< Προς Κορινθιους Α΄ 8 >

1 περι δε των ειδωλοθυτων οιδαμεν οτι παντες γνωσιν εχομεν η γνωσις φυσιοι η δε αγαπη οικοδομει
ଦେବପ୍ରସାଦ ସମ୍ବନ୍ଧରେ ମୋହର ଉତ୍ତର ଏହି, ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି ବୋଲି ତୁମ୍ଭେମାନେ ଯାହା କହୁଅଛ, ତାହା ଆମ୍ଭେମାନେ ଜାଣୁ। ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମରୁ ନିଷ୍ଠା ଜାତ ହୁଏ।
2 ει δε τις δοκει ειδεναι τι ουδεπω ουδεν εγνωκεν καθως δει γνωναι
ଯଦି କେହି କୌଣସି ବିଷୟରେ ଜ୍ଞାନୀ ବୋଲି ମନେ କରେ, ତେବେ ତାହାର ଯେପରି ଜାଣିବା ଉଚିତ୍, ସେ ଏପର୍ଯ୍ୟନ୍ତ ସେପରି ଜାଣି ନାହିଁ;
3 ει δε τις αγαπα τον θεον ουτος εγνωσται υπ αυτου
କିନ୍ତୁ ଯଦି କେହି ଈଶ୍ବରଙ୍କୁ ପ୍ରେମ କରେ, ସେହି ଜଣ ତାହାଙ୍କ ପରିଚିତ।
4 περι της βρωσεως ουν των ειδωλοθυτων οιδαμεν οτι ουδεν ειδωλον εν κοσμω και οτι ουδεις θεος ετερος ει μη εις
ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ବର ବିନା ଦ୍ୱିତୀୟ ନାହିଁ।
5 και γαρ ειπερ εισιν λεγομενοι θεοι ειτε εν ουρανω ειτε επι [της] γης ωσπερ εισιν θεοι πολλοι και κυριοι πολλοι
କାରଣ ସ୍ୱର୍ଗରେ ହେଉ ବା ପୃଥିବୀରେ ହେଉ, ଯେଉଁମାନଙ୍କୁ ଦେବତା ବୋଲି କୁହାଯାଏ, ଯଦ୍ୟପି ସେମାନେ ଥାଇ ପାରନ୍ତି (ଏପରି ତ ଅନେକ ଦେବତା ଓ ଅନେକ ପ୍ରଭୁ ଅଛନ୍ତି),
6 αλλ ημιν εις θεος ο πατηρ εξ ου τα παντα και ημεις εις αυτον και εις κυριος ιησους χριστος δι ου τα παντα και ημεις δι αυτου
ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ବର, ଅର୍ଥାତ୍‍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି, ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ, ପୁଣି, ଏକମାତ୍ର ପ୍ରଭୁ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି, ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ।
7 αλλ ουκ εν πασιν η γνωσις τινες δε τη συνειδησει του ειδωλου εως αρτι ως ειδωλοθυτον εσθιουσιν και η συνειδησις αυτων ασθενης ουσα μολυνεται
ତଥାପି ସମସ୍ତଙ୍କର ଏହି ଜ୍ଞାନ ନାହିଁ; କିନ୍ତୁ କେତେକ ଲୋକ ଏପର୍ଯ୍ୟନ୍ତ ଦେବତା ଅଛି ବୋଲି ଭାବି ଦେବପ୍ରସାଦ ଭୋଜନ କରନ୍ତି, ଆଉ ସେମାନଙ୍କର ବିବେକ ଦୁର୍ବଳ ଥିବାରୁ କଳୁଷିତ ହୁଏ।
8 βρωμα δε ημας ου παριστησιν τω θεω ουτε γαρ εαν φαγωμεν περισσευομεν ουτε εαν μη φαγωμεν υστερουμεθα
କିନ୍ତୁ ଖାଦ୍ୟଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟରେ ଗ୍ରାହ୍ୟ କି ଅଗ୍ରାହ୍ୟ କରାଏ ନାହିଁ; ଭୋଜନ ନ କଲେ ଆମ୍ଭମାନଙ୍କର କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଲାଭ ହୁଏ ନାହିଁ।
9 βλεπετε δε μηπως η εξουσια υμων αυτη προσκομμα γενηται τοις ασθενουσιν
କିନ୍ତୁ ସାବଧାନ, କାଳେ ତୁମ୍ଭମାନଙ୍କର ଏହି ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ହୁଏ।
10 εαν γαρ τις ιδη σε τον εχοντα γνωσιν εν ειδωλειω κατακειμενον ουχι η συνειδησις αυτου ασθενους οντος οικοδομηθησεται εις το τα ειδωλοθυτα εσθιειν
କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ପ୍ରତିମାର ମନ୍ଦିରରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତାହାର ବିବେକ କଅଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ?
11 και απολειται ο ασθενων αδελφος επι τη ση γνωσει δι ον χριστος απεθανεν
ଏଣୁ ଯେଉଁ ଦୁର୍ବଳ ଭ୍ରାତା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ସେ ତୁମ୍ଭ ଜ୍ଞାନ ଦ୍ୱାରା ନଷ୍ଟ ହେଉଅଛି।
12 ουτως δε αμαρτανοντες εις τους αδελφους και τυπτοντες αυτων την συνειδησιν ασθενουσαν εις χριστον αμαρτανετε
ଏହି ପ୍ରକାରେ ଭାଇମାନଙ୍କ ବିରୁଦ୍ଧରେ ପାପ କରି ଓ ସେମାନଙ୍କ ଦୁର୍ବଳ ବିବେକକୁ ଆଘାତ କରି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଅଛ।
13 διοπερ ει βρωμα σκανδαλιζει τον αδελφον μου ου μη φαγω κρεα εις τον αιωνα ινα μη τον αδελφον μου σκανδαλισω (aiōn g165)
ଅତଏବ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋହର ଭାଇ ଯେପରି ମୋʼ ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ କଦାପି ମାଂସ ଖାଇବି ନାହିଁ। (aiōn g165)

< Προς Κορινθιους Α΄ 8 >