< 1 Corinthians 9 >

1 Am I not free? Am I not an apostle? Haven’t I seen Jesus Christ, our Lord? Aren’t you my work in the Lord?
ମୁଁ କଅଣ ସ୍ୱାଧୀନ ନୁହେଁ? ମୁଁ କଅଣ ଜଣେ ପ୍ରେରିତ ନୁହେଁ? ମୁଁ କଅଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ? ତୁମ୍ଭେମାନେ କଅଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ?
2 If to others I am not an apostle, yet at least I am to you; for you are the seal of my apostleship in the Lord.
ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମ୍ଭମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଦ୍ରାଙ୍କ ସ୍ୱରୂପ।
3 My defense to those who examine me is this:
ମୋହର ସମାଲୋଚକମାନଙ୍କୁ ମୋହର ଉତ୍ତର ଏହି।
4 Have we no right to eat and to drink?
ଭୋଜନପାନ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?
5 Have we no right to take along a wife who is a believer, even as the rest of the apostles, and the brothers of the Lord, and Cephas?
ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?
6 Or have only Barnabas and I no right to not work?
କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କଅଣ କେବଳ ମୋହର ଓ ବର୍ଣ୍ଣବ୍ବାଙ୍କର ଅଧିକାର ନାହିଁ?
7 What soldier ever serves at his own expense? Who plants a vineyard, and doesn’t eat of its fruit? Or who feeds a flock, and doesn’t drink from the flock’s milk?
କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ? କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ? ଅବା କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ?
8 Do I speak these things according to the ways of men? Or doesn’t the law also say the same thing?
ମୁଁ ମନୁଷ୍ୟ ଭାବରେ କଅଣ ଏହିସବୁ କଥା କହୁଅଛି? ମୋଶାଙ୍କ ବ୍ୟବସ୍ଥା ମଧ୍ୟ କଅଣ ଏହିସବୁ କଥା କୁହେ ନାହିଁ?
9 For it is written in the law of Moses, “You shall not muzzle an ox while it treads out the grain.” Is it for the oxen that God cares,
କାରଣ ମୋଶାଙ୍କ ବ୍ୟବସ୍ଥାରେ ଏହା ଲେଖାଅଛି, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ।” ଈଶ୍ବର କଅଣ ବଳଦ ବିଷୟରେ ଚିନ୍ତା କରନ୍ତି?
10 or does he say it assuredly for our sake? Yes, it was written for our sake, because he who plows ought to plow in hope, and he who threshes in hope should partake of his hope.
ସେ କଅଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ୍, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତାହାର ବେଙ୍ଗଳା ପକାଇବା ଉଚିତ୍।
11 If we sowed to you spiritual things, is it a great thing if we reap your fleshly things?
ଯଦି ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପାରମାର୍ଥିକ ବୀଜ ବୁଣିଅଛୁ, ତେବେ ତୁମ୍ଭମାନଙ୍କର ଐହିକ ଶସ୍ୟ ଛେଦନ କଲେ କଅଣ ଗୁରୁତର ବିଷୟ?
12 If others partake of this right over you, don’t we yet more? Nevertheless we didn’t use this right, but we bear all things, that we may cause no hindrance to the Good News of Christ.
ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କଅଣ ଆହୁରି ଅଧିକ ନୋହୁଁ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ।
13 Don’t you know that those who serve around sacred things eat from the things of the temple, and those who wait on the altar have their portion with the altar?
ଯେଉଁମାନେ ମନ୍ଦିରରେ ସେବା କରନ୍ତି, ସେମାନେ ଯେ ମନ୍ଦିରରୁ ଖାଦ୍ୟ ପାଆନ୍ତି, ପୁଣି, ଯେଉଁମାନେ ବେଦିର ସେବାରେ ନିବିଷ୍ଟ ରହନ୍ତି, ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କଅଣ ଜାଣ ନାହିଁ?
14 Even so the Lord ordained that those who proclaim the Good News should live from the Good News.
ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନେ ଯେ ସୁସମାଚାର ଦ୍ୱାରା ଜୀବନ ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି।
15 But I have used none of these things, and I don’t write these things that it may be done so in my case; for I would rather die, than that anyone should make my boasting void.
କିନ୍ତୁ ମୁଁ ଏହିସବୁ ବିଷୟ କିଛି ବ୍ୟବହାର କରି ନାହିଁ, ଆଉ ମୋʼ ପ୍ରତି ଯେ ଏହିପରି କରାଯିବ, ଏଥିପାଇଁ ମୁଁ ଏହିସବୁ ଲେଖୁ ନାହିଁ; କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ।
16 For if I preach the Good News, I have nothing to boast about, for necessity is laid on me; but woe is to me if I don’t preach the Good News.
କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର।
17 For if I do this of my own will, I have a reward. But if not of my own will, I have a stewardship entrusted to me.
କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ, ତେବେ ମୋହର ପୁରସ୍କାର ଅଛି; କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋʼ ଠାରେ ସମର୍ପିତ ହୋଇଅଛି।
18 What then is my reward? That when I preach the Good News, I may present the Good News of Christ without charge, so as not to abuse my authority in the Good News.
ତେବେ ମୋହର ପୁରସ୍କାର କଅଣ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ।
19 For though I was free from all, I brought myself under bondage to all, that I might gain the more.
କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରିପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି।
20 To the Jews I became as a Jew, that I might gain Jews; to those who are under the law, as under the law, that I might gain those who are under the law;
ଯେପରି ମୁଁ ଯିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୁଦୀମାନଙ୍କ ନିକଟରେ ମୁଁ ଯିହୁଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି।
21 to those who are without law, as without law (not being without law toward God, but under law toward Christ), that I might win those who are without law.
ଯେପରି ମୁଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଈଶ୍ବରଙ୍କ ବ୍ୟବସ୍ଥାବିହୀନ ନ ହୋଇ ଏବଂ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାବିହୀନ ପରି ହେଲି।
22 To the weak I became as weak, that I might gain the weak. I have become all things to all men, that I may by all means save some.
ଯେପରି ମୁଁ ଦୁର୍ବଳମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରିପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି।
23 Now I do this for the sake of the Good News, that I may be a joint partaker of it.
ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ।
24 Don’t you know that those who run in a race all run, but one receives the prize? Run like that, so that you may win.
ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼।
25 Every man who strives in the games exercises self-control in all things. Now they do it to receive a corruptible crown, but we an incorruptible.
ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିମିତଭୋଗୀ ହୁଏ; ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି; ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ।
26 I therefore run like that, not aimlessly. I fight like that, not beating the air,
ଅତଏବ ମୁଁ ଦୌଡ଼ୁଅଛି, କିନ୍ତୁ ବିନାଲକ୍ଷ୍ୟରେ ନୁହେଁ, ମୁଁ ମୁଷ୍ଟିଯୁଦ୍ଧ କରୁଅଛି, କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକ ପରି ନୁହେଁ।
27 but I beat my body and bring it into submission, lest by any means, after I have preached to others, I myself should be disqualified.
ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି।

< 1 Corinthians 9 >