< Ruth 1 >

1 And it came to pass in the days when the judges ruled, that there was a famine in the land. And a certain man went from Bethlehem-Judah, to sojourn in the country of Moab, he, and his wife, and his two sons.
ବିଚାରକଗଣ ଶାସନ କରୁଥିବା ଏକ ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା। ତହିଁରେ ବେଥଲିହିମ-ଯିହୁଦାର ଜଣେ ଲୋକ ନିଜ ସ୍ତ୍ରୀ ଓ ଦୁଇ ପୁତ୍ରଙ୍କୁ ନେଇ ମୋୟାବ ଦେଶରେ ବାସ କରିବାକୁ ଗଲେ।
2 And the name of the man was Elimelech, and the name of his wife Naomi, and the name of his two sons Mahlon and Chilion, Ephrathites of Bethlehem-Judah. And they came into the country of Moab, and continued there.
ସେ ଲୋକର ନାମ ଏଲିମେଲକ ଓ ତାହାର ସ୍ତ୍ରୀଙ୍କ ନାମ ନୟମୀ, ପୁଣି ତାହାର ଦୁଇ ପୁତ୍ରଙ୍କ ନାମ ମହଲୋନ ଓ କିଲୀୟୋନ; ଏମାନେ ବେଥଲିହିମ-ଯିହୁଦାର ଇଫ୍ରାଥୀୟ ଲୋକ; ପୁଣି ଏମାନେ ମୋୟାବ ଦେଶକୁ ଆସି ସେଠାରେ ରହିଲେ।
3 And Elimelech Naomi's husband died; and she was left, and her two sons.
ଏଉତ୍ତାରୁ ନୟମୀର ସ୍ୱାମୀ ଏଲିମେଲକର ମୃତ୍ୟୁୁ ହୁଅନ୍ତେ, ସେ ଓ ତାହାର ଦୁଇ ପୁତ୍ର ଅବଶିଷ୍ଟ ରହିଲେ।
4 And they took them Moabitish wives; the name of the one was Orpah, and the name of the second Ruth: and they abode there about ten years.
ଏହି ପୁତ୍ରମାନେ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କ ମଧ୍ୟରୁ ବିବାହ କଲେ, ଜଣକର ସ୍ତ୍ରୀର ନାମ ଅର୍ପା, ଅନ୍ୟ ଜଣର ନାମ ରୂତ; ପୁଣି ସେମାନେ ପ୍ରାୟ ଦଶ ବର୍ଷ ଯାଏ ସେଠାରେ ବାସ କଲେ।
5 And Mahlon and Chilion died also, both of them; and the woman was left of her two children and of her husband.
ତହୁଁ ମହଲୋନ ଓ କିଲୀୟୋନ ଦୁଇ ଜଣଙ୍କର ମୃତ୍ୟୁୁ ହୁଅନ୍ତେ, ସେ ସ୍ତ୍ରୀ, ଦୁଇ ପୁତ୍ରବଧୂ ଓ ସ୍ୱାମୀବିହୀନା ହୋଇ ରହିଲା।
6 And she arose, she and her daughters-in-law, and returned from the fields of Moab; for she had heard in the fields of Moab how that Jehovah had visited his people to give them bread.
ପରେ ନୟମୀ ନିଜର ପୁତ୍ରବଧୂମାନଙ୍କୁ ନେଇଁ ମୋୟାବ ଦେଶରୁ ପ୍ରସ୍ଥାନ କରିବା ପାଇଁ ବାହାରିଲା, ଯେହେତୁ ସଦାପ୍ରଭୁ ଯେ ନିଜ ଲୋକଙ୍କର ତତ୍ତ୍ୱାବଧାରଣ କରି ଆହାର ଦେଇଅଛନ୍ତି, ଏହି କଥା ନୟମୀ ମୋୟାବ ଦେଶରେ ଥାଇ ଶୁଣିଲା।
7 Wherefore she went forth out of the place where she had been, and her two daughters-in-law with her; and they went on the way to return to the land of Judah.
ଏଣୁ ନିଜର ବାସସ୍ଥାନ ଛାଡ଼ି ସେ ଓ ତାହା ସହିତ ତାହାର ଦୁଇ ପୁତ୍ରବଧୂ ଯିହୁଦା ଦେଶକୁ ଫେରିଯିବା ପାଇଁ ପଥରେ ଗମନ କଲେ।
8 And Naomi said to her two daughters-in-law, Go, return each to her mother's house. Jehovah deal kindly with you, as ye have dealt with the dead and with me.
ଏଥିରେ ନୟମୀ ନିଜ ଦୁଇ ପୁତ୍ରବଧୂଙ୍କୁ କହିଲା, “ତୁମ୍ଭେମାନେ ନିଜ ନିଜର ମାତାର ଗୃହକୁ ଫେରିଯାଅ; ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ସେହିପରି ଦୟା କରନ୍ତୁ।
9 Jehovah grant you that ye may find rest, each in the house of her husband. And she kissed them; and they lifted up their voice and wept.
ତୁମ୍ଭେ ଦୁଇ ଜଣ ନିଜ ନିଜର ସ୍ୱାମୀ ଗୃହରେ ଯେପରି ବିଶ୍ରାମ ପାଅ,” ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଏପରି କୃପା କରନ୍ତୁ, ପୁଣି ସେ ସେମାନଙ୍କୁ ଚୁମ୍ବନ କଲା; ତହିଁରେ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ।
10 And they said to her, We will certainly return with thee to thy people.
ପୁଣି ସେମାନେ ତାହାକୁ କହିଲେ, “ନା, ଆମ୍ଭେମାନେ ତୁମ୍ଭ ସଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରିଯିବା।”
11 And Naomi said, Return, my daughters: why will ye go with me? Are there yet sons in my womb, that they could be your husbands?
ନୟମୀ ଉତ୍ତର ଦେଲେ, “ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଆମ୍ଭ ସଙ୍ଗରେ କାହିଁକି ଯିବ? ତୁମ୍ଭମାନଙ୍କ ସ୍ୱାମୀ ହେବା ପାଇଁ ଏବେ ହେଁ କି ଆମ୍ଭ ଗର୍ଭରେ ପୁତ୍ର ଅଛି?
12 Return, my daughters, go; for I am too old to have a husband. If I should say, I have hope, should I even have a husband to-night, and should I also bear sons,
ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଯେହେତୁ ମୁଁ ବୃଦ୍ଧା, ପୁନର୍ବାର ବିବାହ କରି ନ ପାରେ; ଆଉ ମୋହର ଭରସା ଅଛି, ଏହା ବୋଲି ଯଦ୍ୟପି ଆଜି ରାତ୍ରିରେ ସ୍ୱାମୀ ଗ୍ରହଣ କରେ ଓ ସନ୍ତାନ ମଧ୍ୟ ପ୍ରସବ କରେ,
13 would ye wait on that account till they were grown? Would ye stay on that account from having husbands? No, my daughters, for I am in much more bitterness than you; for the hand of Jehovah is gone out against me.
ତେବେ ତୁମ୍ଭେମାନେ କି ସେମାନଙ୍କର ବୟସପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥିନିମନ୍ତେ ଅନ୍ୟ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି କାରଣ ସଦାପ୍ରଭୁଙ୍କ ହସ୍ତ ମୋʼ ବିରୁଦ୍ଧରେ ଉଠିଅଛି।”
14 And they lifted up their voice and wept again. And Orpah kissed her mother-in-law, but Ruth clave to her.
ଏଥିରେ ସେମାନେ ପୁନର୍ବାର ଉଚ୍ଚସ୍ୱରରେ ରୋଦନ କଲେ, ପୁଣି ଅର୍ପା ନିଜ ଶାଶୁକୁ ଚୁମ୍ବନ କଲା, ମାତ୍ର ରୂତ ତାକୁ ଧରି ରହିଲା।
15 And she said, Behold, thy sister-in-law is gone back to her people and to her gods: return after thy sister-in-law.
ସେ ତାକୁ କହିଲା, “ଦେଖ, ତୁମ୍ଭର ଜାଆ ନିଜ ଲୋକମାନଙ୍କ ଓ ନିଜ ଦେବତା ନିକଟକୁ ଫେରିଗଲା, ତୁମ୍ଭେ ମଧ୍ୟ ନିଜ ଜାଆ ପଛେ ଫେରିଯାଅ।”
16 And Ruth said, Do not intreat me to leave thee, to return from [following] after thee; for whither thou goest I will go, and where thou lodgest I will lodge: thy people shall be my people, and thy God my God;
ରୂତ କହିଲା, “ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍‍ଗମନ କରି ଫେରି ଯିବାକୁ ମୋତେ ବିନୟ ନ କର, ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ।
17 where thou diest will I die, and there will I be buried. Jehovah do so to me, and more also, if aught but death part me and thee!
ତୁମ୍ଭେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେହିଠାରେ ମରିବି ଓ ସେହିଠାରେ ମୋହର କବର ହେବ; କେବଳ ମୃତ୍ୟୁୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ।”
18 And when she saw that she was stedfastly minded to go with her, she left off speaking to her.
ଏରୂପେ ତାହା ସହିତ ଯିବା ପାଇଁ ରୂତ ଦୃଢ଼ମନସ୍କ ଅଟେ, ଏହା ଦେଖି ସେ ତାହାକୁ ତର୍କ ନ କରି ଶାନ୍ତ ହେଲା।
19 And they two went until they came to Bethlehem. And it came to pass, when they came to Bethlehem, that all the city was moved about them, and the [women] said, Is this Naomi?
ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥଲିହିମରେ ଉପସ୍ଥିତ ହେଲେ। ପୁଣି ଯେତେବେଳେ ସେମାନେ ବେଥଲିହିମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ, ସ୍ତ୍ରୀଲୋକମାନେ କହିଲେ, “ଏ କି ନୟମୀ?”
20 And she said to them, Call me not Naomi — call me Mara; for the Almighty has dealt very bitterly with me.
ତେଣୁ ସେ ସେମାନଙ୍କୁ କହିଲା, “ମୋତେ ନୟମୀ (ମଧୁର) ବୋଲି ନ ଡାକ, ପୁଣି ମାରା (ତିକ୍ତ) ବୋଲି ଡାକ; ଯେହେତୁ ସର୍ବଶକ୍ତିମାନ ମୋʼ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି।
21 I went out full, and Jehovah has brought me home again empty. Why do ye call me Naomi, seeing Jehovah has brought me low, and the Almighty has afflicted me?
ମୁଁ ପରିପୂର୍ଣ୍ଣ ହୋଇ ଯାତ୍ରା କରିଥିଲି, ମାତ୍ର ସଦାପ୍ରଭୁ ମୋତେ ଶୂନ୍ୟ କରି ଫେରାଇ ଆଣିଅଛନ୍ତି। ସଦାପ୍ରଭୁ ଯେବେ ମୋʼ ପ୍ରତିକୂଳରେ ପ୍ରମାଣ ଦେଇଅଛନ୍ତି ଓ ସର୍ବଶକ୍ତିମାନ ଯେବେ ମୋତେ ଦୁଃଖ ଦେଇଅଛନ୍ତି, ତେବେ ମୋତେ ନୟମୀ ବୋଲି କାହିଁକି ଡାକୁଅଛ?”
22 So Naomi returned, and Ruth the Moabitess, her daughter-in-law, with her, who returned out of the fields of Moab; and they came to Bethlehem in the beginning of the barley-harvest.
ଏହିରୂପେ ନୟମୀ ଓ ମୋୟାବ ଦେଶରୁ ଆସିଥିବା ତାହାର ପୁତ୍ରବଧୂ ସେହି ମୋୟାବ ଦେଶୀୟା ରୂତ ଫେରି ଆସିଲେ; ସେମାନେ ଯବ-ଶସ୍ୟଚ୍ଛେଦନର ଆରମ୍ଭ ସମୟରେ ବେଥଲିହିମରେ ଉପସ୍ଥିତ ହେଲେ।

< Ruth 1 >