< Ezekiel 1 >

1 Ke len aklimekosr in malem akakosr in yac aktolngoul, nga Ezekiel, sie mwet tol, wen natul Buzi, wi mwet Jew ma sruoh su muta sisken Infacl Chebar in acn Babylonia. Kusrao ikakla ac nga liye sie aruruma ke God.
ତିରିଶ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲର କବାର ନଦୀ କୂଳରେ ବନ୍ଦୀମାନଙ୍କ ମଧ୍ୟରେ ମୁଁ ଥିବା ସମୟରେ ସ୍ୱର୍ଗ ମୁକ୍ତ ହେଲା, ତହିଁରେ ମୁଁ ପରମେଶ୍ୱରଙ୍କଠାରୁ ଦର୍ଶନମାନ ଦେଖିଲି।
2 (Yac aklimekosrla tukun utukla Tokosra Jehoiachin nu ke sruoh.)
ରାଜା ଯିହୋୟାଖୀନ୍‍ର ବନ୍ଦୀ ହେବାର ପଞ୍ଚମ ବର୍ଷର, ସେହି ମାସର ପଞ୍ଚମ ଦିନରେ,
3 Ingo, sisken Infacl Chebar in acn Babylonia, nga tuh lohng ke LEUM GOD El kaskas nu sik, ac nga pulakin ku lal oan fuk.
କଲ୍‍ଦୀୟମାନଙ୍କ ଦେଶରେ କବାର ନଦୀ କୂଳରେ ବୂଷିର ପୁତ୍ର ଯିହିଜିକଲ ଯାଜକଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା; ପୁଣି, ସେଠାରେ ସଦାପ୍ରଭୁଙ୍କର ହସ୍ତ ତାଙ୍କ ଉପରେ ଥିଲା।
4 Nga ngetak ac liye sie fohru tuku epang me. Sarom uh sarmelik liki sie pukunyeng lulap, ac yen nukewa rauneak arulana saromrom. Yen ma sarom uh sarmelik we, oasr sie ma saromrom oana osra bronze.
ଏଥିଉତ୍ତାରେ ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣିବାୟୁ ବୃହତ ମେଘ ଓ ଜାଜ୍ୱଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦ୍ଦିଗରେ ତେଜ ଓ ତହିଁରେ ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା।
5 Infulwen paka sac nga liye ma orekla akosr su moul, su oana luman mwet,
ପୁଣି, ତହିଁ ମଧ୍ୟରୁ ଜୀବିତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସେମାନଙ୍କର ଆକୃତି ମନୁଷ୍ୟ ପରି ଥିଲା।
6 tusruktu kais sie selos oasr muta akosr ac posohksok akosr.
ଆଉ, ପ୍ରତ୍ୟେକର ଚାରି ଚାରି ମୁଖ ଓ ପ୍ରତ୍ୟେକର ଚାରି ଚାରି ପକ୍ଷ ଥିଲା।
7 Nialos suwohs, ac falkalos oana falken cow mukul uh, su saromrom oana bronze aksaromromyeyukla.
ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କ ପାଦର ତଳିପା ଗୋବତ୍ସର ତଳିପାର ତୁଲ୍ୟ; ଆଉ, ସେମାନେ ପରିଷ୍କୃତ ପିତ୍ତଳ ପରି ଝଟକିଲେ।
8 Sayen muta akosr ac posohksok akosr, oasr pac kais sie poun mwet ye posohksok kaclos.
ଆଉ, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ପକ୍ଷ ତଳେ ମନୁଷ୍ୟର ହସ୍ତ ତୁଲ୍ୟ ହସ୍ତ ଥିଲା; ପୁଣି, ସେହି ଚାରି ପ୍ରାଣୀର ମୁଖ ଓ ସେମାନଙ୍କର ପକ୍ଷ ଏହି ପ୍ରକାର ଥିଲା, ଯଥା;
9 Kais sie ma moul inge elos foralik ac asroelik luo sin posohksok kaclos in akupasrila orala maspang se. Ke elos ac mukuila elos ac tukeni mukuiyak, a manolos tiana forla.
ସେମାନଙ୍କର ପକ୍ଷ ପରସ୍ପର ସଂଯୁକ୍ତ; ସେମାନେ ଗମନ କରିବା ବେଳେ ପଛକୁ ଫେରିଲେ ନାହିଁ; ମାତ୍ର ପ୍ରତ୍ୟେକେ ସମ୍ମୁଖ ପ୍ରତି ଗମନ କଲେ।
10 Kais sie ma moul akosr inge oasr muta akosr kac su tiana oana sie: mutun mwet se nget nu meet, mutun lion nget nu layot, mutun cow mukul nget nu lasa, ac mutun eagle nget nu tok.
ସେମାନଙ୍କ ମୁଖର ଆକୃତି ଏହିରୂପ, ଯଥା ସେମାନଙ୍କର ଗୋଟିଏ ମନୁଷ୍ୟର ମୁଖ ଥିଲା; ଆଉ, ଡାହାଣ ପାର୍ଶ୍ୱରେ ଚାରି ପ୍ରାଣୀର ସିଂହ-ମୁଖ ଓ ବାମ ପାର୍ଶ୍ୱରେ ଚାରି ପ୍ରାଣୀର ଗୋରୁର ମୁଖ ଥିଲା; ସେହି ଚାରି ପ୍ରାଣୀର ମଧ୍ୟ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।
11 Luo posohksok ke kais sie ma moul inge asrosrelik in apusralila nu ke ma soko siska lac lac, ac posohksol lula elos sang afinya manolos.
ପୁଣି, ଉପର ଭାଗରେ ସେମାନଙ୍କର ମୁଖ ଓ ପକ୍ଷ ବିଭିନ୍ନ ଥିଲା; ପ୍ରତ୍ୟେକର ଦୁଇ ଦୁଇ ପକ୍ଷ ପରସ୍ପର ସଂଯୁକ୍ତ ଥିଲା ଓ ଦୁଇ ଦୁଇ ପକ୍ଷ ସେମାନଙ୍କର ଶରୀର ଆଚ୍ଛାଦନ କଲା।
12 Kais soko ma moul inge nget nu ke eng akosr lun faclu, ouinge u sac ku in fahsr nu yen nukewa, ac tia enenu in forla.
ପୁଣି, ସେମାନେ ପ୍ରତ୍ୟେକେ ସମ୍ମୁଖ ପ୍ରତି ଗମନ କଲେ; ଯେଉଁଆଡ଼େ ଯିବାକୁ ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା ହେଲା, ସେହିଆଡ଼େ ସେମାନେ ଗମନ କଲେ; ଗମନ ସମୟରେ ସେମାନେ ଫେରିଲେ ନାହିଁ।
13 Inmasrlon ma moul inge oasr ma se oana sukan sul soko su mukuiwot mukuime pacl nukewa, ac e kac uh ngutyak, pusrukla sarom.
ଏହି ଜୀବିତ ପ୍ରାଣୀମାନଙ୍କ ଆକୃତି ପ୍ରଜ୍ୱଳିତ ଅଙ୍ଗାର ଓ ମଶାଲ ସଦୃଶ ଥିଲା; ତାହା ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲା ଓ ସେହି ଅଗ୍ନି ତେଜୋମୟ ଓ ସେହି ଅଗ୍ନିରୁ ବିଦ୍ୟୁତ୍ ନିର୍ଗତ ହେଲା।
14 Ma moul inge yuwot yume, wi na mui lun sarom uh.
ପୁଣି, ସେହି ଜୀବିତ ପ୍ରାଣୀଗଣ ବିଦ୍ୟୁତ୍‍ର ଆଭା ସଦୃଶ ଦୌଡ଼ିଲେ ଓ ଫେରିଲେ।
15 Ke nga ngetang nu ke ma orekla moul akosr inge, nga liyauk wheel akosr pusralla infohk uh, kais sie wheel oan sisken kais soko selos.
ମୁଁ ସେହି ଜୀବିତ ପ୍ରାଣୀମାନଙ୍କୁ ଦର୍ଶନ କଲା ବେଳେ, ଦେଖ, ସେହି ଜୀବିତ ପ୍ରାଣୀମାନଙ୍କ ପାର୍ଶ୍ୱରେ ସେମାନଙ୍କ ଚାରି ମୁଖର ପ୍ରତ୍ୟେକର ପାଇଁ ଭୂମି ଉପରେ ଗୋଟିଏ ଗୋଟିଏ ଚକ୍ର ଥିଲା।
16 Wheel inge kewa oana sie — kais sie selos saromrom oana luman wek saok uh, ac kais sie wheel oasr pac sie wheel pitukelik loac.
ସେହି ଚାରି ଚକ୍ରର ଆକୃତି ଓ ରଚନା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଓ ଚାରିର ରୂପ ଏକ-ପ୍ରକାର; ପୁଣି, ସେମାନଙ୍କର ଆକୃତି ଓ ରଚନା ଚକ୍ର ମଧ୍ୟରେ ଚକ୍ର ପରି ଥିଲା।
17 Ouinge wheel uh ku in mukui nu ke eng akosr inge kewa.
ଗମନ କଲା ବେଳେ ସେହି ଚାରି ଚକ୍ର ଆପଣା ଆପଣାର ଚାରି ପାର୍ଶ୍ୱରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ।
18 Sisken acn raun ke wheel inge nwanala ke atronmuta.
ସେମାନଙ୍କର ଘେର ଉଚ୍ଚ ଓ ଭୟଙ୍କର; ପୁଣି, ସେମାନଙ୍କର ସେହି ଚାରି ଘେରର ଚତୁର୍ଦ୍ଦିଗ ଚକ୍ଷୁରେ ପରିପୂର୍ଣ୍ଣ ଥିଲା।
19 Pacl nukewa ma moul inge ac mukuila, na wheel inge ac mukuiyak pac, ac ma moul inge fin sohkak liki faclu, na wheel inge ac wi pac sohkak.
ଆଉ, ସେହି ଜୀବିତ ପ୍ରାଣୀମାନେ ଗମନ କରିବା ବେଳେ ସେହି ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଚଳିଲେ; ପୁଣି, ଜୀବିତ ପ୍ରାଣୀମାନେ ଭୂମିରୁ ଉତ୍ଥାପିତ ହେବା ବେଳେ ଚକ୍ରସବୁ ମଧ୍ୟ ଉତ୍ଥାପିତ ହେଲେ।
20 Ma moul inge som nu yen nukewa elos lungse som nu we, ac wheel inge ac wi pacna, mweyen ma moul uh pa leum faclos.
ଯେକୌଣସି ସ୍ଥାନକୁ ଯିବାର ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା, ସେସ୍ଥାନକୁ ସେମାନେ ଗଲେ; ଗମନ କରିବାକୁ ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା ହେଲେ ସେମାନଙ୍କ ପାର୍ଶ୍ୱରେ ଚକ୍ରସବୁ ଉଠିଲେ; କାରଣ ଜୀବିତ ପ୍ରାଣୀର ପରମେଶ୍ୱରଙ୍କ ଆତ୍ମା ଚକ୍ରରେ ଥିଲା।
21 Ouinge pacl nukewa ma moul inge mukuila ku tui ku sohkak nu yen engyeng uh, na wheel inge ac oru oapana.
ସେମାନେ ଗମନ କଲା ବେଳେ ଏମାନେ ଗମନ କଲେ ଓ ସେମାନେ ଠିଆ ହେବା ବେଳେ ଏମାନେ ଠିଆ ହେଲେ; ଆଉ, ସେମାନେ ଭୂମିରୁ ଉତ୍ଥାପିତ ହେବା ବେଳେ ସେମାନଙ୍କ ପାର୍ଶ୍ୱରେ ଚକ୍ରସବୁ ଉତ୍ଥାପିତ ହେଲେ; କାରଣ ଜୀବିତ ପ୍ରାଣୀର ପରମେଶ୍ୱରଙ୍କ ଆତ୍ମା ଚକ୍ରରେ ଥିଲା।
22 Lucng liki sifen ma moul inge, oasr sie ma raun oana luman sie pol lulap oankiyuki, orekla ke crystal na saromrom.
ପୁଣି, ସେହି ଜୀବିତ ପ୍ରାଣୀର ମସ୍ତକ ଉପରେ ଶୂନ୍ୟର ଏକ ଆକୃତି ଥିଲା, ତାହା ଭୟଙ୍କର ସ୍ପଟିକ ତୁଲ୍ୟ ଆଭାବିଶିଷ୍ଟ ହୋଇ ସେମାନଙ୍କ ମସ୍ତକର ଊର୍ଦ୍ଧ୍ୱରେ ବିସ୍ତାରିତ ଥିଲା।
23 Ma moul inge tu ye ma raun sac, ac kais sie selos asroela luo sin posohksok lal ah nu ke ma moul ma tu siskal kewa. Posohksok luo ngia el sang afinya manol.
ଆଉ, ସେହି ଶୂନ୍ୟର ତଳେ ସେମାନଙ୍କର ପକ୍ଷସବୁ ପରସ୍ପର ପ୍ରତି ପ୍ରସାରିତ ହୋଇ ସମାନ ଥିଲା; ପ୍ରତ୍ୟେକର ଶରୀର ଆଚ୍ଛାଦନ କରିବା ପାଇଁ ଏପାଖରେ ଦୁଇ ଓ ପ୍ରତ୍ୟେକର ଗାତ୍ର ଆଚ୍ଛାଦନ କରିବା ପାଇଁ ସେପାଖରେ ଦୁଇ ପକ୍ଷ ଥିଲା।
24 Ke pacl elos sohksok, nga lohng pusren posohksok lalos uh oana ngirngir lun noa tok uh, ku oana pusren un mwet mweun lulap, ku oana pusren God Kulana. Ac ke pacl elos ac tui tila sohk, elos ac orani posohksok lalos,
ଆଉ, ସେମାନେ ଗମନ କରିବା ବେଳେ ମୁଁ ସେମାନଙ୍କ ପକ୍ଷୀର ଶବ୍ଦ ଶୁଣିଲି, ତାହା ମହା ଜଳରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନଙ୍କର ରବ ତୁଲ୍ୟ, ସୈନ୍ୟଦଳର ଶବ୍ଦ ତୁଲ୍ୟ କୋଳାହଳ ଶବ୍ଦ; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ।
25 tusruktu srakna oasr pusra se tuku lucng liki ma raun se fin sifalos.
ପୁଣି, ସେମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟର ଉପରେ ଏକ ରବ ହେଲା; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ।
26 Lucng liki ma raun sac oasr ma se oan we oana luman tron se orekla ke eot sapphire, ac oasr sie ma su muta fin tron sac su oana luman mwet se.
ପୁଣି, ସେମାନଙ୍କ ମସ୍ତକର ଉପରିସ୍ଥ ଶୂନ୍ୟର ଊର୍ଦ୍ଧ୍ୱରେ ନୀଳକାନ୍ତମଣି ସଦୃଶ ଏକ ସିଂହାସନର ଆକୃତି ଥିଲା; ଆଉ, ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ୍ୟ ଏକ ଆକୃତି ତହିଁର ଊର୍ଦ୍ଧ୍ୱ ଭାଗରେ ଥିଲା।
27 Infulwalyak nu lucng oana bronze saromrom infulwen sie e, ac infulwali nu ten oana luman firirrir lun e uh. Acn nukewa rauneak arulana kalem,
ଆଉ, ମୁଁ ତାହାଙ୍କ କଟିଦେଶର ଆକୃତି ଓ ତହିଁର ଊର୍ଦ୍ଧ୍ୱରୁ, ତହିଁର ଭିତରେ ଓ ଚତୁର୍ଦ୍ଦିଗରେ ଅଗ୍ନି ସଦୃଶ ଉତ୍ତପ୍ତ ଧାତୁର ଆଭା ତୁଲ୍ୟ ଆଭା ଦେଖିଲି ଓ ତାହାଙ୍କ କଟିଦେଶର ଆକୃତିଠାରୁ ତଳ ପର୍ଯ୍ୟନ୍ତ ଅଗ୍ନି ସଦୃଶ ଆଭା ଦେଖିଲି ଓ ତାହାଙ୍କ ଚତୁର୍ଦ୍ଦିଗରେ ତେଜ ଥିଲା।
28 ac tuhn nukewa ke lelakem uh oasr kac. Kalem se inge, su arulana saromrom, akkalemye lah LEUM GOD El oasr we. Ke nga liye ma se inge, nga putati ac oankiyuki infohk uh. Na nga lohng pusra se kaskas.
ବୃଷ୍ଟି ଦିନରେ ମେଘରେ ଧନୁର ଯେପରି ଆଭା, ସେହିପରି ସେହି ଚତୁର୍ଦ୍ଦିଗସ୍ଥ ତେଜ ଥିଲା। ଏହା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା। ପୁଣି, ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି, ତହିଁରେ ମୁଁ ବାକ୍ୟବାଦୀ ଏକ ବ୍ୟକ୍ତିଙ୍କର ରବ ଶୁଣିଲି।

< Ezekiel 1 >