< Liber Numeri 34 >

1 locutus est Dominus ad Mosen
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 praecipe filiis Israhel et dices ad eos cum ingressi fueritis terram Chanaan et in possessionem vobis sorte ceciderit his finibus terminabitur
“ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ‘ଯେଉଁ କିଣାନ ଦେଶ, ତହିଁର ଚତୁଃସୀମାନୁସାରେ ତୁମ୍ଭମାନଙ୍କ ଅଧିକାରରେ ପଡ଼ିବ, ତୁମ୍ଭେମାନେ ସେହି କିଣାନ ଦେଶରେ ଉପସ୍ଥିତ ହେଲେ,
3 pars meridiana incipiet a solitudine Sin quae est iuxta Edom et habebit terminos contra orientem mare Salsissimum
ତୁମ୍ଭମାନଙ୍କ ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍‍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।
4 qui circumibunt australem plagam per ascensum Scorpionis ita ut transeant Senna et perveniant in meridiem usque ad Cadesbarne unde egredientur confinia ad villam nomine Addar et tendent usque Asemona
ପୁଣି, ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରବ୍ବୀମ ଘାଟ ଦେଇ ସୀନ୍‍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ-ବର୍ଣ୍ଣେୟର ଦକ୍ଷିଣ ଦେଇ ହତ୍‍ସର-ଅଦରକୁ ଆସି ଅସ୍ମୋନ ପର୍ଯ୍ୟନ୍ତ ଯିବ।
5 ibitque per gyrum terminus ab Asemona usque ad torrentem Aegypti et maris Magni litore finietur
ଏଉତ୍ତାରେ ସେହି ସୀମା ଅସ୍ମୋନରୁ ମିସରର ନଦୀ ପର୍ଯ୍ୟନ୍ତ ବୁଲି ଆସିବ ଓ ସେହି ସୀମା ମହାସମୁଦ୍ର ନିକଟରେ ଶେଷ ହେବ।
6 plaga autem occidentalis a mari Magno incipiet et ipso fine cludetur
ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ; ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ।
7 porro ad septentrionalem plagam a mari Magno termini incipient pervenientes usque ad montem Altissimum
ଆଉ ତୁମ୍ଭମାନଙ୍କର ଉତ୍ତର ସୀମା ଏହି ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ମହାସମୁଦ୍ରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ଚିହ୍ନିତ କରିବ;
8 a quo venies in Emath usque ad terminos Sedada
ହୋର ପର୍ବତଠାରୁ ତୁମ୍ଭେମାନେ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଚିହ୍ନିତ କରିବ; ପୁଣି, ସେଠାରୁ ସେହି ସୀମା ସଦାଦ୍‍ ନିକଟରେ ଶେଷ ହେବ।
9 ibuntque confinia usque Zephrona et villam Henan hii erunt termini in parte aquilonis
ପୁଣି, ସେହି ସୀମା ସିଫ୍ରୋଣ ପର୍ଯ୍ୟନ୍ତ ଯିବ ଓ ହତ୍‍ସର-ଐନନ୍‍ରେ ତହିଁର ଶେଷ ହେବ; ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ।
10 inde metabuntur fines contra orientalem plagam de villa Henan usque Sephama
ଆଉ ତୁମ୍ଭେମାନେ ଆପଣାମାନଙ୍କ ପୂର୍ବ ସୀମା ହତ୍‍ସର-ଐନନ୍‍ଠାରୁ ଶଫାମ୍‍ ପର୍ଯ୍ୟନ୍ତ ଚିହ୍ନିତ କରିବ।
11 et de Sephama descendent termini in Rebla contra fontem inde pervenient contra orientem ad mare Chenereth
ତହୁଁ ସେହି ସୀମା ଶଫାମ୍‍ଠାରୁ ଐନ୍‍ର ପୂର୍ବଦିଗ ହୋଇ ରିବ୍ଲା ପର୍ଯ୍ୟନ୍ତ ତଳକୁ ଯିବ; ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନ୍ନେରତ୍‍ ହ୍ରଦର ପୂର୍ବ ପାର୍ଶ୍ୱ ଦେଇ ଯିବ।
12 et tendent usque Iordanem et ad ultimum Salsissimo cludentur mari hanc habebitis terram per fines suos in circuitu
ପୁଣି, ସେହି ସୀମା ଯର୍ଦ୍ଦନ ଦେଇ ଯିବ ଓ ଲବଣ ସମୁଦ୍ର ନିକଟରେ ତହିଁର ଶେଷ ହେବ; ଏହି ଚତୁଃସୀମାନୁସାରେ ତୁମ୍ଭମାନଙ୍କର ଦେଶ ହେବ।’”
13 praecepitque Moses filiis Israhel dicens haec erit terra quam possidebitis sorte et quam iussit dari Dominus novem tribubus et dimidiae tribui
ପୁନଶ୍ଚ, ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦେଇ କହିଲେ, “ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧ ବଂଶକୁ ଯେଉଁ ଦେଶ ଦେବା ପାଇଁ ଆଜ୍ଞା ଦେଇଅଛନ୍ତି ଓ ତୁମ୍ଭେମାନେ ଯାହା ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି।
14 tribus enim filiorum Ruben per familias suas et tribus filiorum Gad iuxta cognationum numerum media quoque tribus Manasse
କାରଣ ରୁବେନ୍‍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ଗାଦ୍‍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ମନଃଶିର ଅର୍ଦ୍ଧ ବଂଶ ଆପଣା ଆପଣା ଅଧିକାର ପାଇଅଛନ୍ତି;
15 id est duae semis tribus acceperunt partem suam trans Iordanem contra Hiericho ad orientalem plagam
ଏହି ଦୁଇ ବଂଶ ଓ ଅର୍ଦ୍ଧ ବଂଶ ଯିରୀହୋ ନିକଟସ୍ଥ ଯର୍ଦ୍ଦନର ପୂର୍ବପାରିରେ ସୂର୍ଯ୍ୟୋଦୟ ଦିଗରେ ଆପଣା ଆପଣା ଅଧିକାର ପାଇଅଛନ୍ତି।”
16 et ait Dominus ad Mosen
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
17 haec sunt nomina virorum qui terram vobis divident Eleazar sacerdos et Iosue filius Nun
“ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି; ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ।
18 et singuli principes de tribubus singulis
ପୁଣି, ତୁମ୍ଭେମାନେ ଦେଶ ବିଭାଗ କରିବା ନିମନ୍ତେ ପ୍ରତ୍ୟେକ ବଂଶରୁ ଏକ ଏକ ଅଧିପତି ଗ୍ରହଣ କରିବ।
19 quorum ista sunt vocabula de tribu Iuda Chaleb filius Iepphonne
ପୁଣି, ସେହି ଲୋକମାନଙ୍କର ନାମ ଏହି; ଯିହୁଦା ବଂଶୀୟ ଯିଫୁନ୍ନିର ପୁତ୍ର କାଲେବ,
20 de tribu Symeon Samuhel filius Ammiud
ଓ ଶିମୀୟୋନର ସନ୍ତାନମାନଙ୍କ ବଂଶୀୟ ଅମ୍ମୀହୂଦର ପୁତ୍ର ଶେମୂୟେଲ।
21 de tribu Beniamin Helidad filius Chaselon
ବିନ୍ୟାମୀନ୍ ବଂଶୀୟ କିଶଲୋନର ପୁତ୍ର ଇଲୀଦଦ୍‍।
22 de tribu filiorum Dan Bocci filius Iogli
ଆଉ ଦାନ୍-ସନ୍ତାନଗଣର ବଂଶୀୟ ଜଣେ ଅଧିପତି, ଯଗ୍ଲିର ପୁତ୍ର ବୁକ୍କି।
23 filiorum Ioseph de tribu Manasse Hannihel filius Ephod
ଯୋଷେଫ-ସନ୍ତାନଗଣ ମଧ୍ୟରୁ; ମନଃଶି ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଏଫୋଦର ପୁତ୍ର ହନ୍ନୀୟେଲ।
24 de tribu Ephraim Camuhel filius Sephtan
ପୁଣି, ଇଫ୍ରୟିମ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶିପ୍ତନର ପୁତ୍ର କମୂୟେଲ।
25 de tribu Zabulon Elisaphan filius Pharnach
ଆଉ ସବୂଲୂନ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ପର୍ଣ୍ଣକର ପୁତ୍ର ଇଲୀଶାଫନ୍‍,
26 de tribu Isachar dux Faltihel filius Ozan
ଓ ଇଷାଖର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅସ୍ସନର ପୁତ୍ର ପଲ୍ଟୀୟେଲ,
27 de tribu Aser Ahiud filius Salomi
ଓ ଆଶେର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶଲୋମିର ପୁତ୍ର ଅହୀହୂଦ୍‍।
28 de tribu Nepthali Phedahel filius Ameiud
ନପ୍ତାଲି-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅମ୍ମୀହୂଦର ପୁତ୍ର ପଦହେଲ୍।”
29 hii sunt quibus praecepit Dominus ut dividerent filiis Israhel terram Chanaan
କିଣାନ ଦେଶରେ ଇସ୍ରାଏଲ-ସନ୍ତାନଗଣଙ୍କ ନିମନ୍ତେ ଅଧିକାର ବିଭାଗ କରି ଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।

< Liber Numeri 34 >