< यहेजकेल 42 >

1 फिर वह पुरुष मुझे बाहरी आँगन में उत्तर की ओर ले गया, और मुझे उन दो कोठरियों के पास लाया जो भवन के आँगन के सामने और उसके उत्तर की ओर थीं।
ତହିଁ ଉତ୍ତାରେ ସେ ମୋତେ ଉତ୍ତର ଦିଗସ୍ଥ ପଥରେ ବାହାର ପ୍ରାଙ୍ଗଣକୁ ଆଣିଲେ; ଆଉ, ପୃଥକ ସ୍ଥାନର ଓ ଗାନ୍ଥୁନୀର ନିକଟବର୍ତ୍ତୀ ଉତ୍ତର ଦିଗସ୍ଥ କୋଠରିରେ ଉପସ୍ଥିତ କରାଇଲେ।
2 सौ हाथ की दूरी पर उत्तरी द्वार था, और चौड़ाई पचास हाथ की थी।
ସମ୍ମୁଖରେ ଶହେ ହାତ ଦୀର୍ଘତାରେ ଉତ୍ତର ଦ୍ୱାର ଥିଲା ଓ ପ୍ରସ୍ଥ ପଚାଶ ହାତ ଥିଲା।
3 भीतरी आँगन के बीस हाथ सामने और बाहरी आँगन के फर्श के सामने तीनों महलों में छज्जे थे।
ଭିତର ପ୍ରାଙ୍ଗଣର କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ଚଟାଣର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବାରଣ୍ଡା ଥିଲା।
4 कोठरियों के सामने भीतर की ओर जानेवाला दस हाथ चौड़ा एक मार्ग था; और हाथ भर का एक और मार्ग था; और कोठरियों के द्वार उत्तर की ओर थे।
ପୁଣି, କୋଠରିସକଳର ସମ୍ମୁଖରେ ଭିତର ଆଡ଼େ ଦଶ ହାତ ପ୍ରସ୍ଥର ଏକ ପଥ ଓ ଏକ ହାତ ପ୍ରସ୍ଥ ଏକ ପଥ ଥିଲା ଓ ସକଳର ଦ୍ୱାର ଉତ୍ତର ଆଡ଼େ ଥିଲା।
5 ऊपरी कोठरियाँ छोटी थीं, अर्थात् छज्जों के कारण वे निचली और बिचली कोठरियों से छोटी थीं।
ଉପରିସ୍ଥ କୋଠରି ସକଳ ଛୋଟ ଥିଲା; କାରଣ ଗାନ୍ଥୁନୀର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରି ଅପେକ୍ଷା ଅପ୍ରଶସ୍ତ ବାରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ଘେନିଲା।
6 क्योंकि वे तीन मंजिला थीं, और आँगनों के समान उनके खम्भे न थे; इस कारण ऊपरी कोठरियाँ निचली और बिचली कोठरियों से छोटी थीं।
କାରଣ ତାହା ତିନି ମହଲା ଥିଲା, ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେହି ସବୁରେ ସ୍ତମ୍ଭ ନ ଥିଲା; ଏଥିପାଇଁ ଭୂମିଠାରୁ ଉଚ୍ଚତମ କୋଠରିସବୁ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ତ ଥିଲା।
7 जो दीवार कोठरियों के बाहर उनके पास-पास थी अर्थात् कोठरियों के सामने बाहरी आँगन की ओर थी, उसकी लम्बाई पचास हाथ की थी।
ପୁଣି, କୋଠରିସକଳର ସମ୍ମୁଖବର୍ତ୍ତୀ ବାହାର ପ୍ରାଙ୍ଗଣ ଆଡ଼େ କୋଠରିସକଳର ପାର୍ଶ୍ୱରେ ଯେଉଁ କାନ୍ଥ ଥିଲା, ତହିଁର ଦୀର୍ଘତା ପଚାଶ ହାତ ଥିଲା।
8 क्योंकि बाहरी आँगन की कोठरियाँ पचास हाथ लम्बी थीं, और मन्दिर के सामने की ओर सौ हाथ की थी।
କାରଣ ବାହାର ପ୍ରାଙ୍ଗଣସ୍ଥିତ କୋଠରିସକଳର ଦୀର୍ଘତା ପଚାଶ ହାତ ଥିଲା; ପୁଣି, ଦେଖ, ମନ୍ଦିର ସମ୍ମୁଖରେ ତାହା ଶହେ ହାତ ଥିଲା।
9 इन कोठरियों के नीचे पूर्व की ओर मार्ग था, जहाँ लोग बाहरी आँगन से इनमें जाते थे।
ପୁଣି, ବାହାର ପ୍ରାଙ୍ଗଣରୁ ସେହି ସବୁ କୋଠରିକୁ ଗଲା ବେଳେ ପୂର୍ବ ଦିଗରେ ତହିଁର ତଳରେ ପ୍ରବେଶ ସ୍ଥାନ ପଡ଼ିଲା।
10 १० आँगन की दीवार की चौड़ाई में पूर्व की ओर अलग स्थान और भवन दोनों के सामने कोठरियाँ थीं।
ପ୍ରାଙ୍ଗଣ କାନ୍ଥର ପ୍ରଶସ୍ତ ଭାଗରେ ପୂର୍ବ ଦିଗରେ ପୃଥକ ସ୍ଥାନର ଓ ଗାନ୍ଥୁନୀର ସମ୍ମୁଖରେ କୋଠରି ଶ୍ରେଣୀ ଥିଲା।
11 ११ उनके सामने का मार्ग उत्तरी कोठरियों के मार्ग–सा था; उनकी लम्बाई-चौड़ाई बराबर थी और निकास और ढंग उनके द्वार के से थे।
ଆଉ, ସେହି ସବୁର ସମ୍ମୁଖବର୍ତ୍ତୀ ପଥ ଉତ୍ତର ଦିଗାଭିମୁଖ କୋଠରିସକଳର ପଥ ପରି ଥିଲା; ସେହି ସବୁର ଦୀର୍ଘତା ପ୍ରମାଣରେ ପ୍ରସ୍ଥ ଥିଲା; ପୁଣି, ସେହି ସବୁର ନିର୍ଗମନ ସ୍ଥାନାନୁସାରେ ଗଠନ ଓ ଦ୍ୱାର ଥିଲା।
12 १२ दक्षिणी कोठरियों के द्वारों के अनुसार मार्ग के सिरे पर द्वार था, अर्थात् पूर्व की ओर की दीवार के सामने, जहाँ से लोग उनमें प्रवेश करते थे।
ପୁଣି, ଦକ୍ଷିଣ ଦିଗସ୍ଥିତ କୋଠରିସକଳର ଦ୍ୱାର ତୁଲ୍ୟ ପଥ ମୁଣ୍ଡରେ ଗୋଟିଏ ଦ୍ୱାର ଥିଲା; ସେହି ପଥ କାନ୍ଥର ସମ୍ମୁଖରେ, ଅର୍ଥାତ୍‍, ସେହି ସ୍ଥାନକୁ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା।
13 १३ फिर उसने मुझसे कहा, “ये उत्तरी और दक्षिणी कोठरियाँ जो आँगन के सामने हैं, वे ही पवित्र कोठरियाँ हैं, जिनमें यहोवा के समीप जानेवाले याजक परमपवित्र वस्तुएँ खाया करेंगे; वे परमपवित्र वस्तुएँ, और अन्नबलि, और पापबलि, और दोषबलि, वहीं रखेंगे; क्योंकि वह स्थान पवित्र है।
ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରିମାନ ଅଛି, ସେହି ସବୁ ପବିତ୍ର କୋଠରି, ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସକଳ ଭୋଜନ କରିବେ; ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ; କାରଣ ସେହି ସ୍ଥାନ ପବିତ୍ର ଅଟେ।
14 १४ जब जब याजक लोग भीतर जाएँगे, तब-तब निकलने के समय वे पवित्रस्थान से बाहरी आँगन में ऐसे ही न निकलेंगे, अर्थात् वे पहले अपनी सेवा टहल के वस्त्र पवित्रस्थान में रख देंगे; क्योंकि ये कोठरियाँ पवित्र हैं। तब वे दूसरे वस्त्र पहनकर साधारण लोगों के स्थान में जाएँगे।”
ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେହି ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ, ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହାସବୁ ସେଠାରେ ରଖିବେ; କାରଣ ସେହି ସବୁ ପବିତ୍ର; ଆଉ, ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ, ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ।”
15 १५ जब वह भीतरी भवन को माप चुका, तब मुझे पूर्व दिशा के फाटक के मार्ग से बाहर ले जाकर बाहर का स्थान चारों ओर मापने लगा।
ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ।
16 १६ उसने पूर्वी ओर को मापने के बाँस से मापकर पाँच सौ बाँस का पाया।
ସେ ପରିମାପକ ଦଣ୍ଡ ଦ୍ୱାର ପୂର୍ବ ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ଚତୁର୍ଦ୍ଦିଗ ପାଞ୍ଚ ଶହ ଦଣ୍ଡ ହେଲା।
17 १७ तब उसने उत्तरी ओर को मापने के बाँस से मापकर पाँच सौ बाँस का पाया।
ସେ ଉତ୍ତର ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ଚତୁର୍ଦ୍ଦିଗ ପାଞ୍ଚ ଶହ ଦଣ୍ଡ ହେଲା।
18 १८ तब उसने दक्षिणी ओर को मापने के बाँस से मापकर पाँच सौ बाँस का पाया।
ସେ ଦକ୍ଷିଣ ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ତାହା ପାଞ୍ଚ ଶହ ଦଣ୍ଡ ହେଲା।
19 १९ और पश्चिमी ओर को मुड़कर उसने मापने के बाँस से मापकर उसे पाँच सौ बाँस का पाया।
ସେ ପଶ୍ଚିମ ପାର୍ଶ୍ୱକୁ ଫେରି ପରିମାପକ ଦଣ୍ଡରେ ପାଞ୍ଚ ଶହ ଦଣ୍ଡ ମାପିଲେ।
20 २० उसने उस स्थान की चारों सीमाएँ मापी, और उसके चारों ओर एक दीवार थी, वह पाँच सौ बाँस लम्बी और पाँच सौ बाँस चौड़ी थी, और इसलिए बनी थी कि पवित्र और सर्वसाधारण को अलग-अलग करे।
ସେ ତାହାର ଚାରି ପାର୍ଶ୍ୱ ମାପିଲେ; ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଥିଲା, ତାହା ଦୀର୍ଘରେ ପାଞ୍ଚ ଶହ ଓ ପ୍ରସ୍ଥରେ ପାଞ୍ଚ ଶହ (ଦଣ୍ଡ) ଥିଲା।

< यहेजकेल 42 >