< エレミヤ書 32 >

1 ユダの王ゼデキヤの十年、すなわちネブカデレザルの十八年に、主の言葉がエレミヤに臨んだ。
ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଦଶମ ବର୍ଷରେ, ଅର୍ଥାତ୍‍, ନବୂଖଦ୍‍ନିତ୍ସରଙ୍କ ରାଜତ୍ଵର ଅଷ୍ଟାଦଶ ବର୍ଷରେ ସଦାପ୍ରଭୁଙ୍କଠାରୁ ଯେଉଁ ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
2 その時、バビロンの王の軍勢がエルサレムを攻め囲んでいて、預言者エレミヤはユダの王の宮殿にある監視の庭のうちに監禁されていた。
ସେହି ସମୟରେ ବାବିଲ ରାଜାର ସୈନ୍ୟଗଣ ଯିରୂଶାଲମ ଅବରୋଧ କରୁଥିଲେ; ପୁଣି, ଯିରିମୀୟ ଭବିଷ୍ୟଦ୍‍ବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିଲେ।
3 ユダの王ゼデキヤが彼を閉じ込めたのであるが、王は言った、「なぜあなたは預言して言うのか、『主はこう仰せられる、見よ、わたしはこの町をバビロンの王の手に渡し、彼はこれを取る。
ଯେହେତୁ ଯିହୁଦାର ରାଜା ସିଦିକୀୟ ତାଙ୍କୁ ବନ୍ଦ କରି କହିଥିଲା, “ତୁମ୍ଭେ କାହିଁକି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ଏହା କହୁଅଛ, ‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ବାବିଲ ରାଜାର ହସ୍ତରେ ସମର୍ପଣ କରିବା ଓ ସେ ତାହା ହସ୍ତଗତ କରିବ;
4 またユダの王ゼデキヤはカルデヤびとの手をのがれることなく、かならずバビロンの王の手に渡され、顔と顔を合わせて彼と語り、目と目は相まみえる。
ଆଉ, ଯିହୁଦାର ରାଜା ସିଦିକୀୟ କଲ୍‍ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ବାବିଲର ରାଜାର ହସ୍ତରେ ସମର୍ପିତ ହେବ ଓ ସମ୍ମୁଖାସମ୍ମୁଖୀ ହୋଇ ତାହା ସହିତ କଥା କହିବ ଓ ସ୍ୱଚକ୍ଷୁରେ ତାହାର ଚକ୍ଷୁ ଦେଖିବ;
5 そして彼はゼデキヤをバビロンに引いていき、ゼデキヤは、わたしが彼を顧みる時まで、そこにいると主は言われる。あなたがたは、カルデヤびとと戦っても勝つことはできない』と」。
ପୁଣି, ସେ ସିଦିକୀୟକୁ ବାବିଲକୁ ଘେନିଯିବ, ପୁଣି ଆମ୍ଭେ ଯେପର୍ଯ୍ୟନ୍ତ ତାହାର ତତ୍ତ୍ୱାନୁସନ୍ଧାନ ନ କରୁ, ସେପର୍ଯ୍ୟନ୍ତ ସେ ସେଠାରେ ରହିବ; ତୁମ୍ଭେମାନେ କଲ୍‍ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’”
6 エレミヤは言った、「主の言葉がわたしに臨んで言われる、
ଏଥିଉତ୍ତାରେ ଯିରିମୀୟ କହିଲେ, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
7 『見よ、あなたのおじシャルムの子ハナメルがあなたの所に来て言う、「アナトテにあるわたしの畑を買いなさい。それは、これを買い取り、あがなう権利があなたにあるから」と』。
ଦେଖ, ତୁମ୍ଭ ପିତୃବ୍ୟ ଶଲ୍ଲୁମ୍‍ର ପୁତ୍ର ହନନେଲ ତୁମ୍ଭ ନିକଟକୁ ଆସି ଏହି କଥା କହିବ, ‘ଅନାଥୋତ୍‍ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ଆପଣା ପାଇଁ କ୍ରୟ କର; କାରଣ କ୍ରୟ ଦ୍ୱାରା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି।’
8 はたして主の言葉のように、わたしのいとこであるハナメルが監視の庭のうちにいるわたしの所に来て言った、『ベニヤミンの地のアナトテにあるわたしの畑を買ってください。所有するのも、あがなうのも、あなたの権利なのです。買い取ってあなたの物にしてください。これが主の言葉であるのをわたしは知っていました』。
ତହିଁରେ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ମୋʼ ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋʼ ନିକଟକୁ ଆସି କହିଲା, ‘ବିନୟ କରୁଅଛି, ବିନ୍ୟାମୀନ୍ ପ୍ରଦେଶସ୍ଥ ଅନାଥୋତ୍‍ରେ ମୋହର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର; କାରଣ ତହିଁର ଉତ୍ତରାଧିକାରୀ ହେବାର ଓ ତାହା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି; ତୁମ୍ଭେ ଆପଣା ପାଇଁ ତାହା କ୍ରୟ କର।’ ତେବେ ଏହା ସଦାପ୍ରଭୁଙ୍କର ବାକ୍ୟ ବୋଲି ମୁଁ ବୁଝିଲି।
9 そこでわたしは、いとこのハナメルからアナトテにある畑を買い取り、銀十七シケルを量って彼に支払った。
ପୁଣି, ମୋʼ ପିତୃବ୍ୟର ପୁତ୍ର ହନନେଲଠାରୁ ଅନାଥୋତ୍‍ସ୍ଥିତ ସେହି କ୍ଷେତ୍ର କ୍ରୟ କରି ତହିଁର ମୂଲ୍ୟ ସତର ଶେକଲ ରୂପା ତୌଲି ତାହାକୁ ଦେଲି।
10 すなわち、わたしはその証書をつくって、これに記名し、それを封印し、証人を立て、はかりをもって銀を量って与えた。
ଆଉ, ମୁଁ କ୍ରୟପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକ୍ତିରେ ରୂପା ତୌଲି ତାହାକୁ ଦେଲି।
11 そしてわたしはその約定をしるして封印した買収証書と、封印のない写しとを取り、
ତହୁଁ ମୁଁ କ୍ରୟପତ୍ରର ଦୁଇ କିତା, ଅର୍ଥାତ୍‍, ବ୍ୟବସ୍ଥା ଓ ଧାରାନୁସାରେ ମୁଦ୍ରାଙ୍କିତ ଏକ କିତା ଓ ଖୋଲା ଏକ କିତା ନେଲି;
12 いとこのハナメルと、買収証書に記名した証人たち、および監視の庭にすわっているすべてのユダヤ人の前で、その証書をマアセヤの子であるネリヤの子バルクに与え、
ପୁଣି, ମୋʼ ପିତୃବ୍ୟର ପୁତ୍ର ହନନେଲର ସାକ୍ଷାତରେ ଓ କ୍ରୟପତ୍ରରେ ସ୍ୱାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତରେ ଓ ପ୍ରହରୀ ପ୍ରାଙ୍ଗଣରେ ଉପବିଷ୍ଟ ସମସ୍ତ ଯିହୁଦୀମାନଙ୍କ ସାକ୍ଷାତରେ ମୁଁ ସେହି କ୍ରୟପତ୍ର ମହସେୟର ପୌତ୍ର ନେରୀୟର ପୁତ୍ର ବାରୂକର ହସ୍ତରେ ସମର୍ପଣ କଲି।
13 彼らの前で、わたしはバルクに命じて言った、
ଆଉ, ସେମାନଙ୍କ ସାକ୍ଷାତରେ ମୁଁ ବାରୂକକୁ ଏହି ଆଜ୍ଞା କଲି,
14 『万軍の主、イスラエルの神はこう仰せられる、これらの証書すなわち、この買収証書の封印したものと、封印のない写しとを取り、これらを土の器に入れて、長く保存せよ。
‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଏହି ମୁଦ୍ରାଙ୍କିତ ଓ ଖୋଲା ଦୁଇ ଖଣ୍ଡ କ୍ରୟପତ୍ର ନେଇ ତାହା ଯେପରି ଅନେକ ଦିନ ରହିବ, ଏଥିପାଇଁ ଏକ ମୃତ୍ତିକା ପାତ୍ରରେ ରଖ।
15 万軍の主、イスラエルの神がこう言われるからである、「この地で人々はまた家と畑とぶどう畑を買うようになる」と』。
କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଏହି ଦେଶରେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରାଯିବ।’
16 わたしは買収証書をネリヤの子バルクに渡したあとで主に祈って言った、
ନେରୀୟର ପୁତ୍ର ବାରୂକକୁ ସେହି କ୍ରୟପତ୍ର ସମର୍ପି ଦେଲା ଉତ୍ତାରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି।
17 『ああ主なる神よ、あなたは大いなる力と、伸べた腕をもって天と地をお造りになったのです。あなたのできないことは、ひとつもありません。
ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ; ତୁମ୍ଭର ଅସାଧ୍ୟ କିଛି ହିଁ ନାହିଁ;
18 あなたはいつくしみを千万人に施し、また父の罪をそののちの子孫に報いられるのです。あなたは大いなる全能の神でいらせられ、その名は万軍の主と申されます。
ତୁମ୍ଭେ ସହସ୍ର ସହସ୍ରର ପ୍ରତି ଦୟା ପ୍ରକାଶ କରୁଅଛ ଓ ପିତୃଗଣର ଅଧର୍ମର ପ୍ରତିଫଳ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର କ୍ରୋଡ଼ରେ ଦେଉଅଛ; ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ;
19 あなたの計りごとは大きく、また、事を行うのに力があり、あなたの目は人々の歩むすべての道を見て、おのおのの道にしたがい、その行いの実によってこれに報いられます。
ତୁମ୍ଭେ ମନ୍ତ୍ରଣାରେ ମହାନ ଓ କ୍ରିୟାରେ ପରାକ୍ରାନ୍ତ; ପ୍ରତ୍ୟେକ ଲୋକକୁ ତାହାର ଗତି ଓ କ୍ରିୟାନୁସାରେ ସମୁଚିତ ଫଳ ଦେବା ନିମନ୍ତେ ମନୁଷ୍ୟ-ସନ୍ତାନଗଣର ସକଳ ପଥ ପ୍ରତି ତୁମ୍ଭର ଚକ୍ଷୁ ମୁକ୍ତ ଥାଏ।
20 あなたは、しるしと、不思議なわざとをエジプトの地に行い、また今日に至るまでイスラエルと全人類のうちに行い、そして今日のように名をあげられました。
ତୁମ୍ଭେ ମିସର ଦେଶରେ ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ଦେଖାଇଲ, ଆଜି ପର୍ଯ୍ୟନ୍ତ ହିଁ ଇସ୍ରାଏଲ ଓ ଅନ୍ୟାନ୍ୟ ଲୋକଙ୍କ ମଧ୍ୟରେ ଦେଖାଉଅଛ, ପୁଣି ଆଜିର ନ୍ୟାୟ ଆପଣାର ନାମ ପ୍ରସିଦ୍ଧ କରୁଅଛ।
21 あなたは、しるしと、不思議なわざと、強い手と、伸べた腕と、大いなる恐るべき事をもって、あなたの民イスラエルをエジプトの地から導き出し、
ତୁମ୍ଭେ ଚିହ୍ନ, ଅଦ୍ଭୁତ ଲକ୍ଷଣ, ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ ମହତ ଭୟାନକତ୍ତ୍ୱ ଦ୍ୱାରା ତୁମ୍ଭର ଇସ୍ରାଏଲ ଲୋକଙ୍କୁ ମିସର ଦେଶରୁ ବାହାର କରି ଆଣିଲ;
22 この地を彼らに賜わりました。これはあなたが彼らの先祖たちに与えようと誓われた乳と蜜の流れる地です。
ଆଉ, ଏହି ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ସେମାନଙ୍କୁ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲ, ତାହା ସେମାନଙ୍କୁ ଦେଲ;
23 こうして彼らは、はいってこれを獲たのですが、あなたの声に聞き従わず、あなたの律法を行わず、すべてあなたがせよと命じられたことをしなかったので、あなたはこの災を彼らの上にお下しになりました。
ପୁଣି, ସେମାନେ ଆସି ତାହା ଅଧିକାର କଲେ; ମାତ୍ର ସେମାନେ ତୁମ୍ଭ ରବରେ ମନୋଯୋଗ କଲେ ନାହିଁ; କିଅବା ତୁମ୍ଭ ବ୍ୟବସ୍ଥା ପଥରେ ଚାଲିଲେ ନାହିଁ; ତୁମ୍ଭେ ସେମାନଙ୍କୁ ଯାହା ଯାହା ପାଳନ କରିବାକୁ ଆଜ୍ଞା ଦେଲ, ସେସବୁ ମଧ୍ୟରୁ ସେମାନେ କିଛି ହିଁ ପାଳନ କରି ନାହାନ୍ତି; ଏହେତୁ ତୁମ୍ଭେ ଏହିସବୁ ଅମଙ୍ଗଳ ସେମାନଙ୍କ ଉପରେ ଘଟାଇଅଛ।
24 見よ、塁が築きあげられたのは、この町を取るためです。つるぎと、ききんと、疫病のために、町はこれを攻めているカルデヤびとの手に渡されます。あなたの言われたようになりましたのは、ごらんのとおりであります。
ଏହିସବୁ ବନ୍ଧ ଦେଖ, ସେମାନେ ଜୟ କରିବା ପାଇଁ ନଗରକୁ ଆସିଅଛନ୍ତି; ପୁଣି, ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ସକାଶୁ ନଗର ବିରୁଦ୍ଧରେ ଯୁଦ୍ଧକାରୀ କଲ୍‍ଦୀୟମାନଙ୍କ ହସ୍ତରେ ତାହା ଦତ୍ତ ହେଉଅଛି; ଆଉ, ତୁମ୍ଭେ ଯାହା କହିଅଛ, ତାହା ସଫଳ ହେଉଅଛି; ପୁଣି ଦେଖ, ତୁମ୍ଭେ ଏହା ଦେଖୁଅଛ।
25 主なる神よ、あなたはわたしに言われました、「銀をもって畑を買い、証人を立てよ」と。そうであるのに、町はカルデヤびとの手に渡されています』」。
ପୁଣି, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ମୋତେ କହିଅଛ, ‘ମୂଲ୍ୟ ଦେଇ କ୍ଷେତ୍ର କିଣ ଓ ସାକ୍ଷୀ ରଖ; ମାତ୍ର ଏହି ନଗର କଲ୍‍ଦୀୟମାନଙ୍କ ହସ୍ତରେ ଦତ୍ତ ହେଉଅଛି।’”
26 主の言葉がエレミヤに臨んだ、
ତାହା ପରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
27 「見よ、わたしは主である、すべて命ある者の神である。わたしにできない事があろうか。
“ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟର ପରମେଶ୍ୱର; ଆମ୍ଭର ଅସାଧ୍ୟ କି କିଛି ଅଛି?
28 それゆえ、主はこう言われる、見よ、わたしはこの町をカルデヤびとと、バビロンの王ネブカデレザルの手に渡す。彼はこれを取る。
ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ କଲ୍‍ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା, ପୁଣି ସେ ତାହା ହସ୍ତଗତ କରିବ।
29 この町を攻めているカルデヤびとがきて、この町に火をつけて焼き払う。屋根の上で人々が、バアルに香をたき、ほかの神々に酒をそそいで、わたしを怒らせたその家をも彼らは焼く。
ଆଉ, ଯେଉଁ କଲ୍‍ଦୀୟମାନେ ଏହି ନଗର ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି, ସେମାନେ ପ୍ରବେଶ କରି ଏହି ନଗରରେ ଅଗ୍ନି ଲଗାଇବେ, ପୁଣି ଆମ୍ଭକୁ ବିରକ୍ତ କରିବା ପାଇଁ ଯେଉଁ ସକଳ ଗୃହର ଛାତ ଉପରେ ଲୋକମାନେ ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଲେ, ସେହି ସବୁ ଗୃହ ସହିତ ଏହି ନଗର ଅଗ୍ନିରେ ଦଗ୍ଧ କରିବେ।
30 それは、イスラエルの人々とユダの人々とは、その若い時から、わたしの前に悪いことのみを行い、またイスラエルの民はその手のわざをもって、わたしを怒らせることばかりをしたからであると主は言われる。
କାରଣ ଆମ୍ଭ ସାକ୍ଷାତରେ ଯାହା ମନ୍ଦ, କେବଳ ତାହା ହିଁ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଆପଣା ଆପଣାର ବାଲ୍ୟକାଳରୁ କରି ଆସୁଅଛନ୍ତି; ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ କେବଳ ବିରକ୍ତ କରିଅଛନ୍ତି, ଏହା ସଦାପ୍ରଭୁ କହନ୍ତି।
31 この町はそれが建った日からきょうまで、わたしの怒りと憤りとをひき起してきたので、わたしの前からこれを除き去るのである。
କାରଣ ସେମାନେ ଏହି ନଗର ନିର୍ମାଣ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ହିଁ ତାହା ଆମ୍ଭ କ୍ରୋଧ ଓ କୋପର କାରଣ ହୋଇ ଆସୁଅଛି; ତହିଁ ସକାଶୁ ତାହା ଆମ୍ଭ ସମ୍ମୁଖରୁ ଦୂରୀକୃତ ହେବାର ଯୋଗ୍ୟ ହୋଇଅଛି।
32 それは、イスラエルの民とユダの民とが、もろもろの悪を行って、わたしを怒らせたことによるのである。彼らの王たちと、そのつかさたち、祭司たち、預言者たち、またユダの人々とエルサレムの住民たちが皆そうである。
କାରଣ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ, ଅର୍ଥାତ୍‍, ସେମାନେ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକଗଣ ଓ ଭବିଷ୍ୟଦ୍‍ବକ୍ତାଗଣ, ଆଉ ଯିହୁଦାର ଲୋକମାନେ ଓ ଯିରୂଶାଲମ ନିବାସୀମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ନାନା ପ୍ରକାର ଦୁଷ୍କ୍ରିୟା କରିଅଛନ୍ତି।
33 彼らはその背中をわたしに向けて顔をわたしに向けず、わたしがたゆまず教えたにもかかわらず、彼らは教を聞かず、またうけないのである。
ସେମାନେ ଆମ୍ଭ ପ୍ରତି ମୁଖ ନ ଫେରାଇ ପିଠି ଫେରାଇ ଅଛନ୍ତି; ଆଉ, ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଲେ ହେଁ, ପ୍ରଭାତରେ ଉଠି ଶିକ୍ଷା ଦେଲେ ହେଁ ସେମାନେ ଶିକ୍ଷା ଗ୍ରହଣ କରିବା ପାଇଁ ମନୋଯୋଗ କରି ନାହାନ୍ତି।
34 彼らは憎むべき物を、わが名をもって呼ばれている家にすえつけて、そこを汚し、
ମାତ୍ର ଆମ୍ଭ ନାମରେ ଖ୍ୟାତ ଗୃହକୁ ଅଶୁଚି କରିବା ପାଇଁ ସେମାନେ ତହିଁ ମଧ୍ୟରେ ଆପଣାମାନଙ୍କ ଘୃଣାଯୋଗ୍ୟ ବସ୍ତୁ ସ୍ଥାପନ କରନ୍ତି।
35 またベンヒンノムの谷にバアルの高き所を築いて、むすこ娘をモレクにささげた。わたしは彼らにこのようなことを命じたことはなく、また彼らがこの憎むべきことを行って、ユダに罪を犯させようとは考えもしなかった。
ପୁଣି, ଏହି ଯେଉଁ ଘୃଣାଯୋଗ୍ୟ କାର୍ଯ୍ୟ କରିବା ପାଇଁ ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଯାହା ଆମ୍ଭ ମନରେ ଉଦୟ ହୋଇ ନାହିଁ, ତାହା କରିବା ପାଇଁ, ଅର୍ଥାତ୍‍, ଯିହୁଦାକୁ ପାପ କରାଇବା ପାଇଁ ମୋଲକ୍‍ର ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର କନ୍ୟାଗଣଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ପାଇଁ ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବାଲ୍‍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି।
36 それゆえ今イスラエルの神、主は、この町、すなわちあなたがたが、『つるぎと、ききんと、疫病のためにバビロンの王の手に渡される』といっている町についてこう仰せられる、
ଏନିମନ୍ତେ ଏବେ ଯେଉଁ ନଗର ବିଷୟରେ ତୁମ୍ଭେମାନେ କୁହ ଯେ, ‘ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ତାହା ବାବିଲର ରାଜାର ହସ୍ତରେ ଅର୍ପିତ ହୋଇଅଛି,’ ତହିଁ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
37 見よ、わたしは、わたしの怒りと憤りと大いなる怒りをもって、彼らを追いやったもろもろの国から彼らを集め、この所へ導きかえって、安らかに住まわせる。
ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପ ଓ ମହାରୋଷରେ ସେମାନଙ୍କୁ ଯେସକଳ ଦେଶରେ ଛିନ୍ନଭିନ୍ନ କରିଅଛୁ, ସେହି ସକଳ ଦେଶରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ଆମ୍ଭେ ସେମାନଙ୍କୁ ନିରାପଦରେ ବାସ କରାଇବା।
38 そして彼らはわたしの民となり、わたしは彼らの神となる。
ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା;
39 わたしは彼らに一つの心と一つの道を与えて常にわたしを恐れさせる。これは彼らが彼ら自身とその後の子孫の幸を得るためである。
ଆଉ, ସେମାନଙ୍କର ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର ମଙ୍ଗଳ ନିମନ୍ତେ ସେମାନେ ଯେପରି ସଦାକାଳ ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଓ ଏକ ପଥ ଦେବା;
40 わたしは彼らと永遠の契約を立てて、彼らを見捨てずに恵みを施すことを誓い、またわたしを恐れる恐れを彼らの心に置いて、わたしを離れることのないようにしよう。
ପୁଣି, ଆମ୍ଭେ ସେମାନଙ୍କର ମଙ୍ଗଳ କରିବା ପାଇଁ ଯେ ସେମାନଙ୍କଠାରୁ ବିମୁଖ ନ ହେବା, ଏହି ଭାବର ଗୋଟିଏ ନିତ୍ୟସ୍ଥାୟୀ ନିୟମ ସେମାନଙ୍କ ସଙ୍ଗେ କରିବା ଓ ସେମାନେ ଯେପରି ଆମ୍ଭଠାରୁ ଦୂର ହେବେ ନାହିଁ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତଃକରଣରେ ସ୍ଥାପନ କରିବା।
41 わたしは彼らに恵みを施すことを喜びとし、心をつくし、精神をつくし、真実をもって彼らをこの地に植える。
ଆହୁରି, ଆମ୍ଭେ ସେମାନଙ୍କର ମଙ୍ଗଳ କରିବା ପାଇଁ ସେମାନଙ୍କ ବିଷୟରେ ଆନନ୍ଦ କରିବା ଓ ଆମ୍ଭେ ଆପଣାର ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସେମାନଙ୍କୁ ଏହି ଦେଶରେ ନିଶ୍ଚୟ ରୋପଣ କରିବା।
42 主はこう仰せられる、わたしがこのもろもろの大きな災をこの民に下したように、わたしが彼らに約束するもろもろの幸を彼らの上に下す。
କାରଣ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଏହି ଲୋକମାନଙ୍କ ଉପରେ ଏହିସବୁ ମହା ଅମଙ୍ଗଳ ଯେପରି ଘଟାଇଅଛୁ, ସେପରି ଆମ୍ଭେ ସେମାନଙ୍କୁ ଯେ ଯେ ମଙ୍ଗଳର ପ୍ରତିଜ୍ଞା କରିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା।
43 人々はこの地に畑を買うようになる。あなたがたが、『それは荒れて人も獣もいなくなり、カルデヤびとの手に渡されてしまう』といっている地である。
ପୁଣି, ଏହି ଯେଉଁ ଦେଶ ବିଷୟରେ ତୁମ୍ଭେମାନେ କୁହ, ଏହା ମନୁଷ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନ ହୋଇ କଲ୍‍ଦୀୟମାନଙ୍କ ହସ୍ତରେ ଦତ୍ତ ହୋଇଅଛି, ତହିଁ ମଧ୍ୟରେ କ୍ଷେତ୍ର କ୍ରୟ କରାଯିବ।
44 人々はベニヤミンの地と、エルサレムの周囲と、ユダの町々と、山地の町々と、平地の町々と、ネゲブの町々で、銀をもって畑を買い、証書をつくって、これに記名し封印し、また証人を立てる。それは、わたしが彼らを再び栄えさせるからであると主は言われる」。
ବିନ୍ୟାମୀନ୍ ପ୍ରଦେଶରେ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନରେ, ଯିହୁଦାର ନଗରସମୂହରେ, ପାର୍ବତୀୟ ପ୍ରଦେଶସ୍ଥ ନାନା ନଗରରେ, ପୁଣି ନିମ୍ନ ଭୂମିସ୍ଥ ନଗରମାନରେ ଓ ଦକ୍ଷିଣ ଦିଗସ୍ଥ ନଗରସମୂହରେ ଲୋକମାନେ ମୂଲ୍ୟ ଦେଇ କ୍ଷେତ୍ର କ୍ରୟ କରିବେ ଓ କ୍ରୟପତ୍ର ସ୍ୱାକ୍ଷର କରି ମୁଦ୍ରାଙ୍କିତ କରିବେ ଓ ସାକ୍ଷୀ ରଖିବେ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।”

< エレミヤ書 32 >