< ୧ ତୀମଥି 6 >

1 ଯେତେ ଲୋକ ଦାସତ୍ୱରୂପ ଜୁଆଳିର ଅଧୀନରେ ଅଛନ୍ତି, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମ୍ମାନ ପାଇବାର ଯୋଗ୍ୟ ବୋଲି ଜାଣନ୍ତୁ, ଯେପରି ଈଶ୍ବରଙ୍କ ନାମ ଓ ଶିକ୍ଷାର ନିନ୍ଦା ନ ହୁଏ।
Todos los que están debajo del yugo de servidumbre, tengan a sus señores por dignos de toda honra, para que no sea blasfemado el Nombre del Señor y su doctrina.
2 ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜାଣି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ୱାରା ଉପକାର ପାଆନ୍ତି, ସେମାନେ ବିଶ୍ୱାସୀ ଓ ପ୍ରିୟପାତ୍ର। ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ।
Y los que tienen amos fieles, no los tengan en menos, por ser sus hermanos; antes sírvanles mejor, por cuanto son fieles y amados, y partícipes del beneficio. Esto enseña y exhorta.
3 କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ବରପରାୟଣତା ଅନୁଯାୟୀ ଶିକ୍ଷା ଗ୍ରହଣ ନ କରେ,
El que enseña otra cosa, y no se allega a las sanas palabras del Señor nuestro, Jesús, el Cristo, y a la doctrina que es conforme a la piedad;
4 ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ, ପୁଣି, ବାଦାନୁବାଦ ଓ ଯୁକ୍ତିତର୍କରେ ଲିପ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, ମନ୍ଦ ସନ୍ଦେହ,
está envanecido, nada sabe, y enloquece acerca de cuestiones y contiendas de palabras, de las cuales nacen envidias, pleitos, maledicencias, malas sospechas,
5 ପୁଣି, ଯେଉଁମାନେ ଈଶ୍ବରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ସର୍ବଦା ବିରୋଧ ଜନ୍ମେ।
porfías de hombres corruptos de entendimiento y privados de la verdad, que tienen la piedad por fuente de ganancia; apártate de los tales.
6 ଈଶ୍ବରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;
Pero gran ganancia es la piedad con contentamiento.
7 କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ;
Porque nada hemos traído a este mundo, y sin duda nada podremos sacar.
8 ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ।
Así que, teniendo sustento y con qué cubrirnos, estemos contentos con esto.
9 ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହିସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ।
Porque los que quieren enriquecerse, caen en tentación y en lazo, y en muchas codicias locas y dañosas, que hunden a los hombres en desctrucción y perdición.
10 କାରଣ ଧନଲୋଭ ସମସ୍ତ ମନ୍ଦତାର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି, ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି।
Porque el amor al dinero es la raíz de todos los males; lo cual codiciando algunos, se descaminaron de la fe, y fueron traspasados de muchos dolores.
11 କିନ୍ତୁ ହେ ଈଶ୍ବରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ବରପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ।
Mas tú, oh hombre de Dios, huye de estas cosas, y sigue la justicia, la piedad, la fe, la caridad, la tolerancia, la mansedumbre.
12 ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୂତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ। (aiōnios g166)
Pelea la buena batalla de la fe, echa mano de la vida eterna, a la cual así mismo eres llamado, habiendo hecho buena profesión delante de muchos testigos. (aiōnios g166)
13 ସମସ୍ତଙ୍କ ଜୀବନଦାତା ଈଶ୍ବରଙ୍କ ସାକ୍ଷାତରେ, ପୁଣି, ପନ୍ତିୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ମୁଁ ତୁମ୍ଭକୁ ଆଦେଶ ଦେଉଅଛି,
Te mando delante de Dios, que da vida a todas las cosas, y de Cristo Jesús, que testificó la buena profesión delante de Poncio Pilato,
14 ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ରୁହ।
que guardes el mandamiento sin mácula ni reprensión, hasta que aparezca nuestro Señor Jesús, el Cristo,
15 ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ,
al cual a su tiempo mostrará el Bienaventurado y solo Poderoso, Rey de reyes, y Señor de señores;
16 ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ। ଆମେନ୍‍। (aiōnios g166)
el único que tiene inmortalidad, que habita en luz inaccesible; a quien ninguno de los hombres ha visto ni puede ver; al cual sea la honra y el imperio sempiterno. Amén. (aiōnios g166)
17 ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୋଇ ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁର ଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ବର, ସେହି ଈଶ୍ବର ଉପରେ ନିର୍ଭର କରନ୍ତି, (aiōn g165)
A los ricos de este siglo manda que no sean altivos, ni pongan la esperanza en las riquezas inciertas, sino en el Dios viviente, que nos da todas las cosas en abundancia de que gocemos; (aiōn g165)
18 ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;
mas encomiéndales el bien hacer, el hacerse ricos en buenas obras, el dar con facilidad, el comunicar fácilmente;
19 ଏହି ପ୍ରକାର କଲେ ସେମାନେ ଭାବୀ ଜୀବନ ନିମନ୍ତେ ପ୍ରକୃତ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି।
el atesorar para sí buen fundamento para en lo por venir, que echen mano a la vida eterna.
20 ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
Oh Timoteo, guarda lo que se te ha encomendado, y apartase de las voces profanas de vanas cosas, y los argumentos del vano nombre de ciencia;
21 କେହି କେହି ତାହା ପାଳନ ନ କରି ବିଶ୍ୱାସ ବିଷୟରେ ପଥଭ୍ରଷ୍ଟ ହୋଇଅଛନ୍ତି। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
la cual pretendiendo muchos, fueron descaminados acerca de la fe. La Gracia sea contigo. Amén.

< ୧ ତୀମଥି 6 >