< יְחֶזְקֵאל 41 >

וַיְבִיאֵ֖נִי אֶל־הַהֵיכָ֑ל וַיָּ֣מָד אֶת־הָאֵילִ֗ים שֵׁשׁ־אַמֹּ֨ות רֹ֧חַב־מִפֹּ֛ו וְשֵׁשׁ־אַמֹּֽות־רֹ֥חַב מִפֹּ֖ו רֹ֥חַב הָאֹֽהֶל׃ 1
ଏଥିଉତ୍ତାରେ ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭସକଳ ମାପିଲେ, ସେ ଉପସ୍ତମ୍ଭର ପ୍ରସାର ଏପାଖରେ ଛଅ ହାତ, ସେପାଖରେ ଛଅ ହାତ ଥିଲା, ତମ୍ବୁର ପ୍ରସ୍ଥ ହିଁ ଏତିକି।
וְרֹ֣חַב הַפֶּתַח֮ עֶ֣שֶׂר אַמֹּות֒ וְכִתְפֹ֣ות הַפֶּ֔תַח חָמֵ֤שׁ אַמֹּות֙ מִפֹּ֔ו וְחָמֵ֥שׁ אַמֹּ֖ות מִפֹּ֑ו וַיָּ֤מָד אָרְכֹּו֙ אַרְבָּעִ֣ים אַמָּ֔ה וְרֹ֖חַב עֶשְׂרִ֥ים אַמָּֽה׃ 2
ପୁଣି, ପ୍ରବେଶ ସ୍ଥାନର ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ ସ୍ଥାନର ପାର୍ଶ୍ୱ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା; ଆଉ, ସେ ତହିଁର ଦୀର୍ଘତା ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ।
וּבָ֣א לִפְנִ֔ימָה וַיָּ֥מָד אֵֽיל־הַפֶּ֖תַח שְׁתַּ֣יִם אַמֹּ֑ות וְהַפֶּ֙תַח֙ שֵׁ֣שׁ אַמֹּ֔ות וְרֹ֥חַב הַפֶּ֖תַח שֶׁ֥בַע אַמֹּֽות׃ 3
ତେବେ ସେ ଭିତରକୁ ଯାଇ ପ୍ରବେଶ ସ୍ଥାନର ଉପସ୍ତମ୍ଭ, ପ୍ରତ୍ୟେକ ଦୁଇ ହାତ ଲେଖାଏଁ ଓ ପ୍ରବେଶ ସ୍ଥାନ ଛଅ ହାତ; ଆଉ, ପ୍ରବେଶ ସ୍ଥାନର ପ୍ରସ୍ଥ ସାତ ହାତ ମାପିଲେ।
וַיָּ֨מָד אֶת־אָרְכֹּ֜ו עֶשְׂרִ֣ים אַמָּ֗ה וְרֹ֛חַב עֶשְׂרִ֥ים אַמָּ֖ה אֶל־פְּנֵ֣י הַֽהֵיכָ֑ל וַיֹּ֣אמֶר אֵלַ֔י זֶ֖ה קֹ֥דֶשׁ הַקֳּדָשִֽׁים׃ 4
ପୁଣି, ସେ ତହିଁର ଦୀର୍ଘତା କୋଡ଼ିଏ ହାତ ଓ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ କୋଡ଼ିଏ ହାତ ମାପିଲେ; ଆଉ, ସେ ମୋତେ କହିଲେ, “ଏହା ମହାପବିତ୍ର ସ୍ଥାନ ଅଟେ।”
וַיָּ֥מָד קִֽיר־הַבַּ֖יִת שֵׁ֣שׁ אַמֹּ֑ות וְרֹ֣חַב הַצֵּלָע֩ אַרְבַּ֨ע אַמֹּ֜ות סָבִ֧יב ׀ סָבִ֛יב לַבַּ֖יִת סָבִֽיב׃ 5
ତହୁଁ ସେ ଗୃହର କାନ୍ଥ ଛଅ ହାତ ଓ ଗୃହର ଚତୁର୍ଦ୍ଦିଗସ୍ଥିତ ପାର୍ଶ୍ୱସ୍ଥ ପ୍ରତ୍ୟେକ କୋଠରିର ପ୍ରସ୍ଥ ଚାରି ହାତ ଲେଖାଏଁ ମାପିଲେ।
וְהַצְּלָעֹות֩ צֵלָ֨ע אֶל־צֵלָ֜ע שָׁלֹ֧ושׁ וּשְׁלֹשִׁ֣ים פְּעָמִ֗ים וּ֠בָאֹות בַּקִּ֨יר אֲשֶׁר־לַבַּ֧יִת לַצְּלָעֹ֛ות סָבִ֥יב ׀ סָבִ֖יב לִהְיֹ֣ות אֲחוּזִ֑ים וְלֹֽא־יִהְי֥וּ אֲחוּזִ֖ים בְּקִ֥יר הַבָּֽיִת׃ 6
ପୁଣି, ଏକ ମହଲା ଉପରେ ଅନ୍ୟ ମହଲା, ଏହିରୂପେ ପାର୍ଶ୍ୱସ୍ଥ କୋଠରି ସକଳ ତିନି ମହଲା ଓ ଏକ ଏକ ଶ୍ରେଣୀରେ ତିରିଶ କୋଠରି ଥିଲା; ଆଉ, ପାର୍ଶ୍ୱସ୍ଥ କୋଠରି ସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା; କୋଠରି ସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ।
וְֽרָחֲבָ֡ה וְֽנָסְבָה֩ לְמַ֨עְלָה לְמַ֜עְלָה לַצְּלָעֹ֗ות כִּ֣י מֽוּסַב־הַ֠בַּיִת לְמַ֨עְלָה לְמַ֜עְלָה סָבִ֤יב ׀ סָבִיב֙ לַבַּ֔יִת עַל־כֵּ֥ן רֹֽחַב־לַבַּ֖יִת לְמָ֑עְלָה וְכֵ֧ן הַתַּחְתֹּונָ֛ה יַעֲלֶ֥ה עַל־הָעֶלְיֹונָ֖ה לַתִּיכֹונָֽה׃ 7
ପୁଣି, ପାର୍ଶ୍ୱସ୍ଥ କୋଠରି ସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା; କାରଣ ଗୃହର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା; ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ଓ ନିମ୍ନତମ କୋଠରିରୁ ଉଚ୍ଚତମ କୋଠରିକୁ ଯିବାର ପଥ ମଧ୍ୟମ କୋଠରି ଦେଇ ଗଲା।
וְרָאִ֧יתִי לַבַּ֛יִת גֹּ֖בַהּ סָבִ֣יב ׀ סָבִ֑יב מְיֻסְּדֹות (מוּסְדֹ֤ות) הַצְּלָעֹות֙ מְלֹ֣ו הַקָּנֶ֔ה שֵׁ֥שׁ אַמֹּ֖ות אַצִּֽילָה׃ 8
ଆହୁରି, ମୁଁ ଦେଖିଲି ଯେ, ଗୃହର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ଚଉତରା ଥିଲା; ପାର୍ଶ୍ୱସ୍ଥ କୋଠରିସକଳର ଭିତ୍ତିମୂଳ ଛଅ ହାତ ପରିମିତ ସମ୍ପୂର୍ଣ୍ଣ ଏକ ହାତ ଥିଲା।
רֹ֣חַב הַקִּ֧יר אֲ‍ֽשֶׁר־לַצֵּלָ֛ע אֶל־הַח֖וּץ חָמֵ֣שׁ אַמֹּ֑ות וַאֲשֶׁ֣ר מֻנָּ֔ח בֵּ֥ית צְלָעֹ֖ות אֲשֶׁ֥ר לַבָּֽיִת׃ 9
ବାହାର ଭାଗରେ ପାର୍ଶ୍ୱସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ୱସ୍ଥ କୋଠରିର ସ୍ଥାନ ଥିଲା।
וּבֵ֨ין הַלְּשָׁכֹ֜ות רֹ֣חַב עֶשְׂרִ֥ים אַמָּ֛ה סָבִ֥יב לַבַּ֖יִת סָבִ֥יב ׀ סָבִֽיב׃ 10
କୋଠରିସକଳର ମଧ୍ୟରେ ଗୃହର ଚାରିଆଡ଼େ କୋଡ଼ିଏ ହାତ ପ୍ରସ୍ଥ ସ୍ଥାନ ଥିଲା।
וּפֶ֤תַח הַצֵּלָע֙ לַמֻּנָּ֔ח פֶּ֤תַח אֶחָד֙ דֶּ֣רֶךְ הַצָּפֹ֔ון וּפֶ֥תַח אֶחָ֖ד לַדָּרֹ֑ום וְרֹ֙חַב֙ מְקֹ֣ום הַמֻּנָּ֔ח חָמֵ֥שׁ אַמֹּ֖ות סָבִ֥יב ׀ סָבִֽיב׃ 11
ପୁଣି, ପାର୍ଶ୍ୱସ୍ଥ କୋଠରିସକଳର ଦ୍ୱାର ସେହି ଅବଶିଷ୍ଟ ସ୍ଥାନ ପ୍ରତି ଥିଲା, ଗୋଟିଏ ଦ୍ୱାର ଉତ୍ତର ପ୍ରତି ଓ ଅନ୍ୟ ଦ୍ୱାର ଦକ୍ଷିଣ ପ୍ରତି ଥିଲା; ଆଉ, ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା।
וְהַבִּנְיָ֡ן אֲשֶׁר֩ אֶל־פְּנֵ֨י הַגִּזְרָ֜ה פְּאַ֣ת דֶּֽרֶךְ־הַיָּ֗ם רֹ֚חַב שִׁבְעִ֣ים אַמָּ֔ה וְקִ֧יר הַבִּנְיָ֛ן חָֽמֵשׁ־אַמֹּ֥ות רֹ֖חַב סָבִ֣יב ׀ סָבִ֑יב וְאָרְכֹּ֖ו תִּשְׁעִ֥ים אַמָּֽה׃ 12
ପୁଣି, ପଶ୍ଚିମ ଦିଗସ୍ଥ ପୃଥକ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ ସତୁରି ହାତ ପ୍ରସ୍ଥ ଥିଲା ଓ ଚତୁର୍ଦ୍ଦିଗରେ ସେହି ଗୃହର କାନ୍ଥ ପାଞ୍ଚ ହାତ ଓ ତହିଁର ଦୀର୍ଘତା ନବେ ହାତ ଥିଲା।
וּמָדַ֣ד אֶת־הַבַּ֔יִת אֹ֖רֶךְ מֵאָ֣ה אַמָּ֑ה וְהַגִּזְרָ֤ה וְהַבִּנְיָה֙ וְקִ֣ירֹותֶ֔יהָ אֹ֖רֶךְ מֵאָ֥ה אַמָּֽה׃ 13
ଏହିରୂପେ ସେ ଗୃହର ଦୀର୍ଘତା ଶହେ ହାତ ଓ ପୃଥକ ସ୍ଥାନ, ଆଉ ତହିଁର ଗୃହ ଓ ତହିଁର କାନ୍ଥର ଦୀର୍ଘତା ଶହେ ହାତ ମାପିଲେ।
וְרֹחַב֩ פְּנֵ֨י הַבַּ֧יִת וְהַגִּזְרָ֛ה לַקָּדִ֖ים מֵאָ֥ה אַמָּֽה׃ 14
ଆହୁରି, ପୂର୍ବ ଦିଗରେ ଗୃହର ଓ ପୃଥକ ସ୍ଥାନର ଅଗ୍ରଭାଗ ଶହେ ହାତ ମାପିଲେ।
וּמָדַ֣ד אֹֽרֶךְ־הַ֠בִּנְיָן אֶל־פְּנֵ֨י הַגִּזְרָ֜ה אֲשֶׁ֨ר עַל־אַחֲרֶ֧יהָ וְאַתּוּקֵיהָא (וְאַתִּיקֶ֛יהָא) מִפֹּ֥ו וּמִפֹּ֖ו מֵאָ֣ה אַמָּ֑ה וְהַֽהֵיכָל֙ הַפְּנִימִ֔י וְאֻֽלַמֵּ֖י הֶחָצֵֽר׃ 15
ଏଥିଉତ୍ତାରେ ପୃଥକ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା, ଅର୍ଥାତ୍‍, ତାହାର ପଶ୍ଚାତ ଭାଗରେ ଯାହା ଥିଲା, ତାହା ଓ ଏପାଖେ ସେପାଖେ ତହିଁର ଅପ୍ରଶସ୍ତ ବାରଣ୍ଡା ଶହେ ହାତ ମାପିଲେ; ଆଉ, ଭିତର ମନ୍ଦିର ଓ ପ୍ରାଙ୍ଗଣର ବାରଣ୍ଡା (ମାପିଲେ);
הַסִּפִּ֡ים וְהַחַלֹּונִ֣ים הָ֠אֲטֻמֹות וְהָאַתִּיקִ֤ים ׀ סָבִיב֙ לִשְׁלָשְׁתָּ֔ם נֶ֧גֶד הַסַּ֛ף שְׂחִ֥יף עֵ֖ץ סָבִ֣יב ׀ סָבִ֑יב וְהָאָ֙רֶץ֙ עַד־הַֽחַלֹּנֹ֔ות וְהַֽחַלֹּנֹ֖ות מְכֻסֹּֽות׃ 16
ଦ୍ୱାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟିସବୁ ଓ ଦ୍ୱାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦ୍ଦିଗେ କାଷ୍ଠ ଆଚ୍ଛାଦିତ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ; ଜଳାକବାଟିସବୁ ଆଚ୍ଛାଦିତ ହୋଇଥିଲା;
עַל־מֵעַ֣ל הַפֶּ֡תַח וְעַד־הַבַּיִת֩ הַפְּנִימִ֨י וְלַח֜וּץ וְאֶל־כָּל־הַקִּ֨יר סָבִ֧יב ׀ סָבִ֛יב בַּפְּנִימִ֥י וּבַחִיצֹ֖ון מִדֹּֽות׃ 17
ଦ୍ୱାରର ଉପର ସ୍ଥାନ, ଅନ୍ତରସ୍ଥ ଗୃହ ଓ ବାହାରେ, ଆଉ କାନ୍ଥସବୁର ଚାରିଆଡ଼େ ଭିତରେ ଓ ବାହାରେ ସେହିସବୁର ବିଶେଷ ବିଶେଷ ପରିମାଣ (ନିରୂପିତ ହେଲା।)
וְעָשׂ֥וּי כְּרוּבִ֖ים וְתִֽמֹרִ֑ים וְתִֽמֹרָה֙ בֵּין־כְּר֣וּב לִכְר֔וּב וּשְׁנַ֥יִם פָּנִ֖ים לַכְּרֽוּב׃ 18
ପୁଣି, ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପକର୍ମ ଥିଲା, କିରୂବ ଓ କିରୂବ ମଧ୍ୟରେ ଏକ ଖର୍ଜ୍ଜୁର ବୃକ୍ଷ ଓ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା।
וּפְנֵ֨י אָדָ֤ם אֶל־הַתִּֽמֹרָה֙ מִפֹּ֔ו וּפְנֵֽי־כְפִ֥יר אֶל־הַתִּֽמֹרָ֖ה מִפֹּ֑ו עָשׂ֥וּי אֶל־כָּל־הַבַּ֖יִת סָבִ֥יב ׀ סָבִֽיב׃ 19
ଏହିରୂପେ ଏକ ପାର୍ଶ୍ୱସ୍ଥ ଖର୍ଜ୍ଜୁର ବୃକ୍ଷ ପ୍ରତି ମନୁଷ୍ୟର ମୁଖ ଓ ଅନ୍ୟ ପାର୍ଶ୍ୱସ୍ଥ ଖର୍ଜ୍ଜୁର ବୃକ୍ଷ ପ୍ରତି ଯୁବା ସିଂହର ମୁଖ ଥିଲା; ଏହି ପ୍ରକାର ଗୃହଯାକ ଥିଲା।
מֵהָאָ֙רֶץ֙ עַד־מֵעַ֣ל הַפֶּ֔תַח הַכְּרוּבִ֥ים וְהַתִּֽמֹרִ֖ים עֲשׂוּיִ֑ם וְקִ֖יר הַׄהֵׄיׄכָֽׄלׄ׃ 20
ଭୂମିଠାରୁ ଦ୍ୱାରର ଉପରଭାଗ ପର୍ଯ୍ୟନ୍ତ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା; ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା।
הַֽהֵיכָ֖ל מְזוּזַ֣ת רְבֻעָ֑ה וּפְנֵ֣י הַקֹּ֔דֶשׁ הַמַּרְאֶ֖ה כַּמַּרְאֶֽה׃ 21
ମନ୍ଦିରର ଦ୍ୱାରବନ୍ଧସବୁ ଚତୁଷ୍କୋଣାକାର ଓ ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା।
הַמִּזְבֵּ֡חַ עֵ֣ץ שָׁלֹושׁ֩ אַמֹּ֨ות גָּבֹ֜הַּ וְאָרְכֹּ֣ו שְׁתַּֽיִם־אַמֹּ֗ות וּמִקְצֹֽעֹותָיו֙ לֹ֔ו וְאָרְכֹּ֥ו וְקִֽירֹתָ֖יו עֵ֑ץ וַיְדַבֵּ֣ר אֵלַ֔י זֶ֚ה הַשֻּׁלְחָ֔ן אֲשֶׁ֖ר לִפְנֵ֥י יְהוָֽה׃ 22
ବେଦି କାଷ୍ଠନିର୍ମିତ ତିନି ହାତ ଉଚ୍ଚ ଓ ତହିଁର ଦୀର୍ଘତା ଦୁଇ ହାତ ଥିଲା; ଆଉ, ତହିଁର କୋଣସବୁ ତହିଁର ଦୀର୍ଘତା ଓ ତହିଁର ଚାରିପାଖ କାଷ୍ଠମୟ ଥିଲା; ପୁଣି, ସେ ଆମ୍ଭକୁ କହିଲେ, “ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି।”
וּשְׁתַּ֧יִם דְּלָתֹ֛ות לַֽהֵיכָ֖ל וְלַקֹּֽדֶשׁ׃ 23
ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ୱାର ଥିଲା।
וּשְׁתַּ֥יִם דְּלָתֹ֖ות לַדְּלָתֹ֑ות שְׁ֚תַּיִם מוּסַבֹּ֣ות דְּלָתֹ֔ות שְׁ֚תַּיִם לְדֶ֣לֶת אֶחָ֔ת וּשְׁתֵּ֥י דְלָתֹ֖ות לָאַחֶֽרֶת׃ 24
ଆଉ, ଏକ ଏକ କବାଟର ଦୁଇ ଦୁଇ ପଟ, ଦୁଇ ଦୁଇ ଘୂରିବା ପଟ ଥିଲା, ଅର୍ଥାତ୍‍, ଏକ ଦ୍ୱାରର ଦୁଇ ପଟ ଓ ଅନ୍ୟ ଦ୍ୱାରର ଦୁଇ ପଟ ଥିଲା।
וַעֲשׂוּיָ֨ה אֲלֵיהֶ֜ן אֶל־דַּלְתֹ֤ות הַֽהֵיכָל֙ כְּרוּבִ֣ים וְתִֽמֹרִ֔ים כַּאֲשֶׁ֥ר עֲשׂוּיִ֖ם לַקִּירֹ֑ות וְעָ֥ב עֵ֛ץ אֶל־פְּנֵ֥י הָאוּלָ֖ם מֵהַחֽוּץ׃ 25
ପୁଣି, ସେହି ସବୁରେ, ଅର୍ଥାତ୍‍, ମନ୍ଦିର କବାଟରେ କାନ୍ଥରେ ଯେପରି, ସେହିପରି କିରୂବଗଣ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ଥିଲା; ଆଉ, ବାହାର ବାରଣ୍ଡାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା।
וְחַלֹּונִ֨ים אֲטֻמֹ֤ות וְתִֽמֹרִים֙ מִפֹּ֣ו וּמִפֹּ֔ו אֶל־כִּתְפֹ֖ות הָֽאוּלָ֑ם וְצַלְעֹ֥ות הַבַּ֖יִת וְהָעֻבִּֽים׃ 26
ଆଉ, ବାରଣ୍ଡାର ପାର୍ଶ୍ୱରେ ଏପାଖରେ ଓ ସେପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା, ଗୃହର ପାର୍ଶ୍ୱସ୍ଥ କୋଠରି ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା।

< יְחֶזְקֵאל 41 >