< 1 Chronicles 21 >

1 And Satan rose up against Israel: and moved David to number Israel.
ଏଥିଉତ୍ତାରେ ଶୟତାନ ଇସ୍ରାଏଲ ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା।
2 And David said to Joab, and to the rulers of the people: Go, and number Israel from Bersabee even to Dan, and bring me the number of them that I may know it.
ତହିଁରେ ଦାଉଦ ଯୋୟାବକୁ ଓ ଲୋକମାନଙ୍କ ଅଧିପତିମାନଙ୍କୁ କହିଲେ, “ଯାଅ, ବେର୍‍ଶେବାଠାରୁ ଦାନ୍ ପର୍ଯ୍ୟନ୍ତ ଇସ୍ରାଏଲକୁ ଗଣନା କରି ମୋʼ ନିକଟକୁ ସମ୍ବାଦ ଆଣ, ତହିଁରେ ମୁଁ ସେମାନଙ୍କର ସଂଖ୍ୟା ଜାଣିବି।”
3 And Joab answered: The Lord make his people a hundred times more than they are: but, my lord the king, are they not all thy servants: why doth my lord seek this thing, which may be imputed as a sin to Israel?
ଏଥିରେ ଯୋୟାବ କହିଲା, “ଏବେ ଯେତେ ଅଛନ୍ତି, ସଦାପ୍ରଭୁ ତହିଁର ଶତଗୁଣ ଅଧିକ ଆପଣା ଲୋକଙ୍କୁ ବୃଦ୍ଧି କରନ୍ତୁ; ମାତ୍ର, ହେ ମୋʼ ପ୍ରଭୁ ମହାରାଜ, ସେହି ସମସ୍ତେ କʼଣ ମୋʼ ପ୍ରଭୁଙ୍କର ଦାସ ନୁହନ୍ତି? କାହିଁକି ମୋʼ ପ୍ରଭୁ ଏହା କରିବାକୁ ଚାହୁଁଅଛନ୍ତି? କାହିଁକି ସେ ଇସ୍ରାଏଲର ଅପରାଧର କାରଣ ହେବେ?”
4 But the king’s word rather prevailed: and Joab departed, and went through all Israel: and returned to Jerusalem.
ତଥାପି ଯୋୟାବ ପ୍ରତି ରାଜାଙ୍କର ବାକ୍ୟ ପ୍ରବଳ ହେଲା। ଏହେତୁ ଯୋୟାବ ପ୍ରସ୍ଥାନ କରି ସମୁଦାୟ ଇସ୍ରାଏଲ ମଧ୍ୟରେ ଭ୍ରମଣ କରି ଯିରୂଶାଲମରେ ଉପସ୍ଥିତ ହେଲା।
5 And he gave David the number of them, whom he had surveyed: and all the number of Israel was found to be eleven hundred thousand men that drew the sword: and of Juda four hundred and seventy thousand fighting men.
ପୁଣି, ଯୋୟାବ ଦାଉଦଙ୍କ ନିକଟରେ ଗଣିତ ଲୋକମାନଙ୍କର ସଂଖ୍ୟା ସମର୍ପଣ କଲା। ତହିଁରେ ସମସ୍ତ ଇସ୍ରାଏଲର ଏଗାର ଲକ୍ଷ ଖଡ୍ଗଧାରୀ ଲୋକ ଓ ଯିହୁଦାର ଚାରି ଲକ୍ଷ ସତୁରି ହଜାର ଖଡ୍ଗଧାରୀ ଲୋକ ଥିଲେ।
6 But Levi and Benjamin he did not number: for Joab unwillingly executed the king’s orders.
ମାତ୍ର, ସେ ସେମାନଙ୍କ ମଧ୍ୟରେ ଲେବୀ ଓ ବିନ୍ୟାମୀନ୍-ଲୋକମାନଙ୍କୁ ଗଣନା କଲା ନାହିଁ; କାରଣ, ଯୋୟାବ ପ୍ରତି ରାଜାଙ୍କର ବାକ୍ୟ ଘୃଣାଯୋଗ୍ୟ ଥିଲା।
7 And God was displeased with this thing that was commanded: and he struck Israel.
ଆଉ, ପରମେଶ୍ୱର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ; ଏହେତୁ ସେ ଇସ୍ରାଏଲକୁ ଆଘାତ କଲେ।
8 And David said to God: I have sinned exceedingly in doing this: I beseech thee take away the iniquity of thy servant, for I have done foolishly.
ତହୁଁ ଦାଉଦ ପରମେଶ୍ୱରଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଅଛି; ମାତ୍ର, ଏବେ ମୁଁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ, ମୁଁ ଅତି ମୂର୍ଖର କର୍ମ କରିଅଛି।”
9 And the Lord spoke to Gad the seer of David, saying:
ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶକ ଗାଦ୍‍କୁ କହିଲେ,
10 Go, and speak to David, and tell him: Thus saith the Lord: I give thee the choice of three things: choose one which thou wilt, and I will do it to thee.
“ଯାଅ, ଦାଉଦଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ।’”
11 And when Gad was come to David, he said to him: Thus saith the Lord: choose which thou wilt:
ତହିଁରେ ଗାଦ୍‍ ଦାଉଦଙ୍କ ନିକଟକୁ ଆସି ତାଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଯାହା ତୁମ୍ଭର ଇଚ୍ଛା, ତାହା ଗ୍ରହଣ କର;
12 Either three years’ famine: or three months to flee from thy enemies, and not to be able to escape their sword: or three days to have the sword of the Lord, and pestilence in the land, and the angel of the Lord destroying in all the coasts of Israel: now therefore see what I shall answer him who sent me.
ତିନି ବର୍ଷ ଦୁର୍ଭିକ୍ଷ ହେବ; ଅବା ତୁମ୍ଭେ ଆପଣା ବିପକ୍ଷମାନଙ୍କ ସମ୍ମୁଖରେ ତିନି ମାସ ପର୍ଯ୍ୟନ୍ତ କ୍ଷୀଣ ହୁଅନ୍ତେ, ତୁମ୍ଭ ଶତ୍ରୁମାନଙ୍କ ଖଡ୍ଗ ତୁମ୍ଭକୁ ଧରିବ; କିଅବା ତିନି ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଖଡ୍ଗ ଭ୍ରମଣ କରିବ, ଅର୍ଥାତ୍‍, ଦେଶରେ ମହାମାରୀ ହେବ ଓ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସଦାପ୍ରଭୁଙ୍କ ଦୂତ ବିନାଶ କରିବ। ମୋʼ ପ୍ରେରଣକର୍ତ୍ତାଙ୍କୁ ମୁଁ ଫେରି କି ଉତ୍ତର ଦେବି, ତାହା ଏବେ ବିବେଚନା କର।”
13 And David said to Gad: I am on every side in a great strait: but it is better for me to fall into the hands of the Lord, for his mercies are many, than into the hands of men.
ତହିଁରେ ଦାଉଦ ଗାଦ୍‍କୁ କହିଲେ, “ମୁଁ ବଡ଼ ଅସୁବିଧାରେ ପଡ଼ିଲି; ମୁଁ ସଦାପ୍ରଭୁଙ୍କ ହସ୍ତରେ ପଡ଼େ, କାରଣ, ତାହାଙ୍କର ଦୟା ଅତି ପ୍ରଚୁର; ମାତ୍ର, ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ।”
14 So the Lord sent a pestilence upon Israel. And there fell of Israel seventy thousand men.
ତହୁଁ ସଦାପ୍ରଭୁ ଇସ୍ରାଏଲ ଉପରେ ମହାମାରୀ ପଠାଇଲେ; ତହିଁରେ ଇସ୍ରାଏଲ ମଧ୍ୟରୁ ସତୁରି ହଜାର ଲୋକ ମଲେ।
15 And he sent an angel to Jerusalem, to strike it: and as he was striking it, the Lord beheld, and took pity for the greatness of the evil: and said to the angel that destroyed: It is enough, now stop thy hand. And the angel of the Lord stood by the thrashing floor of Ornan the Jebusite.
ଏଉତ୍ତାରେ ପରମେଶ୍ୱର ଯିରୂଶାଲମ ବିନାଶ କରିବା ପାଇଁ ସେଠାକୁ ଦୂତ ପଠାଇଲେ; ଆଉ ସେ ବିନାଶ କରିବାକୁ ଉଦ୍ୟତ ହେବା ସମୟରେ ସଦାପ୍ରଭୁ ଦୃଷ୍ଟିପାତ କଲେ ଓ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, “ଯଥେଷ୍ଟ ହେଲା! ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର।” ତେବେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଠିଆ ହେଲା।
16 And David lifting up his eyes, saw the angel of the Lord standing between heaven and earth, with a drawn sword in his hand, turned against Jerusalem: and both he and the ancients clothed in haircloth, fell down flat on the ground.
ତହୁଁ ଦାଉଦ ଅନାଇ ସଦାପ୍ରଭୁଙ୍କ ଦୂତକୁ ପୃଥିବୀ ଓ ଆକାଶ ମଧ୍ୟରେ ଠିଆ ହୋଇ ଆପଣା ହସ୍ତରେ ନିଷ୍କୋଷ ଖଡ୍ଗ ଯିରୂଶାଲମ ଉପରେ ପ୍ରସାରିତ କରିଥିବାର ଦେଖିଲେ। ସେତେବେଳେ ଅଖାବସ୍ତ୍ର ପରିହିତ ଦାଉଦ ଓ ପ୍ରାଚୀନମାନେ ମୁହଁ ମାଡ଼ି ପଡ଼ିଲେ।
17 And David said to God: Am not I he that commanded the people to be numbered? It is I that have sinned: it is I that have done the evil: but as for this flock, what hath it deserved? O Lord my God, let thy hand be turned, I beseech thee, upon me, and upon my father’s house: and let not thy people be destroyed.
ପୁଣି, ଦାଉଦ ପରମେଶ୍ୱରଙ୍କୁ କହିଲେ, “ଲୋକ ଗଣନା କରିବାକୁ ଯେ ଆଜ୍ଞା ଦେଲା, ସେ କʼଣ ମୁଁ ନୁହେଁ? ମୁଁ ସିନା ପାପ କରିଅଛି ଓ ଅତି ଦୁଷ୍କର୍ମ କରିଅଛି; ମାତ୍ର ଏହି ମେଷଗଣ କଅଣ କଲେ? ବିନୟ କରୁଅଛି, ହେ ସଦାପ୍ରଭୁ ଆମ୍ଭ ପରମେଶ୍ୱର, ତୁମ୍ଭ ହସ୍ତ ମୋʼ ବିରୁଦ୍ଧରେ ଓ ମୋʼ ପିତୃଗୃହ ପ୍ରତିକୂଳରେ ହେଉ, ମାତ୍ର, ତୁମ୍ଭର ଲୋକମାନଙ୍କୁ ପ୍ରହାର କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ନ ହେଉ।”
18 And the angel of the Lord commanded Gad to tell David, to go up, and build an altar to the Lord God in the thrashingfloor of Ornan the Jebusite.
ସେତେବେଳେ ସଦାପ୍ରଭୁଙ୍କ ଦୂତ ଦାଉଦଙ୍କୁ କହିବା ପାଇଁ ଗାଦ୍‍କୁ ଆଜ୍ଞା କଲେ ଯେ, ଦାଉଦ ଯାଇ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କରୁ।
19 And David went up, according to the word of Gad, which he spoke to him in the name of the Lord.
ତହୁଁ ସଦାପ୍ରଭୁଙ୍କ ନାମରେ କଥିତ ଗାଦ୍‍ର ବାକ୍ୟାନୁସାରେ ଦାଉଦ ଗଲେ।
20 Now when Ornan looked up, and saw the angel, he and his four sons hid themselves: for at that time he was thrashing wheat in the floor.
ସେତେବେଳେ ଅରଣନ ଗହମ ମଳୁଥିଲା; ପୁଣି, ସେ ମୁଖ ଫେରାଇ ଦୂତଙ୍କୁ ଦେଖିଲା; ତହୁଁ ତାହାର ସଙ୍ଗେ ଥିବା ଚାରି ପୁତ୍ର ଲୁଚିଲେ।
21 And as David was coming to Ornan, Ornan saw him, and went out of the thrashingfloor to meet him, and bowed down to him with his face to the ground.
ଆଉ ଦାଉଦ ଅରଣନ ନିକଟକୁ ଆସୁ ଆସୁ ଅରଣନ ଅନାଇ ଦାଉଦଙ୍କୁ ଦେଖନ୍ତେ, ଶସ୍ୟମର୍ଦ୍ଦନ ସ୍ଥାନରୁ ବାହାରି ଆସି ଦାଉଦଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା।
22 And David said to him: Give me this place of thy thrashingfloor, that I may build therein an altar to the Lord: but thou shalt take of me as much money as it is worth, that the plague may cease from the people.
ତେବେ ଦାଉଦ ଅରଣନକୁ କହିଲେ, “ମୋତେ ଏହି ଶସ୍ୟମର୍ଦ୍ଦନ ସ୍ଥାନ ଦିଅ, ମୁଁ ତହିଁରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବି; ସମ୍ପୂର୍ଣ୍ଣ ମୂଲ୍ୟ ନେଇ ତାହା ମୋତେ ଦିଅ; ତହିଁରେ ଲୋକମାନଙ୍କ ମଧ୍ୟରୁ ମହାମାରୀ ନିବୃତ୍ତ ହେବ।”
23 And Ornan said to David: Take it, and let my lord the king do all that pleaseth him: and moreover the oxen also I give for a holocaust, and the drays for wood, and the wheat for the sacrifice: I will give it all willingly.
ତହୁଁ ଅରଣନ ଦାଉଦଙ୍କୁ କହିଲା, “ନିଅନ୍ତୁ, ମୋʼ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା କରନ୍ତୁ; ଦେଖନ୍ତୁ, ମୁଁ ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏହି ଗହମ ଦେଉଅଛି; ମୁଁ ସବୁ ଦେଉଅଛି।”
24 And king David said to him: It shall not be so, but I will give thee money as much as it is worth: for I must not take it from thee, and so offer to the Lord holocausts free cost.
ଏଥିରେ ଦାଉଦ ରାଜା ଅରଣନକୁ କହିଲେ, “ନା; ମାତ୍ର ମୁଁ ଅବଶ୍ୟ ପୂର୍ଣ୍ଣ ମୂଲ୍ୟ ଦେଇ ତାହା କିଣିବି; କାରଣ, ଯାହା ତୁମ୍ଭର, ତାହା ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନେବି ନାହିଁ, କିଅବା ବିନାମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।”
25 So David gave to Ornan for the place, six hundred sicles of gold of just weight.
ତହୁଁ ଦାଉଦ ସେହି ସ୍ଥାନ ନିମନ୍ତେ ଛଅ ଶହ ଶେକଲ ସୁନା ତୌଲ କରି ଅରଣନକୁ ଦେଲେ।
26 And he built there an altar to the Lord: and he offered holocausts, and peace offerings, and he called upon the Lord, and he heard him by sending Are from heaven upon the altar of the holocaust.
ପୁଣି, ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ, ଆଉ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସେ ହୋମବଳିର ବେଦି ଉପରେ ଅଗ୍ନି ଦ୍ୱାରା ଆକାଶରୁ ତାଙ୍କୁ ଉତ୍ତର ଦେଲେ।
27 And the Lord commanded the angel: and he put up his sword again into the sheath.
ପୁଣି, ସଦାପ୍ରଭୁ ଦୂତଙ୍କୁ ଆଜ୍ଞା କଲେ; ତହିଁରେ ସେ ଆପଣା ଖଡ୍ଗ ପୁନର୍ବାର ତହିଁର କୋଷରେ ରଖିଲା।
28 And David seeing that the Lord had heard him in the thrashingfloor of Oman the Jebusite, forthwith offered victims there.
ସେତେବେଳେ ସଦାପ୍ରଭୁ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ଉତ୍ତର ଦେବାର ଦେଖି ଦାଉଦ ସେହି ସ୍ଥାନରେ ବଳିଦାନ କଲେ।
29 But the tabernacle of the Lord, which Moses made in the desert, and the altar of holocausts, was at that time in the high place of Gabaon.
କାରଣ, ପ୍ରାନ୍ତରରେ ମୋଶାଙ୍କ ନିର୍ମିତ ସଦାପ୍ରଭୁଙ୍କ ଆବାସ ଓ ହୋମବଳିର ବେଦି ସେହି ସମୟରେ ଗିବୀୟୋନ୍‍ସ୍ଥ ଉଚ୍ଚସ୍ଥଳୀରେ ଥିଲା।
30 And David could not go to the altar there to pray to God: for he was seized with an exceeding great fear, seeing the sword of the angel of the Lord.
ମାତ୍ର, ଦାଉଦ ପରମେଶ୍ୱରଙ୍କୁ ପଚାରିବା ପାଇଁ ତହିଁ ସମ୍ମୁଖକୁ ଯାଇ ପାରିଲେ ନାହିଁ; କାରଣ, ସେ ସଦାପ୍ରଭୁଙ୍କ ଦୂତର ଖଡ୍ଗ ସକାଶୁ ଭୀତ ହୋଇଥିଲେ।

< 1 Chronicles 21 >