz. Zeszli więc [on] i Pura, jego sługa, aż do krańca przedniej straży obozu.
12 ସେହି ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ବହୁସଂଖ୍ୟକ ହେତୁରୁ ପଙ୍ଗପାଳ ପରି ତଳଭୂମିରେ ପଡ଼ି ରହିଥିଲେ; ସେମାନଙ୍କର ଓଟ ବହୁସଂଖ୍ୟକ ହେତୁରୁ ସମୁଦ୍ରତୀରସ୍ଥ ବାଲି ପରି ଅସଂଖ୍ୟ ଥିଲେ।
A Midianici, Amalekici oraz cały lud ze wschodu leżeli w dolinie, liczni jak szarańcza, a ich wielbłądów było bez liku, jak niezliczony jest piasek na morskim brzegu.
13 ପୁଣି ଗିଦିୟୋନ୍‍ ଉପସ୍ଥିତ ହେଲା ବେଳେ, “ଦେଖ, ଜଣେ ଲୋକ ଆପଣା ସଙ୍ଗୀକୁ ଗୋଟିଏ ସ୍ୱପ୍ନ ଜଣାଇ କହିଲା, ଦେଖ, ମୁଁ ସ୍ୱପ୍ନ ଦେଖିଲି ଯେ, ଏକ ଯବ ରୁଟି ମିଦୀୟନୀୟ ଛାଉଣି ଆଡ଼କୁ ଗଡ଼ି ତମ୍ବୁକୁ ଆସି ଆଘାତ କରନ୍ତେ, ତାହା ପଡ଼ିଗଲା; ପୁଣି ତାକୁ ଓଲଟାଇ ପକାନ୍ତେ, ସେହି ତମ୍ବୁ ଶୋଇ ପଡ଼ିଲା।”
Gdy Gedeon tam przyszedł, pewien człowiek opowiadał swemu towarzyszowi sen: Oto miałem sen. Bochen chleba jęczmiennego wtoczył się do obozu Midianitów, dotarł aż do namiotu i uderzył w niego, aż upadł, i wywrócił go dołem do góry, i zapadł się namiot.
14 ତହୁଁ ତାହାର ସଙ୍ଗୀ ଉତ୍ତର କରି କହିଲା, “ଏହା ଇସ୍ରାଏଲୀୟ ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ଙ୍କର ଖଡ୍ଗ ଛଡ଼ା ଆଉ କିଛି ନୁହେଁ; ପରମେଶ୍ୱର ମିଦୀୟନକୁ ଓ ସମୁଦାୟ ସୈନ୍ୟଦଳକୁ ତାହା ହସ୍ତରେ ସମର୍ପଣ କରିଅଛନ୍ତି।”
Jego towarzysz odpowiedział: To [nic innego] jak tylko miecz Gedeona, syna Joasza, męża Izraela; Bóg wydał w jego ręce Midianitów i cały obóz.
15 ସେତେବେଳେ ଗିଦିୟୋନ୍‍ ସେହି ସ୍ୱପ୍ନର କଥା ଓ ତହିଁର ଅର୍ଥ ଶୁଣି ପ୍ରଣାମ କଲେ; ପୁଣି ସେ ଇସ୍ରାଏଲ ଛାଉଣିକୁ ଫେରିଆସି କହିଲେ, “ଉଠ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦୀୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।”
Gdy Gedeon usłyszał opowiadanie o tym śnie i jego wytłumaczenie, podziękował [Bogu], a gdy wrócił do obozu Izraela, powiedział: Wstańcie, gdyż PAN dał w wasze ręce obóz Midianitów.
16 ତହୁଁ ସେ ସେହି ତିନି ଶହ ଲୋକଙ୍କୁ ତିନି ଦଳରେ ବିଭାଗ କରି ସେସମସ୍ତଙ୍କ ହସ୍ତରେ ତୂରୀ ଓ ଶୂନ୍ୟ କଳସ ଓ କଳସ ମଧ୍ୟରେ ଦିହୁଡ଼ି ଦେଲେ।
Wtedy podzielił tych trzystu mężczyzn na trzy oddziały i dał w ręce każdemu z nich trąby oraz puste dzbany, a w dzbanach – pochodnie.
17 ଆଉ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋʼ ପ୍ରତି ଦୃଷ୍ଟି ରଖି ମୋʼ ପରି କର୍ମ କର; ପୁଣି ମୁଁ ଛାଉଣି ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ ଯେରୂପ କରିବି, ତୁମ୍ଭେମାନେ ମଧ୍ୟ ସେରୂପ କରିବ।
I powiedział do nich: Patrzcie na mnie i czyńcie to samo, co [ja]. Oto pójdę do krańca obozu, a co ja będę czynić, to i wy czyńcie.
18 ଯେତେବେଳେ ମୁଁ ଓ ଆମ୍ଭ ସଙ୍ଗୀ ସମସ୍ତେ ତୂରୀ ବଜାଇବୁ, ସେତେବେଳେ ତୁମ୍ଭେମାନେ ମଧ୍ୟ ସମୁଦାୟ ଛାଉଣିର ଚାରିଆଡ଼େ ତୂରୀ ବଜାଅ ଓ କୁହ, (ଖଡ୍ଗ) ‘ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍‍ଙ୍କର ପକ୍ଷ।’”
Gdy zadmę w trąbę, ja i wszyscy, którzy są ze mną, wtedy wy też zadmiecie w trąby wokół całego obozu i będziecie mówili: [Miecz] PANA i Gedeona.
19 ଏଥିଉତ୍ତାରେ ମଧ୍ୟାହ୍ନ-ପ୍ରହରର ଆରମ୍ଭରେ ମିଦୀୟନୀୟମାନେ ନୂତନ ପ୍ରହରୀ ସ୍ଥାପନ କରନ୍ତେ, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ଏକ ଶହ ଲୋକ ଛାଉଣିର ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ; ପୁଣି ସେମାନେ ତୂରୀ ବଜାଇ ସେମାନଙ୍କ ହସ୍ତରେ ଥିବା କଳସ କଚାଡ଼ି ଭାଙ୍ଗି ପକାଇଲେ।
Przyszedł więc Gedeon wraz ze stu mężami, którzy z nim byli, do krańca obozu, właśnie wtedy, gdy zaczęła się środkowa straż. I zadęli w trąby, i potłukli dzbany, które mieli w rękach.
20 ଏରୂପେ ତିନିଦଳସ୍ଥ ଲୋକ ତୂରୀ ବଜାଇଲେ ଓ କଳସ ଭାଙ୍ଗିଲେ, ପୁଣି ବାମ ହସ୍ତରେ ଦିହୁଡ଼ି ଓ ଦକ୍ଷିଣ ହସ୍ତରେ ବଜାଇବା ତୂରୀ ଧରିଲେ ଓ ସେମାନେ ଡାକ ପକାଇ କହିଲେ, “ଖଡ୍ଗ, ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍‍ଙ୍କର ପକ୍ଷ।”
Zadęły w trąby więc te trzy oddziały i potłukły dzbany; trzymając w lewej ręce pochodnie, a w prawej ręce trąby, aby zadąć, wołały: Miecz PANA i Gedeona.
21 ପୁଣି ସେମାନେ ପ୍ରତ୍ୟେକ ଛାଉଣି ଚାରିଆଡ଼େ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ; ତହିଁରେ ସୈନ୍ୟଦଳ ଦଉଡ଼ାଦଉଡ଼ି କଲେ; ତେବେ ଇସ୍ରାଏଲୀୟ ଲୋକମାନେ ଜୟଧ୍ୱନି କରି ସେମାନଙ୍କୁ ପଳାୟନ କରାଇଲେ।
I stanęli, każdy na swoim miejscu, dokoła obozu, a wszyscy w obozie powstali, krzyczeli i uciekali.
22 ପୁଣି ସେମାନେ ସେହି ତିନି ଶହ ତୂରୀ ବଜାନ୍ତେ, ସଦାପ୍ରଭୁ ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ଓ ସମୁଦାୟ ସୈନ୍ୟଦଳ ବିରୁଦ୍ଧରେ ଚଳାଇଲେ; ତହିଁରେ ସୈନ୍ୟଦଳ ସରୋଦା ଆଡ଼େ ବେଥ୍-ଶିଟା ପର୍ଯ୍ୟନ୍ତ, ଟବ୍ବତ ନିକଟସ୍ଥ ଆବେଲ୍‍-ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।
Gdy więc tych trzystu [mężczyzn] zadęło w trąby, PAN obrócił miecz jednego przeciw drugiemu w całym obozie. I tak wojsko uciekło aż do Bet-Szitta w Serera, aż do granicy Abel-Mechola, w stronę Tabbat.
23 ଏଥିଉତ୍ତାରେ ନପ୍ତାଲି ଓ ଆଶେର ଓ ସମୁଦାୟ ମନଃଶି ଦେଶରୁ ଇସ୍ରାଏଲୀୟ ଲୋକେ ଏକତ୍ରିତ ହୋଇ ମିଦୀୟନୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।
Wtedy zebrali się mężczyźni Izraela z Neftalego, z Aszera i całego [pokolenia] Manassesa i ścigali Midianitów.
24 ପୁଣି ଗିଦିୟୋନ୍‍ ଇଫ୍ରୟିମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, “ମିଦୀୟନ ବିରୁଦ୍ଧରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କର;” ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ରିତ ହୋଇ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କଲେ।
Potem Gedeon rozesłał posłańców po całym pogórzu Efraim, mówiąc: Zejdźcie na spotkanie Midianitom, a zajmijcie przed nimi wody aż do Bet-Bara i Jordanu. Zebrali się więc wszyscy mężczyźni z Efraima i zajęli wody aż do Bet-Bara i Jordanu.
25 ଏଥିରେ ସେମାନେ ଓରେବ୍‍ ଓ ସେବ୍‍ ନାମକ ମିଦୀୟନର ଦୁଇ ଅଧିପତିଙ୍କୁ ଧରିଲେ; ପୁଣି ସେମାନେ ଓରେବ୍‍କୁ ଓରେବ୍‍-ଶୈଳ ନିକଟରେ ବଧ କଲେ, ଆଉ ସେବ୍‍କୁ ସେମାନେ ସେବ୍‍-ଦ୍ରାକ୍ଷାଯନ୍ତ୍ର ନିକଟରେ ବଧ କରି ମିଦୀୟନର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଓରେବ୍‍ ଓ ସେବ୍‍ର ମସ୍ତକ ଯର୍ଦ୍ଦନ ସେପାରିକି ଗିଦିୟୋନ୍‍ଙ୍କ ନିକଟକୁ ଆଣିଲେ।
Pojmali przy tym dwóch książąt Midianu, Oreba i Zeeba; Oreba zabili na skale Oreba, a Zeeba zabili przy tłoczni Zeeba. Ścigali dalej Midianitów, a głowy Oreba i Zeeba przynieśli do Gedeona za Jordan.

< ବିଚାରକର୍ତ୍ତା 7 >