< Isaiah 18 >

1 Ah, the land of the rustling of wings, which is beyond the rivers of Ethiopia:
ଆଃ! କୂଶଦେଶୀୟ ନଦୀଗଣର ସେପାରିସ୍ଥିତ ପକ୍ଷର ଶବ୍ଦବିଶିଷ୍ଟ ଦେଶ;
2 that sendeth ambassadors by the sea, even in vessels of papyrus upon the waters, [saying], Go, ye swift messengers, to a nation tall and smooth, to a people terrible from their beginning onward; a nation that meteth out and treadeth down, whose land the rivers divide!
ସେ ସମୁଦ୍ର ପଥରେ ନଳନିର୍ମିତ ନୌକାରେ ଜଳ ଉପରେ ଦୂତଗଣକୁ ପ୍ରେରଣ କରି କହେ, ହେ ଦ୍ରୁତଗାମୀ ଦୂତଗଣ, ଯେଉଁ ଗୋଷ୍ଠୀୟ ଲୋକେ ଦୀର୍ଘକାୟ ଓ ଚିକ୍କଣ, ଯେଉଁ ଜନବୃନ୍ଦ ଅଦ୍ୟାବଧି ଭୟଙ୍କର; ଯେଉଁ ଗୋଷ୍ଠୀୟ ଲୋକେ ପରିମାଣ କରନ୍ତି ଓ ଦଳିତ କରନ୍ତି, ଯେଉଁମାନଙ୍କ ଦେଶ ନଦ-ନଦୀରେ ବିଭକ୍ତ, ତୁମ୍ଭେମାନେ ସେମାନଙ୍କ ନିକଟକୁ ଯାଅ!
3 All ye inhabitants of the world, and ye dwellers on the earth, when an ensign is lifted up on the mountains, see ye; and when the trumpet is blown, hear ye.
ହେ ଜଗନ୍ନିବାସୀଗଣ; ହେ ପୃଥିବୀର ନିବାସୀ ସମସ୍ତେ, ପର୍ବତମାନର ଉପରେ ଧ୍ୱଜା ଉତ୍ଥିତ ହେବା ବେଳେ ତୁମ୍ଭେମାନେ ଦୃଷ୍ଟି କର ଓ ତୂରୀ ବାଜିବା ବେଳେ ତୁମ୍ଭେମାନେ ଶ୍ରବଣ କର।
4 For thus hath the LORD said unto me, I will be still, and I will behold in my dwelling place; like clear heat in sunshine, like a cloud of dew in the heat of harvest.
କାରଣ ସଦାପ୍ରଭୁ ଆମ୍ଭକୁ ଏହିପରି କହିଅଛନ୍ତି, “ଖରା ସମୟରେ ନିର୍ମଳ ତାପ ପରି, ଶସ୍ୟଚ୍ଛେଦନକାଳୀନ ତାପ ସମୟରେ ଶିଶିରଯୁକ୍ତ ମେଘ ପରି ଆମ୍ଭେ କ୍ଷାନ୍ତ ହେବା ଓ ଆପଣା ବାସ ସ୍ଥାନରେ ଥାଇ ନିରୀକ୍ଷଣ କରିବା।”
5 For afore the harvest, when the blossom is over, and the flower becometh a ripening grape, he shall cut off the sprigs with pruning-hooks, and the spreading branches shall he take away [and] cut down.
ଯେହେତୁ ଦ୍ରାକ୍ଷା ସଞ୍ଚୟ କରିବା ପୂର୍ବେ ମୁକୁଳ ହୋଇଗଲା ଉତ୍ତାରେ ଓ ପୁଷ୍ପ ଦ୍ରାକ୍ଷାଫଳ ହୋଇ ପାଚୁଥିବା ସମୟରେ ସେ ଦାଆ ନେଇ ତହିଁର ପଲ୍ଲବ କାଟି ପକାଇବେ ଓ ତହିଁର ବିସ୍ତାରିତ ଶାଖାସବୁ ଛେଦନ କରି ପକାଇବେ।
6 They shall be left together unto the ravenous birds of the mountains, and to the beasts of the earth: and the ravenous birds shall summer upon them, and all the beasts of the earth shall winter upon them.
ପର୍ବତସ୍ଥ ଦୁରନ୍ତ ପକ୍ଷୀଗଣ ଓ ପୃଥିବୀର ପଶୁଗଣ ନିମନ୍ତେ ସେହି ସବୁ ପରିତ୍ୟକ୍ତ ହେବ; ଦୁରନ୍ତ ପକ୍ଷୀଗଣ ତହିଁ ଉପରେ ଗ୍ରୀଷ୍ମକାଳ କ୍ଷେପଣ କରିବେ ଓ ପୃଥିବୀର ପଶୁସବୁ ତହିଁ ଉପରେ ଶୀତକାଳ କ୍ଷେପଣ କରିବେ।
7 In that time shall a present be brought unto the LORD of hosts of a people tall and smooth, and from a people terrible from their beginning onward; a nation that meteth out and treadeth down, whose land the rivers divide, to the place of the name of the LORD of hosts, the mount Zion.
ସେହି ସମୟରେ ଦୀର୍ଘକାୟ ଓ ଚିକ୍କଣ ଓ ଅଦ୍ୟାବଧି ଭୟଙ୍କର ଏକ ଗୋଷ୍ଠୀୟ ଲୋକେ; ଯେଉଁମାନେ ପରିମାଣ କରନ୍ତି ଓ ପଦ ତଳେ ଦଳିତ କରନ୍ତି, ଯେଉଁମାନଙ୍କର ଦେଶ ନଦ-ନଦୀରେ ବିଭକ୍ତ, ଏପରି ଏକ ଜନବୃନ୍ଦ ସୈନ୍ୟାଧିପତି ସଦାପ୍ରଭୁଙ୍କର ଉପହାର ରୂପେ ସୈନ୍ୟାଧିପତି ସଦାପ୍ରଭୁଙ୍କର ନାମବିଶିଷ୍ଟ ସ୍ଥାନ ସିୟୋନ ପର୍ବତକୁ ଅଣାଯିବେ।

< Isaiah 18 >