< Fitowa 18 >

1 Ana nan sai Yetro firist na Midiyan, kuma surukin Musa, ya ji duk abin da Allah ya yi wa Musa da mutanensa Isra’ila, da kuma yadda Ubangiji ya fitar da Isra’ila daga Masar.
ଏଥିଉତ୍ତାରେ ପରମେଶ୍ୱର ମୋଶାଙ୍କ ନିମନ୍ତେ ଓ ଆପଣା ଲୋକ ଇସ୍ରାଏଲ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି, ବିଶେଷରେ ସଦାପ୍ରଭୁ ଇସ୍ରାଏଲ ବଂଶକୁ ମିସରଠାରୁ କିପରି ବାହାର କରି ଆଣିଅଛନ୍ତି, ଏହିସବୁ କଥା ମୋଶାଙ୍କର ଶ୍ୱଶୁର ମିଦୀୟନୀୟ ଯାଜକ ଯିଥ୍ରୋ ଶୁଣିବାକୁ ପାଇଲେ।
2 Bayan da Musa ya tura matarsa Ziffora gida, sai surukinsa Yetro ya karɓe ta
ତହିଁରେ ମୋଶାଙ୍କର ଶ୍ୱଶୁର ସେହି ଯିଥ୍ରୋ ଆପଣା ଗୃହକୁ ପ୍ରେରିତା ମୋଶାଙ୍କର ଭାର୍ଯ୍ୟା ସିପ୍ପୋରାକୁ ଓ ତାହାର ଦୁଇ ପୁତ୍ରଙ୍କୁ ସଙ୍ଗରେ ନେଲେ।
3 da’ya’yanta biyu maza. Ana kira ɗaya Gershom, domin Musa ya ce, “Na zama baƙo a baƙuwar ƙasa”;
ସେହି ଦୁଇ ପୁତ୍ର ମଧ୍ୟରେ ଜଣକର ନାମ ଗେର୍ଶୋମ, କାରଣ ସେ କହିଥିଲେ, “ମୁଁ ପରଦେଶରେ ପ୍ରବାସୀ ହେଲି।”
4 ɗayan kuma Eliyezer, domin ya ce, “Allah mahaifina ya taimake ni ya cece ni daga takobin Fir’auna.”
ପୁଣି, ଅନ୍ୟର ନାମ ଇଲୀୟେଜର, କାରଣ ସେ କହିଥିଲେ, “ମୋʼ ପିତାଙ୍କ ପରମେଶ୍ୱର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ୍ଗରୁ ମୋତେ ଉଦ୍ଧାର କଲେ।”
5 Yetro surukin Musa tare da’ya’yan Musa da matarsa suka zo wurin Musa a hamada, inda suka kafa sansani kusa da dutsen Allah
ଏଥିଉତ୍ତାରେ ମୋଶାଙ୍କର ଶ୍ୱଶୁର ଯିଥ୍ରୋ, ମୋଶାଙ୍କର ସେହି ଦୁଇ ପୁତ୍ର ଓ ଭାର୍ଯ୍ୟାକୁ ସଙ୍ଗରେ ଘେନି ପ୍ରାନ୍ତରରେ ମୋଶାଙ୍କ ନିକଟକୁ, ଅର୍ଥାତ୍‍, ପରମେଶ୍ୱରଙ୍କ ପର୍ବତର ଯେଉଁ ସ୍ଥାନରେ ସେ ଛାଉଣି ସ୍ଥାପନ କରିଥିଲେ, ସେହି ସ୍ଥାନକୁ ଆସିଲେ।
6 Yetro ya riga ya aika wa Musa cewa, “Ni surukinka Yetro, ina zuwa wurinka tare da matarka da’ya’yanka maza biyu.”
ପୁଣି, ସେ ମୋଶାଙ୍କୁ ଜଣାଇଲେ, “ତୁମ୍ଭର ଶ୍ୱଶୁର ଯିଥ୍ରୋ, ମୁଁ ଓ ତୁମ୍ଭର ଭାର୍ଯ୍ୟା, ତାହା ସହିତ ତୁମ୍ଭର ଦୁଇ ପୁତ୍ର, ଆମ୍ଭେ ସମସ୍ତେ ତୁମ୍ଭ ନିକଟକୁ ଆସିଅଛୁ।”
7 Sai Musa ya tafi yă taryi surukinsa, ya sunkuya ya yi masa sumba. Suka gai da juna, sa’an nan suka shiga tenti.
ସେତେବେଳେ ମୋଶା ଆପଣା ଶ୍ୱଶୁର ସହିତ ସାକ୍ଷାତ କରିବାକୁ ବାହାରକୁ ଯାଇ ତାଙ୍କୁ ପ୍ରଣାମ ଓ ଚୁମ୍ବନ କଲେ; ପୁଣି, ପରସ୍ପର ମଙ୍ଗଳ ବାର୍ତ୍ତା ପଚାରିଲା ଉତ୍ତାରେ ସେମାନେ ତମ୍ବୁରେ ପ୍ରବେଶ କଲେ।
8 Musa kuwa ya faɗa wa surukinsa duk abubuwan da Ubangiji ya yi wa Fir’auna da Masarawa domin Isra’ila, da batun wahalolin da suka sha a hanya, da yadda Ubangiji ya cece su.
ଏଥିଉତ୍ତାରେ ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ଫାରୋଙ୍କ ପ୍ରତି ଓ ମିସରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଳେଶ ଘଟିଅଛି ଓ ସଦାପ୍ରଭୁ ଯେପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତାନ୍ତ ମୋଶା ଆପଣା ଶ୍ୱଶୁରଙ୍କୁ ଜଣାଇଲେ।
9 Yetro ya yi murna da jin duk abubuwa masu kyau da Ubangiji ya yi wa Isra’ila, wajen cetonsu daga hannun Masarawa.
ତହିଁରେ ସଦାପ୍ରଭୁ ମିସରୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରି ଯେସବୁ ମଙ୍ଗଳ ପ୍ରଦାନ କରିଅଛନ୍ତି, ତହିଁ ନିମନ୍ତେ ଯିଥ୍ରୋ ଅତି ଆହ୍ଲାଦିତ ହେଲେ।
10 “Yabo ga Ubangiji wanda ya cece ku daga hannun Masarawa da na Fir’auna, wanda kuma ya cece mutanensa daga hannun Masarawa.
ପୁଣି, ଯିଥ୍ରୋ କହିଲେ, “ଯେଉଁ ସଦାପ୍ରଭୁ ମିସରୀୟମାନଙ୍କର ଓ ଫାରୋଙ୍କର ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଆଉ ମିସରୀୟମାନଙ୍କ ଅଧୀନତାରୁ ଲୋକମାନଙ୍କୁ ଉଦ୍ଧାର କରିଅଛନ୍ତି, ସେ ଧନ୍ୟ।
11 Yanzu na san cewa Ubangiji ya fi kowane allah, gama ya yi wannan ga masu girman kai da kuma waɗanda suka wulaƙanta Isra’ila.”
ସଦାପ୍ରଭୁ ସମସ୍ତ ଦେବଗଣଠାରୁ ଅଧିକ ମହାନ, ଏହା ମୁଁ ଏବେ ଜାଣିଲି। ହଁ, ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ, (ସେହି ବିଷୟରେ ସେ ମହାନ।”)
12 Sa’an nan Yetro surukin Musa, ya kawo hadaya ta ƙonawa da waɗansu hadayu wa Allah, Haruna ya zo tare da dukan dattawan Isra’ila, suka ci abinci tare da surukin Musa a gaban Allah.
ଏଥିଉତ୍ତାରେ ମୋଶାଙ୍କ ଶ୍ୱଶୁର ଯିଥ୍ରୋ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ; ପୁଣି, ହାରୋଣ ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗରେ ଭୋଜନ କଲେ।
13 Kashegari, Musa ya zauna domin yă yi wa mutane shari’a, sai suka tsaya kewaye da shi daga safe har yamma.
ତହିଁ ଆରଦିନ ମୋଶା ଲୋକମାନଙ୍କର ବିଚାର କରିବାକୁ ବସନ୍ତେ, ଲୋକମାନେ ପ୍ରଭାତଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ସମ୍ମୁଖରେ ଠିଆ ହୋଇ ରହିଲେ।
14 Sa’ad da surukinsa ya lura da duk abin da Musa yake yi saboda mutane, sai ya ce, “Mene ne wannan da kake yi wa mutane? Don me kai kaɗai kake zama kana yin shari’a wa mutane, yayinda mutanen nan suke tsaya kewaye da kai daga safe har yamma?”
ସେତେବେଳେ ମୋଶା ଲୋକମାନଙ୍କ ବିଷୟରେ ଯାହା ଯାହା କଲେ, ତାଙ୍କର ଶ୍ୱଶୁର ତାହା ଦେଖି କହିଲେ, “ତୁମ୍ଭେ ଲୋକମାନଙ୍କ ପ୍ରତି ଏ କିରୂପ ବ୍ୟବହାର କରୁଅଛ? ତୁମ୍ଭେ କାହିଁକି ଏକାକୀ ବସ ଓ ସମସ୍ତ ଲୋକ ପ୍ରଭାତଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭ ଚାରିଆଡ଼େ କାହିଁକି ଠିଆ ହୋଇ ରହନ୍ତି?”
15 Musa ya amsa ya ce, “Saboda mutanen suna zuwa wurina, don su nemi nufin Allah.
ତହିଁରେ ମୋଶା ଆପଣା ଶ୍ୱଶୁରଙ୍କୁ କହିଲେ, “ଲୋକମାନେ ପରମେଶ୍ୱରଙ୍କ ବିଚାର ବୁଝିବା ପାଇଁ ମୋʼ ପାଖକୁ ଆସନ୍ତି
16 Duk lokacin da suke da gardama, akan kawo su a wurina, ni kuma sai in raba tsakaninsu, in kuma koya musu dokokin Allah da farillansa.”
ଓ ସେମାନଙ୍କର କୌଣସି ବିବାଦ ହେଲେ, ମୋʼ ପାଖକୁ ଆସନ୍ତି; ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଚାର କରେ, ପୁଣି, ପରମେଶ୍ୱରଙ୍କ ବିଧି ଓ ବ୍ୟବସ୍ଥାସବୁ ସେମାନଙ୍କୁ ଜ୍ଞାତ କରାଏ।”
17 Surukin Musa ya amsa ya ce, “Abin da kake yi ba daidai ba ne.
ଏଥିଉତ୍ତାରେ ମୋଶାଙ୍କର ଶ୍ୱଶୁର କହିଲେ, “ତୁମ୍ଭର ଏହି କର୍ମ ଭଲ ନୁହେଁ।
18 Kai da dukan mutanen da suke zuwa wurinka za ku gajiyar da kanku. Aikin ya fi ƙarfinka; ba za ka iya yinsa kai kaɗai ba.
ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଏହି ଲୋକମାନେ ଦୁହେଁ ନିଶ୍ଚୟ କ୍ଷୀଣ ହୋଇଯିବ; କାରଣ ଏ କାର୍ଯ୍ୟ ତୁମ୍ଭ ନିମନ୍ତେ ଅତି ଭାରୀ; ତୁମ୍ଭେ ଏକାକୀ ଏହା ସାଧନ କରି ନ ପାର।
19 Ka kasa kunne gare ni yanzu, zan ba ka shawara, Allah kuma yă kasance tare da kai. Kai za ka zama wakilin mutane a gaban Allah, ka kuma kawo gardamansu gare shi.
ଏହେତୁ ମୋʼ କଥାରେ ମନୋଯୋଗ କର, ମୁଁ ତୁମ୍ଭଙ୍କୁ ପରାମର୍ଶ ଦେବି, ପୁଣି, ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହେଉନ୍ତୁ; ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ।
20 Ka koya musu dokokinsa da farillarsa, ka kuma nuna musu hanyar rayuwa da ayyukan da za su yi.
ପୁଣି, ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କର ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ।
21 Amma ka zaɓi mutane masu iyawa daga dukan mutane, maza masu tsoron Allah, amintattu, masu ƙin rashawa, ka sanya su shugabanni na dubbai, ɗari-ɗari, hamsin-hamsin da goma-goma.
ଆହୁରି, ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍‍, ପରମେଶ୍ୱରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର; ପୁଣି, ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଚାଶପତି ଓ ଦଶପତି ରୂପେ ନିଯୁକ୍ତ କର।
22 Bari waɗannan mutane su sassanta mutane a kan ƙananan matsaloli, amma kowace babban matsala, ko bukata ta musamman, sai su kawo wurinka, ƙananan matsaloli kuma sai su yanke hukuncin da kansu. Ta haka ne za su taimaka wajen ɗaukan nauyin jama’a, don su sa aikin yă zama maka da sauƙi.
ସେମାନେ ସର୍ବଦା ଲୋକମାନଙ୍କର ବିଚାର କରନ୍ତୁ, ପୁଣି, କୌଣସି ବଡ଼ କଥା ହେଲେ ତୁମ୍ଭ ନିକଟକୁ ଆଣିବେ, ମାତ୍ର କ୍ଷୁଦ୍ର କଥାସବୁ ସେମାନେ ଆପେ ବିଚାର କରିବେ, ତାହାହେଲେ ତୁମ୍ଭ ନିଜ କର୍ମ ଉଶ୍ୱାସ ହେବ, ପୁଣି, ସେମାନେ ତୁମ୍ଭ ସହିତ ଭାର ବହିବେ।
23 In ka yi haka, Allah ya umarta za ka iya jimre gajiyar, kuma dukan mutanen nan za su koma gida da murna.”
ଯଦି ତୁମ୍ଭେ ଏହିପରି କରିବ, ପୁଣି, ପରମେଶ୍ୱର ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମ୍ଭେ ସହ୍ୟ କରି ପାରିବ? ଆଉ ଏହିସବୁ ଲୋକମାନେ କୁଶଳରେ ସ୍ୱ ସ୍ଥାନକୁ ଯିବେ।”
24 Musa ya kasa kunne ga surukinsa, ya kuma aikata duk abin da ya faɗa.
ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ।
25 Ya zaɓi mutane masu iyawa daga cikin dukan Isra’ila, ya naɗa su shugabannin mutane, shugabanni a kan dubbai, ɗari-ɗari, hamsin-hamsin da goma-goma.
ପୁଣି, ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ, ଅର୍ଥାତ୍‍, ସହସ୍ରପତି, ଶତପତି, ପଚାଶପତି ଓ ଦଶପତି ରୂପେ ନିଯୁକ୍ତ କଲେ।
26 Suka yi hidimar alƙalanci na mutane a dukan lokaci. Gardandamin da suke da wuya, suka kawo wurin Musa, amma ƙananan batuttuwa, suka shari’anta a tsakaninsu.
ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ; କଠିନ ବିଚାରସବୁ ମୋଶାଙ୍କ ପାଖକୁ ଆଣିଲେ; ମାତ୍ର କ୍ଷୁଦ୍ର କ୍ଷୁଦ୍ର କଥାସବୁ ଆପେ ଆପେ ବିଚାର କଲେ।
27 Sa’an nan Musa ya sallame surukinsa Yetro, ya kuwa koma ƙasarsa.
ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁରଙ୍କୁ ବିଦାୟ କରନ୍ତେ, ସେ ସ୍ୱଦେଶକୁ ପ୍ରସ୍ଥାନ କଲେ।

< Fitowa 18 >