< Numbers 10 >

1 And the Lord spake vnto Moses, saying,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 Make thee two trumpets of siluer: of an whole piece shalt thou make the, that thou mayest vse them for the assembling of the Congregation, and for the departure of the campe.
“ତୁମ୍ଭେ ରୂପାର ଦୁଇ ତୂରୀ ନିର୍ମାଣ କର; ତୁମ୍ଭେ ପିଟାକର୍ମରେ ତାହା ନିର୍ମାଣ କରିବ; ଆଉ ତୁମ୍ଭେ ମଣ୍ଡଳୀକୁ ଆହ୍ୱାନ କରିବା ସମୟରେ ଓ ଛାଉଣିସମୂହ ପ୍ରସ୍ଥାନ କରିବା ସମୟରେ ତାହା ବ୍ୟବହାର କରିବ।
3 And when they shall blowe with them, all the Congregation shall assemble to thee before the doore of the Tabernacle of the Cogregation.
ପୁଣି, ସେମାନେ ସେହି ଦୁଇ ତୂରୀ ବଜାନ୍ତେ, ସମସ୍ତ ମଣ୍ଡଳୀ ସମାଗମ-ତମ୍ବୁ ଦ୍ୱାରରେ ତୁମ୍ଭ ନିକଟରେ ଏକତ୍ରିତ ହେବେ।
4 But if they blowe with one, then the princes, or heades ouer the thousandes of Israel shall come vnto thee.
ଆଉ ଯଦି ସେମାନେ ଏକ ତୂରୀ ବଜାଇବେ, ତେବେ ଅଧିପତିମାନେ, ଅର୍ଥାତ୍‍, ଇସ୍ରାଏଲର ସହସ୍ରପତିମାନେ, ତୁମ୍ଭ ନିକଟରେ ଏକତ୍ରିତ ହେବେ।
5 But if ye blow an alarme, then the campe of the that pitch on the East part, shall go forward.
ପୁଣି, ତୁମ୍ଭେମାନେ ରଣତୂରୀ ବଜାନ୍ତେ, ପୂର୍ବଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ।
6 If ye blowe an alarme the second time, then the hoste of them that lie on the Southside shall march: for they shall blowe an alarme when they remoue.
ପୁଣି, ତୁମ୍ଭେମାନେ ଦ୍ୱିତୀୟ ଥର ରଣତୂରୀ ବଜାନ୍ତେ, ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ; ଏହି କ୍ରମରେ ସେମାନେ ଆପଣାମାନଙ୍କ ଯାତ୍ରା ନିମନ୍ତେ ରଣତୂରୀ ବଜାଇବେ।
7 But in assembling the Congregation, ye shall blowe without an alarme.
ସମାଜକୁ ଏକତ୍ର କରିବା ସମୟରେ ତୁମ୍ଭେମାନେ ତୂରୀ ବଜାଇବ, ମାତ୍ର ରଣତୂରୀ ବଜାଇବ ନାହିଁ।
8 And the sonnes of Aaron the Priest shall blowe the trumpets, and ye shall haue them as a lawe for euer in your generations.
ଆଉ ହାରୋଣର ପୁତ୍ର ଯାଜକମାନେ ସେହି ଦୁଇ ତୂରୀ ବଜାଇବେ; ପୁଣି, ତାହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।
9 And when ye goe to warre in your lande against the enemie that vexeth you, ye shall blowe an alarme with the trumpets, and ye shall bee remembred before the Lord your God, and shalbe saued from your enemies.
ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ କ୍ଳେଶଦାୟୀ ବିପକ୍ଷଗଣର ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବ, ସେହି ସମୟରେ ତୁମ୍ଭେମାନେ ଏହି ତୂରୀରେ ରଣବାଦ୍ୟ ବଜାଇବ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭେମାନେ ସ୍ମରଣ କରାଯିବ ଓ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ରକ୍ଷା ପାଇବ।
10 Also in the day of your gladnesse, and in your feast dayes, and in the beginning of your moneths, ye shall also blow the trumpets ouer your burnt sacrifices, and ouer your peace offrings, that they may be a remembrance for you before your God: I am the Lord your God.
ଆହୁରି ତୁମ୍ଭମାନଙ୍କ ଆନନ୍ଦ ଦିନରେ, ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମ୍ଭେମାନେ ଆପଣାମାନଙ୍କ ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ; ତହିଁରେ ତାହା ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ସ୍ମରଣାର୍ଥେ ହେବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
11 And in the seconde yeere, in the seconde moneth, and in the twentieth day of the moneth the cloude was taken vp from the Tabernacle of the Testimonie.
ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର କୋଡ଼ିଏ ଦିନରେ ସେହି ମେଘ ସାକ୍ଷ୍ୟରୂପ ଆବାସ ଉପରୁ ନିଆଗଲା।
12 And ye children of Israel departed on their iourneys out of the desart of Sinai, and the cloud rested in the wildernesse of Paran.
ତହିଁରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରିବାର ନିୟମାନୁସାରେ ସୀନୟ ପ୍ରାନ୍ତରରୁ ଅଗ୍ରସର ହେଲେ; ପୁଣି, ସେହି ମେଘ ପାରଣ ପ୍ରାନ୍ତରରେ ଅବସ୍ଥିତି କଲା।
13 So they first tooke their iourney at the comandement of the Lord, by ye hand of Moses.
ଆଉ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ।
14 In the first place went the standerd of the hoste of the children of Iudah, according to their armies: and Nahshon the sonne of Amminabad was ouer his band.
ପ୍ରଥମରେ ଯିହୁଦା-ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କ ସୈନ୍ୟ ଉପରେ ଥିଲା।
15 And ouer the band of the tribe of the children of Issachar was Nethaneel ye sonne of Zuar.
ଆଉ ସୂୟାରର ପୁତ୍ର ନଥନେଲ, ଇଷାଖର-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
16 And ouer the band of the tribe of the children of Zebulun was Eliab the sonne of Helon.
ଆଉ ହେଲୋନର ପୁତ୍ର ଇଲୀୟାବ୍‍, ସବୂଲୂନ-ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
17 When the Tabernacle was taken downe, then the sonnes of Gershon, and the sonnes of Merari went forward bearing the Tabernacle.
ଏଉତ୍ତାରେ ଆବାସ ଭଙ୍ଗାଯାʼନ୍ତେ, ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ସେହି ଆବାସ ବୋହି ଅଗ୍ରସର ହେଲେ।
18 After, departed the standerd of the hoste of Reuben, according to their armies, and ouer his band was Elizur the sonne of Shedeur.
ତହୁଁ ରୁବେନ୍‍-ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି, ଶଦେୟରର ପୁତ୍ର ଇଲୀଷୂର ସେମାନଙ୍କ ସୈନ୍ୟ ଉପରେ ଥିଲା।
19 And ouer the band of the tribe of ye children of Simeon was Shelumiel the sonne of Shurishaddai.
ଆଉ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
20 And ouer the bande of the tribe of ye children of Gad was Eliasaph the sonne of Deuel.
ଆଉ ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ ଗାଦ୍‍-ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
21 The Kohathites also went forward and bare the Sanctuarie, and the former did set vp the Tabernacle against they came.
ତହିଁ ଉତ୍ତାରେ କହାତୀୟମାନେ ପବିତ୍ର ସ୍ଥାନର ଭାର ବୋହି ଅଗ୍ରସର ହେଲେ; ପୁଣି, ସେମାନେ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ଆବାସ ସ୍ଥାପନ କରିଥିଲେ।
22 Then the standerd of the hoste of the children of Ephraim went forward according to their armies, and ouer his bande was Elishama the sonne of Ammiud.
ଆଉ ଇଫ୍ରୟିମ-ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା ଓ ଅମ୍ମୀହୂଦର ପୁତ୍ର ଇଲୀଶାମା ସେମାନଙ୍କ ସୈନ୍ୟ ଉପରେ ଥିଲା।
23 And ouer the band of the tribe of ye sonnes of Manasseh was Gamliel the sonne of Pedazur.
ଆଉ ପଦାହସୂରର ପୁତ୍ର ଗମଲୀୟେଲ ମନଃଶି ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
24 And ouer the band of ye tribe of the sonnes of Beniamin was Abidan the sonne of Gideoni.
ପୁଣି, ଗିଦିୟୋନିର ପୁତ୍ର ଅବୀଦାନ୍‍ ବିନ୍ୟାମୀନ୍-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
25 Last, the standerd of the hoste of the children of Dan marched, gathering all ye hostes according to their armies: and ouer his bande was Ahiezer the sonne of Ammishaddai.
ତହୁଁ ସମସ୍ତ ଛାଉଣିର ପଶ୍ଚାତ୍‍ ଦାନ୍-ସନ୍ତାନଗଣଙ୍କର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା ଓ ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ସେମାନଙ୍କ ସୈନ୍ୟ ଉପରେ ଥିଲା।
26 And ouer the bande of the tribe of the children of Asher was Pagiel the sonne of Ocran.
ଆଉ ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
27 And ouer the bande of the tribe of the children of Naphtali was Ahira ye sonne of Enan.
ପୁଣି, ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
28 These were the remouings of the children of Israel according to their armies, whe they marched.
ଏହିରୂପେ ଇସ୍ରାଏଲ-ସନ୍ତାନଗଣଙ୍କର ଯାତ୍ରା ସେମାନଙ୍କ ସୈନ୍ୟାନୁସାରେ ହେଲା ଓ ସେମାନେ ଅଗ୍ରସର ହେଲେ।
29 After, Moses said vnto Hobab ye sonne of Reuel the Midianite, ye father in law of Moses, We go into the place, of which ye Lord said, I will giue it you: Come thou with vs, and we wil doe thee good: for ye Lord hath promised good vnto Israel.
ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁର ମିଦୀୟନୀୟ ରୁୟେଲର ପୁତ୍ର ହୋବବ୍‍କୁ କହିଲେ, “ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ କହିଅଛନ୍ତି, ‘ଆମ୍ଭେ ତାହା ତୁମ୍ଭମାନଙ୍କୁ ଦେବା,’ ସେହି ସ୍ଥାନକୁ ଆମ୍ଭେମାନେ ଯାତ୍ରା କରୁଅଛୁ; ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆସ, ତହିଁରେ ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା; କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ କଥା କହିଅଛନ୍ତି।”
30 And he answered him, I will not goe: but I will depart to mine owne countrey, and to my kindred.
ତହୁଁ ସେ କହିଲା, “ମୁଁ ଯିବି ନାହିଁ; ମାତ୍ର ମୁଁ ଆପଣା ନିଜ ଦେଶକୁ ଓ ଆପଣା ଜ୍ଞାତିମାନଙ୍କ ନିକଟକୁ ପ୍ରସ୍ଥାନ କରିବି।”
31 Then he sayd, I pray thee, leaue vs not: for thou knowest our camping places in the wildernesse: therefore thou mayest be our guide.
ତେବେ ମୋଶା କହିଲେ, “ବିନୟ କରୁଅଛି, ତୁମ୍ଭେ, ଆମ୍ଭମାନଙ୍କୁ ଛାଡ଼ି ଯାଅ ନାହିଁ; କାରଣ ପ୍ରାନ୍ତର ମଧ୍ୟରେ କିପ୍ରକାରେ ଆମ୍ଭମାନଙ୍କର ଛାଉଣି ସ୍ଥାପନ କରିବାକୁ ହେବ, ତାହା ତୁମ୍ଭେ ଜାଣ, ଏହେତୁ ତୁମ୍ଭେ ଆମ୍ଭମାନଙ୍କ ଚକ୍ଷୁର ବଦଳେ ହେବ।
32 And if thou go with vs, what goodnes the Lord shall shew vnto vs, the same will we shewe vnto thee.
ଆଉ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ ଗଲେ ଏହା ହେବ, ନିଶ୍ଚୟ ଏହା ହେବ ଯେ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ମଙ୍ଗଳ କରିବେ, ତାହା ଆମ୍ଭେମାନେ ତୁମ୍ଭ ପ୍ରତି କରିବୁ।”
33 So they departed from the mount of the Lord, three dayes iourney: and the Arke of the couenant of the Lord went before them in the three dayes iourney, to searche out a resting place for them.
ଏଉତ୍ତାରେ ସେମାନେ ସଦାପ୍ରଭୁଙ୍କ ପର୍ବତରୁ ତିନି ଦିନର ପଥ ଗଲେ, ପୁଣି, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେମାନଙ୍କ ନିମନ୍ତେ ବିଶ୍ରାମ-ସ୍ଥାନ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଆଗରେ ତିନି ଦିନର ପଥ ଗଲା।
34 And the cloude of the Lord was vpon the by day, when they went out of the campe.
ପୁଣି, ସେମାନେ ଛାଉଣିରୁ ଯାତ୍ରା କରିବା ସମୟରେ ସଦାପ୍ରଭୁଙ୍କ ମେଘ ଦିବସରେ ସେମାନଙ୍କ ଉପରେ ରହିଲା।
35 And when the Arke went forwarde, Moses saide, Rise vp, Lord, and let thine enemies bee scattered, and let them that hate thee, flee before thee.
ପୁଣି, ସିନ୍ଦୁକ ଅଗ୍ରସର ହେବା ସମୟରେ ମୋଶା କହନ୍ତି, “ସଦାପ୍ରଭୋ, ଉଠ, ପୁଣି, ତୁମ୍ଭର ଶତ୍ରୁମାନେ ଛିନ୍ନଭିନ୍ନ ହେଉନ୍ତୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନେ ତୁମ୍ଭ ସମ୍ମୁଖରୁ ପଳାୟନ କରନ୍ତୁ।”
36 And when it rested, hee sayde, Returne, O Lord, to the many thousands of Israel.
ଆଉ ତାହା ବିଶ୍ରାମ କରିବା ସମୟରେ ସେ କହନ୍ତି, “ସଦାପ୍ରଭୋ, ତୁମ୍ଭେ ଇସ୍ରାଏଲର ଅୟୁତ ଅୟୁତ ସହସ୍ର ପ୍ରତି ଫେର।”

< Numbers 10 >