< Irmiya 2 >

1 Maganar Ubangiji ta zo mini cewa,
ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
2 “Tafi ka yi shela a kunnuwar Urushalima cewa, “‘Na tuna da amincin ƙuruciyarki, yadda kamar amarya kika ƙaunace ni kika kuma bi ni cikin hamada, cikin ƙasar da ba a yi shuka ba.
“ଯାଅ ଓ ଯିରୂଶାଲମର କର୍ଣ୍ଣଗୋଚରରେ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ ଯୌବନାବସ୍ଥାର ଭକ୍ତି, ତୁମ୍ଭ ବିବାହ ସମୟର ପ୍ରେମ, ତୁମ୍ଭେ ପ୍ରାନ୍ତରରେ ଅବୁଣା ଦେଶରେ କିରୂପେ ଆମ୍ଭ ପଶ୍ଚାଦ୍‍ଗମନ କଲ, ଏହା ତୁମ୍ଭ ପକ୍ଷରେ ଆମ୍ଭେ ସ୍ମରଣ କରୁଅଛୁ।
3 Isra’ila tsattsarka ce ga Ubangiji, nunan fari na girbinsa; dukan waɗanda suka cinye ta an same su da laifi, masifa kuwa ta same su,’” in ji Ubangiji.
ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର, ତାହାଙ୍କ ଆୟର ପ୍ରଥମ ଫଳ ସ୍ୱରୂପ ଥିଲା। ଯେଉଁମାନେ ତାହାକୁ ଗ୍ରାସ କରନ୍ତି, ସେସମସ୍ତେ ଦୋଷୀ ଗଣାଯିବେ; ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ,” ଏହା ସଦାପ୍ରଭୁ କହନ୍ତି।
4 Ka saurari maganar Ubangiji, ya gidan Yaƙub, dukanku zuriyar gidan Isra’ila.
ହେ ଯାକୁବର ବଂଶ, ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀସବୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ;
5 Ga abin da Ubangiji yana cewa, “Wane laifi ne kakanninku sun same ni da shi, da suka tsaya nesa da ni? Sun bi gumakan banza su kansu suka kuma zama banza da kansu.
ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ, ସେମାନେ ଆମ୍ଭଠାରୁ ଦୂରକୁ ଯାଇଅଛନ୍ତି ଓ ଅସାର ପ୍ରତିମାଗଣର ପଶ୍ଚାଦ୍‍ଗମନ କରି ନିଜେ ଅସାର ହୋଇଅଛନ୍ତି?
6 Ba su yi tambaya, ‘Ina Ubangiji, wanda ya fitar da su daga Masar ya bishe su cikin jeji cikin hamada da kwazazzabai ƙasa mai fări da kuma duhu, ƙasar da ba kowa mai ratsa ta ba kowa kuma mai zama a cikinta?’
ଅଥବା ‘ଯେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରର, ମରୁଭୂମି ଓ ଗର୍ତ୍ତମୟ ଦେଶର, ଆଉ ନିର୍ଜଳ ଓ ମୃତ୍ୟୁୁଚ୍ଛାୟାରୂପ ଦେଶର, ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶର ମଧ୍ୟରେ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସେହି ସଦାପ୍ରଭୁ କାହାନ୍ତି,’ ଏହା ସେମାନେ କହିଲେ ନାହିଁ।
7 Na kawo ku zuwa ƙasa mai albarka don ku ci amfaninta da abubuwa masu yalwar da take bayarwa. Amma kuka zo kuka ƙazantar da ƙasata kuka kuma mai da gādona abin ƙyama.
ପୁଣି, ତୁମ୍ଭେମାନେ ଯେପରି ଫଳ ଓ ଅତ୍ୟୁତ୍ତମ ଦ୍ରବ୍ୟ ଭୋଜନ କରିବ, ଏଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଏକ ଅତି ଉର୍ବରା ଦେଶକୁ ଆଣିଲୁ; ମାତ୍ର ତୁମ୍ଭେମାନେ ପ୍ରବେଶ କରି ଆମ୍ଭ ଦେଶକୁ ଅଶୁଚି ଓ ଆମ୍ଭ ଅଧିକାରକୁ ଘୃଣାସ୍ପଦ କଲ।
8 Firistoci ba su yi tambaya, ‘Ina Ubangiji ba.’ Waɗanda suke amfani da doka ba su san ni ba; shugabanni suka yi mini tawaye. Annabawa suka yi annabci ta wurin Ba’al, suna bin gumakan banza.
‘ସଦାପ୍ରଭୁ କାହାନ୍ତି,’ ଏହା ଯାଜକମାନେ କହିଲେ ନାହିଁ, ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ; ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟଦ୍‍ବକ୍ତାମାନେ ବାଲ୍‍ଦେବ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନର ପଶ୍ଚାଦ୍‍ଗମନ କଲେ।
9 “Saboda haka ina sāke tuhumarku,” in ji Ubangiji. “Zan kuma tuhumi’ya’ya’ya’yanku.
ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଆହୁରି ପ୍ରତିବାଦ କରିବା ଓ ତୁମ୍ଭମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା।
10 Ku ƙetare zuwa tsibiran Kittim ku gani, ku aika zuwa Kedar ku duba da kyau; ku ga ko an taɓa yin wani abu haka.
ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପସମୂହକୁ ଯାଇ ଦେଖ, ଆଉ କେଦାରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି?
11 Akwai wata al’ummar da ta canja allolinta? (Duk da haka su ba alloli ba ne sam.) Amma mutanena sun musayar da ɗaukakarsu da gumakan banza.
ଦେବତାମାନେ ଈଶ୍ୱର ନୋହିଲେ ହେଁ କୌଣସି ଦେଶୀୟ ଲୋକେ କି ଆପଣା ଦେବତାମାନଙ୍କୁ ବଦଳ କରିଅଛନ୍ତି? ମାତ୍ର ଆମ୍ଭର ଲୋକମାନେ ନିଷ୍ଫଳ ବସ୍ତୁ ନିମନ୍ତେ ଆପଣାମାନଙ୍କର ଗୌରବସ୍ୱରୂପଙ୍କୁ ବଦଳ କରିଅଛନ୍ତି।
12 Ku girgiza saboda wannan, ya sammai, ku kuma razana don tsoro mai girma,” in ji Ubangiji.
ହେ ଆକାଶମଣ୍ଡଳ, ଏଥିରେ ଚମତ୍କୃତ ହୁଅ ଓ ମହାଭୟଗ୍ରସ୍ତ ହୋଇ ସଙ୍କୁଚିତ ହୁଅ, ଏହା ସଦାପ୍ରଭୁ କହନ୍ତି।
13 “Mutanena sun aikata zunubai guda biyu. Sun rabu da ni, ni da nake maɓulɓular ruwan rai, sun kuma haƙa tankunan ruwansu, tankuna ruwan da suka fashe da ba za su iya riƙe ruwa ba.
କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରିଅଛନ୍ତି; ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ଯେ ଆମ୍ଭେ, ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଆପଣାମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି, ସେସବୁ ଭଗ୍ନ କୂପ, ଜଳଧାରଣ କରି ନ ପାରେ।
14 Isra’ila bawa ne, bawa ne ta wurin haihuwa? Me ya sa ya zama ganima?
ଇସ୍ରାଏଲ କି ଦାସ? ସେ କି ଗୃହଜାତ ଜନ୍ମରୁ ଦାସ? ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି?
15 Zakoki sun yi ruri; sun yi masa ruri. Sun lalatar da ƙasarsa; an ƙone garuruwansa aka kuma watse daga ciki.
ଯୁବା ସିଂହମାନେ ତାହା ଉପରେ ଗର୍ଜ୍ଜନ ଓ ହୁଙ୍କାର କରିଅଛନ୍ତି ଓ ସେମାନେ ତାହାର ଦେଶ ଉଜାଡ଼ କରିଅଛନ୍ତି; ତାହାର ନଗରସବୁ ଦଗ୍ଧ ହୋଇ ନିବାସବିହୀନ ହୋଇଅଛି।
16 Haka ma, mutanen Memfis da Tafanes sun aske rawanin kanka
ଆହୁରି ନୋଫର ଓ ତଫନ୍‍ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟକୁ ଭାଙ୍ଗିଅଛନ୍ତି।
17 Ba kai ne ba ka jawo wa kanka ba ta wurin rabuwa da Ubangiji Allahnka sa’ad da ya bi da kai a hanya?
ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପଥରେ କଢ଼ାଇ ଘେନିଯିବା ସମୟରେ ତୁମ୍ଭେ ତାହାଙ୍କୁ ପରିତ୍ୟାଗ କରିବାରୁ ଏହା କି ଆପଣା ପ୍ରତି ଆପେ ଘଟାଇ ନାହଁ?
18 To, me ya sa za ka Masar don shan ruwa daga Shihor? Kuma me ya sa za ka Assuriya don shan ruwa daga Kogi?
ଆଉ, ଏବେ ଶୀହୋରର ଜଳ ପାନ କରିବା ନିମନ୍ତେ ତୁମ୍ଭେ ମିସରର ପଥରେ କାହିଁକି ଯାଉଅଛ? ଅଥବା ଫରାତ୍‍ ନଦୀର ଜଳ ପାନ କରିବା ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ?
19 Muguntarka za tă hukunta ka; jan bayanka zai tsawata maka. Sai ka lura ka kuma gane yaya mugu da kuma ɗaci suke a gare ka sa’ad da ka rabu da Ubangiji Allahnka kuma ba ka tsorona,” in ji Ubangiji Maɗaukaki.
ତୁମ୍ଭ ନିଜର ଦୁଷ୍ଟତା ତୁମ୍ଭକୁ ଶାସ୍ତି ଦେବ ଓ ତୁମ୍ଭର ବିପଥଗମନ ତୁମ୍ଭକୁ ଅନୁଯୋଗ କରିବ; ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପରିତ୍ୟାଗ କରିବାର ଓ ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାର ଯେ ମନ୍ଦ ଓ ତିକ୍ତ ବିଷୟ, ଏହା ଜ୍ଞାତ ହୋଇ ବୁଝ।
20 “Tun da daɗewa ka karya karkiyarka ka kuma tsintsinke sarƙoƙinka; sai ka ce, ‘Ba zan bauta maka ba!’ Tabbatacce, a kan kowane tudu mai tsayi da kuma a ƙarƙashin kowane ɗanyen itace ka kwanta kamar karuwa.
ପୂର୍ବକାଳରେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନସକଳ ଛେଦନ କଲୁ; ଆଉ, ତୁମ୍ଭେ କହିଲ, ‘ଆମ୍ଭେ ଦାସ୍ୟକର୍ମ କରିବା ନାହିଁ;’ କାରଣ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭେ ବ୍ୟଭିଚାର କରିବା ପାଇଁ ନତ ହୋଇଅଛ।
21 Na shuka ka kamar zaɓaɓɓen inabi iri mai kyau da kuma wanda za a dogara a kai. Yaya kuma ka juya kana gāba da ni ka lalace, ka zama inabin jeji?
ତଥାପି ଆମ୍ଭେ ତୁମ୍ଭକୁ ସର୍ବତୋଭାବେ ପ୍ରକୃତ ବୀଜରୁ ଉତ୍ପନ୍ନ ଉତ୍ତମ ଦ୍ରାକ୍ଷାଲତା କରି ରୋପଣ କରିଥିଲୁ; ତେବେ ତୁମ୍ଭେ କିପରି ଆମ୍ଭ ନିକଟରେ ବିଜାତୀୟ ଦ୍ରାକ୍ଷାଲତାରୁ ଉତ୍ପନ୍ନ ବିକୃତ ଚାରା ହେଲ?
22 Ko da yake ka wanke kanka da sabulu ka yi amfani da sabulu mai yawa, duk da haka har yanzu tabon laifinka yana nan a gabana,” in ji Ubangiji Mai Iko Duka.
ପ୍ରଭୁ, ସଦାପ୍ରଭୁ କହନ୍ତି, ଯଦ୍ୟପି ତୁମ୍ଭେ ଆପଣାକୁ ସୋଡ଼ାରେ ଧୌତ କର ଓ ବହୁତ ସାବୁନ ଲଗାଅ, ତଥାପି ଆମ୍ଭ ଦୃଷ୍ଟିରେ ତୁମ୍ଭ ଅଧର୍ମ ଚିହ୍ନିତ ହୋଇ ରହିଅଛି।
23 “Yaya za ka ce, ‘Ban ƙazantu ba; ban bi Ba’al ba’? Duba yadda ka yi a cikin kwari; ka ga abin da ka yi. Kai kamar makwaɗaciyar raƙuma ce mai zafin gudu kana gudu nan da can,
‘ଆମ୍ଭେ ଅଶୁଚି ନୋହୁଁ, ଆମ୍ଭେ ବାଲ୍‍ ଦେବଗଣର ପଶ୍ଚାଦ୍‍ଗାମୀ ହୋଇ ନାହୁଁ ବୋଲି’ ତୁମ୍ଭେ କିପରି କହିପାର? ଉପତ୍ୟକାରେ ତୁମ୍ଭ ଗତାୟାତ ପଥ ଦେଖ, ଯାହା ତୁମ୍ଭେ କରିଅଛ, ତାହା ଜ୍ଞାତ ହୁଅ; ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଉଷ୍ଟ୍ରୀ;
24 kamar jakar jejin da ta saba da hamada, mai busar iska cikin son barbaranta sa’ad da take son barbara wa zai iya hana ta? Jakin da yake nemanta, ba ya bukatar wahalar da kansa; a lokacin barbara za a same ta.
ତୁମ୍ଭେ ପ୍ରାନ୍ତର ପରିଚିତା ବନ୍ୟ ଗର୍ଦ୍ଦଭୀ ଅଟ; ସେ ଆପଣା ଅଭିଳାଷକ୍ରମେ ବାୟୁ ଆଘ୍ରାଣ କରେ, ତାହାର ଋତୁ ସମୟରେ କିଏ ତାହାକୁ ଫେରାଇ ପାରଇ? ତାହାର ଅନ୍ବେଷଣକାରୀମାନଙ୍କର ଆପଣାମାନଙ୍କୁ କ୍ଳାନ୍ତ କରିବାର ପ୍ରୟୋଜନ ନାହିଁ; ସେମାନେ ତାହାର ନିୟମିତ ମାସରେ ତାହାକୁ ପାଇବେ।
25 Kada ka yi gudu har ƙafafunka su zama ba takalma maƙogwaronka kuma ya bushe. Amma sai ka ce, ‘Ba amfani! Ina ƙaunar baƙin alloli kuma dole in bi su.’
‘ତୁମ୍ଭେ ଆପଣା ଚରଣ ପାଦୁକାରହିତ ଓ କଣ୍ଠ ଶୁଷ୍କ ହେବାକୁ ଦିଅ ନାହିଁ; ମାତ୍ର ତୁମ୍ଭେ କହିଲ, ଆଉ ଭରସା ନାହିଁ; ନା, କାରଣ ମୁଁ ବିଦେଶୀୟମାନଙ୍କୁ ପ୍ରେମ କରିଅଛି ଓ ମୁଁ ସେମାନଙ୍କର ପଶ୍ଚାଦ୍‍ଗାମିନୀ ହେବି।’
26 “Kamar yadda akan kunyatar da ɓarawo sa’ad da aka kama shi, haka gidan Isra’ila zai sha kunya, su, sarakunansu da shugabanninsu, firistocinsu da kuma annabawansu.
ଚୋର ଧରା ପଡ଼ିଲେ ଯେପରି ଲଜ୍ଜିତ ହୁଏ, ସେପରି ଇସ୍ରାଏଲ ବଂଶ, ସେମାନଙ୍କର ରାଜାଗଣ, ସେମାନଙ୍କର ଅଧିପତିଗଣ, ସେମାନଙ୍କର ଯାଜକଗଣ ଓ ସେମାନଙ୍କର ଭବିଷ୍ୟଦ୍‍ବକ୍ତାଗଣ ସମସ୍ତେ ଲଜ୍ଜିତ ହୋଇଅଛନ୍ତି;
27 Kuna ce wa itace, ‘Kai ne mahaifina,’ ga dutse kuma, ‘Kai ne ka haife ni.’ Sun juye mini bayansu ba fuskokinsu ba; duk da haka sa’ad da suna cikin wahala, sukan ce, ‘Zo ka cece mu!’
ସେମାନେ ଖଣ୍ଡେ କାଠମୁଣ୍ଡାକୁ କହନ୍ତି, ‘ତୁମ୍ଭେ ଆମ୍ଭର ପିତା’ ଓ ପଥରକୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ,’ ସେମାନେ ଆମ୍ଭ ଆଡ଼କୁ ମୁଖ ନ ଫେରାଇ ଆପଣା ଆପଣା ପିଠି ଫେରାଇ ଅଛନ୍ତି; ବିପଦ ସମୟରେ ସେମାନେ କହିବେ, ‘ତୁମ୍ଭେ ଉଠ, ଆମ୍ଭମାନଙ୍କୁ ଉଦ୍ଧାର କର।’
28 To ina allolin da kuka yi wa kanku? Bari su zo in suna iya cetonku sa’ad da kuke cikin wahala! Gama kuna da alloli masu yawa kamar yadda kuke da garuruwa, ya Yahuda.
ମାତ୍ର ତୁମ୍ଭେ ନିଜ ପାଇଁ ଯେଉଁ ଦେବତାମାନଙ୍କୁ ନିର୍ମାଣ କରିଅଛ, ସେମାନେ କାହାନ୍ତି? ସେମାନେ ଉଠନ୍ତୁ, ଯେବେ ପାରନ୍ତି, ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ; କାରଣ ହେ ଯିହୁଦା, ତୁମ୍ଭ ନଗରସମୂହର ସଂଖ୍ୟା ପ୍ରମାଣେ ତୁମ୍ଭର ଦେବତାମାନେ ଅଛନ୍ତି।
29 “Me ya sa kuke tuhumana? Dukanku kun yi mini tawaye,” in ji Ubangiji.
ତୁମ୍ଭେମାନେ କାହିଁକି ଆମ୍ଭ ସଙ୍ଗେ ବିବାଦ କରିବ? ସଦାପ୍ରଭୁ କହନ୍ତି, ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛ।
30 “A banza na hukunta mutanenku; ba su yi gyara ba. Takobinku ya cinye annabawanku kamar zaki mai jin yunwa.
ଆମ୍ଭେ ବ୍ୟର୍ଥରେ ତୁମ୍ଭ ସନ୍ତାନଗଣକୁ ଆଘାତ କରିଅଛୁ; ସେମାନେ ଶାସ୍ତି ଗ୍ରାହ୍ୟ କଲେ ନାହିଁ; ତୁମ୍ଭମାନଙ୍କର ନିଜ ଖଡ୍ଗ, ବିନାଶକ ସିଂହ ତୁଲ୍ୟ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଗ୍ରାସ କରିଅଛି।
31 “Ku na wannan zamani, ku saurari maganar Ubangiji. “Na zama wa Isra’ila hamada ne ko ƙasa mai babban duhu? Me ya sa mutanena suke cewa, ‘Muna da’yanci mu yi ta yawo; ba za mu ƙara zuwa wurinka ba’?
ହେ ବର୍ତ୍ତମାନ କାଳର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଆଲୋଚନା କର, ଆମ୍ଭେ କି ଇସ୍ରାଏଲ ପ୍ରତି ପ୍ରାନ୍ତର ସ୍ୱରୂପ, ଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ୱରୂପ ହୋଇଅଛୁ? ଆମ୍ଭର ଲୋକମାନେ କାହିଁକି କହୁଅଛନ୍ତି, ‘ଆମ୍ଭେମାନେ ବନ୍ଧନଛିଣ୍ଡା ହୋଇଅଛୁ; ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ?’
32 Budurwa za tă manta da kayan adonta amarya ta manta da kayan adon aurenta? Duk da haka mutanena sun manta da ni, kwanaki ba iyaka.
କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରିଅଛନ୍ତି।
33 Kuna da azanci sosai a bin masoya! Kai, ko mafiya muni cikin mata tana iya koya daga hanyoyinku.
ତୁମ୍ଭେ ପ୍ରେମର ଚେଷ୍ଟାରେ କିପରି ଆପଣା ପଥ ସଜାଡ଼ୁଅଛ! ଏହି କାରଣରୁ ଦୁଷ୍ଟା ସ୍ତ୍ରୀମାନଙ୍କୁ ହିଁ ତୁମ୍ଭେ ଆପଣା ପଥ ଶିଖାଇଅଛ।
34 A rigunanku mutane kan sami jinin matalauta marasa laifi, ko da yake ba ku kama su suna fasawa su shiga ba. Duk da haka
ଆହୁରି, ତୁମ୍ଭ ବସ୍ତ୍ରର ଅଞ୍ଚଳରେ ନିର୍ଦ୍ଦୋଷ ଦୀନହୀନମାନଙ୍କ ପ୍ରାଣର ରକ୍ତ ଦେଖାଯାଏ; ତାହା ସିନ୍ଧି କାଟିବା ସ୍ଥାନରେ ନୁହେଁ, ମାତ୍ର ଏହିସବୁର ଉପରେ ଆମ୍ଭେ ଦେଖିଅଛୁ।
35 kuna cewa, ‘Ba ni da laifi; ba ya fushi da ni.’ Amma zan zartar da hukunci a kanku domin kun ce, ‘Ban yi zunubi ba.’
ତଥାପି ତୁମ୍ଭେ କହିଲ, ‘ଆମ୍ଭେ ନିର୍ଦ୍ଦୋଷ; ଅବଶ୍ୟ ଆମ୍ଭଠାରୁ ତାହାଙ୍କର କ୍ରୋଧ ଫେରିଅଛି।’ ତୁମ୍ଭେ କହୁଅଛ, ‘ଆମ୍ଭେ ପାପ କରି ନାହୁଁ,’ ଏହେତୁ ଦେଖ, ଆମ୍ଭେ ତୁମ୍ଭର ବିଚାର କରିବା।
36 Don me kuke yawo da yawa haka, kuna ta canjin hanyoyinku? Masar za tă kunyata ku yadda kuka sha kunya a wurin Assuriya.
ତୁମ୍ଭେ ଆପଣା ପଥ ପରିବର୍ତ୍ତନ କରିବା ପାଇଁ କାହିଁକି ଏଣେତେଣେ ମିଥ୍ୟାରେ ଏତେ ଭ୍ରମଣ କରୁଅଛ? ତୁମ୍ଭେ ଅଶୂରର ବିଷୟରେ ଯେପରି ଲଜ୍ଜିତା ହୋଇଥିଲ, ସେପରି ମିସରର ବିଷୟରେ ହେଁ ଲଜ୍ଜିତା ହେବ।
37 Za ku kuma bar wurin da hannuwanku a kanku, gama Ubangiji ya ƙi waɗanda kuka amince da su; ba za ku zama abin taimako a gare su ba.
ତୁମ୍ଭେ ଆପଣା ମୁଣ୍ଡରେ ହାତ ଦେଇ ତାହା ନିକଟରୁ ମଧ୍ୟ ବାହାରି ଯିବ; କାରଣ ସଦାପ୍ରଭୁ ତୁମ୍ଭର ବିଶ୍ୱାସପାତ୍ରମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି ଓ ସେମାନଙ୍କ ଦ୍ୱାରା ତୁମ୍ଭେ କୃତକାର୍ଯ୍ୟ ହେବ ନାହିଁ।

< Irmiya 2 >