< जकर्याह 3 >

1 फिर यहोवा ने यहोशू महायाजक को यहोवा के दूत के सामने खड़ा हुआ मुझे दिखाया, और शैतान उसकी दाहिनी ओर उसका विरोध करने को खड़ा था।
ଏଉତ୍ତାରେ ସଦାପ୍ରଭୁ ଯିହୋଶୂୟ ମହାଯାଜକ ଦୂତ ସମ୍ମୁଖରେ ଠିଆ ହୋଇଥିବା, ଓ ତାଙ୍କୁ ନିନ୍ଦା କରିବା ପାଇଁ ତାଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବାର ଶୟତାନକୁ ସେ ମୋତେ ଦେଖାଇଲେ।
2 तब यहोवा ने शैतान से कहा, “हे शैतान यहोवा तुझको घुड़के! यहोवा जो यरूशलेम को अपना लेता है, वही तुझे घुड़के! क्या यह आग से निकाली हुई लुकटी सी नहीं है?”
ପୁଣି, ସଦାପ୍ରଭୁ ଶୟତାନକୁ କହିଲେ, “ହେ ଶୟତାନ, ସଦାପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ! ହଁ, ଯେ ଯିରୂଶାଲମକୁ ମନୋନୀତ କରିଅଛନ୍ତି, ସେ ସଦାପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ! ଏ କି ଅଗ୍ନିରୁ କଢ଼ା ଖଣ୍ଡେ ପୋଡ଼ା କାଠଖଣ୍ଡ ନୁହେଁ?”
3 उस समय यहोशू तो दूत के सामने मैला वस्त्र पहने हुए खड़ा था।
ଏହି ସମୟରେ ଯିହୋଶୂୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ।
4 तब दूत ने उनसे जो सामने खड़े थे कहा, “इसके ये मैले वस्त्र उतारो।” फिर उसने उससे कहा, “देख, मैंने तेरा अधर्म दूर किया है, और मैं तुझे सुन्दर वस्त्र पहना देता हूँ।”
ଏଥିରେ ଦୂତ ଆପଣା ସମ୍ମୁଖରେ ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, “ଏହାଙ୍କଠାରୁ ମଳିନ ବସ୍ତ୍ର କାଢ଼ି ନିଅ।” ପୁଣି, ତାଙ୍କୁ ସେ କହିଲେ, “ଦେଖ, ଆମ୍ଭେ ତୁମ୍ଭର ଅଧର୍ମ ତୁମ୍ଭଠାରୁ ଦୂର କରିଅଛୁ ଓ ଆମ୍ଭେ ତୁମ୍ଭକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା।”
5 तब मैंने कहा, “इसके सिर पर एक शुद्ध पगड़ी रखी जाए।” और उन्होंने उसके सिर पर याजक के योग्य शुद्ध पगड़ी रखी, और उसको वस्त्र पहनाए; उस समय यहोवा का दूत पास खड़ा रहा।
ସେତେବେଳେ ମୁଁ କହିଲି, “ଲୋକମାନେ ଏହାର ମସ୍ତକରେ ନିର୍ମଳ ପଗଡ଼ି ଦିଅନ୍ତୁ!” ତହିଁରେ ସେମାନେ ତାଙ୍କ ମସ୍ତକରେ ନିର୍ମଳ ପଗଡ଼ି ଦେଲେ ଓ ତାଙ୍କୁ ବସ୍ତ୍ର ପିନ୍ଧାଇଲେ; ପୁଣି, ନିକଟରେ ସଦାପ୍ରଭୁଙ୍କ ଦୂତ ଠିଆ ହୋଇଥିଲେ।
6 तब यहोवा के दूत ने यहोशू को चिताकर कहा,
ପୁଣି, ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଦୃଢ଼ ରୂପେ କହିଲେ,
7 “सेनाओं का यहोवा तुझ से यह कहता है: यदि तू मेरे मार्गों पर चले, और जो कुछ मैंने तुझे सौंप दिया है उसकी रक्षा करे, तो तू मेरे भवन का न्यायी, और मेरे आँगनों का रक्षक होगा; और मैं तुझको इनके बीच में आने-जाने दूँगा जो पास खड़े हैं।
“ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି: ଯଦି ତୁମ୍ଭେ ଆମ୍ଭ ପଥରେ ଚାଲିବ ଓ ତୁମ୍ଭେ ଆମ୍ଭର ଆଜ୍ଞା ରକ୍ଷା କରିବ, ତେବେ ତୁମ୍ଭେ ମଧ୍ୟ ଆମ୍ଭ ଗୃହର ବିଚାର କରିବ ଓ ଆମ୍ଭ ପ୍ରାଙ୍ଗଣର ରକ୍ଷକ ହେବ, ଆଉ ନିକଟରେ ଠିଆ ହେବାର ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭକୁ ପ୍ରବେଶର ଓ ପ୍ରସ୍ଥାନର ଅଧିକାର ଦେବା।
8 हे यहोशू महायाजक, तू सुन ले, और तेरे भाई-बन्धु जो तेरे सामने खड़े हैं वे भी सुनें, क्योंकि वे मनुष्य शुभ शकुन हैं सुनो, मैं अपने दास शाख को प्रगट करूँगा।
ହେ ଯିହୋଶୂୟ ମହାଯାଜକ, ତୁମ୍ଭେ ଏବେ ଶୁଣ ଓ ତୁମ୍ଭ ସମ୍ମୁଖରେ ଉପବିଷ୍ଟ ତୁମ୍ଭର ସଙ୍ଗୀଗଣ ଶୁଣନ୍ତୁ! କାରଣ ସେମାନେ ଚିହ୍ନସ୍ୱରୂପ ଲୋକ ଅଟନ୍ତି; ଯେହେତୁ ଦେଖ, ଆମ୍ଭେ ଆପଣାର ଶାଖା ନାମକ ଦାସକୁ ଆଣିବା।
9 उस पत्थर को देख जिसे मैंने यहोशू के आगे रखा है, उस एक ही पत्थर के ऊपर सात आँखें बनी हैं, सेनाओं के यहोवा की यह वाणी है, देख मैं उस पत्थर पर खोद देता हूँ, और इस देश के अधर्म को एक ही दिन में दूर कर दूँगा।
କାରଣ, ଆମ୍ଭେ ଯିହୋଶୂୟ ସମ୍ମୁଖରେ ଯେଉଁ ପ୍ରସ୍ତର ସ୍ଥାପନ କରିଅଛୁ, ତାହା ଦେଖ! ଏକ ପ୍ରସ୍ତରର ଉପରେ ସାତ ପାର୍ଶ୍ୱ ଅଛି; ତହିଁର ମୁଦ୍ରାରେ ଆମ୍ଭେ ଖୋଦିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ଓ ଆମ୍ଭେ ଏକ ଦିନରେ ସେହି ଦେଶର ଅଧର୍ମ ଦୂର କରିବା।
10 १० उसी दिन तुम अपने-अपने भाई-बन्धुओं को दाखलता और अंजीर के वृक्ष के नीचे आने के लिये बुलाओगे, सेनाओं के यहोवा की यही वाणी है।”
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକୁ ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ତଳେ ବିଶ୍ରାମ ନେବା ପାଇଁ ନିମନ୍ତ୍ରଣ କରିବ।”

< जकर्याह 3 >