< יְחֶזְקֵאל 30 >

וַיְהִ֥י דְבַר־יְהוָ֖ה אֵלַ֥י לֵאמֹֽר׃ 1
ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
בֶּן־אָדָ֕ם הִנָּבֵא֙ וְאָ֣מַרְתָּ֔ כֹּ֥ה אָמַ֖ר אֲדֹנָ֣י יְהוִ֑ה הֵילִ֖ילוּ הָ֥הּ לַיֹּֽום׃ 2
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଆଉ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ହାହାକାର କରି କୁହ, ହାୟ ହାୟ, ସେହି ଦିନ!
כִּֽי־קָרֹ֣וב יֹ֔ום וְקָרֹ֥וב יֹ֖ום לַֽיהוָ֑ה יֹ֣ום עָנָ֔ן עֵ֥ת גֹּויִ֖ם יִֽהְיֶֽה׃ 3
କାରଣ ସେହି ଦିନ ନିକଟବର୍ତ୍ତୀ, ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସେହି ଦିନ ମେଘାଚ୍ଛନ୍ନ ଦିନ; ତାହା ଅନ୍ୟଦେଶୀୟମାନଙ୍କର କାଳ ହେବ।
וּבָאָ֥ה חֶ֙רֶב֙ בְּמִצְרַ֔יִם וְהָיְתָ֤ה חַלְחָלָה֙ בְּכ֔וּשׁ בִּנְפֹ֥ל חָלָ֖ל בְּמִצְרָ֑יִם וְלָקְח֣וּ הֲמֹונָ֔הּ וְנֶהֶרְס֖וּ יְסֹודֹתֶֽיהָ׃ 4
ପୁଣି, ମିସର ବିରୁଦ୍ଧରେ ଖଡ୍ଗ ଆସିବ ଓ ମିସର ଦେଶରେ ହତ ଲୋକମାନେ ପତିତ ହେଲେ କୂଶ ମଧ୍ୟରେ ଯାତନା ହେବ; ଆଉ, ସେମାନେ ତାହାର ଧନସମ୍ପତ୍ତି ଘେନିଯିବେ ଓ ତାହାର ଭିତ୍ତିମୂଳସକଳ ଭଗ୍ନ ହେବ।
כּ֣וּשׁ וּפ֤וּט וְלוּד֙ וְכָל־הָעֶ֣רֶב וְכ֔וּב וּבְנֵ֖י אֶ֣רֶץ הַבְּרִ֑ית אִתָּ֖ם בַּחֶ֥רֶב יִפֹּֽלוּ׃ פ 5
କୂଶ ଓ ପୂଟ୍‍ ଓ ଲୁଦ୍‍, ଆଉ ମିଶ୍ରିତ ଲୋକ ସମସ୍ତେ, ପୁଣି, କୂବ୍‍ ଓ ମିତ୍ରଦେଶୀୟ ଲୋକ ସମସ୍ତେ ସେମାନଙ୍କ ସଙ୍ଗେ ଖଡ୍ଗରେ ପତିତ ହେବେ।
כֹּ֚ה אָמַ֣ר יְהוָ֔ה וְנָֽפְלוּ֙ סֹמְכֵ֣י מִצְרַ֔יִם וְיָרַ֖ד גְּאֹ֣ון עֻזָּ֑הּ מִמִּגְדֹּ֣ל סְוֵנֵ֗ה בַּחֶ֙רֶב֙ יִפְּלוּ־בָ֔הּ נְאֻ֖ם אֲדֹנָ֥י יְהוִֽה׃ 6
ସଦାପ୍ରଭୁ ଏହି କଥା କହନ୍ତି, ମିସରର ସହାୟକାରୀମାନେ ପତିତ ହେବେ ଓ ତାହାର ପରାକ୍ରମର ଗର୍ବ ଖର୍ବ ହେବ; ମିଗ୍‍ଦୋଲଠାରୁ ସିବେନୀ ଦୁର୍ଗ ପର୍ଯ୍ୟନ୍ତ ଲୋକ ସମସ୍ତେ ତହିଁ ମଧ୍ୟରେ ଖଡ୍ଗ ଦ୍ୱାରା ପତିତ ହେବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
וְנָשַׁ֕מּוּ בְּתֹ֖וךְ אֲרָצֹ֣ות נְשַׁמֹּ֑ות וְעָרָ֕יו בְּתֹוךְ־עָרִ֥ים נַחֲרָבֹ֖ות תִּֽהְיֶֽינָה׃ 7
ପୁଣି, ସେମାନେ ଧ୍ୱଂସିତ ନଗରସମୂହ ମଧ୍ୟରେ ଧ୍ୱଂସିତ ହେବେ ଓ ତାହାର ନଗରସକଳ ଉତ୍ସନ୍ନ ନଗରସମୂହର ମଧ୍ୟରେ ଥିବ।
וְיָדְע֖וּ כִּֽי־אֲנִ֣י יְהוָ֑ה בְּתִתִּי־אֵ֣שׁ בְּמִצְרַ֔יִם וְנִשְׁבְּר֖וּ כָּל־עֹזְרֶֽיהָ׃ 8
ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇଲା ଉତ୍ତାରେ ଓ ତାହାର ସହାୟକାରୀ ସମସ୍ତେ ବିନଷ୍ଟ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
בַּיֹּ֣ום הַה֗וּא יֵצְא֨וּ מַלְאָכִ֤ים מִלְּפָנַי֙ בַּצִּ֔ים לְהַחֲרִ֖יד אֶת־כּ֣וּשׁ בֶּ֑טַח וְהָיְתָ֨ה חַלְחָלָ֤ה בָהֶם֙ בְּיֹ֣ום מִצְרַ֔יִם כִּ֥י הִנֵּ֖ה בָּאָֽה׃ ס 9
ସେହି ଦିନ ନିଶ୍ଚିନ୍ତ କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଦୂତମାନେ ଆମ୍ଭ ସମ୍ମୁଖରୁ ଜାହାଜରେ ଯିବେ; ପୁଣି, ମିସରର ଦିନରେ ଯେପରି ହୋଇଥିଲା, ସେହିପରି ସେମାନଙ୍କର ଯାତନା ହେବ; କାରଣ ଦେଖ, ତାହା ଆସୁଅଛି।
כֹּ֥ה אָמַ֖ר אֲדֹנָ֣י יְהוִ֑ה וְהִשְׁבַּתִּי֙ אֶת־הֲמֹ֣ון מִצְרַ֔יִם בְּיַ֖ד נְבוּכַדְרֶאצַּ֥ר מֶלֶךְ־בָּבֶֽל׃ 10
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ମଧ୍ୟ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତ ଦ୍ୱାରା ମିସରର ଲୋକସମୂହ ଶେଷ କରିବା।
ה֠וּא וְעַמֹּ֤ו אִתֹּו֙ עָרִיצֵ֣י גֹויִ֔ם מֽוּבָאִ֖ים לְשַׁחֵ֣ת הָאָ֑רֶץ וְהֵרִ֤יקוּ חַרְבֹותָם֙ עַל־מִצְרַ֔יִם וּמָלְא֥וּ אֶת־הָאָ֖רֶץ חָלָֽל׃ 11
ସେ ଓ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ତାହାର ଲୋକମାନେ ତାହା ସଙ୍ଗେ ଦେଶ ବିନାଶାର୍ଥେ ଅଣାଯିବେ; ଆଉ, ସେମାନେ ମିସରର ବିରୁଦ୍ଧରେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରି ହତ ଲୋକରେ ଦେଶ ପୂର୍ଣ୍ଣ କରିବେ।
וְנָתַתִּ֤י יְאֹרִים֙ חָֽרָבָ֔ה וּמָכַרְתִּ֥י אֶת־הָאָ֖רֶץ בְּיַד־רָעִ֑ים וַהֲשִׁמֹּתִ֞י אֶ֤רֶץ וּמְלֹאָהּ֙ בְּיַד־זָרִ֔ים אֲנִ֥י יְהוָ֖ה דִּבַּֽרְתִּי׃ ס 12
ପୁଣି, ଆମ୍ଭେ ସ୍ରୋତସମୂହ ଶୁଷ୍କ କରିବା ଓ ମନ୍ଦ ଲୋକମାନଙ୍କ ହସ୍ତରେ ଦେଶ ବିକ୍ରୟ କରିବା; ଆଉ, ଆମ୍ଭେ ବିଦେଶୀମାନଙ୍କ ହସ୍ତ ଦ୍ୱାରା ଦେଶ ଓ ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ୱଂସ କରିବା; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
כֹּֽה־אָמַ֞ר אֲדֹנָ֣י יְהוִ֗ה וְהַאֲבַדְתִּ֨י גִלּוּלִ֜ים וְהִשְׁבַּתִּ֤י אֱלִילִים֙ מִנֹּ֔ף וְנָשִׂ֥יא מֵאֶֽרֶץ־מִצְרַ֖יִם לֹ֣א יִֽהְיֶה־עֹ֑וד וְנָתַתִּ֥י יִרְאָ֖ה בְּאֶ֥רֶץ מִצְרָֽיִם׃ 13
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦେବତାଗଣକୁ ହିଁ ବିନାଶ କରିବା ଓ ଆମ୍ଭେ ନୋଫରୁ ପ୍ରତିମାସକଳ ଶେଷ କରାଇବା, ପୁଣି, ମିସର ଦେଶରୁ ଆଉ ଅଧିପତି ଉତ୍ପନ୍ନ ନୋହିବ ଓ ଆମ୍ଭେ ମିସର ଦେଶରେ ଭୟ ଜନ୍ମାଇବା।
וַהֲשִׁמֹּתִי֙ אֶת־פַּתְרֹ֔וס וְנָתַ֥תִּי אֵ֖שׁ בְּצֹ֑עַן וְעָשִׂ֥יתִי שְׁפָטִ֖ים בְּנֹֽא׃ 14
ପୁଣି, ଆମ୍ଭେ ପଥ୍ରୋଷକୁ ଧ୍ୱଂସ କରିବା ଓ ସୋୟନରେ ଅଗ୍ନି ଲଗାଇବା, ଆଉ ନୋ-ନଗରରେ ଦଣ୍ଡାଜ୍ଞା ସଫଳ କରିବା।
וְשָׁפַכְתִּ֣י חֲמָתִ֔י עַל־סִ֖ין מָעֹ֣וז מִצְרָ֑יִם וְהִכְרַתִּ֖י אֶת־הֲמֹ֥ון נֹֽא׃ 15
ପୁଣି, ଆମ୍ଭେ ମିସରର ଦୃଢ଼ ଦୁର୍ଗ ସୀନ ଉପରେ ଆପଣା କୋପ ଢାଳି ଦେବା ଓ ଆମ୍ଭେ ନୋ-ନଗରର ଲୋକସମୂହକୁ ଉଚ୍ଛିନ୍ନ କରିବା।
וְנָתַ֤תִּי אֵשׁ֙ בְּמִצְרַ֔יִם ח֤וּל תָּחִיל (תָּחוּל֙) סִ֔ין וְנֹ֖א תִּהְיֶ֣ה לְהִבָּקֵ֑עַ וְנֹ֖ף צָרֵ֥י יֹומָֽם׃ 16
ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇବା; ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ; ଆଉ, ଦିବସ ସମୟରେ ନୋଫର ବିପକ୍ଷମାନେ ଉତ୍ପାତ କରିବେ।
בַּח֥וּרֵי אָ֛וֶן וּפִי־בֶ֖סֶת בַּחֶ֣רֶב יִפֹּ֑לוּ וְהֵ֖נָּה בַּשְּׁבִ֥י תֵלַֽכְנָה׃ 17
ଓନ୍‍ ଓ ପୀବେଶହର ଯୁବାମାନେ ଖଡ୍ଗରେ ପତିତ ହେବେ ଓ ନଗରସବୁ ବନ୍ଦୀତ୍ୱ ସ୍ଥାନକୁ ଯିବେ।
וּבִֽתְחַפְנְחֵס֙ חָשַׂ֣ךְ הַיֹּ֔ום בְּשִׁבְרִי־שָׁם֙ אֶת־מֹטֹ֣ות מִצְרַ֔יִם וְנִשְׁבַּת־בָּ֖הּ גְּאֹ֣ון עֻזָּ֑הּ הִ֚יא עָנָ֣ן יְכַסֶּ֔נָּה וּבְנֹותֶ֖יהָ בַּשְּׁבִ֥י תֵלַֽכְנָה׃ 18
ଆମ୍ଭେ ଯେତେବେଳେ ତଫନ୍‍ହେଷରେ ମିସରର ଯୁଆଳିସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ସେତେବେଳେ ସେଠାରେ ଦିବସ ଆପେ ଅପସରି ଯିବ; ଆଉ, ସେ ନିଜେ ମେଘାଚ୍ଛନ୍ନ ହେବ ଓ ତାହାର କନ୍ୟାଗଣ ବନ୍ଦୀତ୍ୱ ସ୍ଥାନକୁ ଯିବେ।
וְעָשִׂ֥יתִי שְׁפָטִ֖ים בְּמִצְרָ֑יִם וְיָדְע֖וּ כִּֽי־אֲנִ֥י יְהוָֽה׃ פ 19
ଏହିରୂପେ ଆମ୍ଭେ ମିସରରେ ଦଣ୍ଡାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
וַיְהִ֗י בְּאַחַ֤ת עֶשְׂרֵה֙ שָׁנָ֔ה בָּֽרִאשֹׁ֖ון בְּשִׁבְעָ֣ה לַחֹ֑דֶשׁ הָיָ֥ה דְבַר־יְהוָ֖ה אֵלַ֥י לֵאמֹֽר׃ 20
ଏଥିଉତ୍ତାରେ ଏକାଦଶ ବର୍ଷର ପ୍ରଥମ ମାସ, ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
בֶּן־אָדָ֕ם אֶת־זְרֹ֛ועַ פַּרְעֹ֥ה מֶֽלֶךְ־מִצְרַ֖יִם שָׁבָ֑רְתִּי וְהִנֵּ֣ה לֹֽא־חֻ֠בְּשָׁה לָתֵ֨ת רְפֻאֹ֜ות לָשׂ֥וּם חִתּ֛וּל לְחָבְשָׁ֥הּ לְחָזְקָ֖הּ לִתְפֹּ֥שׂ בֶּחָֽרֶב׃ ס 21
“ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ମିସରର ରାଜା ଫାରୋର ବାହୁ ଭାଙ୍ଗିଅଛୁ; ଆଉ ଦେଖ, ଖଡ୍ଗ ଧରିବା ନିମନ୍ତେ ତାହା ଯେପରି ସବଳ ହେବ, ଏଥିପାଇଁ ସ୍ୱାସ୍ଥ୍ୟଜନକ ଔଷଧ ଦେଇ ପଟି ଲଗାଇ ତାହା ବନ୍ଧାଯାଇ ନାହିଁ।
לָכֵ֞ן כֹּה־אָמַ֣ר ׀ אֲדֹנָ֣י יְהֹוִ֗ה הִנְנִי֙ אֶל־פַּרְעֹ֣ה מֶֽלֶךְ־מִצְרַ֔יִם וְשָֽׁבַרְתִּי֙ אֶת־זְרֹ֣עֹתָ֔יו אֶת־הַחֲזָקָ֖ה וְאֶת־הַנִּשְׁבָּ֑רֶת וְהִפַּלְתִּ֥י אֶת־הַחֶ֖רֶב מִיָּדֹֽו׃ 22
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ମିସରର ରାଜା ଫାରୋର ପ୍ରତିକୂଳ ଅଟୁ, ଆଉ ତାହାର ବଳବାନ ଓ ଭଗ୍ନ, ଉଭୟ ବାହୁ ଭାଙ୍ଗି ପକାଇବା ଓ ଆମ୍ଭେ ତାହାର ହସ୍ତରୁ ଖଡ୍ଗ ଖସାଇ ପକାଇବା।
וַהֲפִצֹותִ֥י אֶת־מִצְרַ֖יִם בַּגֹּויִ֑ם וְזֵרִיתִ֖ם בָּאֲרָצֹֽות׃ 23
ପୁଣି, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ମିସରୀୟମାନଙ୍କୁ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା।
וְחִזַּקְתִּ֗י אֶת־זְרֹעֹות֙ מֶ֣לֶךְ בָּבֶ֔ל וְנָתַתִּ֥י אֶת־חַרְבִּ֖י בְּיָדֹ֑ו וְשָׁבַרְתִּי֙ אֶת־זְרֹעֹ֣ות פַּרְעֹ֔ה וְנָאַ֛ק נַאֲקֹ֥ות חָלָ֖ל לְפָנָֽיו׃ 24
ଆଉ, ଆମ୍ଭେ ବାବିଲ ରାଜାର ବାହୁଦ୍ୱୟ ସବଳ କରିବା ଓ ତାହା ହସ୍ତରେ ଆମ୍ଭର ଖଡ୍ଗ ଦେବା; ମାତ୍ର ଆମ୍ଭେ ଫାରୋର ବାହୁଦ୍ୱୟ ଭାଙ୍ଗି ପକାଇବା, ତହିଁରେ ସେ ପ୍ରାଣନାଶକ କ୍ଷତପ୍ରାପ୍ତ ଲୋକର କାତରୋକ୍ତି ତୁଲ୍ୟ କାତରୋକ୍ତି ତାହା ସାକ୍ଷାତରେ କରିବ।
וְהַחֲזַקְתִּ֗י אֶת־זְרֹעֹות֙ מֶ֣לֶךְ בָּבֶ֔ל וּזְרֹעֹ֥ות פַּרְעֹ֖ה תִּפֹּ֑לְנָה וְֽיָדְע֞וּ כִּֽי־אֲנִ֣י יְהוָ֗ה בְּתִתִּ֤י חַרְבִּי֙ בְּיַ֣ד מֶֽלֶךְ־בָּבֶ֔ל וְנָטָ֥ה אֹותָ֖הּ אֶל־אֶ֥רֶץ מִצְרָֽיִם׃ 25
ପୁଣି, ଆମ୍ଭେ ବାବିଲ ରାଜାର ବାହୁଦ୍ୱୟ ଟେକି ଧରିବା ଓ ଫାରୋର ବାହୁଦ୍ୱୟ ତଳକୁ ଓହଳି ପଡ଼ିବ; ଆଉ, ଆମ୍ଭେ ଯେତେବେଳେ ବାବିଲ ରାଜାର ହସ୍ତରେ ଆମ୍ଭର ଖଡ୍ଗ ଦେବା ଓ ସେ ମିସର ଦେଶ ବିରୁଦ୍ଧରେ ତାହା ବିସ୍ତାର କରିବ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
וַהֲפִצֹותִ֤י אֶת־מִצְרַ֙יִם֙ בַּגֹּויִ֔ם וְזֵרִיתִ֥י אֹותָ֖ם בָּאֲרָצֹ֑ות וְיָדְע֖וּ כִּֽי־אֲנִ֥י יְהוָֽה׃ ס 26
ପୁଣି, ଆମ୍ଭେ ମିସରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”

< יְחֶזְקֵאל 30 >