< ପ୍ରଥମ ବଂଶାବଳୀ 25 >

1 ଆହୁରି ଆସଫର ଓ ହେମନର ଓ ଯିଦୂଥୂନ୍‍‍ର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତିମାନେ କେତେକଙ୍କୁ ବୀଣା, ନେବଲ ଓ କରତାଳ ଦ୍ୱାରା ଭବିଷ୍ୟଦ୍‍ବାକ୍ୟ ପ୍ରଚାରର ସେବାକାର୍ଯ୍ୟ ନିମନ୍ତେ ପୃଥକ କଲେ; ପୁଣି, ଆପଣା ଆପଣା ସେବାନୁସାରେ କର୍ମକାରୀମାନଙ୍କ ସଂଖ୍ୟା ଏହି। 2 ଆସଫର ସନ୍ତାନମାନଙ୍କ କଥା; ଆସଫର ସନ୍ତାନ ସକ୍କୁର ଓ ଯୋଷେଫ ଓ ନଥନୀୟ ଓ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ। 3 ଯିଦୂଥୂନ୍‍‍ର କଥା; ଯିଦୂଥୂନ୍‍‍ର ସନ୍ତାନ ଗଦଲୀୟ ଓ ସରୀ ଓ ଯିଶାଇୟ, ହଶବୀୟ ଓ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନ୍‍‍ର ହସ୍ତାଧୀନରେ ବୀଣା ଦ୍ୱାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ। 4 ହେମନର କଥା; ହେମନର ସନ୍ତାନ ବୁକ୍କୀୟ, ମତ୍ତନୀୟ, ଉଷୀୟେଲ, ଶବୂୟେଲ ଓ ଯିରେମୋତ୍‍, ହନାନୀୟ, ହନାନି, ଇଲୀୟାଥା, ଗିଦ୍ଦଲ୍‍ତି ଓ ରୋମାମ୍‍ତି-ଏଷର୍‍, ଯଶ୍‍ବକାଶା, ମଲ୍ଲୋଥି, ହୋଥୀର୍‍, ମହସୀୟୋତ୍‍; 5 ଏସମସ୍ତେ ଶୃଙ୍ଗଧ୍ୱନି କରିବା ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ରାଜାଙ୍କର ଦର୍ଶକ ହେମନର ପୁତ୍ର ଥିଲେ। ପରମେଶ୍ୱର ହେମନକୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ। 6 ଏସମସ୍ତେ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟାର୍ଥେ କରତାଳ, ନେବଲ ଓ ବୀଣା ଦ୍ୱାରା ସଦାପ୍ରଭୁଙ୍କ ଗୃହରେ ଗାନ କରିବା ପାଇଁ ଆପଣାମାନଙ୍କ ପିତାଙ୍କ ହସ୍ତାଧୀନରେ ଥିଲେ; ଆସଫ, ଯିଦୂଥୂନ୍‍ ଓ ହେମନ ରାଜାଜ୍ଞାଧୀନ ଥିଲେ। 7 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନକାର୍ଯ୍ୟରେ ଶିକ୍ଷିତ ଓ ନିପୁଣ ଏସମସ୍ତେ ଓ ଏମାନଙ୍କ ଭ୍ରାତୃଗଣ ସଂଖ୍ୟାରେ ଦୁଇ ଶହ ଅଠାଶୀ ଜଣ ଥିଲେ। 8 ଏଉତ୍ତାରେ ସେମାନେ ସାନ ବଡ଼, ଶିକ୍ଷକ, ଛାତ୍ର, ସମସ୍ତଙ୍କ ରକ୍ଷଣୀୟ ନିମନ୍ତେ ସମାନ ରୂପେ ଗୁଲିବାଣ୍ଟ କଲେ। 9 ତହୁଁ ଆସଫ ନିମନ୍ତେ ଯୋଷେଫ ପକ୍ଷରେ ପ୍ରଥମ ବାଣ୍ଟ ଉଠିଲା; ଦ୍ୱିତୀୟ ଗଦଲୀୟ ପକ୍ଷରେ; ସେ ଓ ତାହାର ଭ୍ରାତା ଓ ପୁତ୍ରମାନେ ବାର ଜଣ ଥିଲେ। 10 ତୃତୀୟ ସକ୍କୁର ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ। 11 ଚତୁର୍ଥ ଯିଷ୍ରି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 12 ପଞ୍ଚମ ନଥନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ। 13 ଷଷ୍ଠ ବୁକ୍କୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ। 14 ସପ୍ତମ ଯିଶାରେଲା ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ। 15 ଅଷ୍ଟମ ଯିଶାୟାହ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 16 ନବମ ମତ୍ତନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ। 17 ଦଶମ ଶିମୀୟି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 18 ଏକାଦଶ ଅସରେଲ୍‍ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 19 ଦ୍ୱାଦଶ ହଶବୀୟ ପକ୍ଷରେ ଉଠିଲା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 20 ତ୍ରୟୋଦଶ ପାଇଁ ଶବୂୟେଲ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 21 ଚତୁର୍ଦ୍ଦଶ ପାଇଁ ମତ୍ତଥୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 22 ପଞ୍ଚଦଶ ପାଇଁ ଯେରେମୋତ୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 23 ଷୋଡ଼ଶ ପାଇଁ ହନାନୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 24 ସପ୍ତଦଶ ପାଇଁ ଯଶ୍‍ବକାଶା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 25 ଅଷ୍ଟାଦଶ ପାଇଁ ହନାନି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 26 ଊନବିଂଶ ପାଇଁ ମଲ୍ଲୋଥି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 27 ବିଂଶ ପାଇଁ ଇଲୀୟାଥା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 28 ଏକବିଂଶ ପାଇଁ ହୋଥୀର୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 29 ଦ୍ୱାବିଂଶ ପାଇଁ ଗିଦ୍ଦଲ୍‍ତି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 30 ତ୍ରୟୋବିଂଶ ପାଇଁ ମହସୀୟୋତ୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 31 ଚତୁର୍ବିଂଶ ପାଇଁ ରୋମାମ୍‍ତି-ଏଷର୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ଗୁଲିବାଣ୍ଟରେ ଉଠିଲେ।

< ପ୍ରଥମ ବଂଶାବଳୀ 25 >