< Leviticus 6 >

1 And the LORD spake unto Moses, saying,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 If any one sin, and commit a trespass against the LORD, and deal falsely with his neighbour in a matter of deposit, or of bargain, or of robbery, or have oppressed his neighbour;
“କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ, ଅର୍ଥାତ୍‍, ଗଚ୍ଛିତ ବା ହସ୍ତରେ ସମର୍ପିତ କିଅବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ;
3 or have found that which was lost, and deal falsely thereto, and swear to a lie; in any of all these that a man doeth, sinning therein:
କିଅବା ହଜାଦ୍ରବ୍ୟ ପାଇ ତଦ୍‍ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ; ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ;
4 then it shall be, if he hath sinned, and is guilty, that he shall restore that which he took by robbery, or the thing which he hath gotten by oppression, or the deposit which was committed to him, or the lost thing which he found,
ତେବେ ସେ ପାପ କରି ଦୋଷୀ ହେଲେ, ଯାହା ସେ ଅପହରଣ ଦ୍ୱାରା ନେଇଅଛି, ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି,
5 or any thing about which he hath sworn falsely; he shall even restore it in full, and shall add the fifth part more thereto: unto him to whom it appertaineth shall he give it, in the day of his being found guilty.
ଅବା ଯେକୌଣସି ବିଷୟରେ ମିଥ୍ୟା ଶପଥ କରିଅଛି, ସେହି ସବୁ ଦ୍ରବ୍ୟ ଫେରାଇ ଦେବ; ମଧ୍ୟ ସେ ତାହା ସମ୍ପୂର୍ଣ୍ଣ ରୂପେ ଓ ତହିଁ ସଙ୍ଗେ ତହିଁର ପଞ୍ଚମାଂଶ ଅଧିକ ଫେରାଇ ଦେବ; ସେ ଦୋଷୀ ବୋଲି ନିଶ୍ଚିତ ହେବା ଦିନରେ ସେହି ଦ୍ରବ୍ୟର ମାଲିକକୁ ତାହା ଦେବ।
6 And he shall bring his guilt offering unto the LORD, a ram without blemish out of the flock, according to thy estimation, for a guilt offering, unto the priest:
ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାର ଦୋଷାର୍ଥକ ବଳି ଉତ୍ସର୍ଗ କରିବ; ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁନ୍ତ ମେଷ ଦୋଷାର୍ଥକ ବଳି ନିମନ୍ତେ ଯାଜକ ନିକଟକୁ ଆଣିବ।
7 and the priest shall make atonement for him before the LORD, and he shall be forgiven; concerning whatsoever he doeth so as to be guilty thereby.
ତହୁଁ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଯେକୌଣସି କର୍ମ ଦ୍ୱାରା ଦୋଷୀ ହୋଇଥାଏ, ତହିଁରୁ କ୍ଷମାପ୍ରାପ୍ତ ହେବ।”
8 And the LORD spake unto Moses, saying,
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
9 Command Aaron and his sons, saying, This is the law of the burnt offering: the burnt offering shall be on the hearth upon the altar all night unto the morning; and the fire of the altar shall be kept burning thereon.
“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ହୋମବଳିର ବ୍ୟବସ୍ଥା ଏହି; ହୋମଦ୍ରବ୍ୟ ସମସ୍ତ ରାତ୍ରି, ପ୍ରଭାତ ପର୍ଯ୍ୟନ୍ତ ବେଦିର ଅଗ୍ନିସ୍ଥାନ ଉପରେ ରହିବ, ପୁଣି ବେଦିର ଅଗ୍ନି ପ୍ରଜ୍ୱଳିତ ରହିବ।
10 And the priest shall put on his linen garment, and his linen breeches shall he put upon his flesh; and he shall take up the ashes whereto the fire hath consumed the burnt offering on the altar, and he shall put them beside the altar.
ପୁଣି ଯାଜକ ଆପଣା ଶୁକ୍ଳବସ୍ତ୍ର ଓ ଶରୀରରେ ଶୁକ୍ଳ ଜଙ୍ଘିଆ ପିନ୍ଧିବ; ଆଉ ସେ ବେଦି ଉପରେ ଅଗ୍ନିଦଗ୍ଧ ହୋମବଳିର ଭସ୍ମ ଉଠାଇ ବେଦି ପାର୍ଶ୍ୱରେ ରଖିବ।
11 And he shall put off his garments, and put on other garments, and carry forth the ashes without the camp unto a clean place.
ଏଥିଉତ୍ତାରେ ସେ ଆପଣାର ସେହି ବସ୍ତ୍ର ତ୍ୟାଗ କରି ଅନ୍ୟ ବସ୍ତ୍ର ପିନ୍ଧି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନକୁ ସେହି ଭସ୍ମ ନେଇଯିବ।
12 And the fire upon the altar shall be kept burning thereon, it shall not go out; and the priest shall burn wood on it every morning: and he shall lay the burnt offering in order upon it, and shall burn thereon the fat of the peace offerings.
ମାତ୍ର ବେଦିର ଉପରିସ୍ଥ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା ଲିଭିବ ନାହିଁ; ଯାଜକ ପ୍ରତ୍ୟେକ ପ୍ରଭାତରେ ତହିଁ ଉପରେ କାଷ୍ଠ ଜାଳିବ; ପୁଣି ସେ ତହିଁ ଉପରେ ହୋମବଳି ସଜାଇ ରଖିବ ଓ ମଙ୍ଗଳାର୍ଥକ ବଳିର ମେଦ ତହିଁ ଉପରେ ଦଗ୍ଧ କରିବ।
13 Fire shall be kept burning upon the altar continually; it shall not go out.
ବେଦି ଉପରେ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା କଦାପି ଲିଭିବ ନାହିଁ।
14 And this is the law of the meal offering: the sons of Aaron shall offer it before the LORD, before the altar.
ଆଉ ଭକ୍ଷ୍ୟ ନୈବେଦ୍ୟର ବ୍ୟବସ୍ଥା ଏହି; ହାରୋଣର ପୁତ୍ରଗଣ ବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବେ।
15 And he shall take up therefrom his handful, of the fine flour of the meal offering, and of the oil thereof, and all the frankincense which is upon the meal offering, and shall burn it upon the altar for a sweet savour, as the memorial thereof, unto the LORD.
ତହୁଁ ଯାଜକ ଆପଣା ମୁଷ୍ଟି ପୂର୍ଣ୍ଣ କରି ସେହି ଭକ୍ଷ୍ୟ ନୈବେଦ୍ୟରୁ କିଛି ସରୁ ମଇଦା ଓ କିଛି ତୈଳ ଓ ନୈବେଦ୍ୟ ଉପରିସ୍ଥ ସମସ୍ତ କୁନ୍ଦୁରୁ ନେଇ ତହିଁର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ବେଦିରେ ଦଗ୍ଧ କରିବ।
16 And that which is left thereof shall Aaron and his sons eat: it shall be eaten without leaven in a holy place; in the court of the tent of meeting they shall eat it.
ପୁଣି, ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ; କୌଣସି ପବିତ୍ର ସ୍ଥାନରେ ତାଡ଼ି ବିନା ତାହା ଭୋଜନ କରାଯିବ; ସେମାନେ ସମାଗମ-ତମ୍ବୁର ପ୍ରାଙ୍ଗଣରେ ତାହା ଭୋଜନ କରିବେ।
17 It shall not be baken with leaven. I have given it as their portion of my offerings made by fire; it is most holy, as the sin offering, and as the guilt offering.
ତାଡ଼ି ସହିତ ତାହା ରନ୍ଧନ ହେବ ନାହିଁ। ଆମ୍ଭେ ଆପଣା ଅଗ୍ନିକୃତ ଉପହାରରୁ ସେମାନଙ୍କ ଅଂଶ ନିମନ୍ତେ ତାହା ଦେଲୁ; ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ତାହା ମହାପବିତ୍ର।
18 Every male among the children of Aaron shall eat of it, as a due for ever throughout your generations, from the offerings of the LORD made by fire: whosoever toucheth them shall be holy.
ହାରୋଣର ସନ୍ତାନଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ; ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାରରୁ ଏହା ଗ୍ରହଣ କରିବା ହେଉଛି ପୁରୁଷାନୁକ୍ରମରେ ତୁମ୍ଭମାନଙ୍କର ଅନନ୍ତକାଳୀନ ଅଧିକାର। ଯେକେହି ତାହା ସ୍ପର୍ଶ କରେ, ସେ ପବିତ୍ର ହେବ।”
19 And the LORD spake unto Moses, saying,
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
20 This is the oblation of Aaron and of his sons, which they shall offer unto the LORD in the day when he is anointed; the tenth part of an ephah of fine flour for a meal offering perpetually, half of it in the morning, and half thereof in the evening.
“ଅଭିଷେକ ଦିନରେ ହାରୋଣ ଓ ତାହାର ପୁତ୍ରଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରିବେ, ତାହା ଏହି; ସେମାନେ ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବେ।
21 On a baking pan it shall be made with oil; when it is soaked, thou shalt bring it in: in baken pieces shalt thou offer the meal offering for a sweet savour unto the LORD.
ପଲମରେ ଯାହା ତୈଳ ସହିତ ପ୍ରସ୍ତୁତ କରାଯିବ, ଓଦା ହେଲେ ତୁମ୍ଭେ ତାହା ଭିତରକୁ ଆଣିବ; ପୁଣି ସେହି ରନ୍ଧନ କରାଯାଇଥିବା ଭକ୍ଷ୍ୟ ନୈବେଦ୍ୟର ଖଣ୍ଡ ଖଣ୍ଡ ଖାଦ୍ୟ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
22 And the anointed priest that shall be in his stead from among his sons shall offer it: by a statute for ever it shall be wholly burnt unto the LORD.
ଏଥିଉତ୍ତାରେ ହାରୋଣର ପୁତ୍ରଗଣ ମଧ୍ୟରୁ ଯେ ତାହାର ପଦରେ ଅଭିଷିକ୍ତ ଯାଜକ ହେବ, ସେ ତାହା ଉତ୍ସର୍ଗ କରିବ; ଏହା ଅନନ୍ତକାଳୀନ ବିଧିରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦଗ୍ଧ ହେବ।
23 And every meal offering of the priest shall be wholly burnt: it shall not be eaten.
ଅର୍ଥାତ୍‍, ଯାଜକର ପ୍ରତ୍ୟେକ ଭକ୍ଷ୍ୟ ନୈବେଦ୍ୟ ସମ୍ପୂର୍ଣ୍ଣ ରୂପେ ଦଗ୍ଧ ହେବ; ତାହା ଭୋଜନ କରାଯିବ ନାହିଁ।”
24 And the LORD spake unto Moses, saying,
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
25 Speak unto Aaron and to his sons, saying, This is the law of the sin offering: in the place where the burnt offering is killed shall the sin offering be killed before the LORD: it is most holy.
“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ପାପାର୍ଥକ ବଳିଦାନର ବ୍ୟବସ୍ଥା ଏହି; ଯେଉଁ ସ୍ଥାନରେ ହୋମବଳି ବଧ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ବଧ କରାଯିବ; ତାହା ମହାପବିତ୍ର।
26 The priest that offereth it for sin shall eat it: in a holy place shall it be eaten, in the court of the tent of meeting.
ଯେଉଁ ଯାଜକ ପାପାର୍ଥେ ତାହା ଉତ୍ସର୍ଗ କରେ, ସେ ତାହା ଭୋଜନ କରିବ; ସମାଗମ-ତମ୍ବୁ ପ୍ରାଙ୍ଗଣର କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।
27 Whatsoever shall touch the flesh thereof shall be holy: and when there is sprinkled of the blood thereof upon any garment, thou shalt wash that whereon it was sprinkled in a holy place.
ଯେକେହି ତହିଁର ମାଂସ ସ୍ପର୍ଶ କରେ, ତାହା ପବିତ୍ର ହେବ; ପୁଣି ଯଦି କୌଣସି ବସ୍ତ୍ରରେ ତହିଁର ରକ୍ତର ଛିଟା ପଡ଼େ; ତେବେ ତୁମ୍ଭେ ସେହି ରକ୍ତ ସେଚିତ ବସ୍ତ୍ର ପବିତ୍ର ସ୍ଥାନରେ ଧୌତ କରିବ।
28 But the earthen vessel wherein it is sodden shall be broken: and if it be sodden in a brasen vessel, it shall be scoured, and rinsed in water.
ମାତ୍ର ଯେଉଁ ମୃତ୍ତିକାର ପାତ୍ରରେ ତାହା ପାକ ହୁଏ, ତାହା ଭଙ୍ଗାଯିବ; ଯଦି ପିତ୍ତଳ ପାତ୍ରରେ ତାହା ପାକ ହୁଏ, ତେବେ ତାହା ମଜାଯିବ ଓ ଜଳରେ ପରିଷ୍କୃତ ହେବ।
29 Every male among the priests shall eat thereof: it is most holy.
ଯାଜକଗଣ ମଧ୍ୟରେ ସମସ୍ତ ପୁରୁଷ ତାହା ଭୋଜନ କରିବେ; ତାହା ମହାପବିତ୍ର।
30 And no sin offering, whereof any of the blood is brought into the tent of meeting to make atonement in the holy place, shall be eaten: it shall be burnt with fire.
ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଯେକୌଣସି ପାପାର୍ଥକ ବଳିର ରକ୍ତ ସମାଗମ-ତମ୍ବୁ ଭିତରକୁ ଅଣାଯାଏ, ତାହା ଭୋଜନ କରାଯିବ ନାହିଁ, ତାହା ଅଗ୍ନିରେ ଦଗ୍ଧ ହେବ।”

< Leviticus 6 >