< 1 Chronicles 8 >

1 Now Benjamin beget Bale his firstborn, Asbel the second, Ahara the third,
ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍‍ବେଲ ଓ ତୃତୀୟ ଅହର୍ହ;
2 Nohaa the fourth, and Rapha the fifth.
ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା।
3 And the sons of Bale were Addar, and Gera, and Abiud,
ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ,
4 And Abisue, and Naamar, and Ahoe,
ଅବୀଶୂୟ, ନାମାନ୍‍, ଆହୋହ,
5 And Gera, and Sephuphan, and Huram.
ଗେରା, ଶଫୂଫନ୍‍ ଓ ହୂରମ୍‍।
6 These are the sons of Ahod, heads of families that dwelt in Gabaa, who were removed into Mrtnahsth.
ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍‍କୁ ନିଆଯାଇଥିଲେ।
7 And Naaman, and Achia, and Gera he removed them, and beget Oza, and Ahiud.
ଆଉ ସେ ନାମାନ୍‍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍‍କୁ ଜାତ କଲା।
8 And Saharim begot in the land of Moab, after he sent away Husim and Bara his wives.
ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍‍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍‍ ଓ ବାରା ତାହାର ଭାର୍ଯ୍ୟା ଥିଲେ।
9 And he beget of Hodes his wife Jobab, and Sebia, and Mesa, and Molchom,
ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍‍ର ଗର୍ଭରେ ଯୋବବ୍‍, ସିବୀୟ, ମେଶା ଓ ମଲକମ୍‍,
10 And Jehus and Sechia, and Marma. These were his sons heads of their families.
ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ।
11 And Mehusim beget Abitob, and Elphaal.
ଆଉ ସେ ହୂଶୀମ୍‍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା।
12 And the sons of Elphaal were Heber, and Misaam, and Samad: who built One, and Led, and its daughters.
ଆଉ ଇଲ୍ପାଲର ପୁତ୍ର ଏବର ଓ ମିଶୀୟମ୍‍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍‍ର ପତ୍ତନକାରୀ ଶେମଦ୍‍,
13 And Baria, and Sama were heads of their kindreds that dwelt in Aialon: these drove away the inhabitants of Geth.
ବରୀୟ ଓ ଶେମା, ଏମାନେ ଅୟାଲୋନ୍‍ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍‍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
14 And Ahio, and Sesac, and Jerimoth,
ପୁଣି, ଅହୀୟୋ, ଶାଶକ୍‍, ଯେରେମୋତ୍‍,
15 And Zabadia, and Arod, and Heder,
ସବଦୀୟ, ଅରାଦ, ଏଦର,
16 And Michael, and Jespha, and Joha, the sons of Baria.
ମୀଖାୟେଲ, ଯିଶ୍ପା, ଯୋହା ବରୀୟର ପୁତ୍ର ଥିଲେ;
17 And Zabadia, and Mosollam, and Hezeci, and Heber,
ଆଉ ସବଦୀୟ, ମଶୁଲ୍ଲମ୍‍, ହିଷ୍କି, ହେବର,
18 And Jesamari, and Jezlia, and Jobab, sons of Elphaal,
ଯିଷ୍ମରୟ, ଯିଷ୍‍ଲୀୟ ଓ ଯୋବବ୍‍ ଇଲ୍ପାଲର ପୁତ୍ର ଥିଲେ।
19 And Jacim, and Zechri, and Zabdi,
ଆଉ ଶିମୀୟିର ପୁତ୍ର ଯାକୀମ୍‍, ସିଖ୍ରି, ସବ୍‍ଦି,
20 And Elioenai, and Selethai, and Elial,
ଇଲୀଐନୟ, ସିଲ୍ଲଥୟ, ଇଲୀୟେଲ୍‍,
21 And Adaia, and Baraia, and Samareth, the sons of Semei.
ଅଦାୟା, ବରାୟା ଓ ଶିମ୍ରତ୍‍;
22 And Jespham, and Heber, and Eliel,
ଆଉ ଶାଶକ୍‍ର ପୁତ୍ର ଯିଶ୍ପନ୍‍, ଏବର, ଇଲୀୟେଲ୍‍,
23 And Abdon, and Zechri, and Hanan,
ଅବଦୋନ୍‍, ସିଖ୍ରି, ହାନନ୍‍,
24 And Hanania, and Elam, and Anathothia.
ହନାନୀୟ, ଏଲମ୍‍, ଅନ୍ତୋଥୀୟ,
25 And Jephdaia, and Phanuel the sons of Sesac.
ଯିଫଦୀୟ ଓ ପନୂୟେଲ;
26 And Samsari, and Sohoria and Otholia,
ଆଉ, ଯିରୋହମର ସନ୍ତାନ ଶମ୍‍ଶରୟ, ଶହରୀୟ, ଅଥଲୀୟ,
27 And Jersia, and Elia, and Zechri, the sons of Jeroham.
ଯାରିଶୀୟ, ଏଲୀୟ ଓ ସିଖ୍ରି;
28 These were the chief fathers, and heads of their families who dwelt in Jerusalem.
ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
29 And at Gabaon dwelt Abigabaon, and the name of his wife was Maacha:
ଆଉ ଗିବୀୟୋନ୍‍ର ପିତା ଯିୟେଲ ଗିବୀୟୋନ୍‍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା।
30 And his firstborn son Abdon, and Sur, and Cia, and Baal, and Nadab,
ତାହାର ପ୍ରଥମଜାତ ପୁତ୍ର ଅବ୍‍ଦୋନ୍‍, ତହୁଁ ସୂର୍‍, କୀଶ୍‍, ବାଲ୍‍, ନାଦବ୍‍,
31 And Gedor, and Ahio, and Zacher, and Macelloth:
ଗଦୋର, ଅହୀୟୋ ଓ ସଖର;
32 And Macelloth beget Samaa: and they dwelt over against their brethren in Jerusalem with their brethren.
ପୁଣି, ମିକ୍ଲୋତ୍‍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
33 And Ner beget Cia, and Cia beget Saul. And Saul begot Jonathan and Melchisua, and Abinadab, and Esbaal.
ନେର୍‍ କୀଶ୍‍କୁ ଜାତ କଲା, କୀଶ୍‍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍‍କୀଶୂୟ, ଅବୀନାଦବ ଓ ଇଶ୍‍ବାଲକୁ ଜାତ କଲେ।
34 And the son of Jonathan was Meribbaal: and Meribbaal begot Micha.
ପୁଣି, ମରୀବ୍ବାଲ୍‍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍‍ ମୀଖାକୁ ଜାତ କଲା।
35 And the sons of Micha were Phithon, and Melech, and Tharaa, and Ahaz.
ମୀଖାର ପୁତ୍ର ପିଥୋନ୍‍, ମେଲକ୍‍, ତରେୟ ଓ ଆହସ୍‌।
36 And Ahaz beget Joada: and Joada beget Alamath, and Azmoth, and Zamri: and Zamri beget Mesa,
ଆଉ, ଆହସ୍‌ ଯିହୋୟାଦାକୁ ଜାତ କଲା, ପୁଣି, ଯିହୋୟାଦା ଆଲେମତ୍‍, ଅସ୍ମାବତ୍‍, ସିମ୍ରିକୁ ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା।
37 And Mesa beget Banaa, whose son was Rapha, of whom was born Elasa, who beget Asel.
ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ;
38 And Asel had six sons whose names were Ezricam, Bochru, Ismahel, Saria, Obdia, and Hanan. All these were the sons of Asel.
ପୁଣି, ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍‍। ଏସମସ୍ତେ ଆତ୍ସେଲର ପୁତ୍ର।
39 And the sons of Esec, his brother, were Ulam the firstborn, and Jehus the second, and Eliphelet the third.
ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍‍ ଓ ତୃତୀୟ ଇଲୀଫେଲଟ୍‍।
40 And the sons of Ulam were most valiant men, and archers of great strength: and they had many sons and grandsons, even to a hundred and fifty. All these were children of Benjamin.
ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍‍ର ସନ୍ତାନ।

< 1 Chronicles 8 >