< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 29 >

1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ସେମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମ୍ଭେ ସେମାନଙ୍କ ପ୍ରତି ଏହି ସମସ୍ତ କର୍ମ କରିବ; ନିଖୁନ୍ତ ଏକ ଗୋବତ୍ସ ଓ ଦୁଇ ମେଷ ନେବ,
Oto co masz uczynić, aby poświęcić ich do sprawowania mi urzędu kapłańskiego: Weź jednego młodego cielca i dwa barany bez skazy;
2 ପୁଣି, ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ତାଡ଼ିଶୂନ୍ୟ ପିଠା ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ସରୁ ଚକୁଳି ଗହମ ମଇଦାରେ ପ୍ରସ୍ତୁତ କରିବ।
I przaśne chleby, przaśne placki zaprawione oliwą i przaśne podpłomyki posmarowane oliwą. Uczynisz je z wybornej mąki pszennej.
3 ପୁଣି, ଗୋଟିଏ ଡାଲାରେ ତାହା ରଖିବ, ସେହି ଗୋବତ୍ସ ଓ ଦୁଇ ମେଷ ସଙ୍ଗରେ ଘେନି ସେହି ଡାଲା ଆଣିବ।
Włożysz je do jednego kosza i przyniesiesz je w tym koszu z cielcem i z dwoma baranami.
4 ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ।
Aaronowi i jego synom każesz zbliżyć się do wejścia do Namiotu Zgromadzenia i obmyjesz ich wodą.
5 ତାʼପରେ ସେହି ସମସ୍ତ ବସ୍ତ୍ର ନେଇ ହାରୋଣକୁ ଜାମା, ଏଫୋଦର ଚୋଗା, ଏଫୋଦ ଓ ବୁକୁପଟା ପରିଧାନ କରାଇବ, ଆଉ ଏଫୋଦର ଚିତ୍ରିତ ପଟୁକାରେ ତାହାର କଟି ବାନ୍ଧିବ।
Potem weźmiesz szaty i ubierzesz Aarona w tunikę, w ornat [pod] efod, w efod i pektorał i opaszesz go pasem efodu;
6 ତାହାର ମସ୍ତକରେ ପଗଡ଼ି ବାନ୍ଧି ତହିଁ ଉପରେ ପବିତ୍ର ମୁକୁଟ ଦେବ।
I włożysz mu na głowę mitrę, a na mitrę wstawisz świętą koronę.
7 ଏଉତ୍ତାରେ ଅଭିଷେକାର୍ଥକ ତୈଳ ଘେନି ତାହାର ମସ୍ତକ ଉପରେ ଢ଼ାଳି ତାହାକୁ ଅଭିଷେକ କରିବ।
Następnie weźmiesz olejek do namaszczenia i wylejesz na jego głowę, i namaścisz go.
8 ତହୁଁ ତୁମ୍ଭେ ହାରୋଣର ପୁତ୍ରଗଣକୁ ଆଣି ଜାମା ପରିଧାନ କରାଇବ।
Potem każesz się przybliżyć jego synom i ubierzesz ich w szaty;
9 ପୁଣି, ହାରୋଣକୁ ଓ ତାହାର ପୁତ୍ରଗଣକୁ କଟିବନ୍ଧନ ପରିଧାନ କରାଇବ ଓ ସେମାନଙ୍କ ମସ୍ତକରେ ଶିରୋଭୂଷଣ ବାନ୍ଧିବ; ତହିଁରେ ସେମାନେ ଅନନ୍ତକାଳୀନ ବିଧି ଦ୍ୱାରା ଯାଜକତ୍ୱ ପଦ ପ୍ରାପ୍ତ ହେବେ। ଏହିରୂପେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ।
I przepaszesz ich pasem, Aarona i jego synów, i włożysz na nich mitry, i będzie do nich należało kapłaństwo na mocy wiecznej ustawy. Poświęcisz też Aarona i jego synów.
10 ଏଥିଉତ୍ତାରେ ତୁମ୍ଭେ ସମାଗମ-ତମ୍ବୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।
Przyprowadzisz też cielca przed Namiot Zgromadzenia i Aaron oraz jego synowie włożą swoje ręce na głowę cielca.
11 ତହୁଁ ତୁମ୍ଭେ ସମାଗମ-ତମ୍ବୁର ଦ୍ୱାର ସମୀପରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସକୁ ବଧ କରିବ।
I zabijesz cielca przed PANEM u wejścia do Namiotu Zgromadzenia.
12 ଏଥିଉତ୍ତାରେ ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି, ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ।
Potem weźmiesz krew cielca i pomażesz swym palcem rogi ołtarza, a resztkę krwi wylejesz u podnóża ołtarza.
13 ଆଉ ତାହାର ଅନ୍ତ୍ରୋପରିସ୍ଥିତ ମେଦ ଓ ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ବୃକକ୍ ଓ ତହିଁ ଉପରିସ୍ଥ ମେଦ ଘେନି ବେଦିରେ ଦଗ୍ଧ କରିବ।
Weźmiesz też cały tłuszcz okrywający wnętrzności, płat wątroby i obie nerki z tłuszczem na nich i spalisz to na ołtarzu.
14 ମାତ୍ର ଗୋବତ୍ସର ମାଂସ, ଚର୍ମ ଓ ଗୋମୟ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କରିବ; ଏହା ପାପାର୍ଥକ ବଳି ଅଟେ।
A mięso cielca, jego skórę i jego odchody spalisz w ogniu za obozem, bo to jest ofiara za grzech.
15 ଏଥିଉତ୍ତାରେ ତୁମ୍ଭେ ପ୍ରଥମ ମେଷ ନେବ; ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।
Weźmiesz także jednego barana, na którego głowę Aaron i jego synowie włożą swoje ręce.
16 ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର ରକ୍ତ ନେଇ ବେଦି ଉପରେ ଚାରିଆଡ଼େ ଛିଞ୍ଚିବ।
Następnie zabijesz tego barana i weźmiesz jego krew, i pokropisz dokoła wierzch ołtarza.
17 ତହିଁ ଉତ୍ତାରେ ମେଷକୁ ଖଣ୍ଡ ଖଣ୍ଡ କରି ତାହାର ଅନ୍ତ୍ର ଓ ଗୋଡ଼ ଧୌତ କରି ତାହାସବୁ ସେହି ଖଣ୍ଡସକଳ ଓ ମସ୍ତକ ସହ ରଖିବ।
Barana porąbiesz na części, opłuczesz jego trzewia i nogi i położysz je na jego częściach i na jego głowie.
18 ପୁଣି, ତୁମ୍ଭେ ସମ୍ପୂର୍ଣ୍ଣ ମେଷକୁ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ।
I spalisz całego tego barana na ołtarzu. [Jest] to całopalenie dla PANA, miła woń, ofiara spalona dla PANA.
19 ଏଥିଉତ୍ତାରେ ତୁମ୍ଭେ ଦ୍ୱିତୀୟ ମେଷକୁ ନେବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।
Potem weźmiesz drugiego barana, a Aaron i jego synowie włożą swoje ręce na głowę barana.
20 ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରୋଣର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଷ୍ଠି ଉପରେ ଲଗାଇବ, ପୁଣି, ବେଦି ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ।
Wtedy zabijesz tego barana, weźmiesz nieco z jego krwi i posmarujesz koniec ucha Aarona, końce prawych uszu jego synów i wielkie palce ich prawych rąk, także wielkie palce ich prawych stóp, i pokropisz tą krwią ołtarz dokoła.
21 ଏଥିଉତ୍ତାରେ ବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି, ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ; ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି, ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ।
Weźmiesz też nieco z krwi, która jest na ołtarzu, także z olejku do namaszczenia, i pokropisz Aarona, jego szaty oraz jego synów i szaty jego synów wraz z nim. Tak zostanie poświęcony on i jego szaty, a wraz z nim jego synowie i szaty jego synów.
22 ଆହୁରି, ତୁମ୍ଭେ ସେହି ମେଷର ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ୍ର ଉପରିସ୍ଥ ମେଦ, ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଦୁଇ ଗୁର୍ଦା, ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନେବ, ଯେହେତୁ ତାହା ଉତ୍ସର୍ଗୀକୃତ ମେଷ ଅଟେ।
Potem weźmiesz z barana łój, ogon, tłuszcz okrywający wnętrzności, płat wątroby, obie nerki, łój, który [jest] na nich, i prawą łopatkę, bo to jest baran poświęcenia;
23 ପୁଣି, ସଦାପ୍ରଭୁଙ୍କ ଛାମୁସ୍ଥିତ ତାଡ଼ିଶୂନ୍ୟ ରୁଟିର ଡାଲାରୁ ଏକ ରୁଟି, ତୈଳ ମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେଇ
I jeden bochen chleba, jeden placek chlebowy na oliwie i jeden podpłomyk z kosza przaśników, który [jest] przed PANEM.
24 ତାହାସବୁ ହାରୋଣର ହସ୍ତରେ ଓ ତାହାର ପୁତ୍ରଗଣ ହସ୍ତରେ ଦେଇ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ତାହା ଦୋଳାଇବ।
To wszystko położysz na ręce Aarona i na ręce jego synów i będziesz tym kołysać jako ofiarą kołysania przed PANEM.
25 ଏଥିଉତ୍ତାରେ ତୁମ୍ଭେ ସେମାନଙ୍କ ହସ୍ତରୁ ତାହାସବୁ ନେଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଛାମୁରେ ବେଦିରେ ହୋମାର୍ଥକ ବଳି ଉପରେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ।
Potem weźmiesz to z ich rąk i spalisz na ołtarzu jako całopalenie, na miłą woń przed PANEM. Jest to ofiara spalona dla PANA.
26 ଏଥିଉତ୍ତାରେ ତୁମ୍ଭେ ହାରୋଣର ଉତ୍ସର୍ଗୀକୃତ ମେଷର ବକ୍ଷ ଘେନି ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ଦୋଳାଇବ; ସେହି ଖଣ୍ଡ ତୁମ୍ଭର ଅଂଶ ହେବ।
Weźmiesz też pierś barana poświęcenia Aarona i będziesz ją kołysać jako ofiarą kołysania przed PANEM. A [to] będzie twój dział.
27 ଆଉ ହାରୋଣର ଓ ତାହାର ପୁତ୍ରଗଣର ପଦନିଯୋଗାର୍ଥକ ମେଷର ଯେଉଁ ବୁକୁ ରୂପ ଦୋଳନୀୟ ନୈବେଦ୍ୟ ଦୋଳାୟିତ ଓ ଯେଉଁ ଚଟୁଆ ରୂପ ଉତ୍ତୋଳନୀୟ ଉପହାର ଉତ୍ତୋଳିତ ହେଲା, ତାହା ତୁମ୍ଭେ ପବିତ୍ର କରିବ।
Poświęcisz też pierś kołysania i łopatkę wzniesienia, którą kołysano i którą wznoszono, z barana poświęcenia dla Aarona i dla jego synów.
28 ତହିଁରେ ଅନନ୍ତକାଳୀନ ବିଧି ଦ୍ୱାରା ଇସ୍ରାଏଲ-ସନ୍ତାନଗଣଠାରୁ ତାହା ହାରୋଣର ଓ ତାହାର ପୁତ୍ରଗଣର ଅଧିକାର ହେବ, ଯେହେତୁ ତାହା ଉତ୍ତୋଳନୀୟ ଉପହାର ଅଟେ; ଇସ୍ରାଏଲ-ସନ୍ତାନଗଣର ଏହି ଉତ୍ତୋଳନୀୟ ଉପହାର ସେମାନଙ୍କ ମଙ୍ଗଳାର୍ଥକ ବଳିରୁ ଦେୟ ହେବ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ତୋଳନୀୟ ଉପହାର ଅଟେ।
A będzie to dla Aarona i jego synów od synów Izraela na mocy wiecznej ustawy, gdyż jest to [ofiara] wzniesienia. Ofiara wzniesienia będzie [wzięta] od synów Izraela z ich ofiar pojednawczych. To będzie ich ofiara wzniesienia dla PANA.
29 ପୁଣି, ହାରୋଣର (ମୃତ୍ୟୁ) ଉତ୍ତାରେ ତାହାର ପବିତ୍ର ବସ୍ତ୍ରସକଳ ତାହାର ପୁତ୍ରଗଣର ହେବ; ଅଭିଷେକ ଓ ପଦ ନିଯୁକ୍ତି ସମୟରେ ସେମାନେ ତାହା ପରିଧାନ କରିବେ।
A święte szaty Aarona będą należeć po nim do jego synów, aby byli w nich namaszczeni i poświęceni.
30 ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ-ତମ୍ବୁକୁ ଆସିବ, ସେ ସେହି ବସ୍ତ୍ର ସାତ ଦିନ ପରିଧାନ କରିବ।
Siedem dni będzie w nich chodził kapłan, jego syn, [który zajmie] jego miejsce, gdy będzie wchodził do Namiotu Zgromadzenia, aby służyć w Miejscu Świętym.
31 ଏଥିଉତ୍ତାରେ ତୁମ୍ଭେ ସେହି ଉତ୍ସର୍ଗୀକୃତ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ,
Weźmiesz też barana poświęcenia i ugotujesz jego mięso w miejscu świętym.
32 ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁର ଦ୍ୱାର ନିକଟରେ ସେହି ମେଷ ମାଂସ ଓ ଡାଲାସ୍ଥିତ ସେହି ରୁଟି ଭୋଜନ କରିବେ।
Aaron i jego synowie będą jeść mięso tego barana i chleb, który jest w koszu, przy wejściu do Namiotu Zgromadzenia.
33 ପୁଣି, ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହା ଦ୍ୱାରା ପ୍ରାୟଶ୍ଚିତ୍ତ ହେଲା, ତାହା ସେମାନେ ଭୋଜନ କରିବେ; ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ, କାରଣ ତାହାସବୁ ପବିତ୍ର ବସ୍ତୁ।
Będą jeść to, czym dokonano przebłagania, gdy ich poświęcono i uświęcono. Obcy zaś nie będzie z tego jadł, bo jest to rzecz święta.
34 ଆଉ ସେହି ପଦନିଯୋଗାର୍ଥକ ମାଂସ ଓ ରୁଟିରୁ ଯଦି ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତେବେ ସେହି ଅବଶିଷ୍ଟାଂଶ ଅଗ୍ନିରେ ଭସ୍ମସାତ୍‍ କରିବ, କେହି ତାହା ଖାଇବ ନାହିଁ; କାରଣ ତାହା ପବିତ୍ର ବସ୍ତୁ ଅଟେ।
A jeśli zostałoby coś z mięsa poświęcenia lub z chleba aż do poranka, spalisz resztki w ogniu. Nie wolno tego jeść, bo jest to rzecz święta.
35 ଆମ୍ଭେ ତୁମ୍ଭକୁ ଯେପରି ଆଜ୍ଞା ଦେଇଅଛୁ, ତଦନୁସାରେ ତୁମ୍ଭେ ହାରୋଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ; ସେମାନଙ୍କ ଉତ୍ସର୍ଗୀକୃତରେ ସାତ ଦିନ ଲାଗିବ।
Tak więc postąpisz z Aaronem i jego synami według wszystkiego, co ci przykazałem. Przez siedem dni będziesz ich poświęcać.
36 ଆଉ ତୁମ୍ଭେ ପ୍ରାୟଶ୍ଚିତ୍ତ ନିମନ୍ତେ ପ୍ରତିଦିନ ପାପାର୍ଥକ ବଳି ରୂପେ ଏକ ପୁଂଗୋବତ୍ସ ଉତ୍ସର୍ଗ କରିବ, ପୁଣି, ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ପାପମୁକ୍ତ କରିବ ଓ ତାହା ପବିତ୍ର କରିବା ପାଇଁ ଅଭିଷେକ କରିବ।
[Każdego] dnia złożysz cielca na ofiarę za grzech dla przebłagania. Oczyścisz ołtarz, dokonując na nim przebłagania, i namaścisz go, aby go poświęcić.
37 ତୁମ୍ଭେ ବେଦି ନିମନ୍ତେ ସାତ ଦିନ ପ୍ରାୟଶ୍ଚିତ୍ତ କରି ତାହା ପବିତ୍ର କରିବ; ତହିଁରେ ବେଦି ମହାପବିତ୍ର ହେବ, ପୁଣି, ଯାହା କିଛି ବେଦି ସ୍ପର୍ଶ କରେ, ସେସବୁ ପବିତ୍ର ହେବ।
Siedem dni będziesz dokonywał przebłagania za ołtarz i poświęcisz go, i będzie to ołtarz najświętszy. Ktokolwiek dotknie się ołtarza, musi być poświęcony.
38 ସେହି ବେଦି ଉପରେ ତୁମ୍ଭେ ଏହି ବଳି ଉତ୍ସର୍ଗ କରିବ; ତୁମ୍ଭେ ନିୟମିତ ଭାବରେ ପ୍ରତିଦିନ ଏକ ବର୍ଷୀୟ ଦୁଇ ମେଷଶାବକ,
Oto co masz składać na ołtarzu: dwa roczne baranki, codziennie i ustawicznie.
39 ଅର୍ଥାତ୍‍, ତାହାର ପ୍ରଥମ ମେଷଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ୱିତୀୟ ମେଷଶାବକକୁ ସନ୍ଧ୍ୟା ବେଳେ ଉତ୍ସର୍ଗ କରିବ।
Jednego baranka złożysz w ofierze rano, a drugiego baranka złożysz w ofierze wieczorem;
40 ପୁଣି, ପ୍ରଥମ ମେଷଶାବକ ସହିତ ହିନ୍‍ପାତ୍ରର ଚତୁର୍ଥାଂଶ ନିର୍ମଳ ପେଷା ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ମଇଦା ଓ ପେୟ-ନୈବେଦ୍ୟ ନିମନ୍ତେ ହିନ୍‍ର ଚତୁର୍ଥାଂଶ ଦ୍ରାକ୍ଷାରସ ଦେବ।
I wraz z pierwszym barankiem dziesiątą część efy mąki pszennej zmieszanej z czwartą częścią hinu wytłoczonej oliwy, a na ofiarę z płynów czwartą część hinu wina.
41 ଆଉ ସନ୍ଧ୍ୟା ସମୟରେ ଦ୍ୱିତୀୟ ମେଷଶାବକ ଉତ୍ସର୍ଗ କରିବ, ପୁଣି, ପ୍ରଭାତର ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ସ୍ୱରୂପେ ତାହା ଉତ୍ସର୍ଗ କରିବ।
A drugiego baranka złożysz w ofierze wieczorem według [obrzędu] porannej ofiary i według ofiary z płynów, jako miłą woń i spaloną ofiarę dla PANA.
42 ଏହା ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ (କର୍ତ୍ତବ୍ୟ) ହୋମ ହେବ; ସେହି ସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବା।
To [będzie] nieustanne całopalenie przez wszystkie pokolenia u wejścia do Namiotu Zgromadzenia przed PANEM, gdzie będę się z wami spotykać, aby tam z tobą rozmawiać.
43 ଆଉ ସେହି ସ୍ଥାନରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ସହିତ ସାକ୍ଷାତ କରିବା; ପୁଣି, ଆମ୍ଭ ପ୍ରତାପରେ (ତମ୍ବୁ) ପବିତ୍ରୀକୃତ ହେବ।
Tam też będę się spotykać z synami Izraela i [to] miejsce zostanie poświęcone moją chwałą.
44 ଆଉ, ଆମ୍ଭେ ସମାଗମ-ତମ୍ବୁ ଓ ବେଦିକୁ ପବିତ୍ର କରିବା, ପୁଣି, ଆମ୍ଭର ଯାଜକ କର୍ମ କରଣାର୍ଥେ ହାରୋଣକୁ ଓ ତାହାର ପୁତ୍ରଗଣକୁ ପବିତ୍ର କରିବା।
Bo poświęcę Namiot Zgromadzenia i ołtarz, poświęcę też Aarona i jego synów, aby mi sprawowali urząd kapłański.
45 ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ୱର ହେବା।
I będę mieszkał pośród synów Izraela, i będę ich Bogiem.
46 ତହିଁରେ ଆମ୍ଭେ ଯେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱର, ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ମିସର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ; ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର।
I poznają, że ja jestem PAN, ich Bóg, który wyprowadził ich z ziemi Egiptu, aby mieszkać pośród nich, ja, PAN, ich Bóg.

< ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 29 >