< ଯିଶାଇୟ 52 >

1 ହେ ସିୟୋନ, ଜାଗ, ଜାଗ, ଆପଣା ବଳ ପରିଧାନ କର; ହେ ପବିତ୍ର ନଗରୀ ଯିରୂଶାଲମ, ତୁମ୍ଭେ ଆପଣା ସୁନ୍ଦର ବସ୍ତ୍ରସବୁ ପିନ୍ଧ; କାରଣ ଏହି ସମୟଠାରୁ ତୁମ୍ଭ ମଧ୍ୟକୁ ଅସୁନ୍ନତ ଅବା ଅଶୁଚି ଲୋକ ଆଉ ଆସିବ ନାହିଁ।
Awake, awake, put on your strength, Zion; put on your beautiful garments, Jerusalem, holy city; for never again will the uncircumcised or the unclean enter you.
2 ତୁମ୍ଭେ ଆପଣା ଦେହର ଧୂଳି ଝାଡ଼ି ଦିଅ; ହେ ଯିରୂଶାଲମ, ଉଠ, ଆସନରେ ବସ; ଆଗୋ ସିୟୋନର ବନ୍ଦୀ କନ୍ୟେ, ଆପଣା ଗଳାର ବନ୍ଧନସବୁ ଫିଟାଇ ପକାଅ।
Shake yourself off from the dust; arise and sit, Jerusalem; take off the chain from your neck, captive, daughter of Zion.
3 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ବିନାମୂଲ୍ୟରେ ବିକ୍ରୀତ ହୋଇଥିଲ, ଆଉ ବିନାମୂଲ୍ୟରେ ମୁକ୍ତ କରାଯିବ।
For this is what Yahweh says, “You were sold for nothing, and you will be redeemed without money.”
4 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ଲୋକମାନେ ପ୍ରଥମରେ ପ୍ରବାସ କରିବା ପାଇଁ ମିସରକୁ ଗଲେ; ପୁଣି, ଅଶୂରୀୟ ଅକାରଣରେ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କଲା।
For this is what the Lord Yahweh says, “In the beginning my people went down to live temporarily in Egypt; and Assyria has oppressed them for no good reason.
5 ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ଲୋକମାନେ ତ ଅକାରଣରେ ନିଆଯାଉଅଛନ୍ତି, ଆମ୍ଭେ ଏଠାରେ ଥାଇ କଅଣ କରୁଅଛୁ? ସଦାପ୍ରଭୁ କହନ୍ତି, ସେମାନଙ୍କ ଉପରେ କର୍ତ୍ତୃତ୍ୱକାରୀମାନେ ଗର୍ଜ୍ଜନ କରୁଅଛନ୍ତି ଓ ଆମ୍ଭର ନାମ ସାରାଦିନ ନିରନ୍ତର ନିନ୍ଦିତ ହେଉଅଛି।
Now what do I have here—this is Yahweh's declaration—seeing that my people are taken away for nothing? Those who rule over them mock—this is Yahweh's declaration—and my name is blasphemed continually all day long.
6 ଏଥିପାଇଁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ; ଏଥିପାଇଁ ଯେ କଥା କହନ୍ତି, ସେ ଯେ ଆମ୍ଭେ ଅଟୁ, ଏହା ସେମାନେ ସେହି ଦିନ ଜାଣିବେ; ଦେଖ, ସେ ଆମ୍ଭେ।”
Therefore my people will know my name; they will know in that day that I am the one who says, “Yes, it is I!”
7 ଯେଉଁ ଜନ ସୁସମାଚାର ଆଣୁଅଛି, ଯେ ଶାନ୍ତି ପ୍ରଚାର କରୁଅଛି, ଯେ ମଙ୍ଗଳର ସୁସମାଚାର ଆଣୁଅଛି, ଯେ ପରିତ୍ରାଣ ପ୍ରଚାର କରୁଅଛି, ଯେ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି” ବୋଲି କହୁଅଛି, ତାହାର ଚରଣ ପର୍ବତଗଣର ଉପରେ କିପରି ଶୋଭା ପାଏ!
How beautiful on the mountains are the feet of the messenger who brings good news, who announces peace, who bears good tidings, who announces salvation, who says to Zion, “Your God reigns!”
8 ହେଇ, ତୁମ୍ଭ ପ୍ରହରୀଗଣର ରବ! ସେମାନେ ଉଚ୍ଚ ରବ କରୁଅଛନ୍ତି, ସେମାନେ ଏକତ୍ର ଗାନ କରୁଅଛନ୍ତି; କାରଣ ସଦାପ୍ରଭୁ ସିୟୋନକୁ ଫେରି ଆସିବା ବେଳେ ସେମାନେ ସମ୍ମୁଖାସମ୍ମୁଖୀ ହୋଇ ଦେଖିବେ।
Listen, your watchmen raise their voices, together they shout for joy, for they will see, every eye of theirs, Yahweh's return to Zion.
9 ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦଧ୍ୱନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି।
Break out into joyful singing together, you ruins of Jerusalem; for Yahweh has comforted his people; he has redeemed Jerusalem.
10 ସଦାପ୍ରଭୁ ସର୍ବଦେଶୀୟମାନଙ୍କ ଦୃଷ୍ଟିରେ ଆପଣା ପବିତ୍ର ବାହୁ ଅନାବୃତ କରିଅଛନ୍ତି ଓ ପୃଥିବୀର ଆଦ୍ୟନ୍ତସ୍ଥିତ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିବେ।
Yahweh has bared his holy arm in the sight of all the nations; all the earth will see the salvation of our God.
11 ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର, ସେହି ସ୍ଥାନରୁ ବାହାରି ଯାଅ, କୌଣସି ଅଶୁଚି ବସ୍ତୁ ଛୁଅଁ ନାହିଁ; ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ; ହେ ସଦାପ୍ରଭୁଙ୍କର ପାତ୍ରବାହକଗଣ, ତୁମ୍ଭେମାନେ ଶୁଚି ହୁଅ।
Leave, leave, go out from there; touch nothing unclean; leave from her midst; purify yourselves, you who carry the vessels of Yahweh.
12 କାରଣ ତୁମ୍ଭେମାନେ ତରତର ହୋଇ ବାହାରି ଯିବ ନାହିଁ, କିଅବା ତୁମ୍ଭେମାନେ ପଳାୟନ କରି ବାହାରି ଯିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ ଓ ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କର ପଶ୍ଚାଦ୍‍ବର୍ତ୍ତୀ ହେବେ।
For you will not go out in a rush, nor will you leave in a panic; for Yahweh will go before you; and the God of Israel will be your rearguard.
13 ଦେଖ, ଆମ୍ଭର ଦାସ ସୁବିବେଚନାପୂର୍ବକ ବ୍ୟବହାର କରିବେ, ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହାମହିମ ହେବେ।
Look, my servant will act wisely; he will be high and lifted up, and he will be exalted.
14 ମନୁଷ୍ୟ ଅପେକ୍ଷା ତାହାଙ୍କର ଆକୃତି ଓ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ତାହାଙ୍କର ରୂପ ଅଧିକ ବିକୃତ ହେବାରୁ ଯେପରି ଅନେକେ ତାହାଙ୍କ ବିଷୟରେ ଚମତ୍କୃତ ହୋଇଥିଲେ,
As many were horrified at you— his appearance was so disfigured beyond that of any man, and his form no longer looked like anything human.
15 ସେହିପରି ସେ ଅନେକ ଦେଶୀୟମାନଙ୍କୁ ଛିଞ୍ଚିବେ; ରାଜାମାନେ ତାହାଙ୍କ ଛାମୁରେ ଆପଣା ଆପଣା ମୁଖ ବନ୍ଦ କରିବେ; କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ, ତାହା ସେମାନେ ବୁଝିବେ।
Even so, my servant will sprinkle many nations and kings will shut their mouths because of him. For that which they had not been told, they will see, and that which they had not heard, they will understand.

< ଯିଶାଇୟ 52 >