< Hosea 10 >

1 Israel is a luxuriant vine, which putteth forth his fruit: according to the multitude of his fruit he hath multiplied his altars; according to the goodness of his land they have made goodly pillars.
ଇସ୍ରାଏଲ ଆପଣା ଦ୍ରାକ୍ଷାଫଳର ବାହୁଲ୍ୟାନୁସାରେ ଆପଣା ଯଜ୍ଞବେଦିର ସଂଖ୍ୟା ବୃଦ୍ଧି କରିଅଛି; ତାହାର ଦେଶର ଉନ୍ନତି ଅନୁସାରେ ଲୋକମାନେ ମନୋହର ସ୍ତମ୍ଭ ନିର୍ମାଣ କରିଅଛନ୍ତି।
2 Their heart is divided; now shall they be found guilty: he shall smite their altars, he shall spoil their pillars.
ସେମାନଙ୍କର ଅନ୍ତଃକରଣ ବିଭକ୍ତ ହୋଇଅଛି; ଏବେ ସେମାନେ ଦୋଷୀ ଗଣାଯିବେ; ସେ ସେମାନଙ୍କର ଯଜ୍ଞବେଦିସବୁକୁ ଆଘାତ କରିବେ, ସେ ସେମାନଙ୍କର ସ୍ତମ୍ଭସବୁକୁ ନଷ୍ଟ କରିବେ।
3 Surely now shall they say, We have no king: for we fear not the LORD; and the king, what can he do for us?
ଅବଶ୍ୟ ଏବେ ସେମାନେ କହିବେ, “ଆମ୍ଭମାନଙ୍କର ରାଜା ନାହିଁ; କାରଣ ଆମ୍ଭେମାନେ ତ ସଦାପ୍ରଭୁଙ୍କୁ ଭୟ କରୁ ନାହୁଁ, ଏଣୁ ରାଜା ଆମ୍ଭମାନଙ୍କ ପାଇଁ କଅଣ କରି ପାରିବ?”
4 They speak [vain] words, swearing falsely in making covenants: therefore judgment springeth up as hemlock in the furrows of the field.
ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି; ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷବୃକ୍ଷ, ସେପରି ସେମାନଙ୍କର ଦଣ୍ଡ ଅଙ୍କୁରିତ ହୁଏ।
5 The inhabitants of Samaria shall be in terror for the calves of Beth-aven: for the people thereof shall mourn over it, and the priests thereof that rejoiced over it, for the glory thereof, because it is departed from it.
ଶମରୀୟା ନିବାସୀଗଣ ବେଥ୍-ଆବନର ଗୋବତ୍ସ ପ୍ରତିମା ସକାଶୁ ତ୍ରାସଯୁକ୍ତ ହେବେ; କାରଣ ତହିଁର ଲୋକମାନେ ତାହା ପାଇଁ ବିଳାପ କରିବେ ଓ ତହିଁର ଯେଉଁ ପୁରୋହିତମାନେ ତାହାର ଗୌରବ ସକାଶୁ ଆନନ୍ଦ କରିଥିଲେ, ସେମାନେ ବିଳାପ କରିବେ; କାରଣ ତାହାର ଗୌରବ ତାହାକୁ ଛାଡ଼ି ଯାଇଅଛି।
6 It also shall be carried unto Assyria for a present to king Jareb: Ephraim shall receive shame, and Israel shall be ashamed of his own counsel.
ତାହା ମଧ୍ୟ ଯାରେବ ରାଜାର ଭେଟି ନିମନ୍ତେ ଅଶୂରକୁ ନୀତ ହେବ; ଇଫ୍ରୟିମ ଲଜ୍ଜାପ୍ରାପ୍ତ ହେବ ଓ ଇସ୍ରାଏଲ ନିଜ ମନ୍ତ୍ରଣା ବିଷୟରେ ଲଜ୍ଜିତ ହେବ।
7 [As for] Samaria, her king is cut off, as foam upon the water.
ଶମରୀୟାର ରାଜା ଜଳ ଉପରିସ୍ଥ ଫେଣ ତୁଲ୍ୟ ଉଚ୍ଛିନ୍ନ ହେଲା।
8 The high places also of Aven, the sin of Israel, shall be destroyed: the thorn and the thistle shall come up on their altars; and they shall say to the mountains, Cover us; and to the hills, Fall on us.
ଆହୁରି, ଇସ୍ରାଏଲର ପାପ ସ୍ୱରୂପ ଆବେନର ଉଚ୍ଚସ୍ଥଳୀସକଳ ବିନଷ୍ଟ ହେବ; କଣ୍ଟା ଓ ଅଗରା ଗଛ ସେମାନଙ୍କର ଯଜ୍ଞବେଦି ଉପରେ ଉତ୍ପନ୍ନ ହେବ; ଆଉ, ସେମାନେ ପର୍ବତଗଣକୁ କହିବେ, ଆମ୍ଭମାନଙ୍କୁ ଘୋଡ଼ାଅ ଓ ଉପପର୍ବତଗଣକୁ କହିବେ, ଆମ୍ଭମାନଙ୍କ ଉପରେ ପଡ଼।
9 O Israel, thou hast sinned from the days of Gibeah: there they stood; that the battle against the children of iniquity should not overtake them in Gibeah.
ହେ ଇସ୍ରାଏଲ, ତୁମ୍ଭେ ଗିବୀୟାର ସମୟଠାରୁ ପାପ କରି ଆସିଅଛ; ଅଧର୍ମର ସନ୍ତାନଗଣର ବିରୁଦ୍ଧ ଯୁଦ୍ଧ ଯେପରି ଗିବୀୟାରେ ଲୋକମାନଙ୍କୁ ନ ଧରିବ, ଏଥିପାଇଁ ସେମାନେ ସେହି ସ୍ଥାନରେ ଠିଆ ହେଲେ।
10 When it is my desire, I will chastise them; and the peoples shall be gathered against them, when they are bound to their two transgressions.
ଯେତେବେଳେ ଆମ୍ଭର ଇଚ୍ଛା, ସେତେବେଳେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବୁ ଓ ସେମାନେ ଆପଣାମାନଙ୍କର ଦୁଇ ଅପରାଧରେ ବନ୍ଧାଯିବା ସମୟରେ ଗୋଷ୍ଠୀଗଣ ସେମାନଙ୍କ ବିରୁଦ୍ଧରେ ସଂଗୃହୀତ ହେବେ।
11 And Ephraim is an heifer that is taught, that loveth to tread out [the corn]; but I have passed over upon her fair neck: I will set a rider on Ephraim; Judah shall plow, Jacob shall break his clods.
ଆଉ ଇଫ୍ରୟିମ ଶିକ୍ଷିତା ଗାଭୀ, ସେ ଶସ୍ୟମର୍ଦ୍ଦନ କରିବାକୁ ଭଲ ପାଏ; ମାତ୍ର ଆମ୍ଭେ ତାହାର ସୁନ୍ଦର ଗ୍ରୀବାରେ ହସ୍ତାର୍ପଣ କରିଅଛୁ; ଆମ୍ଭେ ଇଫ୍ରୟିମ ଉପରେ ଏକ ଆରୋହୀକୁ ବସାଇବା; ଯିହୁଦା ହଳ ବୁଲାଇବ, ଯାକୁବ ତାହାର ଟେଳା ଭାଙ୍ଗିବ।
12 Sow to yourselves in righteousness, reap according to mercy; break up your fallow ground: for it is time to seek the LORD, till he come and rain righteousness upon you.
ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟ; ଆପଣାମାନଙ୍କର ପଡ଼ିଆ ଭୂମି ଭାଙ୍ଗ; କାରଣ ଯେପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମ୍ଭମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି, ସେପର୍ଯ୍ୟନ୍ତ ତାହାଙ୍କର ଅନ୍ଵେଷଣ କରିବାର ସମୟ ଅଛି।
13 Ye have plowed wickedness, ye have reaped iniquity; ye have eaten the fruit of lies: for thou didst trust in thy way, in the multitude of thy mighty men.
ତୁମ୍ଭେମାନେ ଦୁଷ୍ଟତାରୂପ ଚାଷ କରି ଅଧର୍ମ ସ୍ୱରୂପ ଶସ୍ୟ କାଟିଅଛ; ତୁମ୍ଭେମାନେ ମିଥ୍ୟା କଥାର ଫଳ ଭୋଜନ କରିଅଛ; କାରଣ ତୁମ୍ଭେ ଆପଣା ପଥରେ, ଆପଣାର ବୀରସମୂହରେ ବିଶ୍ୱାସ କରିଅଛ।
14 Therefore shall a tumult arise among thy people, and all thy fortresses shall be spoiled, as Shalman spoiled Beth-arbel in the day of battle: the mother was dashed in pieces with her children.
ଏଥିନିମନ୍ତେ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଏକ କୋଳାହଳ ଉଠିବ ଓ ଯୁଦ୍ଧ ଦିନରେ ଯେପରି ଶଲମନ ବେଥ୍-ଅରବେଲକୁ ବିନାଶ କରିଥିଲା, ସେପରି ତୁମ୍ଭ ଦୁର୍ଗସକଳ ବିନଷ୍ଟ ହେବ; ମାତା ଆପଣା ସନ୍ତାନଗଣ ସହିତ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହୋଇଥିଲା।
15 So shall Beth-el do unto you because of your great wickedness: at daybreak shall the king of Israel be utterly cut off.
ତୁମ୍ଭର ମହା ଦୁଷ୍ଟତା ସକାଶୁ ବେଥେଲ୍‍ ତୁମ୍ଭ ପ୍ରତି ସେହି ପ୍ରକାର କରିବ; ଇସ୍ରାଏଲର ରାଜା ଅରୁଣୋଦୟ ସମୟରେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହେବ।

< Hosea 10 >