< ଦ୍ୱିତୀୟ ଶାମୁୟେଲ 7 >

1 ଏଥିଉତ୍ତାରେ ରାଜା ଆପଣା ଗୃହରେ ବାସ କରିବା ବେଳେ ଓ ସଦାପ୍ରଭୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ତାଙ୍କୁ ବିଶ୍ରାମ ଦେଲା ଉତ୍ତାରେ
Kad se David nastanio u svojem dvoru i kad mu je Jahve pribavio mir od svih njegovih neprijatelja unaokolo,
2 ରାଜା ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ, “ଦେଖ, ଏବେ ମୁଁ ଏରସ କାଷ୍ଠରେ ନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ପରମେଶ୍ୱରଙ୍କ ସିନ୍ଦୁକ ପରଦା ପଛରେ ବାସ କରୁଅଛି।”
reče kralj proroku Natanu: “Pogledaj! Ja, evo, stojim u dvoru od cedrovine, a Kovčeg Božji stoji pod šatorom.”
3 ତହିଁରେ ନାଥନ ରାଜାଙ୍କୁ କହିଲେ, “ଯାଅ, ତୁମ୍ଭ ହୃଦୟରେ ଯାହା ଅଛି, ତାହାସବୁ କର; କାରଣ ସଦାପ୍ରଭୁ ତୁମ୍ଭ ସଙ୍ଗରେ ଅଛନ୍ତି।”
A Natan odgovori kralju: “Idi i čini sve što ti je na srcu jer je Jahve s tobom.”
4 ଏଉତ୍ତାରେ ସେହି ରାତ୍ରି ସଦାପ୍ରଭୁଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
Ali još iste noći dođe Natanu ova Jahvina riječ:
5 “ଯାଅ, ଆମ୍ଭ ଦାସ ଦାଉଦଙ୍କୁ ଜଣାଅ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ଆମ୍ଭ ନିମନ୍ତେ ବସତି-ଗୃହ ନିର୍ମାଣ କରିବ?
“Idi i reci mome sluzi Davidu: Ovako govori Jahve: 'Zar ćeš mi ti sagraditi kuću da u njoj prebivam?
6 ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହୁଁ, ମାତ୍ର ତମ୍ବୁ ଓ ଆବାସ ମଧ୍ୟରେ ଗତାୟାତ କରିଅଛୁ।
Nisam nikad prebivao u kući otkako sam izveo iz Egipta sinove Izraelove pa do današnjega dana, nego sam bio lutalac pod šatorom i u prebivalištu.
7 ଆମ୍ଭେ ସମୁଦାୟ ଇସ୍ରାଏଲ ସନ୍ତାନ ସହିତ ଯେଉଁସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ, ଆମ୍ଭ ଲୋକ ଇସ୍ରାଏଲକୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା ଦେଇଥିଲୁ, ଇସ୍ରାଏଲର ଏପରି କୌଣସି ବଂଶକୁ, ତୁମ୍ଭେମାନେ କାହିଁକି ଆମ୍ଭ ନିମନ୍ତେ ଏରସ କାଷ୍ଠର ଗୃହ ନିର୍ମାଣ କରି ନାହଁ, ଏପରି ଏକ କଥା କି ଆମ୍ଭେ କହିଅଛୁ?’
Dok sam hodio sa svim Izraelovim sinovima, jesam li ijednu riječ rekao nekomu od Izraelovih sudaca kojima sam zapovjedio da budu pastiri mojem narodu izraelskom i kazao: 'Zašto mi ne sagradite kuću od cedrovine?'
8 ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦଙ୍କୁ ଏପରି କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ, ମେଷମାନଙ୍କ ପଶ୍ଚାଦ୍‍ଗମନରୁ ଗ୍ରହଣ କଲୁ;
Zato sad ovo reci mome sluzi Davidu: Ovako govori Jahve nad vojskama: Ja sam te doveo s pašnjaka, od ovaca i koza, da budeš knez nad mojim izraelskim narodom.
9 ପୁଣି ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାନ ଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ମହାନାମ କରିବା।
Bio sam s tobom kuda si god išao, iskorijenio sam sve tvoje neprijatelje pred tobom. Ja ću ti pribaviti veliko ime, kao što je velikaško ime na zemlji.
10 ପୁଣି ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା, ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଶାସିତ ହେବେ ନାହିଁ;
Odredit ću prebivalište svojem izraelskom narodu, posadit ću ga da živi na svojem mjestu i da ne luta više naokolo, niti da ga zlikovci muče kao prije,
11 କିଅବା ଯେପରି ପୂର୍ବକାଳରେ ଓ ଯେଉଁ ସମୟାବଧି ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାରକର୍ତ୍ତୃଗଣକୁ ନିଯୁକ୍ତ କରିଅଛୁ, ସେସମୟାବଧି ଯେପରି ହୋଇଅଛି, ସେପରି ଅଧର୍ମର ସନ୍ତାନମାନେ ସେମାନଙ୍କୁ ଆଉ କ୍ଳେଶ ଦେବେ ନାହିଁ; ପୁଣି ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଠାରୁ ତୁମ୍ଭକୁ ବିଶ୍ରାମ ଦେବା। ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ କହନ୍ତି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ।
onda kad sam odredio suce nad svojim izraelskim narodom. Ja ću mu pribaviti mir od svih njegovih neprijatelja. Jahve će te učiniti velikim. Jahve će ti podići dom.
12 ତୁମ୍ଭର ଦିନ ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣା ପିତୃଲୋକମାନଙ୍କ ସଙ୍ଗରେ ଶୟନ କଲେ, ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା।
I kad se ispune tvoji dani i ti počineš kod svojih otaca, podići ću tvoga potomka nakon tebe, koji će se roditi od tvoga tijela, i utvrdit ću njegovo kraljevstvo.
13 ସେ ଆମ୍ଭ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ରାଜ୍ୟ-ସିଂହାସନ ଅନନ୍ତକାଳସ୍ଥାୟୀ କରିବା।
On će sagraditi dom imenu mojem, a ja ću utvrditi njegovo prijestolje zauvijek.
14 ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ-ସନ୍ତାନମାନଙ୍କ ପ୍ରହାରରେ ଶାସ୍ତି ଦେବା।
Ja ću njemu biti otac, a on će meni biti sin: ako učini što zlo, kaznit ću ga ljudskom šibom i udarcima kako ih zadaju sinovi ljudski.
15 ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ଶାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ।
Ali svoje naklonosti neću odvratiti od njega, kao što sam je odvratio od Šaula koga sam uklonio ispred tebe.
16 ପୁଣି ତୁମ୍ଭ ବଂଶ ଓ ତୁମ୍ଭ ରାଜତ୍ୱ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରୀକୃତ ହେବ; ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’”
Tvoja će kuća i tvoje kraljevstvo trajati dovijeka preda mnom, tvoje će prijestolje čvrsto stajati zasvagda.'”
17 ନାଥନ ଦାଉଦଙ୍କୁ ଏସମସ୍ତ ବାକ୍ୟ ଓ ଦର୍ଶନ ସମ୍ବନ୍ଧରେ କଥା କହିଲେ।
Natan prenese Davidu sve te riječi i cijelo viđenje.
18 ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, “ହେ ପ୍ରଭୋ ସଦାପ୍ରଭୋ, ମୁଁ କିଏ ଓ ମୋର ବଂଶ ବା କଅଣ ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ?
Nato kralj David uđe u šator i stade pred Jahvom i pomoli se: “Tko sam ja, Gospode Jahve, i što je moj dom te si me doveo dovde?
19 ତଥାପି, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭ ଦୃଷ୍ଟିରେ ଏହା ହିଁ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା ମଧ୍ୟ କହିଅଛ; ହେ ପ୍ରଭୋ ସଦାପ୍ରଭୋ, ଏହା କʼଣ ମନୁଷ୍ୟର ବ୍ୟବସ୍ଥା?
Pa i to je još premalo u tvojim očima, Gospode Jahve, te daješ svoja obećanja kući svoga sluge za daleku budućnost i gledaš na me kao na ugledna čovjeka!
20 ଏଣୁ ଦାଉଦ ତୁମ୍ଭକୁ ଆଉ କଅଣ କହିପାରେ? କାରଣ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ଦାସକୁ ଜାଣୁଅଛ।
Ali što bi ti David još mogao kazati, kad ti sam poznaješ svoga slugu, Gospode Jahve!
21 ତୁମ୍ଭେ ନିଜ ବାକ୍ୟ ସକାଶୁ ଓ ନିଜ ଇଚ୍ଛାନୁସାରେ ଏହିସବୁ ମହାନ କାର୍ଯ୍ୟ କରି ଆପଣା ଦାସକୁ ଜଣାଇଅଛ।
Radi svoje riječi i po svome srcu učinio si sve ovo veliko djelo, obznanivši ove veličajnosti.
22 ଏହେତୁ ହେ ସଦାପ୍ରଭୋ ପରମେଶ୍ୱର, ତୁମ୍ଭେ ମହାନ; କାରଣ ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିଅବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ, ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ।
Zato si velik, Gospode Jahve; nema takvoga kakav si ti i nema Boga osim tebe, po svemu što smo ušima svojim čuli.
23 ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ, ଓ ଆପଣା ନାମ କରିବାକୁ ପୁଣି ମିସରରୁ, ନାନା ଗୋଷ୍ଠୀ ଓ ସେମାନଙ୍କ ଦେବଗଣଠାରୁ ତୁମ୍ଭ ଉଦ୍ଦେଶ୍ୟରେ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ମହତ୍ କର୍ମ ଓ ତୁମ୍ଭ ଦେଶ ପାଇଁ ଭୟାନକ କର୍ମ କରିବାକୁ ପରମେଶ୍ୱର ଆଗମନ କରିଥିଲେ।
Postoji li ijedan narod na zemlji kao tvoj izraelski narod radi kojega je Bog išao da ga izbavi sebi za narod da tako stečeš sebi ime velikim i strašnim čudesima, izgoneći krivobožačka plemena pred svojim narodom koji si otkupio iz Egipta?
24 ପୁଣି ତୁମ୍ଭେ ଅନନ୍ତକାଳଯାଏ ଆପଣା ଉଦ୍ଦେଶ୍ୟରେ ଏକ ଲୋକ କରିବା ନିମନ୍ତେ ଆପଣା ଲୋକ ଇସ୍ରାଏଲକୁ ଆପଣା ପାଇଁ ସ୍ଥାୟୀ କରିଅଛ। ଆଉ ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କର ପରମେଶ୍ୱର ହୋଇଅଛ।
Tako si učinio svoj izraelski narod svojim narodom zauvijek, a ti si mu, Jahve, postao Bogom.
25 ଏବେ ହେ ସଦାପ୍ରଭୋ, ପରମେଶ୍ୱର, ତୁମ୍ଭେ ଆପଣା ଦାସ ବିଷୟରେ ଓ ତାହାର ବଂଶ ବିଷୟରେ ଯେଉଁ ବାକ୍ୟ କହିଅଛ, ତାହା ଅନନ୍ତକାଳ ପର୍ଯ୍ୟନ୍ତ ଦୃଢ଼ କର ଓ ଯେପରି କହିଅଛ, ସେପରି କର।
Zato sada, Gospode Jahve, ispuni zauvijek obećanje koje si dao svome sluzi i njegovu domu i učini kako si obrekao.
26 ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି ଓ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ଏହି କଥା ଦ୍ୱାରା ତୁମ୍ଭ ନାମ ଅନନ୍ତକାଳ ମହତ୍ ହେଉ।
Neka se veliča tvoje ime zauvijek i neka se govori: Jahve nad vojskama jest Bog Izraelov, a dom sluge tvoga Davida neka stoji čvrsto pred tobom.
27 କାରଣ ହେ ସୈନ୍ୟାଧିପତି ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ମୁଁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବି ବୋଲି ତୁମ୍ଭେ ଆପଣା ଦାସର କର୍ଣ୍ଣଗୋଚର କରିଅଛ; ଏହେତୁ ତୁମ୍ଭ ନିକଟରେ ଏହି ପ୍ରାର୍ଥନା କରିବା ପାଇଁ ତୁମ୍ଭର ଦାସ ସାହସ ପାଇଲା।
Jer si ti, Jahve nad vojskama, Bože Izraelov, objavio svome sluzi ovo: 'Ja ću ti podići dom.' Zato je tvoj sluga smogao hrabrosti da ti se pomoli ovom molitvom.
28 ଆଉ ଏବେ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ହିଁ ପରମେଶ୍ୱର ଓ ତୁମ୍ଭର ବାକ୍ୟ ସତ୍ୟ, ପୁଣି ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ;
Uistinu, Gospode Jahve, ti si Bog, tvoje su riječi istinite i ti daješ ovo lijepo obećanje svome sluzi.
29 ଏହେତୁ ଯେପରି ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ବିଦ୍ୟମାନ ରହିବ, ଏଥିପାଇଁ ଅନୁଗ୍ରହ କରି ତାକୁ ଆଶୀର୍ବାଦ କର; କାରଣ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପେ ଏହା କହିଅଛ; ଏଣୁ ତୁମ୍ଭ ଦାସର ବଂଶ ତୁମ୍ଭ ଆଶୀର୍ବାଦରେ ଅନନ୍ତକାଳ ଆଶୀର୍ବାଦଯୁକ୍ତ ହେଉ।”
Udostoj se sada blagosloviti dom svoga sluge da ostane dovijeka pred tobom. Jer kad ti, Gospode Jahve, obrekneš i blagosloviš, kuća tvoga sluge bit će blagoslovljena zasvagda.”

< ଦ୍ୱିତୀୟ ଶାମୁୟେଲ 7 >